Posted inଜାତୀୟ

ଦୌଡ଼ରେ ସିବଲ, ଆନନ୍ଦ ଶର୍ମା, ଚିଦାମ୍ବରମ

ନୂଆଦିଲ୍ଲୀ,୨୩।୫: ରାଜ୍ୟ ସଭାରେ ଖାଲି ପଡ଼ିଥିବା ଆସନ ଲାଗି ଆସନ୍ତା ମାସରେ ନିର୍ବାଚନ ହେବାକୁ ଥିବାବେଳେ କଂଗ୍ରେସରୁ ବରିଷ୍ଠ ନେତା କପିଲ ସିବଲ, ଆନନ୍ଦ ଶର୍ମା ଏବଂ ପି. ଚିଦାମ୍ବରମ ଉଚ୍ଚ ସଦନକୁ ଯିବା ଲାଗି ଦୌଡ଼ରେ ଥିବା ଜଣାପଡ଼ିଛି। କଂଗ୍ରେସ ଖୁବ୍‌ ଶୀଘ୍ର ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି। ଦଳ ନିଜ ସାମର୍ଥ୍ୟ ବଳରେ ୮ ଜଣ ନେତାଙ୍କୁ ରାଜ୍ୟ ସଭାକୁ ପଠାଇପାରିବ। ତେବେ ଦଳର ନେତୃତ୍ୱ ବିରୋଧରେ ସ୍ବର ଉଠାଇଥିବା ଜି-୨୩ ଗ୍ରୁପ୍‌ର ଅନ୍ୟତମ ନେତା କପିଲ ସିବଲଙ୍କୁ ଟିକେଟ ମିଳିବ କି ନାହିଁ ସ୍ପଷ୍ଟ ହୋଇନାହିଁ। ସେହିପରି ଆନନ୍ଦ ଶର୍ମା ଓ ପି. ଚିଦାମ୍ବରମ ପୁନର୍ବାର ରାଜ୍ୟ ସଭାକୁ ଯିବା ଲାଗି ଆଶାୟୀ ଅଛନ୍ତି। ଗତଥର ଭଳି ଏଥର ମଧ୍ୟ ଉତ୍ତରପ୍ରଦେଶରେ ସିବଲଙ୍କୁ ସମାଜବାଦୀ ପାର୍ଟି ସମର୍ଥନ ଦେଇପାରେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଜିତିବା ପାଇଁ ୩୫ ଭୋଟର ଆବଶ୍ୟକତା ଥିବାବେଳେ ସମାଜବାଦୀ ପାର୍ଟି ମେଣ୍ଟ ୩ ଜଣ ପ୍ରାର୍ଥୀଙ୍କୁ ପଠାଇବା ପରେ ଏହା ନିକଟରେ ପ୍ରାୟ ୨୦ ବଳକା ଭୋଟ ରହିବ। ତେବେ ଭାଜପା ଯଦି ଅଷ୍ଟମ ପ୍ରାର୍ଥୀ ଦିଏ ତେବେ କଡ଼ା ମୁକାବିଲା ହୋଇପାରେ।

ସେହିପରି ଆନନ୍ଦ ଶର୍ମା ହରିୟାଣାରୁ ରାଜ୍ୟ ସଭାକୁ ଯିବା ଲାଗି ଆଶାବାଦୀ ଥିବାବେଳେ କୁମାରୀ ଶୈଳଜା ଏବଂ ରଣଦୀପ୍‌ ସୁର୍ଜଓ୍ବୋଲା ମଧ୍ୟ ଆଶାୟୀ ଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଚିଦାମ୍ବରମ୍‌ ତାଙ୍କ ରାଜ୍ୟ ତାମିଲନାଡୁରୁ ରାଜ୍ୟ ସଭାକୁ ପୁନଃନିର୍ବାଚିତ ହୋଇପାରନ୍ତି ବୋଲି କୁହାଯାଉଛି। ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ମଧ୍ୟ ଏଥର ରାଜ୍ୟ ସଭା ଯିବା ଲାଗି ଦୌଡ଼ରେ ଥିବା ଜଣାପଡ଼ିଛି। ସେ ରାଜସ୍ଥାନ କିମ୍ବା କର୍ନାଟକରୁ ପ୍ରାର୍ଥୀ ହୋଇପାରନ୍ତି। ତେବେ ଦଳ ଅଧା ଆସନ ଯୁବ ନେତାଙ୍କୁ ଛାଡ଼ିପାରେ ବୋଲି ଦଳ ସୂତ୍ରରୁ ସୂଚନା ଦିଆଯାଇଛି। ରାଜସ୍ଥାନ, ଛତିଶଗଡ଼, କର୍ନାଟକ ଭଳି ରାଜ୍ୟର କଂଗ୍ରେସ ନେତୃତ୍ୱ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଉଚ୍ଚ ସଦନକୁ ପଠାଇବା ଲାଗି ଦାବି କରୁଛନ୍ତି। କର୍ନାଟକ ପିସିସି ସଭାପତି ଡି.କେ. ଶିବକୁମାର ଏବଂ ବିରୋଧୀ ଦଳ ନେତା ସିଦ୍ଦରମୈୟା ଏଥିପାଇଁ ପ୍ରିୟଙ୍କାଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ପାଇଁ ଟଙ୍କା ନ ଥିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀ ଟପର

ବାଙ୍ଗାଲୋର,୧୩।୧୦: ପରିବାର ଲୋକେ ସ୍କୁଲ ଫି ଦେଇ ନ ପାରିବାରୁ ପରୀକ୍ଷା ବେଳେ ହଲ ଟିକେଟ୍‌ ମିଳିଲା ନାହିଁ। ଏଥିଯୋଗୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଭାଗ୍ୟବଶତଃ...

କଂଗ୍ରେସରୁ ଇସ୍ତଫା ଦେଲେ ଋଚି ଗୁପ୍ତା

ନୂଆଦିଲ୍ଲୀ, ୧୯।୧୨-କଂଗ୍ରେସର ଛାତ୍ର ଶାଖା ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ ଇଣ୍ଡିଆ(ଏନଏସୟୁଆଇ)ର ଭାରପ୍ରାପ୍ତ ଯୁଗ୍ମ ସମ୍ପାଦକ ଋଚି ଗୁପ୍ତା ଶନିବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।...

ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କଲେ ମାୟାବତୀ

ଲକ୍ଷ୍ନୌ,୧୦।୯:ବହୁଜନ ସମାଜ ପାର୍ଟି(ବିଏସପି)ସଭାପତି ମାୟାବତୀ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୟୁପି ବିଧାନସଭା ନିର୍ବାଚନରେ କୌଣସି ମାଫିଆ କିମ୍ବା ବାହୁବଳୀ ନେତା ଟିକେଟ...

ନିଖୋଜ କମାଣ୍ଡୋଙ୍କ ଫଟୋ ଛାଡିଲେ ମାଓବାଦୀ

ବିଜାପୁର,୭।୪: ଛତିଶଗଡର ବସ୍ତର ଅଞ୍ଚଳରେ ଶନିବାର ଏନ୍‌କାଉଣ୍ଟର ବେବେଳ ନିଖୋଜ ହୋଇଥିବା କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମନ୍‌ହାସ ମାଓବାଦୀମାନଙ୍କ କବ୍‌ଜାରେ ରହିଛନ୍ତି। ବୁଧବାର ମାଓବାଦୀ...

ଗଣବଳାତ୍କାର ପୀଡ଼ିତାଙ୍କୁ ଥାନାରେ ବଳାତ୍କାର

ଲକ୍ଷ୍ନୌ,୫ା୫: ଉତ୍ତର ପ୍ରଦେଶରେ ମହିଳା ବିରୋଧୀ ଅପରାଧ ବଢ଼ିବାରେ ଲାଗିଥିବାବେଳେ କଳଙ୍କିତ ଅଧ୍ୟାୟରେ ନୂଆ ଫର୍ଦ ଯୋଡ଼ିଛନ୍ତି ଜଣେ ପୋଲିସ ବାବୁ। ଗଣବଳାତ୍କାରର ଶିକାର ହୋଇଥିବା...

ଦେଶ ହିତରେ ଚର୍ଚ୍ଚା ପାଇଁ ସରକାର ପ୍ରସ୍ତୁତ, କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୯।୧୧: ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର  ଦେଶ ହିତକୁ ଦୃଷ୍ଟିରେ...

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀଙ୍କ ଝିଅ ଘରେ ସିବିଆଇ ଟିମ୍‌

ହାଇଦ୍ରାବାଦ୍‌,୧୧।୧୨: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ (କେସିଆର) ଝିଅ କେ.କବିତାଙ୍କ ବାସଭବନରେ ରବିବାର ସିବିଆଇ ଟିମ୍‌ ପହଞ୍ଚି ତାଙ୍କୁ...

ଏଟିଏମ୍‌ କାର୍ଡ ନ ଥିଲେ ବି ଏଣିକି ଉଠାଇ ପାରିବେ ଟଙ୍କା

ନୂଆଦିଲ୍ଲୀ,୮।୪: ଏଣିକି ଏଟିଏମ କାର୍ଡ ବିନା ମଧ୍ୟ ଟଙ୍କା ଉଠାଇବାକୁ ଗ୍ରାହକ ସକ୍ଷମ ହେବେ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ...

Advertisement
Archives

Model This Week