Posted inଜାତୀୟ

ଦୌଡ଼ରେ ସିବଲ, ଆନନ୍ଦ ଶର୍ମା, ଚିଦାମ୍ବରମ

ନୂଆଦିଲ୍ଲୀ,୨୩।୫: ରାଜ୍ୟ ସଭାରେ ଖାଲି ପଡ଼ିଥିବା ଆସନ ଲାଗି ଆସନ୍ତା ମାସରେ ନିର୍ବାଚନ ହେବାକୁ ଥିବାବେଳେ କଂଗ୍ରେସରୁ ବରିଷ୍ଠ ନେତା କପିଲ ସିବଲ, ଆନନ୍ଦ ଶର୍ମା ଏବଂ ପି. ଚିଦାମ୍ବରମ ଉଚ୍ଚ ସଦନକୁ ଯିବା ଲାଗି ଦୌଡ଼ରେ ଥିବା ଜଣାପଡ଼ିଛି। କଂଗ୍ରେସ ଖୁବ୍‌ ଶୀଘ୍ର ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି। ଦଳ ନିଜ ସାମର୍ଥ୍ୟ ବଳରେ ୮ ଜଣ ନେତାଙ୍କୁ ରାଜ୍ୟ ସଭାକୁ ପଠାଇପାରିବ। ତେବେ ଦଳର ନେତୃତ୍ୱ ବିରୋଧରେ ସ୍ବର ଉଠାଇଥିବା ଜି-୨୩ ଗ୍ରୁପ୍‌ର ଅନ୍ୟତମ ନେତା କପିଲ ସିବଲଙ୍କୁ ଟିକେଟ ମିଳିବ କି ନାହିଁ ସ୍ପଷ୍ଟ ହୋଇନାହିଁ। ସେହିପରି ଆନନ୍ଦ ଶର୍ମା ଓ ପି. ଚିଦାମ୍ବରମ ପୁନର୍ବାର ରାଜ୍ୟ ସଭାକୁ ଯିବା ଲାଗି ଆଶାୟୀ ଅଛନ୍ତି। ଗତଥର ଭଳି ଏଥର ମଧ୍ୟ ଉତ୍ତରପ୍ରଦେଶରେ ସିବଲଙ୍କୁ ସମାଜବାଦୀ ପାର୍ଟି ସମର୍ଥନ ଦେଇପାରେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଜିତିବା ପାଇଁ ୩୫ ଭୋଟର ଆବଶ୍ୟକତା ଥିବାବେଳେ ସମାଜବାଦୀ ପାର୍ଟି ମେଣ୍ଟ ୩ ଜଣ ପ୍ରାର୍ଥୀଙ୍କୁ ପଠାଇବା ପରେ ଏହା ନିକଟରେ ପ୍ରାୟ ୨୦ ବଳକା ଭୋଟ ରହିବ। ତେବେ ଭାଜପା ଯଦି ଅଷ୍ଟମ ପ୍ରାର୍ଥୀ ଦିଏ ତେବେ କଡ଼ା ମୁକାବିଲା ହୋଇପାରେ।

ସେହିପରି ଆନନ୍ଦ ଶର୍ମା ହରିୟାଣାରୁ ରାଜ୍ୟ ସଭାକୁ ଯିବା ଲାଗି ଆଶାବାଦୀ ଥିବାବେଳେ କୁମାରୀ ଶୈଳଜା ଏବଂ ରଣଦୀପ୍‌ ସୁର୍ଜଓ୍ବୋଲା ମଧ୍ୟ ଆଶାୟୀ ଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଚିଦାମ୍ବରମ୍‌ ତାଙ୍କ ରାଜ୍ୟ ତାମିଲନାଡୁରୁ ରାଜ୍ୟ ସଭାକୁ ପୁନଃନିର୍ବାଚିତ ହୋଇପାରନ୍ତି ବୋଲି କୁହାଯାଉଛି। ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ମଧ୍ୟ ଏଥର ରାଜ୍ୟ ସଭା ଯିବା ଲାଗି ଦୌଡ଼ରେ ଥିବା ଜଣାପଡ଼ିଛି। ସେ ରାଜସ୍ଥାନ କିମ୍ବା କର୍ନାଟକରୁ ପ୍ରାର୍ଥୀ ହୋଇପାରନ୍ତି। ତେବେ ଦଳ ଅଧା ଆସନ ଯୁବ ନେତାଙ୍କୁ ଛାଡ଼ିପାରେ ବୋଲି ଦଳ ସୂତ୍ରରୁ ସୂଚନା ଦିଆଯାଇଛି। ରାଜସ୍ଥାନ, ଛତିଶଗଡ଼, କର୍ନାଟକ ଭଳି ରାଜ୍ୟର କଂଗ୍ରେସ ନେତୃତ୍ୱ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଉଚ୍ଚ ସଦନକୁ ପଠାଇବା ଲାଗି ଦାବି କରୁଛନ୍ତି। କର୍ନାଟକ ପିସିସି ସଭାପତି ଡି.କେ. ଶିବକୁମାର ଏବଂ ବିରୋଧୀ ଦଳ ନେତା ସିଦ୍ଦରମୈୟା ଏଥିପାଇଁ ପ୍ରିୟଙ୍କାଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?