ଏଇ ଭାରତରେ

ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ଭାରତରେ ଯେଉଁ କେତେଜଣ ସକ୍ରିୟ ଭୂମିକା ନେଉଛନ୍ତି ସେମାନଙ୍କ ମଧ୍ୟରେ ବିଶାଳ ଖାଲ୍‌ଡେ ଅନ୍ୟତମ। ମହାରାଷ୍ଟ୍ରର ପୁଣେରେ ବିଶାଳ ଜିଓନ ୱେଷ୍ଟ୍‌ ମ୍ୟାନେଜର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଷ୍ଟାର୍ଟଅପ୍‌ ମାଧ୍ୟମରେ ବର୍ଜ୍ୟ ପରିଚାଳନା କରୁଛନ୍ତି। ରୋଷେଇ ଘର ବର୍ଜ୍ୟରୁ ବିଦ୍ୟୁତ୍‌ ଓ ବାୟୋଗ୍ୟାସ୍‌ ଉତ୍ପାଦନ କରାଯାଉଛି। ଏହାଦ୍ୱାରା ଏଲ୍‌ପିିଜି ବ୍ୟବହାର ଏକ ଚତୁର୍ଥାଂଶ କମ୍‌ ହୋଇପାରୁଛି। ଭାରତରେ ୬୨ ମିଲିୟନ ଟନ୍‌ ବର୍ଜ୍ୟ ବାହାରୁଛି ଓ ସେଥିରୁ ୭୦% ସଂଗ୍ରହ ହେବା ପରେ ଆଉସବୁ ବାହାରେ ଠୁଳ ହେଉଛି। ଏହି ବର୍ଜ୍ୟ ୨୦୩୦ ସୁଦ୍ଧା ୧୬୫ ମିଲିୟନ ଟନ୍‌ରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ଏଣୁ ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିବା କୁହନ୍ତି ୩୨ ବର୍ଷୀୟ ବିଶାଳ। ତାଙ୍କ ପଦ୍ଧତିରେ ‘ଏନର୍ଜୀ ବିନ’୍‌ ବ୍ୟବହାର କରାଯାଉଛି, ଯାହା ଜୈବ ବର୍ଜ୍ୟକୁ ବାୟୋଗ୍ୟାସରେ ପରିଣତ କରୁଛି। କେବଳ ଏତିକି ନୁହେଁ, ଏଥିରୁ ବିଦ୍ୟୁତ ଉତ୍ପାଦନ କରାଯାଇ ରାସ୍ତାକଡ଼ ଲାଇଟ ଜଳିବାରେ ଉପଯୋଗ ହେଉଛି। ବିଶାଳ ଜର୍ମାନୀରୁ କେମିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ୨୦୦୯ରେ ଭାରତକୁ ଫେରି ବାୟୋଗ୍ୟସ ଟେକ୍‌ନୋଲୋଜି କମ୍ପାନୀରେ ଯୋଗଦେଇଥିଲେ। ପରେ ୨୦୧୩ରେ ସେ ଏବଂ ତାଙ୍କ ସାଙ୍ଗ ଜିଓନ ଓ୍ବେଷ୍ଟ୍‌ ମ୍ୟାନେଜର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ପ୍ରତିଷ୍ଠା କରିଥିଲେ। ତାଙ୍କ ପଦ୍ଧତି ଉପଯୋଗ କରିବା ପାଇଁ ବହୁ ଶିଳ୍ପ ସଂସ୍ଥା ଏବେ ଆଗ୍ରହ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri