ଏଇ ଭାରତରେ

କୃଷିଋଣ ଯନ୍ତାରୁ ମୁକୁଳି ୧୦୦ ଜଣ କୃଷକଙ୍କୁ ଜୈବିକ କୃଷି ପ୍ରତି ଆକୃଷ୍ଟ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ମାରୁତି ନାଇଡୁ। ମାରୁତିଙ୍କ ଘର ଆନ୍ଧ୍ରପ୍ରଦେଶର ଓବୁଲୟାପଲ୍ଲୀରେ। ନାଇଡୁଙ୍କ ପରିବାର ବହୁ ବର୍ଷ ଧରି ପାରମ୍ପରିକ ପଦ୍ଧତିରେ ଚାଷ କରୁଥିତ୍ତ୍ଲେ। ତେବେ ସେ ପ୍ରଥମେ ଏଥିତ୍ରେ ପରିବର୍ତ୍ତନ ଆଣି ଜୈବିକ କୃଷି ଆରମ୍ଭ କରିଥିତ୍ଲେ। ଏଥିରେ ତାଙ୍କ ଉପତ୍ାଦନ ବଢାଇ ଧୀରେ ଧୀରେ ଋଣ ପରିଶୋଧ କରିବାରେ ସକ୍ଷମ ହୋଇଛନ୍ତି। ନାଇଡୁ କଳାରେ ଡିଗ୍ରୀ ହାସଲ କରିଛନ୍ତି। ଶିକ୍ଷକ ଚାକିରି ପାଇଁ ଚେଷ୍ଟା କରି ବିଫଳ ହେବା ପରେ ୨୦୧୨ରେ ସେ ଜିରୋ ବଜେଟ ନ୍ୟାଚୁରାଲ ଫାର୍ମିଂ ଆରମ୍ଭ କରିଥିଲେ। ୧୦୦ ଜଣ କୃଷକଙ୍କୁ ନେଇ ଗୋଷ୍ଠୀଗତ ଚାଷ ମଧ୍ୟ କରୁଛନ୍ତି। ଏଥିପାଇଁ କୃଷକମାନଙ୍କ ଆର୍ଥିକ ସାହାଯ୍ୟ କରୁଛନ୍ତି। ଜୈବ କୃଷି ଉପତ୍ାଦନକୁ ଆନ୍ଧ୍ର ମାର୍କେରେ ବିକ୍ରି କରିବାର ବ୍ୟବସ୍ଥା କରିବା ସହ ବେଙ୍ଗାଲୁରୁ ମଧ୍ୟ ପଠାଉଛନ୍ତି। ନିଜ ଚାଷର ଉପତ୍ାଦନ ସହ ଅନ୍ୟ ଚାଷୀମାନଙ୍କଠାରୁ ଉପତ୍ାଦ ସଂଗ୍ରହ କରି ବଜାରକୁ ପଠାଉଛନ୍ତି। ଏବାବଦରେ ସେ ବର୍ଷକୁୁ ୧୮ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଅନ୍ୟ କୃଷକଙ୍କ ଆୟ ମଧ୍ୟ ବଢ଼ାଇପାରିଛନ୍ତି। ଏବେ ପ୍ରତିମାସରେ ତାଙ୍କ ଚାଷ ପଦ୍ଧତି ଶିକ୍ଷା ନେବା ଲାଗି ପାଖାପାଖି ୩୦ ଜଣ କୃଷକ ଅନୁରୋଧ କରୁଛନ୍ତି। ପ୍ରତିବର୍ଷ ସେ ପ୍ରାୟ ୨୦୦ କୃଷକଙ୍କୁ ଜୈବିକ କୃଷି ପଦ୍ଧତିରେ ସାମିଲ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri