ଟ୍ରାକ୍‌କୁ ଫେରୁଛି ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ,୫।୮: କରୋନା ଯୋଗୁ ଦେଶ ମଧ୍ୟରେ ଅର୍ଥ ବ୍ୟବସ୍ଥାର କାର୍ଯ୍ୟକଳାପ ଉପରେ ଗଭୀର ପ୍ରଭାବ ପଡ଼ିଛି। ସଂକ୍ରମଣ ନିୟନ୍ତ୍ରଣକୁ ନ ଆସିବାରୁ ଅର୍ଥ ବ୍ୟବସ୍ଥାକୁ ଠିକ୍‌ କରିବା ଚ୍ୟାଲେଞ୍ଜ ହେଉଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରାଜ୍ୟଗୁଡିକ ନିଜ ମଧ୍ୟରେ ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ବର୍ତ୍ତମାନ ଅନ୍‌ଲକ୍‌ ପ୍ରକ୍ରିୟା ଜାରି ରହିଛି। ବିଭିନ୍ନ କଟକଣା କୋହଳ କରାଯାଉଥିବା ଦେଖାଯାଉଛି। ଏଭଳି ସ୍ଥିତିରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟ ବଜାର ଲାଗି ଖୁସି ଖବର ଆଣିବ। ମନ୍ତ୍ରଣାଳୟ ଏହାର ରିପୋର୍ଟରେ କହିଛି ଯେ, ଭାରତୀୟ ଅର୍ଥ ବ୍ୟବସ୍ଥା ସାମ୍ନାରେ ରହିଥିବା ବିଭିନ୍ନ ଚ୍ୟାଲେଞ୍ଜ ସ୍ଥିତି ବର୍ତ୍ତମାନ ବିତିସାରିଛି। ମଙ୍ଗଳବାର ଜାରି କରାଯାଇଥିବା ଏହି ରିପୋର୍ଟରେ ଏକ ନିଷ୍କର୍ଷ ବାହାର କରାଯାଇଛି। କରୋନା ଭାଇରସ୍‌ ଦ୍ୱାରା ପ୍ରଭାବିତ ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି କୃଷିକ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ ବୋଲି ଏଥିରେ କୁହାଯାଇଛି। ମୌସୁମୀ ଚଳିତ ବର୍ଷ ଏ ଦିଗରେ ଉନ୍ନତ ଯୋଗଦାନ ରଖିବା ନେଇ ସମ୍ଭାବନା ରହିଛି। କରୋନା ଲାଗି ଏପ୍ରିଲ ମାସରେ ଅର୍ଥ ବ୍ୟବସ୍ଥା ସାମ୍ନା କରିଥିବା ସଙ୍କଟ ସ୍ଥିତି ପରେ ଏବେ ପୁନରୁଦ୍ଧାର ପ୍ରକ୍ରିୟା ଜାରି ରହିଛି। ସରକାର ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ରିପୋର୍ଟରେ ପୁଣି କୁହାଯାଇଛି ଯେ, ଅର୍ଥ ବ୍ୟବସ୍ଥା ସାମ୍ନାରେ ରହିଥିବା ଖରାପ ସମୟ ବିତିଯାଇଛି। କରୋନା ସ୍ଥିତି ନିୟନ୍ତ୍ରଣାଧୀନ ହୋଇ ନ ଥିବାରୁ ରାଜ୍ୟଗୁଡିକ ବର୍ତ୍ତମାନ ସେମାନଙ୍କ ସ୍ତରରେ ପର୍ଯ୍ୟାୟ ଭିତ୍ତିରେ ଲକ୍‌ଡାଉନ କରୁଛନ୍ତି। ରାଜ୍ୟଗୁଡିକ ସେମାନଙ୍କ ସ୍ତରରେ ପ୍ରୟାସ ଜାରି ରଖିଥିଲେ ମଧ୍ୟ ମାମଲା ବଢୁଥିବା ଦେଖାଯାଉଛି। ଏହା ଉପରେ ନିରନ୍ତର ନଜର ରଖିବାର ଆବଶ୍ୟକତା ରହିଛି। କୃଷିକ୍ଷେତ୍ର ଉପରେ ରିପୋର୍ଟରେ ଭରସା କରାଯାଇଛି। କୋଭିଡ୍‌ ଝଟକାରୁ ଭାରତକୁ ବାହାରକୁ ଆଣିବା ଲାଗି କୃଷିକ୍ଷେତ୍ର ଏକ ପ୍ରମୁଖ ଯୋଗଦାନ ରଖିବ ବୋଲି ସରକାର ଆଶାବାଦୀ ରହିଛନ୍ତି। ସରକାର ଲକ୍‌ଡାଉନ ବେଳେ କୃଷିକ୍ଷେତ୍ର ପାଇଁ ବିଭିନ୍ନ କଟକଣା କୋହଳ କରିଥିଲେ। ରବି ଫସଲ ଠିକ୍‌ ସମୟରେ ଅମଳ କିମ୍ବା ଖରିଫ ଚାଷକାର୍ଯ୍ୟ ଠିକ୍‌ ସମୟରେ ଆରମ୍ଭ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ରେକର୍ଡ ପରିମାଣର ଗହମ କ୍ରୟ କରାଯିବା ଯୋଗୁ କୃଷକଙ୍କ ହାତକୁ ୭୫ ହଜାର କୋଟି ଟଙ୍କାଯାଇଛି। ଏହାଦ୍ୱାରା ଗ୍ରାମାଞ୍ଚଳ କ୍ଷେତ୍ର ଚାହିଦା ଫେରିବାରେ ସହାୟକ ହେବ।
କୃଷିକ୍ଷେତ୍ର ସୁଧାର ଉପରେ ରିପୋର୍ଟରେ କୁହାଯାଇଛି ଯେ, ଉକ୍ତ କ୍ଷେତ୍ରକୁ ନିୟନ୍ତ୍ରଣମୁକ୍ତ କରାଯାଇଛି। କୃଷକଙ୍କ ସଶକ୍ତୀକରଣ ଦିଗରେ ପଦକ୍ଷେପ ସହ କୃଷକଙ୍କ ଯୋଗଦାନ ଅର୍ଥ ବ୍ୟବସ୍ଥାରେ ବଢାଇବା ଦିଗରେ ନିରନ୍ତର ପ୍ରୟାସ ଜାରି ରହିଛି। ମେ ମାସରେ ଔଦ୍ୟୋଗିକ ଉତ୍ପାଦନ ଏବଂ ୬ କୋର୍‌ ସେକ୍ଟରର କାର୍ଯ୍ୟକଳାପ ଏପ୍ରିଲ ତୁଳନାରେ ବିଶେଷ ସୁଧାର ପରିଲକ୍ଷିତ ହୋଇଛି। ଜୁନ୍‌ରେ ମାନୁଫାକ୍‌ଚରିଂ ପିଏମ୍‌ଆଇ ୪୭.୨% ସ୍ତର ଛୁଇଁଛି। ସେହିଭଳି ସେବା କ୍ଷେତ୍ର ପିଏମ୍‌ଆଇ ୩୩.୭% ସ୍ତର ଛୁଇଁଛି। ସୂଚନାଯୋଗ୍ୟ , ଦେଶ ମଧ୍ୟରୁ ରପ୍ତାନିରେ ମଧ୍ୟ ଦ୍ରୁତ ପରିବର୍ତ୍ତନ ଦେଖାଯାଉଥିବା ନଜରକୁ ଆସିଛି। ରପ୍ତାନି ସ୍ତର ଗତ ବର୍ଷ ଜୁଲାଇ ମାସ ତୁଳନାରେ ସମାନ ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟରେ ଗୋଲ୍ଡ ଇଟିଏଫ୍‌ରେ ୧୪୫ କୋଟି ନିବେଶ

ନୂଆଦିଲ୍ଲୀ,୧୧-୯: ଗୋଲ୍ଡ ଇଟିଏଫ୍‌(ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡ୍‌)ରେ ଅଗଷ୍ଟରେ ୧୪୫ କୋଟି ଟଙ୍କା ନିବେଶ କରାଯାଇଛି। ୯ମାସ ମଧ୍ୟରେ ପ୍ରଥମଥର ଗୋଲ୍ଡ ଇଟିଏଫ୍‌ରେ ସର୍ବାଧିକ ନିବେଶ ହୋଇଥିବା...

ସଭରେନ ବଣ୍ଡ ସମ୍ପର୍କରେ ସରକାରଙ୍କ ସହ ଆଲୋଚନା ହେବ: ଶକ୍ତିକାନ୍ତ

ନୂଆଦିଲ୍ଲୀ,୯-୭: କେନ୍ଦ୍ର ସରକାର ସଭରେନ ବଣ୍ଡ ମାଧ୍ୟମରେ ବିଦେଶରୁ ଋଣ କରିବେ। ଏଥିଲାଗି ସରକାରଙ୍କ ସହିତ ଆଲୋଚନା କରାଯିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର...

‘ପେଟ୍ରୋଲିୟମ ପ୍ରଡକ୍ଟରେ ଜିଏସ୍‌ଟି ନେଇ ରାଜ୍ୟ ବିଚାର କରିବେ’

ନୂଆଦିଲ୍ଲୀ,୧୦-୨: ପେଟ୍ରୋଲ ଏବଂ ପେଟ୍ରୋଲିୟମ ପ୍ରଡକ୍ଟକୁ ଏବେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିସରରେ ରଖାଯାଇଛି। ପେଟ୍ରୋଲିୟମ ପ୍ରଡକ୍ଟ ଉପରେ ଜିଏସ୍‌ଟି କେବେ ଠାରୁ...

କରୋନା ଯୋଗୁ ଶିଳ୍ପ ଜଗତର ଆଶଙ୍କା ବଢୁଛି

ନୂଆଦିଲ୍ଲୀ, ୨୮-୨: କରୋନା ଯୋଗୁ ବିଶ୍ୱ ବଜାରର ନକାରାତ୍ମକ ପ୍ରଭାବ ପଡିପାରେ। ଏହାକୁ ନେଇ ଶିଳ୍ପ ଜଗତ ଆଶଙ୍କା ପ୍ରକଟ କରିଛି। କରୋନା ପ୍ରଭାବରେ ବିଶ୍ୱ...

ଦେଶରେ ତେଲ ବିକ୍ରି ହ୍ରାସ

ନୂଆଦିଲ୍ଲୀ,୧୧।୪: କରୋନା ସଂକ୍ରମଣ ଯୋଗୁ ସରକାର ଲକ୍‌ଡାଉନ ଓ ଶଟ୍‌ଡାଉନ ଭଳି କଟକଣା ଲାଗୁ କରିଥିଲେ। ଫଳରେ ଗାଡ଼ି ଚଳାଚଳ ଓ ଯାତାୟାତରେ ଅନେକ ଫରକ...

ପେଟ୍ରୋଲ,ଡିଜେଲ ମୂଲ୍ୟ ବଢିଲା

ନୂଆଦିଲ୍ଲୀ,୬-୭: ବଜେଟ ଯୋଜନା ମୁତାବକ ଇନ୍ଧନ ଉପରେ ଟିକସ ବୃଦ୍ଧି ହେବା ଯୋଗୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟିଛି। ପେଟ୍ରୋଲ ଦର ଶୁକ୍ରବାର...

ଅତିରିକ୍ତ ଋଣ ଉଠାଇବେ ୫ ରାଜ୍ୟ

ନୂଆଦିଲ୍ଲୀ: ଖୋଲା ବଜାରରୁ ୫ ରାଜ୍ୟ ଅତିରିକ୍ତ ଋଣ ଉଠାଇବେ। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, କର୍ନାଟକ, ମଧ୍ୟପ୍ରଦେଶ, ତାମିଲନାଡୁ ଏବଂ ତେଲଙ୍ଗାନା ରହିଛନ୍ତି। ୧୬,୭୨୮...

୨ ବଡ଼ ରାଷ୍ଟ୍ରାୟତ୍ତ କମ୍ପାନୀ ଘରୋଇକରଣ

ଭାରତରେ ଶେଷ ଥର ପାଇଁ ହୋଇଥିବା ଘରୋଇକରଣର ପ୍ରାୟ ୨୦ ବର୍ଷ ପରେ ପୁଣି ଥରେ ୨ ବୃହତ୍‌ ରାଷ୍ଟ୍ରାୟତ୍ତ କମ୍ପାନୀର ଘରୋଇକରଣ ଚଳିତ ବର୍ଷ...

Advertisement
Archives

Model This Week