ଏଇ ଭାରତରେ

ଜୀବନ ଧଳା କି କଳା ନୁହେଁ, ଭଲ କି ମନ୍ଦ ବି ନୁହେଁ, ଏହା କେବଳ ତୁମ ପସନ୍ଦ ଓ ତୁମ କାର୍ଯ୍ୟର ସମଷ୍ଟି । ତୁମେ ଯେମିତି ଚାହିଁବ ସେମିତି ବଞ୍ଚିବ ଓ କାମ ବି କରିପାରିବ, ଯାହା କରୁଛନ୍ତି କୋଲକାତାର ଡ. ଶ୍ୟାମଲ ଚାଟ୍ଟାର୍ଜୀ। ତାଙ୍କୁ ଏବେ ବୟସ ୮୩। ସେ ୫ ଟଙ୍କା ଦେୟ ନେଇ ଚିକିତ୍ସା କରନ୍ତି। ୧୯୬୪ରେ ସେ କଲିକତା ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରୁ ଏମ୍‌ବିବିଏସ୍‌ ପାସ୍‌ ପରେ ମ୍ୟୁନିସିପାଲ କର୍ପୋରେଶନ ହସ୍ପିଟାଲରେ ଚାକିରିରେ ଯୋଗ ଦେଇଥିଲେ। ସେ ଘରେ ସକାଳ ୮ଟାରେ ରୋଗୀ ଦେଖନ୍ତି ଓ ୧୦ଟାରେ ହସ୍ପିଟାଲକୁ ଯାଆନ୍ତି । ସେଠାରୁ ଫେରିବା ପରେ ପୁଣି ସନ୍ଧ୍ୟା ୫ଟାରେ ରୋଗୀଙ୍କ ପାଇଁ ସମୟ ଦେଇଥାନ୍ତି। ୩୪ ବର୍ଷ ଚାକିରି କରି ୧୯୯୮ରେ ଅବସର ନେବା ପରେ ବି ୨୦୧୮ ପର୍ଯ୍ୟନ୍ତ ସେ ଏଭଳି ରୋଗୀ ଚିକିତ୍ସା କରିଆସୁଥିଲେ। ଦରକାର ପଡିଲେ ସେ ଚାଲି ଚାଲି କିମ୍ବା ସାଇକେଲରେ ରୋଗୀଙ୍କ ଘରକୁ ବି ଯାଇଥାନ୍ତି। ବୟସାଧିକ୍ୟ ହେତୁ ଏବେ ରୋଗୀ ଦେଖିବା କମ୍‌ କରିଦେଇଛନ୍ତି । ତାଙ୍କ ପାଖକୁ କାରଖାନା ଶ୍ରମିକ, ଦିନ ମଜୁରିଆ, ପ୍ରବାସୀ ଶ୍ରମିକମାନେ ହିଁ ଆସିଥାନ୍ତି। ୫୦ ବର୍ଷ ଧରି ସେ ଗରିବମାନଙ୍କୁ ୫ ଟଙ୍କାରେ ଚିକିତ୍ସା କରିଥିବାରୁ ଲୋକଙ୍କ ନିକଟରେ ସେ ‘କୋଲକାତାର ୫ ଟଙ୍କିଆ ଡାକ୍ତର’ ଭାବେ ଜଣାଶୁଣା।


Enter your email to get our daily news in your inbox.

All Right Reserved By Dharitri.Com

ମହାପରୀକ୍ଷାର ମନ୍ତ୍ରଧାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତ ବହୁବିଧ ଭାଷା ବ୍ୟବହାର କରୁଥିବା ଦେଶ। ହେଲେ ‘ଏକ ରାଷ୍ଟ୍ର, ଏକ ଭାଷା’ ଲାଗୁ କରିବା ନିମିତ୍ତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ...

ଏଇ ଭାରତରେ

ମେଟ୍ରୋ ସହରଗୁଡ଼ିକରେ ଜନସଂଖ୍ୟା ବୃଦ୍ଧି ପାଇବାରୁ ହଜାର ହଜାର ଲୋକ ସରକାରୀ ଜମି ଜବରଦଖଲ କରି ରହୁଛନ୍ତି। ଏମାନେ ପ୍ରାୟତଃ ନିମ୍ନମଧ୍ୟବିତ୍ତ କିମ୍ବା ଗରିବ ଶ୍ରେଣୀର,...

କେବଳ ସାନମାନଙ୍କ ପାଇ

ଗଛ ଫଳ ଦିଏ। ଫଳ ତା’ ପାଖରେ ଥାଏ। ନଦୀ ଜଳ ଦିଏ। ଜଳ ତା’ ପାଖରେ ଥାଏ। ଗାଈ କ୍ଷୀର ଦିଏ। କ୍ଷୀର ତା’...

ଦୁର୍ବଳ ପ୍ରଦର୍ଶନ

ହାଉସିଂ ଆଣ୍ଡ୍‌ ଅର୍ବାନ୍‌ ଡେଭଲପ୍‌ମେଣ୍ଟ କର୍ପୋରେଶନ ଲିମିଟେଡ୍‌ (ହୁଡ୍‌କୋ) ଭାରତ ସରକାରଙ୍କର ଏକ ପ୍ରମୁଖ ହାଉସିଂ ଫାଇନାନ୍ସ କର୍ପୋରେଶନ। ସେପ୍ଟେମ୍ବର ୨୦୧୯ରେ ଡ. ଏମ୍‌. ରବି...

ପ୍ରେମ୍‌ଜୀଙ୍କ ବଦାନ୍ୟତା

ଆକାର ପଟେଲ ଧନୀ ଲୋକମାନେ ସେମାନଙ୍କ ଧନକୁ ସମାଜରେ ବାଣ୍ଟିଦେବା ଉଚିତ ଏବଂ ଧନୀ ଅବସ୍ଥାରେ ମୃତ୍ୟୁବରଣ କରିବା ଅନୁଚିତ- ଏହି ଚିନ୍ତାଧାରା ଆଣ୍ଡ୍ରୁ କାର୍ନେଗୀଙ୍କ...

ବଡ଼ମାନଙ୍କ ବାରଣନାମା

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ଶିଶୁଟିଏ ଜନ୍ମହୋଇ ତା’ ଟିକି ଟିକି ଆଖିରେ ଏ ଦୁନିଆକୁ ଚିହ୍ନିବା ପରଠାରୁ ଶେଷ ଶଯ୍ୟାରେ ଚିରଦିନ ପାଇଁ...

ଢୋକେ ପିଇ, ଦଣ୍ଡେ ଜିଇ

ସୌମ୍ୟା ପରିଡ଼ା ସରକାର ଯଦି ମାଗଣା ଚାଉଳ, ଡାଲି, ରାଶନ ଦେଉଛନ୍ତି ତା’ହେଲେ ଆମେ କାଇଁ ନେବୁନାହିଁ! ଆମ ବାଡ଼ିପଟ ଘରେ ପଚାଶ ବସ୍ତା ଚାଉଳ...

ସ୍ଥାନ ସଂରକ୍ଷଣ ଶିକ୍ଷାରେ ସୁଧାର ଆଣିପାରିବ କି

ଅକ୍ଷୟ କୁମାର ମିଶ୍ର ସରକାରୀ ସ୍କୁଲରେ ପାଠ ପଢୁଥିବା ପିଲାଙ୍କ ପାଇଁ ଉଚ୍ଚ ଶିକ୍ଷାରେ ବିଶେଷ କରି ଡାକ୍ତରୀ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ‘ସ୍ଥାନ ସଂରକ୍ଷଣର...

Advertisement


Archives

Model This Week