ସ୍ଥାୟୀ ପଦବୀ ଘୋଷଣା ଦାବିରେ ବିକ୍ଷୋଭ

ଭଦ୍ରକ ଅଫିସ, ୮ା୮- ଦେଶବାସୀ କରୋନା ମହାମାରୀ କବଳିତ ହୋଇଥିବା ବେଳେ କେନ୍ଦ୍ର ସରକାର ଦରଦାମକୁ ନିୟନ୍ତ୍ରଣ କରୁନାହିଁ। ସରକାରୀ ଶିଳ୍ପ କଳ କାରଖାନାକୁ ବେପାରୀଙ୍କୁ ଟେକି ଦେଉଛି। ବ୍ୟାଙ୍କ, ରେଳ, ଉଡ଼ାଜାହାଜ ଓ ଜୀବନବୀମା ସବୁଠି ପୁଞ୍ଜି ପ୍ରତ୍ୟାହାର ଓ ଘରୋଇ କରଣର କାର୍ଯ୍ୟରେ ବ୍ୟସ୍ତ। ଦେଶରେ ସ୍କିମ ଶ୍ରମିକ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ମଧ୍ୟାହ୍ନଭୋଜନ ପାଚିକା, ସେବିକା ମା’ ଭଉଣୀମାନେ ରାତିଦିନ ଖଟି ଦେଶସାରା କରୋନାରେ ଆକ୍ରାନ୍ତ ଦେଶବାସୀଙ୍କୁ ସେବା ଯୋଗାଇବାରେ ଲାଗିଛନ୍ତି। ହେଲେ ସେମାନଙ୍କ ଚାକିରି ଠିକା ମୂଲିଆ ଭଳି। ତାଙ୍କ ଚାକିରିର ସ୍ଥାୟୀତ୍ୱ ନାହିଁ, ବଜେଟ୍‌ରେ ସେମାନଙ୍କ ପାଇଁ ଅଧିକ ଅର୍ଥ ବ୍ୟୟବରାଦ ହୁଏ ନାହିଁ। ଏହି ବ୍ୟବସ୍ଥାକୁ ବିରୋଧ କରି ସ୍ଥାୟୀ ପଦବୀ ଘୋଷଣା ଦାବିରେ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମାଜିକ ଦୂରତା ରକ୍ଷା କରି ଆଶା, ଅଙ୍ଗନୱାଡ଼ି ପାଚିକା ସଂଘ ତରଫରୁ ସିଟୁ ନେତା ଦିବ୍ୟସିଂହ ନାୟକ, ଶାନ୍ତିଲତା ନାୟକ, ସରସ୍ବତୀ ହାତୀ, ସବିତା ବାନାର୍ଜୀ, ଗିରିଧାରୀ ନାଥ, ବିନୋଦ ସାହୁ ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏନେଇ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଜିଲା ପ୍ରଶାସନ ମାଧ୍ୟମରେ ପଠାଇଥିଲେ । ଆସନ୍ତା ୧୦ ତାରିଖରେ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ପକ୍ଷରୁ ଭାରତ ବଞ୍ଚାଓ ଦିବସରେ ଯୋଗ ଦେବା ପାଇଁ ଆହ୍ବାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛି ‘ଆୟୁରକ୍ଷା କିଟ୍‌’

ଭୁବନେଶ୍ୱର, ୭ା୧୦ (ବ୍ୟୁରୋ):ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଁ ‘ଆୟୁରକ୍ଷା କିଟ୍‌’କୁ ଜନସାଧାରଣଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସମ୍ପୂର୍ଣ୍ଣ...

କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ

ବୁଗୁଡ଼ା,୧୭ା୬: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳର ଜନୈକା  କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଗୁରୁବାର...

୮ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବିଲି ସମାରୋହ ଉପଲକ୍ଷେ ଡିସେମ୍ବର ୮ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେବେ। ଉକ୍ତ କାର୍ଯ୍ୟକ୍ରମରେ...

ବାଲି ଚୋରାଚାଲାଣ ରୋକିବାକୁ ନିର୍ଦ୍ଦେଶ

ଧାମନଗର,୧୦।୫ (ଡି.ଏନ.ଏ/ସ୍ବ.ପ୍ର.) ଭଦ୍ରକ ଜିଲା ଧାମନଗର ବିଡିଓଙ୍କ କାର୍ଯ୍ୟାଳୟରେ ସୋମବାର ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ତ୍ରିଲୋଚନ ମାଝି, ଆରକ୍ଷୀ ଅଧୀକ୍ଷକ...

୪ ସପ୍ତାହ ପାଇଁ ଘୁଞ୍ଚିଲା କୋଟିଆ ବିବାଦ ଶୁଣାଣି

କୋରାପୁଟ,୨୪ା୧(ସ୍ବ.ପ୍ର.): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକର ଆନ୍ଧ୍ର ସୀମାନ୍ତ କୋଟିଆ ବିବାଦ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ରୁଜୁ ମାମଲାର ସୋମବାର ଶୁଣାଣି ରହିଥିଲା।...

ଢିଙ୍କିଆ ପଞ୍ଚାୟତ ନିର୍ବାଚନ : ବିଜେଡି ସମର୍ଥିତ ପ୍ରାର୍ଥୀ କିଶୋର ବିଜୟୀ

କୁଜଙ୍ଗ,୪ା୭(ସ୍ବ.ପ୍ର): ଏରସମା ବ୍ଲକ ଢିଙ୍କିଆ ପଞ୍ଚାୟତ ନିର୍ବାଚନ ବୁଧବାର ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଛି। ଅପରାହ୍ନରେ ଭୋଟ୍‌ ଗଣତି ଶେଷ ହୋଇଥିବାବେଳେ ବୁଥ୍‌ରୁ ମିଳିଥିବା ସୂଚନା...

କୋଇଲା ବୋଝେଇ ପିକ୍‌ଅପ ଜବତ: ଡ୍ରାଇଭର ଗିରଫ

ପଦ୍ମପୁର,୧।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ନାୟକାଣିଡିହି ପୋଲିସ ଶନିବାର ବିଳମ୍ବିତ ରାତିରେ ଗେଡ଼ବାଟିଆ ହତାସିଆ ରାସ୍ତାରୁ ଏକ ଚୋରା କୋଇଲା ବୋଝେଇ ପିକ୍‌ଅପ ଗାଡ଼ି ଜବତ କରିଛି।...

ସରିଲା ଯାଞ୍ଚ: ୨ ଲକ୍ଷ ୨୦ ହଜାର ୪୧୪ ପ୍ରାର୍ଥିପତ୍ର କାଏମ

ଭୁବନେଶ୍ୱର,୨୩।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରବିବାର ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି । ଯାଞ୍ଚ ବେଳେ ୮ହଜାର ୬୪୮ନାମାଙ୍କନପତ୍ର କଟିଥିବା ବେଳେ ୨ଲକ୍ଷ ୨୦ହଜାର...

Advertisement
Archives

Model This Week