ଗଣମାଧ୍ୟମ ନିୟାମକର ଅଧ୍ୟକ୍ଷ

ଆଜିର ସମୟରେ ଗଣମାଧ୍ୟମର ସଂଜ୍ଞା ବ୍ୟାପକ ହୋଇଛି। ଛାପା (ପ୍ରିଣ୍ଟ୍‌), ବୈଦ୍ୟୁତିକ (ଇଲେକ୍‌ଟ୍ରୋନିକ୍‌) ମାଧ୍ୟମଠାରୁ ସୋସିଆଲ ମିଡିଆ ଓ ସର୍ବୋପରେ କହିଲେ ଡିଜିଟାଲ ଗଣମାଧ୍ୟମ ଦୁନିଆକୁ ଆବୋରି ବସିଛି। ଡିଜିଟାଲ ଯୁଗରେ ଜଗତ ଏବେ ପାଲଟିଯାଇଛି ବିଶ୍ୱଗ୍ରାମ। ତେଣୁ ପ୍ରତି ମୁହୂର୍ତ୍ତରେ ମଣିଷ ଗଣମାଧ୍ୟମ ଉପରେ ନିର୍ଭର କରୁଛି। ଅନ୍ୟପକ୍ଷରେ ସୋସିଆଲ ମିଡିଆର ବ୍ୟାପକ ପ୍ରଭାବ ସମାଜରେ ଭଲ ଫଳ ଆଣିଦେଉଥିବା ବେଳେ ଭେଲ ପରିଣତି ମଧ୍ୟ ସୃଷ୍ଟି କରୁଛି। ତେଣୁ ଏସବୁକୁ ନିୟନ୍ତ୍ରଣ କରିବା ସକାଶେ ଏକ ଶକ୍ତ ଜଗୁଆଳି ସଂସ୍ଥା ରହିବା ଆବଶ୍ୟକ ବୋଲି ବିତର୍କ ହେଉଛି। ଭାରତ ପରିପ୍ରେକ୍ଷୀରେ ଦେଖିଲେ ବିଶେଷକରି ପ୍ରିଣ୍ଟ୍‌ ଓ ଇଲେକ୍‌ଟ୍ରୋନିକ୍‌ ଗଣମାଧ୍ୟମ ବା ଏହାର ଯେଉଁ ସାମ୍ବାଦିକ ନୈତିକ ମୂଲ୍ୟବୋଧ ହରାଇ ବସୁଛନ୍ତି ସେମାନଙ୍କୁ ବାଟକୁ ଆଣିବାକୁ ହେଉ କିମ୍ବା ଦଣ୍ଡିତ କରିବା ଲାଗି ଏକ ବୈଧାନିକ ସଂସ୍ଥା କାର୍ଯ୍ୟ କରୁଛି, ଯାହାର ନାମ ରହିଛି ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ପିସିଆଇ)। ଯେହେତୁ ଏହି ସଂସ୍ଥା ଅଧୀନରେ ଡିଜିଟାଲ ମିଡିଆକୁ ବିଧିବଦ୍ଧ ଭାବେ ସ୍ବୀକୃତି ଦିଆଯାଇ ନାହିଁ, ସେହେତୁ ନିକଟ ଅତୀତରେ ପାର୍ଲାମେଣ୍ଟାରି ଷ୍ଟାଣ୍ଡିଂ କମିଟି ଅନ୍‌ କମ୍ୟୁନିକେଶନ୍ସ ଆଣ୍ଡ୍‌ ଇନ୍‌ଫର୍ମେଶନ ଟେକ୍ନୋଲୋଜି ପିସିଆଇକୁ ପୁନର୍ଗଠନ କରାଯାଇ ମିଡିଆ କାଉନ୍‌ସିଲ କରାଯିବା ସଂକ୍ରାନ୍ତରେ ପ୍ରସ୍ତାବ ଦେଇଥିଲା। ତେବେ ଗଣମାଧ୍ୟମ ସହିତ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତି ପିସିଆଇର ଢାଞ୍ଚା ବିଷୟରେ ଜାଣିବା ନିତାନ୍ତ ଦରକାର। ୧୭ ଜୁନ୍‌ ୨୦୨୨ରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କୁ ଏହାର ଅଧ୍ୟକ୍ଷ କରାଯାଇଛି। ପେଡ୍‌ ନ୍ୟୁଜ୍‌ ବା ଖବର ପ୍ରକାଶ ଲାଗି ଅର୍ଥ ବା ଅନ୍ୟାନ୍ୟ ସୁବିଧା ଗ୍ରହଣ କରାଯାଉଥିବା ସଂକ୍ରାନ୍ତୀୟ ଅଭିଯୋଗ ଏବେ ଶୀର୍ଷରେ ପହଞ୍ଚତ୍ଥିବାରୁ ପିସିଆଇ ପାଇଁ ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ରଞ୍ଜନା ଓ ତାଙ୍କ ଟିମ୍‌ ଗଣମାଧ୍ୟମର ଏହି ସ୍ବୟଂ ନିୟାମକ ସଂସ୍ଥାକୁ ଆଗକୁ ଉତ୍ତମ ରୂପେ ପରିଚାଳନା କରିବେ ବୋଲି ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ପିସିଆଇର ଅଧ୍ୟକ୍ଷ ସାଧାରଣତଃ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ହୋଇଥାଆନ୍ତି। ଏଥିସହିତ ଏହାର ଅନ୍ୟ ୨୮ ଜଣ ସଦସ୍ୟଙ୍କ ମଧ୍ୟରୁ ୨୦ ଜଣ ଗଣମାଧ୍ୟମରୁ ରହିଥିବା ବେଳେ ଲୋକ ସଭା ଓ ରାଜ୍ୟ ସଭାରୁ ୫ ଜଣ ଏବଂ ଅନ୍ୟ ୩ ଜଣ ସଂସ୍କୃତି, ସାହିତ୍ୟ ଓ ଆଇନକୁ ପ୍ରତିନିଧିତ୍ୱ କରିବା ସକାଶେ ସାହିତ୍ୟ ଏକାଡେମୀ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଓ ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆରୁ ଆସିବାର ବ୍ୟବସ୍ଥା ରହିଛି। ରଞ୍ଜନା ପିସିଆଇର ପ୍ରଥମ ମହିଳା ଅଧ୍ୟକ୍ଷ ହେବାର ଗୌରବ ଅର୍ଜନ କରିଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ରଞ୍ଜନା ୩୦ ଅକ୍ଟୋବର ୧୯୪୯ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଏସ୍‌. ଜି. ସାମନ୍ତ ଥିଲେ କ୍ରିମିନାଲ ଲୟର। ରଞ୍ଜନା ବମ୍ବେର ଏଲ୍‌ଫିନ୍‌ଷ୍ଟୋନ୍‌ କଲେଜରୁ ୧୯୭୦ରେ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୧୯୭୩ରେ ସେ ବମ୍ବେର ଗଭର୍ନମେଣ୍ଟ ଲ’ କଲେଜରୁ ଆଇନରେ ଡିଗ୍ରୀ ପ୍ରାପ୍ତ ହୋଇଥିଲେ। ସେହି ବର୍ଷ ଜୁଲାଇ ୩୦ରେ ସେ ଓକିଲ ଭାବେ ନାମ ପଞ୍ଜୀକରଣ କରିଥିଲେ। ପିତାଙ୍କ ନିକଟରୁ ଆଇନ ବ୍ୟବସାୟ ବିଷୟରେ ପ୍ରାରମ୍ଭିକ ଅଭିଜ୍ଞତା ଅର୍ଜନ କରିବା ପରେ ଚାମ୍ବର୍ସ ଅଫ୍‌ ଏସ୍‌ . ସି. ପ୍ରତାପରୁ ଆଇନ ବିଦ୍ୟାଭ୍ୟାସ କରିଥିଲେ। ୧୯୭୯ରେ ରଞ୍ଜନା ବମ୍ବେ ହାଇକୋର୍ଟରେ ସହକାରୀ ସରକାରୀ ଓକିଲ ଭାବେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ମାମଲା ଲଢ଼ିବା ଆରମ୍ଭ କରିଥିଲେ। ପରେ ମହାରାଷ୍ଟ୍ର ସରକାରଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲ, ସ୍ବତନ୍ତ୍ର ସରକାରୀ ଓକିଲ ଓ ସରକାରୀ ଓକିଲ ଭଳି ପଦବୀ ଧାରଣ କରି ଗୁରୁତ୍ୱପୂର୍ଣ୍ଣ ମାମଲା ପରିଚାଳନା କରିବାର ଦକ୍ଷତା ଅର୍ଜନ କରିଥିଲେ। ଆଇନ କ୍ଷେତ୍ରରେ ଦକ୍ଷତା ତାଙ୍କୁ ୧୫ ଏପ୍ରିଲ ୧୯୯୬ରେ ବମ୍ବେ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଆସନରେ ବସାଇଥିଲା। ଏହାର ଦୁଇ ବର୍ଷ ପରେ ସେ ସ୍ଥାୟୀ ଜଜ୍‌ ହୋଇଥିଲେ। ବମ୍ବେ ହାଇକୋର୍ଟରେ ସେ ୨୦୧୧ ଯାଏ କାର୍ଯ୍ୟ କରିଥିଲେ। ୧୩ ସେପ୍ଟେମ୍ବର ୨୦୧୧ରେ ସେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ହୋଇ ୨୦୧୪ରେ ଅବସର ନେଇଥିଲେ।
ରଞ୍ଜନା ସୁପ୍ରିମକୋର୍ଟର ପଞ୍ଚମ ମହିଳା ବିଚାରପତି ଭାବେ ବିଭିନ୍ନ ମାମଲାରେ ସୁନାମ ଅର୍ଜନ କରିଛନ୍ତି। ଏଥିସହିତ ୨୦୧୪ରୁ ୨୦୧୯ ଯାଏ ନୂଆଦିଲ୍ଲୀର ଆପିଲେଟ୍‌ ଟ୍ରିବ୍ୟୁନାଲ ଫର୍‌ ଇଲେକ୍‌ଟ୍ରିସିଟିର ଅଧ୍ୟକ୍ଷ ଥିଲେ। ୨୦୧୮ରୁ ୨୦୧୯ ଯାଏ ଆଡଭାନ୍ସ ରୁଲିଂ ଅଥରିଟି (ଇନ୍‌କମ୍‌ ଟାକ୍ସ)ର ଅଧ୍ୟକ୍ଷ ମଧ୍ୟ ସେ ହୋଇଥିଲେ। ସେହିପରି ଦୁର୍ନୀତି ନିବାରଣ ସଂସ୍ଥା ଲୋକପାଳ ଲାଗି ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ବାଛିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠନ କରାଯାଇଥିବା ୮ ଜଣିଆ ସର୍ଚ୍ଚ କମିଟିର ଅଧ୍ୟକ୍ଷ ଭାବେ ରଞ୍ଜନାକୁ ମଧ୍ୟ ନିଯୁକ୍ତ କରାଯାଇଥିଲା। ଉକ୍ତ କମିଟି ୨୮ ଫେବୃୟାରୀ ୨୦୨୦ରେ ଚୟନ କମିଟିକୁ ତା’ର ସୁପାରିସ ଜଣାଇ ଦେଇଥିଲା। ଆଇନ ବିଷୟରେ ଗଭୀର ପ୍ରବେଶ ଥିବାରୁ ୧୩ ମାର୍ଚ୍ଚ ୨୦୨୦ରେ ତାଙ୍କୁ ପୁନଃ ସୀମା ନିର୍ଦ୍ଧାରଣ ଆୟୋଗର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା। ୨୮ ମେ’ ୨୦୨୨ରେ ଉତ୍ତରାଖଣ୍ଡ ୟୁନିଫର୍ମ ସିଭିଲ୍‌ କୋଡ୍‌ କମିଟିର ମୁଖ୍ୟ ଭାବେ ମଧ୍ୟ ରଞ୍ଜନାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଜୁରିସ୍‌ପ୍ରୁଡେନ୍ସ ବା ବିଧିଶାସ୍ତ୍ର ଉପରେ ତାଙ୍କ ବେଶ୍‌ ଦକ୍ଷତା ଥିବାରୁ ସେ ବିଭିନ୍ନ ପୀଠରେ ଦିଆଯାଇଥିବା ଯୁଗାନ୍ତକାରୀ ରାୟର ଅଂଶ ପାଲଟିପାରିଛନ୍ତି। ସେଥିମଧ୍ୟରୁ ହଜ୍‌ ଯାତ୍ରୀଙ୍କ ପାଇଁ ୨୦୨୨ ସୁଦ୍ଧା ସବ୍‌ସିଡ୍‌ ବନ୍ଦ ଲାଗି ସରକାରଙ୍କୁ ନିର୍ଦ୍ଦେଶ ଏବଂ ନିର୍ବାଚନରେ ନୋଟା (ନନ୍‌ ଅଫ୍‌ ଦି ଏବଭ) ପ୍ରଚଳନ ଉଲ୍ଲେଖଯୋଗ୍ୟ ଥିଲା। ଏବେ ରଞ୍ଜନା ପିସିଆଇର ଅଧ୍ୟକ୍ଷ ହୋଇଥିବାରୁ ତାଙ୍କ ନେତୃତ୍ୱ ସାମ୍ବାଦିକୀୟ କାର୍ଯ୍ୟଧାରା ନୀତିରେ ନୂଆ କୋଡ୍‌ ଯୋଡ଼ି ଗଣମାଧ୍ୟମକୁ ନୂତନ ଦିଶା ଦେଇପାରେ ବୋଲି ଆଶା ରହୁଛି।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?