Posted inଖେଳ

ଓସିଏର ଅନ୍ତର୍ଜାତୀୟ ଏକାଡେମୀ ଯୋଜନା

କଟକ ଅଫିସ,୨ା୯- ବିସ୍ତାରିତ ହେବ ଭିତ୍ତିଭୂମି, ବିକଶିତ ହେବ ରାଜ୍ୟ କ୍ରିକେଟ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ମାଣ କରିବାକୁ ଯାଉଛି ଏକ ଅନ୍ତର୍ଜାତୀୟ ସ୍ତରର କ୍ରିକେଟ ଏକାଡେମୀ। ୨୦ରୁ ୪୦ ଏକର ଜମିରେ ହେବ ଏହି ଏକାଡେମୀ। ସ୍ଥାନ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇ ସାରିଲାଣିି। କଟକ-ଭୁବନେଶ୍ୱର ମଧ୍ୟବର୍ତ୍ତୀ ସ୍ଥାନରେ ୩ଟି ସ୍ଥାନ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ କରାଯାଇଛି। ଏକାଡେମୀ ପାଇଁ ୫୦କୋଟି ଟଙ୍କା ବଜେଟ ରହିଛି ବୋଲି ଓସିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା ଶନିବାର ଏକ ଖବରଦାତା ସମ୍ମିଳନୀରେ ଜଣାଇଛନ୍ତିି।
ଶୁକ୍ରବାର ଅପରାହ୍ନରେ ଓସିଏର ଆପେକ୍ସ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା। ଭିଡ଼ିଓ କନଫେରନ୍ସିରେ ହୋଇଥିବା ଉକ୍ତ ବୈଠକରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ସଞ୍ଜୟ ବେହେରା, ଉପସଭାପତି ଅକ୍ଷୟ କୁମାର ସାମନ୍ତ, ଯୁଗ୍ମ ସମ୍ପାଦକ ମେହତାବ ଖାନ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ ସଦସ୍ୟ ଶୁଭାଶିଷ ସେନାପତି, ସିଏଜି ସଦସ୍ୟ ଦୀପକ ରଘୁ, ଆଇସିଏ ସଦସ୍ୟ ଅବକାଶ ଖଟୁଆ, ରଶ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଓସିଏର ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇଥିଲା। ଏହି ଅବସରରେ ଏକାଡେମୀ ସମ୍ପର୍କରେ ଆସିଥିବା ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। କଟକଠାରୁ ୨୦ କିଲୋମିଟର ପରିଧି ଭିତରେ ଏକାଡେମୀ କରାଯିବ। କଟକ-ଭୁବନେଶ୍ୱର ମଧ୍ୟବର୍ତ୍ତୀ ଅଞ୍ଚଳରେ ୩ଟି ସ୍ଥାନ ନଜରରେ ରହିଛି। ସରକାରଙ୍କଠାରୁ ଓସିଏ ଏହି ଜାଗା କିଣିବା ପରେ ପ୍ରକ୍ରିୟା ଆଗେଇବ। ଏକାଡେମୀଟି ୪୦ଏକର ପରିମିତ ଜମିରେ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହା ଭିତରେ ୨/୩ଟି କ୍ରିକେଟ ଫିଲ୍ଡ ସମେତ ପ୍ରାକ୍ଟିସ ଉଇକେଟ, ସୁଇମିଂ ପୁଲ, ଜିମ୍‌ ରହିବା ନେଇ ବ୍ୟବସ୍ଥା କରାଯିବ। ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଓ ଅନ୍ତର୍ଜାତୀୟ ଶୈଳୀରେ ଏକାଡେମୀ ପ୍ରସ୍ତୁତ ହେବ ବୋଲି ପ୍ରକାଶ କରାଯାଇଛି। ଗ୍ରାଉଣ୍ଡ ଓ ଗ୍ୟାଲେରୀକୁ ମିଶାଇ ବାରବାଟୀ ଷ୍ଟାଡିୟମର ପରିସୀମା ପ୍ରାୟ ୨୭ ଏକର। ଏଣୁ ପ୍ରସ୍ତାବିତ ଏକାଡେମୀଟି ଏହାଠାରୁ ଦୁଇଗୁଣା ହୋଇପାରେ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଷ୍ଟାଡିୟମର ପୁନରୁଦ୍ଧାର ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ସାମୂଦ୍ରିକ ଝଡ଼ ଫନୀରେ କ୍ଷୟକ୍ଷତି ହୋଇଥିବା ଗ୍ୟାଲେରୀ ନଂ-୭, କ୍ଲବ ହାଉସ, ସଚିନ ତେନ୍ଦୁକଲର ଇନଡୋର ହଲ, ଓସିଏ ଏକାଡେମୀ ପ୍ରଭୃତି ମରାମତି କରାଯିବ। ଘରୋଇ ଟୁର୍ନାମେଣ୍ଟ କରାଯିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି)କୁ ଅପେକ୍ଷା କରାଯାଇଛିି। ଏସ୍‌ଓପି ଆସିବା ପରେ ଓସିଏର ଭିଜନ-୨୦୨୪କୁ ତ୍ୱରାନ୍ବିତ କରାଯିବ ବୋଲି ସୁବ୍ରତ କହିଛନ୍ତିି।
ସଭାପତି ପଙ୍କଜ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏକାଡେମୀ ତିଆରି ପାଇଁ ଆମେ ପ୍ରସ୍ତୁତ ଅଛୁ। ଏବେ କରୋନା କଟକଣା ଯୋଗୁ ସମସ୍ତ କାର୍ଯ୍ୟ ଠିକ ଭାବେ ହୋଇ ପାରୁନି। ସ୍ଥାନ ଚିହ୍ନଟ ଚୂଡ଼ାନ୍ତ ହେବା ପରେ ଏକାଡେମୀ ଗଠନ କାର୍ଯ୍ୟ ନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ଖେଳାଳିଙ୍କ ପେନ୍‌ସନ୍‌ ରାଶି ବଢ଼ିଲା
ଅବସର ନେଇଥିବା ଖେଳାଳିଙ୍କ ପେନ୍‌ସନ ରାଶି ବୃଦ୍ଧି କରାଯାଇଛିି। ରାଜ୍ୟ ପକ୍ଷରୁ ଗୋଟିଏରୁ ୪ଟି ମ୍ୟାଚରେ ପ୍ରତିନିଧିତ୍ୱ କରିଥିବା ଖେଳାଳି ପୂର୍ବରୁ ମାସିକ ୧୫୦୦ଟଙ୍କା ପେନସନ ପାଉଥିଲେ। ଏହାକୁ ୨୫୦୦ଟଙ୍କାକୁ ବୃଦ୍ଧି କରାଯାଇଛିି। ଏହି ତାଲିକାରେ ୪୩ଜଣ ଖେଳାଳି ଅଛନ୍ତିି। ସେହିପରି ୫ରୁ ୧୪ଟି ମ୍ୟାଚ୍‌ ଖେଳିଥିବା ଖେଳାଳି ମାସିକ ୩ହଜାର ଟଙ୍କା ପାଉଥିବା ବେଳେ ଏବେ ୪୫୦୦ଟଙ୍କା ପାଇବେ। ଏହି ତାଲିକାରେ ଅଛନ୍ତି ୨୭ ଖେଳାଳି। ୧୫ରୁ ୨୪ଟିମ୍ୟାଚ୍‌ ଖେଳିଥିବା ଖେଳାଳି ମାସିକ ୫ହଜାର ଟଙ୍କା ପାଉଥିଲେ। ଏହି ତାଲିକାରେ ୧୫ଜଣ ଥିବା ବେଳେ ପେନସନ ରାଶି ୭ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଚଳିତ ଆର୍ଥିକବର୍ଷଠାରୁ ବର୍ଦ୍ଧିତ ପେନସନ ରାଶି ଲାଗୁ କରାଯିବ। ଏହାଛଡ଼ା ଲୋଧାକମିଟି କାର୍ଯ୍ୟକାରୀ ପରଠାରୁ ପେନସନ ପ୍ରଦାନ ବନ୍ଦ ରହିଥିଲା। ବକେୟା ରାଶି ଦିଆଯିବ ବୋଲି ମଧ୍ୟ କୁହାଯାଇଛି।
ତୃଣମୂଳ ସ୍ତରକୁ ଗୁରୁତ୍ୱ
ତୃଣମୂଳସ୍ତରରେ କ୍ରିକେଟର ବିକାଶ ପାଇଁ ଗୁରୁତ୍ୱ ଦିଆଯାଉଛି ବୋଲି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତିି। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଟର୍ଫ ଉଇକେଟର ବ୍ୟବସ୍ଥା କରାଯିବ। ଓସିଏ ସହ ଅନୁବନ୍ଧିତ ସମସ୍ତ ୟୁନିଟରେ କ୍ରିକେଟ ଭିତ୍ତିଭୂମିର ବିକାଶ କରାଯିବ। କୋଚ୍‌ ନିଯୁକ୍ତି ପ୍ରକ୍ରିୟା ନେଇ ଗୁରୁତ୍ୱ ଦିଆଯାଇଛି। ଏଥି ପାଇଁ ସମସ୍ତ ୟୁନିଟକୁ ଚିଠି ଲେଖାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri