ଏଇ ଭାରତରେ

ମେଡିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ନେବା ଲାଗି ପ୍ରତି ବର୍ଷ ପ୍ରାୟ ୨ ଲକ୍ଷ ଛାତ୍ରୀଛାତ୍ର ରାଜସ୍ଥାନ କୋଟାର ବିଭିନ୍ନ କୋଚିଂ ସେଣ୍ଟରରେ ନାମ ଲେଖାଉଛନ୍ତି। ଉଦ୍‌ବେଗର ବିଷୟ ହେଉଛି, ସେଠାରେ ପଢ଼ାଚାପ ଯୋଗୁ ଅନେକ ପିଲା ଆତ୍ମହତ୍ୟା କରୁଛନ୍ତି। ଏପରି କି ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସେଠାରେ ୨୫ ଜଣ ପ୍ରତ୍ୟାଶୀ ଆତ୍ମହତ୍ୟା କରିସାରିଲେଣି। ଏଭଳି ସ୍ଥିତିରେ ପିଲାମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ କୋଟାର ସହକାରୀ ପୋଲିସ ଅଧୀକ୍ଷକ ଚନ୍ଦ୍ରଶିଲ ଠାକୁର ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ସେ ବିଗତ ୮ ବର୍ଷ ହେଲା କୋଟାରେ ଯୁବକଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ କରି ସଫଳ ହେବା ପରେ ଏହି ଅଭିଯାନ ପାଇଁ ସମର୍ପିତ ରହିଛନ୍ତି। ସେ ସ୍ପେଶାଲ ଷ୍ଟୁଡେଣ୍ଟ ସେଲ୍‌ ଗଠନ କରିିବା ସହ ଏକ ୩ ଜଣିଆ ଟିମ୍‌ ଗଠନ କରି ପିଲାମାନଙ୍କ ମଧ୍ୟରୁ ଚାପ ଦୂରକରିବା ଲାଗି ପ୍ରୟାସ କରୁଛନ୍ତି। ମହିଳା ଓ ପୁରୁଷ ପୋଲିସ ଅଧିକାରୀମାନେ ବି ଏଥିରେ ସାମିଲ ହୋଇଛନ୍ତି। ଏକ ୨୪ ଘଣ୍ଟିଆ ହେଲ୍‌ପଲାଇନ ଖୋଲିଛନ୍ତି। ପ୍ରତିଦିନ ପାଖାପାଖି ୭ଟି କଲ୍‌ ସେ ପାଉଛନ୍ତି। ୪ ମାସ ମଧ୍ୟରେ ୫୦୦ରୁ ଅଧିକ କଲ୍‌ ପାଇଛନ୍ତି। ଷ୍ଟୁଡେଣ୍ଟ ସେଲ୍‌ ଏଯାବତ ୮୦,୦୦୦ ଛାତ୍ରୀଛାତ୍ରଙ୍କୁ ଭେଟି ସେମାନଙ୍କ ସମସ୍ୟା ଦୂର କରିବାକୁ ଚେଷ୍ଟା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri