ଏଇ ଭାରତରେ

ଚରଖା ଓ ହସ୍ତତନ୍ତର ଆଦର କମି ଆସୁଥିବାବେଳେ ଏହାର ଉପଯୋଗିତାକୁ ପୁନଃ ପ୍ରତିପାଦିତ କରିଛନ୍ତି ପୁଣେର ନନ୍ଦନ ଭଟ୍ଟ। ସେ ସିଙ୍ଗଲ୍‌ ୟୁଜ୍‌ଡ ପ୍ଲାଷ୍ଟିକ ଭଳି ପଲିିଥିନ୍‌ ବ୍ୟାଗ, ଅଡିଓ ଓ ଭିଡିଓ କ୍ୟାସେଟ ଟେପ୍‌କୁ ଚରଖା ଏବଂ ହସ୍ତତନ୍ତ ମାଧ୍ୟମରେ କପଡ଼ାର ରୂପ ଦେଉଛନ୍ତି। ସେଥିରୁ ସେ ହ୍ୟାଣ୍ଡ ବ୍ୟାଗ, ହୋମ୍‌ ଡେକୋର୍‌ ସାମଗ୍ରୀ ଏବଂ ଅଫିସ ଷ୍ଟେସ୍‌ନାରି ଉପତ୍ାଦ ସବୁ ତିଆରି କରୁଛନ୍ତି। ଏହା ଦ୍ୱାରା ପଲିଥିନ ଯୋଗୁ ହେଉଥିବା ପରିବେଶ ପ୍ରଦୂଷଣ ହ୍ରାସ କରାଯାଇପାରୁଛି। ନନ୍ଦନ ଏହି କାର୍ଯ୍ୟ ‘ଇକୋକରି’ ସଂସ୍ଥା ଦ୍ୱାରା କରାଯାଉଛି। ଇକୋକରି ଅର୍ଥ ପରିବେଶ ଉପଯୋଗୀ କାରିଗରି। ଏଥିରେ ସେ ସ୍ଥାନୀୟ ଅଞ୍ଚଳର ୨୫ ଜଣ କାରିଗରଙ୍କୁ ନିଯୁକ୍ତି ଦେଇଛନ୍ତି। ଏଥିରୁ ସେ ମାସକୁ ୮ ଲକ୍ଷ ଟଙ୍କା ପାଉଛନ୍ତି ଓ ଏଯାବତ ୨୦ ମିଲିୟନ ବା ୨ କୋଟି ପ୍ଲାଷ୍ଟିକ ବ୍ୟାଗକୁ କପଡ଼ା ତିଆରିରେ ବ୍ୟବହାର କରିସାରିଲେଣି। ସବୁ କାର୍ଯ୍ୟ ପାରମ୍ପରିକ ପଦ୍ଧତିରେ କରାଯାଉଛି। ପ୍ଲାଷ୍ଟିକ୍‌ ସଂଗ୍ରହ କରିବା, ଜୀବାଣୁମୁକ୍ତ କରି ଶୁଖାଇବା ପରେ ତାହାକୁ କାଟି ପତଳା କରି ଚରଖାରେ ସୂତାଭଳି କରାଯାଉଛି ଓ ପରେ ହସ୍ତତନ୍ତରେ ବୁଣି କପଡ଼ା ରୂପ ଦିଆଯାଉଛି ଏବଂ ଏଥିରୁ ପ୍ରସ୍ତୁତ ସାମଗ୍ରୀଗୁଡ଼ିକର ମୂଲ୍ୟ ୩୦୦ ଟଙ୍କାରୁ ୩,୦୦୦ ଟଙ୍କା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri