ଏଇ ଭାରତରେ

ଘରେ ମଧୁର ଜଳ ମୁକ୍ତା ଚାଷରୁ କିଭଳି ରୋଜଗାର କରିହେବ ତା ବାଟ ଦେଖାଇଛନ୍ତି ରାଜସ୍ଥାନର ନରେନ୍ଦ୍ର କୁମାର। ସେ ବର୍ଷକୁ ଏହି ଚାଷରୁ ୪ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କେବଳ ଏତିକି ନୁହେଁ ସେ କିଶନଗଡ଼ରେ ବହିଦୋକାନ ବି କରିଛନ୍ତି। କିନ୍ତୁ ଲକ୍‌ଡାଉନରେ ଏହି ବ୍ୟବସାୟ ଏକ ପ୍ରକାର ମାନ୍ଦାବସ୍ଥା ଦେଇ ଗତି କରୁଥିବାବେଳେ ନରେନ୍ଦ୍ର ମୁକ୍ତା ଚାଷରେ ଅଧିକ ସମୟ ଦେଉଛନ୍ତି ଓ ଲୋକମାନଙ୍କୁ ଏହି ଚାଷ ସମ୍ପର୍କରେ ଶିକ୍ଷା ଦେଉଛନ୍ତି। ନରେନ୍ଦ୍ରଙ୍କୁ ବର୍ତ୍ତମାନ ବୟସ ୪୫। ସେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସବୁଠୁ ବଡ଼ କଥା ହେଉଛି ସେ ମଧୁର ଜଳରେ ମୁକ୍ତା ଚାଷ କରୁଛନ୍ତି ଓ ଏଥିପାଇଁ ସେ ୫ ଦିନିଆ ପ୍ରଶିକ୍ଷଣ ନେଇଛନ୍ତି। ଘରେ ୧୦ ଫୁଟ ଲମ୍ବ ଓ ୧୦ଫୁଟ ଚଉଡ଼ାର କୁଣ୍ଡ କରି ସେଥିରେ ଏହି ଚାଷ କରୁଛନ୍ତି। ପ୍ରଥମେ ଚାଷରେ ସେ ୪୦ ହଜାର ଟଙ୍କା ନିବେଶ କରିଥିଲେ। ସେ ଦୁଇ ପ୍ରକାର ମୁକ୍ତା ଚାଷ କରୁଛନ୍ତି। ପ୍ରଥମେ ମୁମ୍ବାଇରୁ ୧ ହଜାର ଶାମୁକା ପ୍ରତ୍ୟେକକୁ ୧୦ ଟଙ୍କା ଦେଇ ଆଣିଥିଲେ। ମୁକ୍ତାର ମାନ ଅନୁଯାୟୀ ତାହାକୁ ସେ ୨୦୦ ଟଙ୍କାରୁ ୧,୦୦୦ ଟଙ୍କା ଯାଏ ବିକ୍ରି କରୁଛନ୍ତି। ନରେନ୍ଦ୍ର ବର୍ଷକୁ ପାଖାପଖି ୩,୦୦୦ ମୁକ୍ତା ସଂଗ୍ରହ କରୁଛନ୍ତି। କେବଳ ଚାଷରେ ସେ ଅଟକି ଯାଇନାହାନ୍ତି, ବରଂ ୧୦୦ ଜଣଙ୍କୁ ଏହି ଚାଷ ସମ୍ପର୍କରେ ଶିକ୍ଷା ଦେଉଛନ୍ତି। ତାହା ପୁଣି ସମ୍ପୂର୍ଣ୍ଣ ମାଗଣା।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?