ସିସିଟିଭିରେ ହତ୍ୟାର ଦୃଶ୍ୟ

ବଲାଙ୍ଗୀର ଅଫିସ,୨୩।୫: ବଲାଙ୍ଗୀର ଆର୍‌ଟିଓ ଅଫିସ ଛକରେ ଶନିବାର ପୂର୍ବାହ୍ନରେ ସିରିଜ୍‌ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା ଓ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଥିଲେ। ଏହି ସିରିଜ୍‌ ଦୁର୍ଘଟଣା ସମୟର ସିସିଟିଭି ଫୁଟେଜ୍‌ ରବିବାର ଭାଇରାଲ ହେବା ପରେ ଏହା ଦୁର୍ଘଟଣା ଛଳରେ ଏକ ସୁପରିକଳ୍ପିତ ହତ୍ୟା ଯୋଜନା ବୋଲି ସ୍ପଷ୍ଟ ହୋଇଛି। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ମିନିଟ୍ରକ୍‌ ଚଢ଼ାଇ ହତ୍ୟା ଯୋଜନା କରାଯାଇଥିବା ମୃତ ଶ୍ରୀକାନ୍ତ ବାଗ (୩୦) ଓ ଆହତ ସାନୁ ନାୟକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଗୁରୁତର ଆହତ ଅଭିଯୁକ୍ତ ଚିତ୍ତରଞ୍ଜନ ମହାନ୍ତିଙ୍କୁ ପୋଲିସ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ହେପାଜତରେ ରଖିଛି। ଏହି ଘଟଣାରେ ବଲାଙ୍ଗୀର ପୋଲିସ ଅନ୍ୟ ୨ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି। ଶନିବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଟିଟିଲାଗଡ଼ ପଟରୁ କ୍ଷିପ୍ରଗତିରେ ଆସୁଥିବା ଏକ ମିନିଟ୍ରକ୍‌ (ଓଆର୦୩ ଏ ୫୩୯୦) ଆର୍‌ଟିଓ ଅଫିସ ନିକଟରେ ଏକ ବାଇକ୍‌କୁ ଧକ୍କା ଦେବା ପରେ ରାସ୍ତାକଡ଼ ନିମଗଛରେ ପିଟିହୋଇ ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା। ବାଇକ୍‌ରେ ବସିଥିବା ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ହୋଟେଲ ମାଲିକ ସାନୁ ନାୟକ ଗୁରୁତର ଆହତ ହୋଇଥିଲେ। ସନ୍ଧ୍ୟାରେ ମୃତ ଶ୍ରୀକାନ୍ତ ଓ ଆହତ ସାନୁଙ୍କ ପରିବାର ଲୋକେ ଟାଉନ୍‌ ଥାନାରେ ଚିତ୍ତରଞ୍ଜନ ମହାନ୍ତି ମିନିଟ୍ରକ୍‌ରେ ଧକ୍କା ଦେଇ ହତ୍ୟା କରିଥିବା ଲିଖିତଭାବେ ଜଣାଇଥିଲେ। ଚିତ୍ତରଞ୍ଜନ ମହାନ୍ତିଙ୍କ ବିରୋଧରେ ଲାଗିଛି ଦଫା ୩୦୨, ୩୦୭, ୧୨୦ବିରେ ଏକ ମାମଲା(୨୫୩/୨୨)ରୁଜୁ ହୋଇଛି। ଦୁର୍ଘଟଣା ପରେ ଚିତ୍ତରଞ୍ଜନଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା। ସେଠାରୁ ସେ ୱାଲଟିଅର ଯାଉଥିବା ଖବର ପାଇବା ପରେ ପୋଲିସ ଥେରୁବାଲି ନିକଟରୁ ତାଙ୍କୁ ବଲାଙ୍ଗୀର ଫେରାଇ ଆଣିଛି। ସିସିଟିଭି ଫୁଟେଜ୍‌ରେ ଦେଖାଯାଉଛି ଯେ ମିନିଟ୍ରକ୍‌ଟି କ୍ଷିପ୍ରଗତିରେ ଆସି ବାଇକ୍‌କୁ ଧକ୍କା ଦେଇଛି। ଏହି ବାଇକ୍‌ରେ ସାନୁ ଓ ଶ୍ରୀକାନ୍ତ ବସିଥିଲେ। ଇଡ୍‌କୋ ଏବଂ ସରକାରୀ ଜମି ଅକ୍ତିଆରକୁ ନେଇ ସାନୁ ଓ ଚିତ୍ତରଞ୍ଜନଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। କିଛିଦିନ ପୂର୍ବରୁ ସାନୁଙ୍କ ବଡ଼ଭାଇ ମଧ୍ୟ ସମାନ ଷ୍ଟାଇଲରେ ଦୁର୍ଘଟଣାରେ ଆହତ ହୋଇଥିଲେ। ଏହା ମଧ୍ୟ ହତ୍ୟା ଷଡଯନ୍ତ୍ର ଥିଲା ବୋଲି ଚର୍ଚ୍ଚା ଜୋର ଧରିଛି। ଏସ୍‌ଡିପିଓ ତୋଫାନ୍‌ ବାଗଙ୍କୁ ପଚାରିବାରୁ ଆର୍‌ଟିଓ ଅଫିସ ଦୁର୍ଘଟଣା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି। ଅଭିଯୁକ୍ତ ଚିତ୍ତରଞ୍ଜନଙ୍କୁ ପୋଲିସ ହେପାଜତରେ ଏକ ନର୍ସିଂହୋମ୍‌ର ରଖି ଚିକିତ୍ସା କରୁଛି। ଅନ୍ୟ ଦୁଇ ସନ୍ଦିଗ୍ଧଙ୍କୁ ଏ ନେଇ ପଚରାଉଚରା କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍‌କା

ଷ୍ଟକହୋମ,୯।୧୦: ୨୦୨୬ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥେମ ‘ନାଭି’ ପିଲ୍ଲାଇଙ୍କୁ ଏହି…

ନାନା ପାଟେକରଙ୍କ ମୃତ୍ୟୁ ପରେ ବି ତାଙ୍କୁ ଛାଡ଼ିଲେନି ତନୁଶ୍ରୀ: କହିଦେଲେ ଏମିତି କଥା, ତାତିଲେ ପ୍ରଶଂସକ

ବଲିଉଡ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହୋଇଛି। ନାଁ ନ ନେଇ ଇନ୍‌ଷ୍ଟାଗ୍ରାମ…

ବିଶ୍ବରେ ହଲଚଲ! H-1B ଭିସାଧାରୀଙ୍କୁ ଏଭଳି କହିଦେଲା ଆମେରିକା; କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୯ା୧୦: H-1B ଭିସାଧାରୀଙ୍କୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ‘ଇଣ୍ଡେଞ୍ଚର୍ଡ ଲେବର’ ଅର୍ଥାତ୍‌ ‘ଚୁକ୍ତିବଦ୍ଧ ଶ୍ରମିକ’ ବୋଲି କହିବାକୁ ନେଇ ଭାରତ କଡ଼ା ଆପତ୍ତି ପ୍ରକାଶ କରିଛି…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ନାଆମୀ କଲେଜ

ଭଦ୍ରକ,୯ା୧୦(ସନାତନ ରାଉତ): କଲେଜ ପରିସରରେ ବ୍ୟାପକ ଆନ୍ଦୋଳନ ଓ ଅଶାନ୍ତି ଯୋଗୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ଡିଗ୍ରୀ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ…

ଛତ୍ରପୁର ବ୍ଲକକୁ ମିଳିଲେ ନୂଆ ଅଧ୍ୟକ୍ଷା, ବିଧାୟକଙ୍କ ଉପସ୍ଥିତିରେ ନେଲେ ଦାୟିତ୍ୱ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଏସ୍. ସାରଦା ରେଡ୍ଡୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ମ୍ୟୁନିସିପାଲିଟି…

କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି; ବଦଳିବ ଏହି ବିମାନବନ୍ଦର ନାମ, ମୋଦି….

ଲକ୍ଷ୍ନୌ,୯ା୧୦: ଉତ୍ତରପ୍ରଦେଶର ନୋଏଡାସ୍ଥିତ ଜେୱର ଏୟାରପୋର୍ଟର ନାମ ପରିବର୍ତ୍ତନ କରାଯିବ । ଏହାର ନାମ ‘ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ’ ରଖିବାକୁ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି।…

ଓଲଟିଲା ବସ୍‌: ଭିତରେ ଥିଲେ ୩୦ ଯାତ୍ରୀ, ସେଥିରୁ ୨ ଜଣ…

ବଣାଇଁ,୯ା୧୦(ପ୍ରଦୀପ ତ୍ରିପାଠୀ): ସମ୍ବଲପୁର ଜିଲା କୁଚିଣ୍ଡାରୁ ବଣାଇଁ ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଅଂଶିକା’ ଗୁରୁଣ୍ଡିଆ ନିକଟସ୍ଥ ମଧୁପୁରଠାରେ ଶୁକ୍ରବାର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସେଥିରେ…

ଶୌଚ ଯିବା ହେଲା କାଳ, ହାତୀ ହାବୁଡ଼ରେ ପଡ଼ି ଚାଲିଗଲା ଜୀବନ

କୁଚିଣ୍ଡା,୯।୧୦(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ କୁଚିଣ୍ଡା ରେଞ୍ଜ ଅଧୀନ କୁଚିଣ୍ଡା ଏନ୍‌ଏସି ୧୦ ନମ୍ବର ୱାର୍ଡ ସଇଡାରେ ଶୁକ୍ରବାର ଏକ ହାତୀ ଆକ୍ରମଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?