ପାରାଦୀପ ପିଏକ୍ସ-ପିଟିଏ କମ୍ପ୍ଲେକ୍ସକୁ ଆଇଓସିଏଲ୍‌ର ସବୁଜ ସଙ୍କେତ

ଭୁବନେଶ୍ୱର,୨।୮: ପାରାଦୀପରେ ସ୍ଥାପନ ହେବାକୁ ଥିବା ପିଏକ୍ସ-ପିଟିଏ କମ୍ପ୍ଲେକ୍ସକୁ ଇଣ୍ଡିଆନ ଅଏଲ୍‌ କର୍ପୋରେଶନ ଲିମିଟେଡ୍‌(ଆଇଓସିଏଲ୍‌) ପକ୍ଷରୁ ସବୁଜ ସଙ୍କେତ ମିଳିଛି। ଇଣ୍ଡିଆନ ଅଏଲ୍‌ର ବୋର୍ଡ ଏହି ସମନ୍ବିତ ପ୍ରକଳ୍ପକୁ ଆଗକୁ ବଢ଼ାଇବା ଲାଗି ମଞ୍ଜୁରୀ ପ୍ରଦାନ କରିଥିବା ଶନିବାର ଜଣାପଡ଼ିଛି। ପାରାଜାଇଲିନ(ପିଏକ୍ସ) ଏବଂ ପ୍ୟୁରିଫାଏଡ୍‌ ଟେରେଫଥାଲିକ୍‌ ଏସିଡ୍‌(ପିଟିଏ)ର ଏହି ପ୍ରକଳ୍ପରେ ପ୍ରାୟ ୧୩,୮୦୫ କୋଟି ଟଙ୍କା ପୁଞ୍ଜିନିବେଶ ହେବ। ଏହାକୁ କମ୍ପାନୀର ପାରାଦୀପସ୍ଥିତ ରିଫାଇନେରି ସହ ସମନ୍ବିତ କରାଯିବା ଯୋଜନା ରଖାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି।
ଏହି ପରିପ୍ରେକ୍ଷୀରେ କମ୍ପାନୀର ଅଧ୍ୟକ୍ଷ ଏସ୍‌.ଏମ୍‌.ବୈଦ୍ୟ କହିଛନ୍ତି, ନୂଆ ପ୍ରକଳ୍ପକୁ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବାକୁ ଯୋଜନା ରଖାଯାଇଛି। ଦେଶର ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଉକ୍ତ ପ୍ରକଳ୍ପକୁ ଆଗକୁ ବଢ଼ାଯାଉଛି। ପୂର୍ବଭାରତରେ ଏହା ଉଦ୍ୟୋଗ ବିକାଶକୁ ଉତ୍ସାହିତ କରିବାରେ ସହାୟକ ହୋଇପାରିବ। ପାରାଦୀପର ପେଟ୍ରୋକେମିକାଲ କମ୍ପ୍ଲେକ୍ସରେ ବାର୍ଷିକ ୮ ଲକ୍ଷ ଟନ୍‌ ପିଏକ୍ସ ଉତ୍ପାଦନ କରିବା କ୍ଷମତା ରଖୁଛି। ଏହା ପିଟିଏ ଉତ୍ପାଦନ କରିବା ଲାଗି ଫିଡ୍‌ଷ୍ଟକ୍‌ ଭାବେ ବ୍ୟବହାର କରାଯିବ। ଏହି ୟୁନିଟରେ ବାର୍ଷିକ ପ୍ରାୟ ୧୨ ଲକ୍ଷ ଟନ୍‌ ପିଟିଏ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
ପଲିଷ୍ଟର ଏବଂ ଏମ୍‌ଇଜି ଉତ୍ପାଦନ ଲାଗି ପିଟିଏକୁ କଞ୍ଚାମାଲ ଭାବେ ବ୍ୟବହାର କରାଯିବ। କମ୍ପାନୀର ଏମ୍‌ଇଜି ଉତ୍ପାଦନ ଫାସିଲିଟି ବର୍ତ୍ତମାନ କାର୍ଯ୍ୟାନ୍ବୟନ ଅପେକ୍ଷାରେ ରହିଛି। ଏହାକୁ ୨୦୨୧ରୁ କାର୍ଯ୍ୟକ୍ଷମ କରାଯିବାକୁ ଯୋଜନା ଧାର୍ଯ୍ୟ ହୋଇଛି ବୋଲି ବୈଦ୍ୟ ମତ ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାରାଦୀପରେ ଉଭୟ ପିଟିଏ ଏବଂ ଏମ୍‌ଇଜି ଉତ୍ପାଦନ ହେଲେ ଏହା ପଲିଷ୍ଟର ମାନୁଫାକ୍‌ଚରିଂ ଫାସିଲିଟିକୁ ପ୍ରୋତ୍ସାହିତ କରିବ। ଏହାଦ୍ୱାରା ବାର୍ଷିକ ୫୦ ହଜାର ଟନ୍‌ ଟୋଲ୍ୟୁନ ପ୍ରସ୍ତୁତ କରାଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri