Posted inଖେଳ

ପୁଣି ଆନ୍ଦୋଳନ ଧମକ ଦେଲେ ସାକ୍ଷୀ, ବଜରଙ୍ଗ

ନୂଆଦିଲ୍ଲୀ,୧୫ା୨(ପି.ଟି.): ଅଲିମ୍ପିକ୍ସ ପଦକ ବିଜେତା ରେସ୍‌ଲର ସାକ୍ଷୀ ମଲିକ୍‌ ଓ ବଜରଙ୍ଗ ପୁନିଆ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି। ମଙ୍ଗଳବାର ୟୁନାଇଟେଡ ଓ୍ବାଲର୍‌ଡ ରେସ୍‌ଲିଂ(ୟୁଡବ୍ଲ୍ୟୁଡବ୍ଲ୍ୟୁ) ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ଉପରୁ ନିଲମ୍ବନ ଆଦେଶକୁ ହଟାଇ ଦେଇଥିଲା। ତେବେ ଡବ୍ଲ୍ୟୁଏଫ୍‌ଆଇ ସଭାପତି ସଞ୍ଜୟ ସିଂ ଅନୈତିକ ଉପାୟ ଅବଲମ୍ବନ କରି ଏହି ଆଦେଶ ହଟାଇଛନ୍ତି ବୋଲି ଉଭୟ ଅଭିଯୋଗ କରିଛନ୍ତି। ସଞ୍ଜୟ ସିଂ ଅନୈତିକ ଉପାୟରେ ବାସନ୍ଦାଦେଶ ଉଠାଇଥିବା ବେଳେ ଏହା ବିରୋଧରେ ଆଉ ଥରେ ଧାରଣାକୁ ଓହ୍ଲାଇବୁ ବୋଲି କହିଛନ୍ତି ସାକ୍ଷୀ ମଲିକ୍‌ ଓ ବଜରଙ୍ଗ ପୁନିଆ। ବିଦାୟୀ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ କରିଥିବା ୩ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ଭିନେଶ ଫୋଗଟ ଓ ସାକ୍ଷୀ ମଲିକଙ୍କ ପ୍ରତି କୌଣସି ବାଛବିଚାର ନ କରିବା ଲାଗି ଜାତୀୟ ମହାସଂଘଠାରୁ ଗ୍ୟାରେଣ୍ଟି ଦାବି କରିଥିଲା ୟୁଡବ୍ଲ୍ୟୁଡବ୍ଲ୍ୟୁ। ଠିକ୍‌ ସମୟରେ ନିର୍ବାଚନ କରାଇ ନ ଥିବାରୁ ୟୁଡବ୍ଲ୍ୟୁଡବ୍ଲ୍ୟୁ ଗତ ଅଗଷ୍ଟ ୨୩ରେ ଡବ୍ଲ୍ୟୁଏଫ୍‌ଆଇକୁ ସସ୍‌ପେଣ୍ଡ କରିଥିଲା।

ଏ ସମ୍ପର୍କରେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କିଛି ପ୍ରତିକ୍ରିୟା ପ୍ରକାଶ କରିବାକୁ ମନା କରି ଦେଇଛନ୍ତି। ଅନ୍ୟପକ୍ଷରେ ସାକ୍ଷୀ ମଲିକ୍‌ କହିଛନ୍ତି , ମୁଁ ରେସ୍‌ଲିଂରୁ ଅବସର ନେଇ ସାରିଛି ମାତ୍ର ବ୍ରିଜ୍‌ଭୂଷଣ ଓ ତାଙ୍କ ସମର୍ଥକଙ୍କ ଉପସ୍ଥିତି ମୋ ପାଇଁ ଗ୍ରହଣୀୟ ନୁହେଁ। ପୂର୍ବରୁ ଜାରି ରହିଥିବା ଆମର ଆନ୍ଦୋଳନ ସାମୟିକ ବନ୍ଦ ରହିଛି। ଆବଶ୍ୟକ ପଡିଲେ ୨-୪ ଦିନ ମଧ୍ୟରେ ଏହାକୁ ପୁନର୍ବାର ଆରମ୍ଭ କରିବୁ ବୋଲି ସେ କହିଛନ୍ତି। ବ୍ରିଜ୍‌ଭୂଷଣ ଓ ତାଙ୍କ ସମର୍ଥକଙ୍କୁ ରେସ୍‌ଲିଂ ମହାସଂଘରୁ ନ ହଟାଇବା ଯାଏ ଏହି ଲଢ଼େଇ ଜାରି ରହିବ ବୋଲି କହିଥିଲେ ସାକ୍ଷୀ। ଉଭୟ ବଜରଙ୍ଗ ଓ ସାକ୍ଷୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ଜରିଆରେ ଏହି ବାର୍ତ୍ତା ଦେଇଥିଲେ। ବଜରଙ୍ଗ ପୁନିଆ କହିଥିଲେ, ନିର୍ବାଚନରେ ବ୍ରିଜଭୂଷଣ କିମ୍ବା ତାଙ୍କ ପରିବାରରୁ କେହି ଅଂଶଗ୍ରହଣ କରିବେ ନାହିଁ ବୋଲି ପ୍ରତିଶ୍ରୁତ ଦେଇଥିଲେ। ତେବେ ୨-୩ ଦିନ ପୂର୍ବରୁ ବ୍ରିଜ୍‌ଭୂଷଣଙ୍କ ପୁଅ ଉତ୍ତରପ୍ରଦେଶ ରେସ୍‌ଲିଂ ସଂଘର ସଭାପତି ନିର୍ବାଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

କେତେ ବର୍ଷର ହେଲେ ଅଭିଜିତ ଦୀପକେ? ଜନ୍ମଦିନର ଶୁଭେଚ୍ଛା ଜଣାଇ ଆଶୁତୋଷ ରଙ୍କା କହିଲେ…

ନୂଆଦିଲ୍ଲୀ,୨୯।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଆଜି ଦେଶ ତଥା ବିଦେଶରୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। CJPର ସହ-ଆବାହକ ତଥା ମୁଖପାତ୍ର ଆଶୁତୋଷ…

କମାଲ କଲେ ନୀରୁ: ଏସିଆନ୍‌ ଗେମ୍ସରେ ନୂଆ ରେକର୍ଡ ସହ ଜିତିରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୯।୯: ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍‌ରେ ନୀରୁ ୨୮ ପଏଣ୍ଟ ହାସଲ…

ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ

ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଅନଲକି ଶୁବମନ ଗିଲ୍‌: ଭାରତ ପାଇଁ ଦ୍ରୁତ ଶତକ ହାସଲ କରିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୯।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଦମଦାର ଶତକ ହାସଲ କରିଛନ୍ତି। ଡାହାଣହାତୀ ବ୍ୟାଟର୍‌ ଗିଲ ୧୧୦ ରନ୍‌ର ଚମତ୍କାର ଇନିଂସ…

ଶେୟାର ବଜାରରେ ହାହାକାର, ବୁଡ଼ିଗଲା ନିବେଶକଙ୍କ ୮ ଲକ୍ଷ କୋଟି

ମୁମ୍ବାଇ,୨୯।୯: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଉତ୍ପନ୍ନ ଭୂ-ରାଜନୈତିକ ଅସ୍ଥିରତା ଗତ କିଛି ସପ୍ତାହ ଧରି ଶେୟାର ବଜାର ପାଇଁ ନକାରାତ୍ମକ ସ୍ଥିତି ସୃଷ୍ଟି କରିଛି ।…

କେଉଁଠୁ ଆସିଲା ରହସ୍ୟମୟ ‘କଳା ହୀରା’? ଗବେଷଣାରୁ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ୍ୟ

କାସୁଗା (ଜାପାନ),୨୯।୯: ବ୍ରାଜିଲ ଓ ମଧ୍ୟ ଆଫ୍ରିକାରେ ମିଳୁଥିବା ଏକ କଳା ରଙ୍ଗର ପଥରକୁ ଦେଖିଲେ ପ୍ରଥମ ନଜରରେ ଏହା ଏକ ସାଧାରଣ କାଚ ପରି ଚକଚକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?