Posted inଜାତୀୟ

ବିରୋଧ ପ୍ରଦର୍ଶନ ଯୋଗୁ ଫସି ରହିଥିବା ରେଳ ଯାତ୍ରୀଙ୍କୁ ମିଳିବ ଖାଦ୍ୟ-ପାନୀୟ: ଅଶ୍ୱିନି ବୈଷ୍ଣବ

ନୂଆଦିଲ୍ଲୀ,୧୯ ।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନାକୁ ବିରୋଧ କରି ସାରା ଦେଶରେ ପ୍ରଦର୍ଶନ ଜାରି ରହିଛି । ଫଳରେ ଏହାର ପ୍ରଭାବ ଟ୍ରେନ ଚଳାଚଳ ଉପରେ ଅଧିକ ପଡିଛି । ଏପଟେ ପ୍ରଦର୍ଶନକାରୀମାନେ ଟ୍ରେନରେ ନିଆଁ ଲଗାଇଦେବା ଫଳରେ ସବୁଠାରୁ ଅଧିକ କ୍ଷତି ହୋଇଛି ରେଲୱେର । ବିରୋଧ ପ୍ରଦର୍ଶନ ଯୋଗୁ ଅଧିକାଂଶ ଟ୍ରେନକୁ ବାତିଲ କରାଯାଇଥିବା ବେଳେ କିଛି ଟ୍ରେନର ଗତିପଥକୁ ପରିବର୍ତ୍ତନ କରି ଦିଆଯାଇଛି । ଏହା ଫଳରେ ଯାତ୍ରୀମାନେ ଅଟକି ରହିବା ସହ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରେଳମନ୍ତ୍ରୀ ଅଶ୍ୱିନି ବୈଷ୍ଣବ ସମସ୍ତ ଡିଏମ ଓ ଡିଆରଏମଙ୍କୁ କହିଛନ୍ତି, ବିରୋଧ ପ୍ରଦର୍ଶନ ବେଳେ ଯେଉଁ ରେଳଯାତ୍ରୀମାନେ ଫସି ରହିଥିବା ନଜରକୁ ଆସୁଛି ସେମାନଙ୍କୁ ରେଲୱେ ପକ୍ଷରୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉ ।
ସୂଚନାଯୋଗ୍ୟ, ଅଗ୍ନିପଥ ଯୋଜନାକୁ ନେଇ ହେଉଥିବା ବିରୋଧ ପ୍ରଦର୍ଶନ ଯୋଗୁ ଶନିବାର ୩୬୯ ଟ୍ରେନକୁ ବାତିଲ କରାଯାଇଛି । ଏଥିମଧ୍ୟରୁ ୨୧୦ ଏକ୍ସପ୍ରେସ ଟ୍ରେନ ଥିବା ବେଳେ ୧୫୯ ପାସେଞ୍ଜର ଟ୍ରେନ୍ ରହିଛି । ୨ଟି ମେଲ ଏକ୍ସପ୍ରେସକୁ ଆଶିଂକ ଭାବେ ବାତିଲ କରାଯାଇଥିବାରୁ ବାତିଲ ହୋଇଥିବା ମୋଟ ଟ୍ରେନ ସଂଖ୍ୟା ରହିଛି ୩୭୧ ।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?