ଗ୍ରାମାଞ୍ଚଳର ଆତ୍ମହତ୍ୟା ସମସ୍ୟା

ଡ. ବାସନ୍ତୀ ମହାନ୍ତି

ଆତ୍ମହତ୍ୟା ପ୍ରବଣତା ଏବେ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ସମସ୍ୟା ହୋଇପଡ଼ିଛି। ଏବେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ ଏ ପ୍ରବଣତା ବେଶି ପରିଲକ୍ଷିତ ହେଉଛି। ଗତ ଦିନମାନଙ୍କରେ ଆମତ୍ହତ୍ୟା ଗ୍ରାମାଞ୍ଚଳରେ ଏତେ ବେଶି ଦେଖାଯାଉନଥିଲା। ଗ୍ରାମ୍ୟ ପରିବେଶରେ ବଞ୍ଚୁଥିବା ମଣିଷମାନଙ୍କର ଜୀବନଶୈଳୀ ସେମାନଙ୍କ ଭିତରେ ବଞ୍ଚତ୍ବା ପାଇଁ ମୋହମାଦକତା ଭରିଦେଉଥିଲା। ସେ ମଣିଷ ବିଷାଦଗ୍ରସ୍ତ ହେଉ ନଥିଲା। ସେମାନେ ଗୋଷ୍ଠୀ ବା ଗଣଜୀବନ ବଞ୍ଚୁଥିଲେ। ସାମୂହିକ ଭାବରେ ସୁଖ ଓ ଦୁଃଖକୁ, ଜୟ ପରାଜୟର ଅନୁଭବକୁ ବାଣ୍ଟି ନେଉଥିଲେ। ସେମାନେ ଆଦୌ ଏକାକୀ ନଥିଲେ। ନିଃସଙ୍ଗତା ସେମାନଙ୍କ ଶତ୍ରୁ ନଥିଲା। କିନ୍ତୁ କ୍ରମବର୍ଦ୍ଧିଷ୍ଣୁ ଶିକ୍ଷାର ବିକାଶ, ଶିଳ୍ପୀକରଣ ଆଦି ସେମାନଙ୍କୁ କୃଷି ଓ କୌଳିକ ବୃତ୍ତି ପ୍ରତି ବୀତସ୍ପୃହ କଲା। ସାମୂହିକ ଜୀବନରୁ ବିଚ୍ୟୁତ ହୋଇ ନିଜ ଭିତରେ ବଞ୍ଚତ୍ଲେ। ଶିକ୍ଷା ଦୀକ୍ଷା ହେତୁ ନିଜର ସଫଳତା ଓ ବିଫଳତା ସମ୍ପର୍କରେ ବେଶି ବେଶି ସଚେତନ ହେଲେ। ଫଳରେ ସେମାନଙ୍କ ଜୀବନର ସ୍ବାଭାବିକତା ଓ ସରଳତା ସେହି ଅନୁପାତରେ ଆକ୍ରାନ୍ତ ହେଲା। ଏ ସମସ୍ୟା କେବଳ ଓଡ଼ିଶାର ନୁହେଁ କି ଭାରତର ନୁହେଁ, ସମଗ୍ର ବିଶ୍ୱର। ଆମେରିକାର ଗ୍ରାମାଞ୍ଚଳରେ ୧୯୯୯ ଠାରୁ ୨୦୧୬ ପର୍ଯ୍ୟନ୍ତ ଆମତ୍ହତ୍ୟା କରୁଥିବା ମଣିଷ ସହରାଞ୍ଚଳଠାରୁ ୨୬ ପ୍ରତିଶତ ବେଶୀ। ଆମତ୍ହତ୍ୟାକାରୀଙ୍କ ମଧ୍ୟରେ ୫୦% ହେଉଛନ୍ତି ମାନସିକ ରୋଗୀ। ଭାରତ ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ। ଆମ ଦେଶରେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଆମତ୍ହତ୍ୟା ସଂଖ୍ୟା ୩୫% ଅଧିକ। ଏହା ପୁଣି କୋଭିଡ୍‌ ମହାମାରୀ ସମୟରେ ଆହୁରି ବୃଦ୍ଧି ପାଇଛି।
ପୂର୍ବରୁ ଆମ ଦେଶର ଗଁା ଗହଳରେ କେବଳ ଝିଅ ବୋହୂମାନେ ହିଁ ଆମତ୍ହତ୍ୟା କରିବା ଦେଖିବାକୁ ମିଳୁଥିଲା। କୁମାରୀ ମାତୃତ୍ୱ, ଅସଫଳ ପ୍ରେମ ଅଥବା ଯୌତୁକଜନିତ ପାରିବାରିକ ସମସ୍ୟା ଥିଲା ଏହି ଆତ୍ମହତ୍ୟାର ହେତୁ। ସେତେବେଳେ ଆଜିକାଲିକା ପରି ଏତେ ପ୍ରକାର କୀଟନାଶକ ବିଷ ମଧ୍ୟ ଉପଲବ୍ଧ ନଥିଲା। କନିଅର ମଞ୍ଜି-ଗୁଡ଼ ଓ ସିନ୍ଦୂର-ଚିନି ଥିଲା ସେମାନଙ୍କ ପାଇଁ ମୁଖ୍ୟ ପ୍ରାଣଘାତୀ ଉପାଦାନ। ଏହାଛଡ଼ା ଫାଶୀ ଦେଇ, କୂଅ ପୋଖରୀକୁ ଡେଇଁ ଅଥବା ଦେହରେ ନିଅଁା ଲଗେଇଦେବା ବ୍ୟତୀତ ଅନ୍ୟ ଉପାୟ ନଥିଲା। କିନ୍ତୁ ଏବେ ଆମତ୍ହତ୍ୟା ପାଇଁ କାରଣ ଯେମିତି ଅଜସ୍ର, ଉପାୟ ମଧ୍ୟ ସେହିପରି ଅପାର। ଏହାର ମୁଖ୍ୟ କାରଣ ହେଉଛି ଗ୍ରାମାଞ୍ଚଳ ଲୋକେ ପରିବର୍ତ୍ତିତ ଜୀବନଶୈଳୀ ସହ ନିଜକୁ ସାମିଲ କରି ନ ପାରିବା। ଖାପ୍‌ ପଞ୍ଚାୟତ ଓ କଙ୍ଗାରୁ କୋର୍ଟ ଆଜି ମଧ୍ୟ ଗଁା ଗହଳର ଆମତ୍ହତ୍ୟାଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି କରିବା ପାଇଁ ଅନେକାଂଶରେ ଦାୟୀ। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଏଥିପାଇଁ ଖୁବ୍‌ ଉଦ୍‌ବେଗ ପ୍ରକାଶ କରିଛି।
ସହରାଞ୍ଚଳରେ କୌଣସି କାରଣରୁ କେହି ଅବସାଦଗ୍ରସ୍ତ ହେଲେ ସେମାନେ ଡାକ୍ତର ପରାମର୍ଶ କରିଥା’ନ୍ତି। କେତେବେଳେ ପରିବାର ତରଫରୁ ତ ଆଉ କେତେବେଳେ ନିଜ ତରଫରୁ। କିନ୍ତୁ ଗଁା ଗହଳର ଅର୍ଦ୍ଧଶିକ୍ଷିତ ଜନତା ଚିକିତ୍ସା ହେବା ତ ଦୂରର କଥା ସ୍ବୀକାର କରନ୍ତି ନାହିଁ ଯେ ସେମାନେ ଅବସାଦଗ୍ରସ୍ତ। ସେମାନଙ୍କୁ କେହି ବୀର ପେଷିଛି ଅଥବା ଗୁଣିଟୁଣି କରିଛି କିମ୍ବା ଗ୍ରହଦୋଷ ଏମିତି ଅନେକ ହେତୁ ସେମାନେ ବାହାର କରି ଡେଉଁରିଆ, ତାବିଜ, ବାବା, ହୁକୁମ, ଜଡ଼ିବୁଟି, କାଟପାଣି ଆଦିର ସାହାରା ନିଅନ୍ତି। ଅଧିକାଂଶ ତ’ ଜୀବନସାରା ଏମିତି କିଛି ରୋଗମାନଙ୍କୁ ବୋହି ବୋହି ବଞ୍ଚତ୍ ରହିଥା’ନ୍ତି। ଆଉ କେତେବେଳେ ମାନସିକ ଭାରସାମ୍ୟ ହରେଇ ଆମତ୍ହତ୍ୟା କରି ବସନ୍ତି।
ଆମ ଦେଶରେ ଜାତିବାଦ ଯୁବକଙ୍କ ପାଇଁ ଜଟିଳ ସମସ୍ୟା ହୋଇଛି। ଗ୍ରାମାଞ୍ଚଳରେ ଏହି ସମସ୍ୟା ଅତି ତୀବ୍ର। ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମବିବାହ ପାଇଁ ଜାତିବାଦ ମୁଖ୍ୟ ପ୍ରତିବନ୍ଧକ ହୋଇ ଠିଆ ହୋଇଛି। ଗ୍ରାମୀଣ ଯୁବତୀ ଯୁବକ, ପ୍ରେମିକା ପ୍ରେମିକମାନେ ପ୍ରତିଦିନ ଜାତିବାଦର ଯୂପକାଠରେ ବଳି ପଡୁଛନ୍ତି।
ଗ୍ରାମାଞ୍ଚଳରେ ଚାଷୀ ଆମତ୍ହତ୍ୟା ଏବେ ସବୁ ଆମତ୍ହତ୍ୟାକୁ ଟପିଯାଇଛି। ପ୍ରାକୃତିକ ବିପର୍ଯ୍ୟୟ, ଅଭାବୀ ବିକ୍ରି ଓ ଋଣଯନ୍ତା ପରି ସମସ୍ୟା ଚାଷୀମାନଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି। ଏଥିରୁ ମୁକୁଳିବା ପାଇଁ କୌଣସି ଉପାୟ ନ ପାଇ ସେମାନେ ଆମତ୍ହତ୍ୟା କରୁଛନ୍ତିି। ୧୯୭୦ରୁ ଭାରତରେ ଦେଖାଦେଇଥିବା ଚାଷୀ ଆମତ୍ହତ୍ୟା ସମସ୍ୟାକୁ ସମାଧାନ କରିବା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଅସମର୍ଥ । ଗ୍ରାମାଞ୍ଚଳର ଆମତ୍ହତ୍ୟା ଅନୁପାତ ପୀଡ଼ିତ ଚାଷୀମାନଙ୍କ ପାଇଁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।
ଶିକ୍ଷା ଓ ଶିଳ୍ପାୟନ ସଭ୍ୟତା ହେତୁ ସମସ୍ୟା ବିଜଡ଼ିତ କୃଷିକାର୍ଯ୍ୟ କରିବା ପାଇଁ ନୂଆ ପିଢ଼ି ଆଉ ମନଯୋଗୀ ହେଉନାହାନ୍ତି। ସେମାନେ ଏବେ ଚାକିରିମୁହଁା । ଏକପକ୍ଷରେ ଚାଷ ଉଜୁଡ଼ିଯାଉଛି ଓ ଅନ୍ୟପକ୍ଷରେ ଚାକିରି ଆଶାୟୀ ଯୁବତୀ ଯୁବକ ଆଶାନୁରୂପ ପାରିଶ୍ରମିକ ନ ପାଇ ହତୋତ୍ସାହିତ ହେଉଛନ୍ତି। ଏଥିସହିତ ଚାକିରିରୁ ଛଟେଇ ସେମାନଙ୍କ ଜୀବନ ଜୀବିକାକୁ ଆକ୍ରାନ୍ତ କରୁଛି। ଦାରିଦ୍ର୍ୟ, ଅନିଶ୍ଚିତ ଭବିଷ୍ୟତ ଓ ମାତାପିତାଙ୍କ ସ୍ବପ୍ନକୁ ସାକାର ନ କରିପାରିବାର ଚାପ ଯୋଗୁୁ ଅର୍ଦ୍ଧଶିକ୍ଷତ ଯୁବପିଢ଼ି ମାନସିକ ଭାରସାମ୍ୟ ହରେଇ ବସୁଛନ୍ତି। ଅଭାବ ଅନଟନଜନିତ ପାରିବାରିକ ଅସନ୍ତୋଷ ଯୁବ ଅବସାଦ ସମସ୍ୟାକୁ ତ୍ୱରାନ୍ବିତ କରୁଛି। ସାମ୍ପ୍ରତିକ ସମାଜର କ୍ରମବର୍ଦ୍ଧିଷ୍ଣୁ ସମସ୍ୟା ବିବାହ ବିଚ୍ଛେଦ ସହରାଞ୍ଚଳ ପରି ଗ୍ରାମାଞ୍ଚଳକୁ ମଧ୍ୟ ବ୍ୟାପିଗଲାଣି। ବିଶେଷକରି ଶିକ୍ଷିତ ଯୁବତୀ ଯୁବକଙ୍କର ଏହା ମୁଖ୍ୟ ସମସ୍ୟା । ଏ ସବୁକୁ ଅତିକ୍ରମ କରିବା ପରି ସାମର୍ଥ୍ୟ ଆଜିର ଯୁବପିଢ଼ିର ନାହିଁ। ଏବେ ମହାମାରୀ କରୋନା ସାମାଜିକ ଦୂରତାଜନିତ ସଂଗରୋଧ ଆଦି ଯେଉଁ ସମସ୍ୟା ଅବଶ୍ୟ ତାହା ଗ୍ରାମାଞ୍ଚଳରେ ସ୍ଥାୟୀ ସମସ୍ୟା ନୁହେଁ, କିନ୍ତୁ ଆଧୁନିକ ଜୀବନଯାତ୍ରା ସେମାନଙ୍କଠାରୁ ପାରମ୍ପରିକ ଜୀବନଶୈଳୀ ଛଡ଼େଇ ନେଉଥିବାରୁ ସେମାନେ ଯେପରି ମାନସିକ ସ୍ତରରେ ଅସୁସ୍ଥ ହୋଇ ପଡୁଛନ୍ତି। ସେଥିପାଇଁ ପ୍ରତିକାର ବ୍ୟବସ୍ଥା ନାହିଁ।
ସବୁଠାରୁ ଉଦ୍‌ବେଗଜନକ ବିଷୟ ହେଲା, ଜନଜାତି ସମାଜରେ କ୍ରମବର୍ଦ୍ଧିଷ୍ଣୁ ଆତ୍ମହତ୍ୟା। ଜୀବନର ସକଳ ଜଟିଳତା କୁଟିଳତାଠାରୁ ଦୂରରେ ରହି ଅକୃତ୍ରିମ ଜୀବନଯାପନ କରୁଥିବା ଆଦିବାସୀଙ୍କ ପାଇଁ ଆତ୍ମହତ୍ୟା ଅଭିଧାନ ବହିର୍ଭୂତ ଶବ୍ଦ ଥିଲା। କିନ୍ତୁ ସେମାନଙ୍କ ଜୀବନକୁ ମଧ୍ୟ ଯୁଗ ଯନ୍ତ୍ରଣା କବଳିତ କଲାଣି। ଏବେ ସେ ଅଞ୍ଚଳମାନଙ୍କରେ ଆତ୍ମହତ୍ୟାଜନିତ ମୃତ୍ୟୁ ବଢୁଛି। ସହରୀ ସଭ୍ୟତାର ସବୁତକ ସମସ୍ୟା ଏବେ ସେମାନଙ୍କୁ ଆକ୍ରାନ୍ତ କଲାଣି ସତ, କିନ୍ତୁ ସେଥିରୁ ମୁକୁଳିବାର ସାଧନ ନାହିଁ କି ସଚେତନତା ସେମାନଙ୍କ ପାଖରେ ନାହିଁ। ଜଙ୍ଗଲ ପଦା, ଉଜୁଡ଼ା ଚାଷ ଓ ବିସ୍ଥାପିତ ବାସ ଭିତରେ ବଞ୍ଚତ୍ବା ପାଇଁ ପ୍ରୟାସ କରୁଥିବା ଏବଂ ଜୀବିକା ହରେଇ ଘରେ ବସିଥିବା ୨୦ରୁ ୫୦ ବର୍ଷ ବୟସ୍କଙ୍କ ମଧ୍ୟରେ ଆତ୍ମହତ୍ୟା ଉଗ୍ରରୂପ ନେଉଛି। ପୂର୍ବରୁ ଝିଅ ପୁଅ ଖୁବ୍‌ କମ୍‌ ବୟସରୁ ଉଦୁଲିଆ ବିବାହ କରି ସୁଖରେ ଘର ସଂସାର କରୁଥିଲେ, କିନ୍ତୁ ଏବେ କିଶୋର କିଶୋରୀ ଏକତ୍ର ଶିକ୍ଷା ଗ୍ରହଣ କରୁଥିବାରୁ ବେଳେବେଳେ ବିଭିନ୍ନ ପ୍ରକାର ଯୌନ ବ୍ୟଭିଚାର ଓ ଯୌନ ଅତ୍ୟାଚାରର ଶିକାର ହୋଇ ଆତ୍ମହତ୍ୟା କରିବାର ଦୃଷ୍ଟାନ୍ତ ପରିଲକ୍ଷିତ ହେଉଛି। ଏହାର ଆଶୁ ପ୍ରତିକାର ନ ହେଲେ ପରିସ୍ଥିତି ଭୟାବହ ହେବ।
ଗ୍ରାମାଞ୍ଚଳରେ ଦେଖାଦେଇଥିବା ଏହି ଗମ୍ଭୀର ସମସ୍ୟାର ସମାଧାନ କରିବାକୁ ହେଲେ ପରାମର୍ଶ କେନ୍ଦ୍ରମାନ ଖୋଲି ଲୋକମାନଙ୍କୁ ଉପଦେଶ ମାଧ୍ୟମରେ ପୁଣି ଜୀବନମୁଖୀ କରିବାର ଆବଶ୍ୟକତା ରହିଛି। ମୂଳ ସମସ୍ୟାଗୁଡ଼ିକ ପ୍ରତି ଦୃଷ୍ଟି ରଖି ସେମାନଙ୍କ ପାଇଁ ଯଥାସମ୍ଭବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ।
ମୋ: ୯୪୩୭୦୩୩୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri