ଏଇ ଭାରତରେ

ମହାରାଷ୍ଟ୍ରର ସୋଲାପୁର ମରୁଡ଼ିପ୍ରବଣ ଜିଲା ଭାବେ ଜଣାଶୁଣା। ହେଲେ ଏହି ଜିଲାର ଅକୋଲା ଗାଁରେ ଡ୍ରାଗନ ଫ୍ରୁଟ୍‌ସ ଚାଷ କରି ୨ କୋଟି ଟଙ୍କା ରୋଜଗାର କରିପାରିଛନ୍ତି ଇଞ୍ଜିନିୟର ମହେଶ ଅସାବେ। ଫୁଡ୍‌ ପ୍ରୋସେସିଂ ଓ ଇଞ୍ଜିନିୟରିଂରେ ମହେଶ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ନୂତନ ଜ୍ଞାନକୌଶଳରେ ଡ୍ରାଗନ ଫ୍ରୁଟ୍ସ ଚାଷ କରି ସେ ୧ ଏକରରୁ ବର୍ଷକୁ ୧୦ ଲକ୍ଷ ଟଙ୍କା ପାଉଛନ୍ତି। ସୋଲାପୁର ଅଞ୍ଚଳରେ ଡାଳିମ୍ବ, ଆତ ଓ ଅଙ୍ଗୁର ଚାଷ କରାଯାଇଥାଏ। କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁ ଏସବୁର ଉତ୍ପାଦନ ହ୍ରାସ ପାଇବାରୁ ଡ୍ରାଗନ ଚାଷ କରିବାକୁ ମହେଶ ନିଷ୍ପତ୍ତି ନେଇଥିଲେ। ପ୍ରଥମେଏହି ଚାଷରେ ସେ ୧୭ ଲକ୍ଷ ଟଙ୍କା ନିବେଶ କରିଥିଲେ। ୯,୦୦୦ ଚାରା ବାଂଲାଦେଶରୁ ପ୍ରତ୍ୟେକକୁ ୧୧୦ ଟଙ୍କା ଦେଇ କିଣି ୨୦୨୧ରେ ଚାଷ ଆରମ୍ଭ କରିଥିଲେ। ତାଙ୍କ ଫାର୍ମର ନାମ ହେଉଛି ‘ରୁକ୍ମିଣୀ ଫାର୍ମ’। ଏହି ଫାର୍ମରେ ସେ ୫୦୦ କୃଷକଙ୍କୁ ଡ୍ରାଗନ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦେଇସାରିଲେଣି। ଏବେସୁଦ୍ଧା ମହାରାଷ୍ଟ୍ରର ବିଭନ୍ନ ଭାଗରୁ ପ୍ରାୟ ୩୫,୦୦୦ କୃଷକ ତାଙ୍କ ଫାର୍ମ ପରିଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

ପେସା ଆଇନକୁ ପେଷି ଦିଆଯାଉଛି

ଭାରତବର୍ଷର ଯେଉଁ କେତୋଟି ଆଇନ ଆଦିବାସୀମାନଙ୍କୁ ପ୍ରକୃତ ସଶକ୍ତୀକରଣ କରିବାରେ ସାହାଯ୍ୟ କରେ, ସେଥିମଧ୍ୟରୁ ପଞ୍ଚାୟତ(ଏକ୍ସଟେନସନ ଟୁ ଦି ସିଡ୍ୟୁଲଡ ଏରିୟାଜ) ଆକ୍ଟ ବା ପେସା ଆଇନ…

ବନ୍ଧୁ ନୁହେଁ

ଇରାନ୍‌ର ହର୍ମୁଜ ଜଳପଥ ଖୋଲାଯିବାର ଦିନକ ପରେ ପୁଣି ଏହାକୁ ବନ୍ଦ କରିଦିଆଗଲା। ଏପରିକି ଭାରତର ଦୁଇଟି ଜାହାଜ ଉପରେ ଇରାନ୍‌ ନୌସେନାର ଗୁଳିବର୍ଷଣ ଭାରତ ସରକାରଙ୍କୁ…

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri