ଏଇ ଭାରତରେ

ନିଶାସକ୍ତ ଜୀବନର ଅନ୍ଧକାରମୟ ଭବିଷ୍ୟତକୁ ଭଲଭାବେ ନିରୀକ୍ଷଣ କରିଛନ୍ତି ନାଗପୁରର ବିଜୟ ବର୍ଷେ। ସେଥିପାଇଁ ସେ ଅନେକ ହଜାର ବସ୍ତିପିଲାଙ୍କୁ ଫୁଟବଲ ମାଧ୍ୟମରେ ନିଶା କବଳରୁ ଉଦ୍ଧାର କରି ଉନ୍ନତ ଜୀବନ ଜିଇବାରେ ସାହାଯ୍ୟ କରିଛନ୍ତି। ବିଜୟ ୨୦୦୧ରୁ ‘ଝୋପଡ଼ପଟ୍ଟି ଫୁଟବଲ’ ଯାହା ‘ସ୍ଲମ୍‌ ସସର’ ନାମରେ ଜଣାଶୁଣା, ତା’ ମାଧ୍ୟମରେ ଏହି ଅଭିଯାନ ଚଳାଇଛନ୍ତି ଏବଂ ନିଶା ରାସ୍ତାକୁ ଆପଣାଉଥିବା ବସ୍ତିର ପିଲାମାନଙ୍କର ଫୁଟବଲ ପ୍ରତି ଆଗ୍ରହ ଜନ୍ମାଇ ପାରିଛନ୍ତି। ପିଲାମାନେ ପ୍ରତିଦିନ ବିଜୟଙ୍କ ତତ୍ତ୍ୱାବଧାନରେ ପଡ଼ିଆକୁ ଆସି ଖେଳ ଶିଖୁଛନ୍ତି। ଫଳରେ ସେମାନଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବା ସହ ଶିକ୍ଷା ପ୍ରତି ମନ ବଳୁଛି। ବିଜୟ ମଧ୍ୟ ଶିକ୍ଷା କ୍ଷେତ୍ରରେ ସେମାନଙ୍କୁ ସହଯୋଗ କରୁଛନ୍ତି। କେବଳ ଫୁଟବଲ ନୁହେଁ, ପିଲାମାନଙ୍କୁ ବାସ୍କେଟବଲ, ଟେବୁଲଟେନିସ, ବ୍ୟାଡ୍‌ମିଣ୍ଟନ ଆଦି ଖେଳ ମଧ୍ୟ ଶିଖାଉଛନ୍ତି। ବିଜୟ ସ୍କୁଲ ଓ କଲେଜ ଶିକ୍ଷା ଶେଷ କରି ନାଗପୁରର ହିସ୍‌ଲପ କଲେଜରୁ ଫିଜିକାଲ ଏଜୁକେଶନରେ ପ୍ରଶିକ୍ଷଣ ନେଇଛନ୍ତି। କଲେଜ ସମୟରେ ସେ ହ୍ୟାଣ୍ଡ୍‌ବଲ୍‌ରେ ଦେଶର ପ୍ରତିନିଧିତ୍ୱ କରିଥିଲେ। ପରେ ସେ ଏକ କଲେଜରେ ଖେଳଶିକ୍ଷକ ଭାବେ ଯୋଗ ଦେଇଥିଲେ। ଚାକିରି ସମୟରେ ଖେଳ ମାଧ୍ୟମରେ ସେ ବସ୍ତି ପିଲାଙ୍କ ଜୀବନ ବଦଳାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଦୁଇ ଦଶନ୍ଧି ହେବ ସେ ନିଜସ୍ବ ଖର୍ଚ୍ଚରେ ପିଲାମାନଙ୍କୁ ଖେଳାଉଛନ୍ତି। ତାଙ୍କ ଦ୍ୱାରା ପ୍ରଭାବିତ ବହୁ ପିଲା ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଖେଳୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?