ଏଇ ଭାରତରେ

ନିଶାସକ୍ତ ଜୀବନର ଅନ୍ଧକାରମୟ ଭବିଷ୍ୟତକୁ ଭଲଭାବେ ନିରୀକ୍ଷଣ କରିଛନ୍ତି ନାଗପୁରର ବିଜୟ ବର୍ଷେ। ସେଥିପାଇଁ ସେ ଅନେକ ହଜାର ବସ୍ତିପିଲାଙ୍କୁ ଫୁଟବଲ ମାଧ୍ୟମରେ ନିଶା କବଳରୁ ଉଦ୍ଧାର କରି ଉନ୍ନତ ଜୀବନ ଜିଇବାରେ ସାହାଯ୍ୟ କରିଛନ୍ତି। ବିଜୟ ୨୦୦୧ରୁ ‘ଝୋପଡ଼ପଟ୍ଟି ଫୁଟବଲ’ ଯାହା ‘ସ୍ଲମ୍‌ ସସର’ ନାମରେ ଜଣାଶୁଣା, ତା’ ମାଧ୍ୟମରେ ଏହି ଅଭିଯାନ ଚଳାଇଛନ୍ତି ଏବଂ ନିଶା ରାସ୍ତାକୁ ଆପଣାଉଥିବା ବସ୍ତିର ପିଲାମାନଙ୍କର ଫୁଟବଲ ପ୍ରତି ଆଗ୍ରହ ଜନ୍ମାଇ ପାରିଛନ୍ତି। ପିଲାମାନେ ପ୍ରତିଦିନ ବିଜୟଙ୍କ ତତ୍ତ୍ୱାବଧାନରେ ପଡ଼ିଆକୁ ଆସି ଖେଳ ଶିଖୁଛନ୍ତି। ଫଳରେ ସେମାନଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବା ସହ ଶିକ୍ଷା ପ୍ରତି ମନ ବଳୁଛି। ବିଜୟ ମଧ୍ୟ ଶିକ୍ଷା କ୍ଷେତ୍ରରେ ସେମାନଙ୍କୁ ସହଯୋଗ କରୁଛନ୍ତି। କେବଳ ଫୁଟବଲ ନୁହେଁ, ପିଲାମାନଙ୍କୁ ବାସ୍କେଟବଲ, ଟେବୁଲଟେନିସ, ବ୍ୟାଡ୍‌ମିଣ୍ଟନ ଆଦି ଖେଳ ମଧ୍ୟ ଶିଖାଉଛନ୍ତି। ବିଜୟ ସ୍କୁଲ ଓ କଲେଜ ଶିକ୍ଷା ଶେଷ କରି ନାଗପୁରର ହିସ୍‌ଲପ କଲେଜରୁ ଫିଜିକାଲ ଏଜୁକେଶନରେ ପ୍ରଶିକ୍ଷଣ ନେଇଛନ୍ତି। କଲେଜ ସମୟରେ ସେ ହ୍ୟାଣ୍ଡ୍‌ବଲ୍‌ରେ ଦେଶର ପ୍ରତିନିଧିତ୍ୱ କରିଥିଲେ। ପରେ ସେ ଏକ କଲେଜରେ ଖେଳଶିକ୍ଷକ ଭାବେ ଯୋଗ ଦେଇଥିଲେ। ଚାକିରି ସମୟରେ ଖେଳ ମାଧ୍ୟମରେ ସେ ବସ୍ତି ପିଲାଙ୍କ ଜୀବନ ବଦଳାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଦୁଇ ଦଶନ୍ଧି ହେବ ସେ ନିଜସ୍ବ ଖର୍ଚ୍ଚରେ ପିଲାମାନଙ୍କୁ ଖେଳାଉଛନ୍ତି। ତାଙ୍କ ଦ୍ୱାରା ପ୍ରଭାବିତ ବହୁ ପିଲା ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଖେଳୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତବର୍ଷରେ ଦୁର୍ନୀତିର ସ୍ବରୂପ

ଡ. ସୁବାସ ଚନ୍ଦ୍ର ପାତ୍ର ଭାରତବର୍ଷରେ ଦୁର୍ନୀତିକୁ ଏତେ ମାତ୍ରାରେ ଅର୍ଥ ବା ଅର୍ଥନୈତିକ ଅନିୟମିତତା ସହ ଯୋଡ଼ିଦିଆଯାଇଛି ଯେ ଖୁବ୍‌ କମ୍‌ ଲୋକ ତା’ର...

ସନ୍ତାନ ପାଳନରେ ସମଦାୟିତ୍ୱ

ଡା. ଶୁଭଶ୍ରୀ ମିଶ୍ର ଭାରତରେ ଏକତୃତୀୟାଂଶ ଶିଶୁଙ୍କର ପୁଷ୍ଟିହୀନତା ସମସ୍ୟା ଥିବାବେଳେ ନିକଟରେ ରାଜ୍ୟ ସଭା ମାତୃତ୍ୱ ବିଲ୍‌ରେ ସଂଶୋଧନକୁ ଅନୁମୋଦନ କରିଥିବାରୁ ସନ୍ତାନ ଜନ୍ମ...

ଅପେକ୍ଷାରତ

ତଥାଗତ ସତପଥୀ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଅଯୋଧ୍ୟା ବିବାଦର ଚୂଡ଼ାନ୍ତ ରାୟ ୯ ନଭେମ୍ବର ୨୦୧୯ରେ ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି। ୨.୭୭ ଏକର...

କଶ୍ମୀର: ବଢ଼ିଲା ଖର୍ଚ୍ଚ

ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ଲାଗି କେନ୍ଦ୍ର ସରକାର ସେଠାକୁ ୧୦,୦୦୦ ଅତିରିକ୍ତ ଯବାନ ପଠାଇବା ଆରମ୍ଭ କରିଛନ୍ତିି। କେନ୍ଦ୍ର ପକ୍ଷରୁ...

ତୃତୀୟ ଲହର କ’ଣ ଶେଷ

ସହଦେବ ସାହୁ କରୋନା ଭାଇରସ୍‌ ଅକାଳ ମୃତ୍ୟୁର ଭୟ ବଢ଼ାଇଲା ବେଳେ ବିଶାରଦମାନେ କହିହେଲେ ଯେ, ହର୍ଡ ଇମ୍ୟୁନିଟି ଆସିଗଲେ ଆମକୁ ଏଥିରୁ ଉଦ୍ଧାର ମିଳିଯିବ।...

ଜାତିଭିତ୍ତିକ ଜନଗଣନା

ଇଂରେଜମାନେ ଯେବେ ଆମ ଦେଶର ଶାସକ ହେଲେ, ସେମାନେ ଏହା ଦେଖି ଆଶ୍ଚର୍ଯ୍ୟ ହେଲେ ସୃଷ୍ଟିର ସବୁଠୁ ଅସଭ୍ୟ, ବର୍ବର, ଧର୍ମାନ୍ଧଙ୍କ ଦ୍ୱାରା କେଇ ଶତାବ୍ଦୀ...

ମନ ତୋହର ନିଜ ଗୁରୁ…

ଦ୍ୱିତୀ ଚନ୍ଦ୍ର ସାହୁ ତରେ ସାନ ବାଡ଼ି ଧରି ମାଆ ସହ ଯାଉଛି ଡଙ୍ଗରକୁ ପଞ୍ଚମ ପଢୁଥିବା ଆମେଲି କାଡ୍ରାକା। ସବୁ ଛୁଟି ପରି ଚଳିତ...

ଅନ୍‌ଲାଇନ ଶିକ୍ଷାର ସମୀକ୍ଷା ଲୋଡ଼ା

ରାଜୀବ କୁମାର ନାୟକ କରୋନା ସଂକ୍ରମଣକୁ ରୋକିବା ସକାଶେ ଭାରତରେ ମାଚ୍ଚର୍ର୍ ଶେଷ ସପ୍ତାହରୁ ଲକ୍‌ଡାଉନ୍‌ ଘୋଷଣା ହେବା ଫଳରେ ଏହାର ପ୍ରଭାବ ବିଦ୍ୟାଳୟର ପାଠପଢା...

Advertisement
Archives

Model This Week