ଜନ୍ମ ହେଉ ହେଉ ମିଳିଲା ୨୨ କ୍ୟାରେଟର ସୁନା ମୁଦି; ନିଜ ହାତରେ ପିନ୍ଧାଇଲେ ମୁଖ୍ୟମନ୍ତ୍ରୀ, କିଏ ଏହି..

ଚେନ୍ନାଇ,୨୮ା୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରି ନବଜାତ ଶିଶୁଙ୍କ ପାଇଁ ‘ଥାଇମାମନ୍ ଥଙ୍ଗା ମୋଥିରମ୍ ଥିଟ୍ଟମ୍’(Thaimaman Thanga Mothiram Thittam) ଯୋଜନା ଆରମ୍ଭ କରିଛନ୍ତି । ଏହାର ଅର୍ଥ ‘ମାମୁଁଙ୍କ ପକ୍ଷରୁ ସୁନା ମୁଦି’ । ମଦୁରାଇର ସରକାରୀ ରାଜାଜୀ ହସ୍ପିଟାଲରେ ସୋମବାର ଏହି ଯୋଜନାର ଶୁଭାରମ୍ଭ କରାଯାଇଛି ।ଯୋଜନାର ଶୁଭାରମ୍ଭ ସମୟରେ ମୁଖ୍ୟମନ୍ତ୍ରୀ ବିଜୟ ନବଜାତ ଶିଶୁମାନଙ୍କୁ କୋଳରେ ଧରିଥିଲେ । ଯୋଗ୍ୟ ନବଜାତ ଶିଶୁଙ୍କୁ ୨୨ କ୍ୟାରେଟ୍‌ର ୧ ଗ୍ରାମ୍‌ ଓଜନର ସୁନା ମୁଦି ବଣ୍ଟନ କରାଯାଇଛି।

ଏହି ଯୋଜନା ପାଇଁ ତାମିଲନାଡୁ ସରକାର ୭୫୫.୮୩ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା କରିଛନ୍ତି । ସରକାରୀ ହସ୍ପିଟାଲରେ ଜନ୍ମ ନେଉଥିବା ଯୋଗ୍ୟ ନବଜାତ ଶିଶୁଙ୍କୁ ୧ ଗ୍ରାମ୍‌ର ସୁନା ମୁଦି ପ୍ରଦାନ କରାଯିବ । ସରକାରଙ୍କ ଅନୁସାରେ, ଏହି ଯୋଜନାର ଲକ୍ଷ୍ୟ ମାତୃତ୍ୱକୁ ସମ୍ମାନ ଦେବା ସହ ମହିଳାଙ୍କ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହନ ଦେବା ଏବଂ ଅଧିକ ପରିବାରକୁ ସରକାରୀ ସ୍ୱାସ୍ଥ୍ୟସେବା ସହ ଯୋଡ଼ିବା।

ଯୋଜନା ମାଧ୍ୟମରେ ସରକାରୀ ହସ୍ପିଟାଲରେ ପ୍ରସବ ବା ସଂସ୍ଥାଗତ ପ୍ରସବକୁ ଅଧିକ ପ୍ରୋତ୍ସାହନ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହାର ଲାଭ କେବଳ ତାମିଲନାଡୁର ସ୍ଥାୟୀ ବାସିନ୍ଦାଙ୍କୁ ମିଳିବ। ଏଥିପାଇଁ ମା’ଙ୍କ ନାମ ରାଜ୍ୟର ଗର୍ଭଧାରଣ ଓ ଶିଶୁ ନିରୀକ୍ଷଣ ବ୍ୟବସ୍ଥାରେ ପଞ୍ଜୀକୃତ ହୋଇଥିବା ଆବଶ୍ୟକ। ସରକାରୀ ତଥ୍ୟ ଅନୁସାରେ, ତାମିଲନାଡୁରେ ପ୍ରତିବର୍ଷ ପ୍ରାୟ ୭.୮ ଲକ୍ଷ ଶିଶୁ ଜନ୍ମ ନିଅନ୍ତି। ସେଥିରୁ ପ୍ରାୟ ୪.୨ ଲକ୍ଷ, ଅର୍ଥାତ୍‌ ୫୩ ପ୍ରତିଶତ ପ୍ରସବ ସରକାରୀ ହସ୍ପିଟାଲରେ ହୋଇଥାଏ।

ଏହି ଯୋଜନାକୁ ପ୍ରଥମେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସି.ଏନ୍‌. ଅନ୍ନାଦୁରାଇଙ୍କ ଜୟନ୍ତୀ ଅବସରରେ ସେପ୍ଟେମ୍ବର ୧୫ରେ ଆରମ୍ଭ କରିବାର ଯୋଜନା ଥିଲା। ତେବେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଲଣ୍ଡନ ଗସ୍ତ କାରଣରୁ କାର୍ଯ୍ୟକ୍ରମକୁ ଆଗକୁ ଘୁଞ୍ଚାଯାଇଥିଲା। ଏବେ ମଦୁରାଇରେ ଏହାକୁ ଆନୁଷ୍ଠାନିକ ଭାବେ ଲାଗୁ କରାଯାଇଛି। ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳା ଭୋଟରଙ୍କ ପାଇଁ ବିଜୟ ୧୨ଟି ନିର୍ବାଚନୀ ପ୍ରତିଶ୍ରୁତି ଘୋଷଣା କରିଥିଲେ । ଏଥିରେ ମହିଳା ମୁଖ୍ୟଙ୍କୁ ମାସିକ ଆର୍ଥିକ ସହାୟତା, ମାଗଣା ବସ୍‌ ଯାତ୍ରା ଏବଂ ବିବାହ ପାଇଁ ସୁନା ସହ ଆର୍ଥିକ ସହାୟତା ଭଳି ପ୍ରସ୍ତାବ ରହିଥିଲା। ନିର୍ବାଚନ ସମୟରେ ବିଜୟ କହିଥିଲେ ଯେ, ତାଙ୍କ TVK ସରକାର ଗଠନ କଲେ ରାଜ୍ୟ ଓ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପରିବାରକୁ ବାଦ୍‌ ଦେଇ ଅନ୍ୟ ପରିବାରର ମହିଳା ମୁଖ୍ୟଙ୍କୁ ପ୍ରତିମାସ ୨,୫୦୦ ଟଙ୍କା ଦିଆଯିବ।

ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟ ‘ଅନ୍ନପୂର୍ଣ୍ଣି ସୁପର ୬’ ଯୋଜନା ମଧ୍ୟ ଆରମ୍ଭ କରିଥିଲେ। ଏହା ଅଧୀନରେ ପରିବାରଗୁଡ଼ିକୁ ପ୍ରତିବର୍ଷ ୬ଟି ମାଗଣା LPG ସିଲିଣ୍ଡର ଦେବାକୁ ଘୋଷଣା କରାଯାଇଥିଲା।ନବଜାତ ଶିଶୁଙ୍କ ପାଇଁ ସୁନା ମୁଦି ଯୋଜନା ଲାଗୁ ହେବା ପରେ ମଦୁରାଇରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିୟମିତ ଗାଜର ଖାଇଲେ ମିଳିଥାଏ ଅନେକ ଲାଭ, ବ୍ଲଡ୍‌ପ୍ରେସର ନିୟନ୍ତ୍ରଣଠାରୁ ଆରମ୍ଭ କରି…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସବୁଠାରୁ ଖାସ୍‌ କଥା ହେଲା ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀରରେ ରୋଗ…

ଅଧିକ ଚା’ ପିଉଛନ୍ତି କି? ଚେତାବନୀ ଦେଇ ବିଶେଷଜ୍ଞ କହିଲେ…

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଥର ଚା’ ପିଉଛନ୍ତି ତେବେ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?