Posted inTrending, ଖେଳ

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଏକ ବଡ଼ ଦାବି କରିଛନ୍ତି। କୈଫଙ୍କ ମତରେ, ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଏତେ ଶୀଘ୍ର ଅବସର ନେବା ପଛରେ ଟିମ୍‌ର ପରିବେଶ ଏକ କାରଣ ହୋଇପାରେ।

କୈଫ କହିଛନ୍ତି, ବିରାଟଙ୍କ କିଛି ସାକ୍ଷାତକାରରେ ତାଙ୍କ ମୁହଁରୁ ଅସନ୍ତୋଷ ସ୍ପଷ୍ଟ ବାରିହୋଇପଡ଼ୁଛି। ବିରାଟ ଦଳର ପରିବେଶରେ ଖୁସି ନ ଥିବା ଭଳି ଅନୁଭବ ହେଉଥିଲା ଏବଂ ତାଙ୍କୁ ପୂର୍ବଭଳି ଗୁରୁତ୍ୱ ଓ ଭରସା ଦିଆଯାଉ ନ ଥିବା ଭଳି ଲାଗୁଥିଲା। ଯଦି ବିରାଟ ଟେଷ୍ଟ କ୍ରିକେଟ ଖେଳ ଜାରି ରଖିଥାନ୍ତେ, ତେବେ ସେ ପୁଣିଥରେ ଫର୍ମକୁ ଫେରିବାର ସମ୍ଭାବନା ଥିଲା। କାରଣ ବିରାଟ ପୂର୍ବରୁ ଅନେକଥର ଖରାପ ଫର୍ମରୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ବିରାଟ କୋହଲିଙ୍କ ଦିନିକିଆ କ୍ରିକେଟ୍‌ ଭବିଷ୍ୟତକୁ ନେଇ ମଧ୍ୟ କୈଫ ନିଜ ମତ ରଖିଛନ୍ତି। ତାଙ୍କ କହିବା ଅନୁସାରେ, ବିରାଟ ନିଜେ ବିଶ୍ୱକପ ପର୍ଯ୍ୟନ୍ତ ଖେଳିବା କଥା କହିଛନ୍ତି। ତେବେ ବର୍ତ୍ତମାନ ସେ ଯେଉଁଭଳି ବ୍ୟାଟିଂ କରୁଛନ୍ତି, ତାହା ଦେଖି ବିଶ୍ୱକପ ପରେ ମଧ୍ୟ ତାଙ୍କୁ ଦଳରେ ରଖିବା ନେଇ ଆଲୋଚନା ହୋଇପାରେ। ବିରାଟଙ୍କ ଅଭିଜ୍ଞତା ଯୁବ ଅଧିନାୟକ ଶୁବମନ ଗିଲଙ୍କ ପାଇଁ ମଧ୍ୟ ଉପଯୋଗୀ ହୋଇପାରେ। ଦଳରେ ଅଭିଜ୍ଞ ସିନିୟର ଖେଳାଳିଙ୍କ ଉପସ୍ଥିତି ଗିଲଙ୍କୁ ସହାୟତା କରିପାରେ ବୋଲି ସେ କହିଛନ୍ତି।
ୱେଷ୍ଟଇଣ୍ଡିଜ ବିପକ୍ଷ ତିରୁବନନ୍ତପୁରମ ଦିନିକିଆରେ ବିରାଟ କୋହଲି ଅପରାଜିତ ୧୩୯ ରନ୍‌ର ଶତକୀୟ ଇନିଂସ ଖେଳିଥିଲେ। ତାଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ୮ ଉଇକେଟ୍‌ରେ ମ୍ୟାଚ ଜିତିଥିଲା।

ଏବେ ସିରିଜ୍‌ର ପରବର୍ତ୍ତୀ ମ୍ୟାଚ ସେପ୍ଟେମ୍ବର ୩୦ରେ ଗୁଆହାଟୀରେ ଖେଳାଯିବ। ଗୁଆହାଟୀରେ ବିରାଟ ଏପର୍ଯ୍ୟନ୍ତ ଦୁଇଟି ଦିନିକିଆ ମ୍ୟାଚ ଖେଳି ଦୁଇଟି ଶତକ ହାସଲ କରିଛନ୍ତି। ତେଣୁ ଏହି ମ୍ୟାଚ୍ରେ ମଧ୍ୟ କ୍ରିକେଟ ପ୍ରଶଂସକଙ୍କ ନଜର ବିରାଟଙ୍କ ବ୍ୟାଟ ଉପରେ ରହିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମଝି ଆକାଶରେ ଝଗଡ଼ା ଲାଗିଲେ ୨ ପାଇଲଟ୍‌, ବିମାନ ଜରୁରୀ ଅବତରଣ କରିବା ପରେ…

ଦୁବାଇ,୩୦ା୯: ବୁଧବାର ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନ ଏଫ୍‌ ଜେଡ୍‌ ୧୦୭୩କୁ ସାଉଦି ଆରବର ତାବୁକ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ବିମାନଟି ଜରୁରୀକାଳିନ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

‘ମୋଦି ମୋତେ କହିଲେ ମୋ ପରେ ତୁମେ…’, ରାହୁଲଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍‌ଲୀ,୩୦।୯: କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକ ପରେ ରାହୁଲ ଗାନ୍ଧୀଙ୍କ ଏକ କଥିତ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ବୈଠକରେ ର୍ନିବାଚନ…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ମିଶ୍ର): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?