ଆହାର କେନ୍ଦ୍ରକୁ ସ୍ବାଗତ, ଜମି ହସ୍ତାନ୍ତରକୁ ବିରୋଧ

ଖଇରା, ୨।୧୧(ଉତ୍କଳବନ୍ଧୁ ପଣ୍ଡା) ବାଲେଶ୍ୱର ଜିଲା ଖଇରା ବ୍ଲକର ସର୍ବପୁରାତନ ଖଇରା ହାଇସ୍କୁଲ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ା ବିଦ୍ୟାଳୟର କିଛି ଜମିକୁ କିଛି ଦିନ ତଳେ ଖଇରା ମେଡିକାଲ ସମ୍ପ୍ରସାରଣ ପାଇଁ ପ୍ରଶାସନ ଅନୁମତି ପ୍ରଦାନ କରିବା ପରେ ଅଭିଭାବକ, ବୁଦ୍ଧିଜୀବୀଙ୍କ ମଧ୍ୟରେ ବିରୋଧାଭାସ ଆରମ୍ଭ ହୋଇଛି ା ସେହିଭଳି ଉକ୍ତ ବିଦ୍ୟାଳୟ ଜମିରେ ଆହାର କେନ୍ଦ୍ର, ମିଶନଶକ୍ତି କାଫେ ଭଳି ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଉକ୍ତ ଜମିରେ ନିର୍ମାଣ କାର୍ଯ୍ୟ ଆରମ୍ଭ ପରେ ବିଦ୍ୟାଳୟ କମିଟି, ପୁରାତନ ଛାତ୍ର ପରିଷଦ ପକ୍ଷରୁ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ତେବେ ଖଇରା ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ୍‌ ଓ ପୁରାତନ ଛାତ୍ର ଆହାର କେନ୍ଦ୍ର ନିର୍ମାଣକୁ ସ୍ବାଗତ କରୁଥିଲେ ହେଁ ବିଦ୍ୟାଳୟ ଜମିକୁ ବ୍ୟବହାର କରାଯିବାକୁ ନେଇ ବିରୋଧ କରିବା ସହ ଏ ନିଷ୍ପତ୍ତିର ପୁନର୍ବିଚାର କରି ଅନ୍ୟ ସରକାରୀ ଜମିକୁ ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି ା ଏ ସମ୍ପର୍କରେ ଲିଖିତ ଦାବିପତ୍ର ବାଲେଶ୍ୱର ଜିଲାପାଳ, ଜିଲା ଶିକ୍ଷାଧିକାରୀ ତଥା ରାଜ୍ୟସ୍ତରୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି ା
ମସିହାରେ ପ୍ରତିଷ୍ଠା ଲାଭ କରିଥିବା ବିଦ୍ୟାଳୟର ବର୍ତ୍ତମାନର ପିଲା ସଂଖ୍ୟା ପାଖାପାଖି ୫ ଶହ ା ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପ୍ରଚେଷ୍ଟାରେ ଉକ୍ତ ବିଦ୍ୟାଳୟ ପ୍ରଥମ ବିଦ୍ୟାଳୟ ଭାବେ ୫-ଟି ରୂପାନ୍ତୀକରଣ ପ୍ରକ୍ରିୟାରେ ସାମିଲ ହୋଇଥିଲା। ବିଦ୍ୟାଳୟ ସମ୍ପ୍ରସାରଣ ତଥା ଏହାର ଉନ୍ନତୀକରଣ ପାଇଁ ବହୁ ବଦାନ୍ୟ ବ୍ୟକ୍ତି ଜମିଦାନ କରିଥିଲେ। ହାଇସ୍କୁଲ ନାମରେ ୩.୭୨ ଏକର ଜମି ରହିଥିବା ବେଳେ ଚତୁଃପାର୍ଶ୍ୱରେ ଜବରଦଖଲ ଯୋଗୁ ବାସ୍ତବରେ ଏବେ ମାତ୍ର ୩ ଏକର ଜମି ରହିଛି ା ହେଲେ ନିକଟରେ ଏହି ଜମିରୁ ୫୫ ଡିସିମିଲ ଜମିକୁ ଖଇରା ମେଡିକାଲ ସମ୍ପ୍ରସାରଣ ପାଇଁ ପ୍ରଦାନ କରାଯିବା ପରେ ଆହା
ର କେନ୍ଦ୍ର, ମିଶନଶକ୍ତି କାଫେ ଓ ଜିମ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ା ଜମି ହସ୍ତାନ୍ତର ପାଇଁ ତହସିଲଦାର, ଗୋଷ୍ଠୀ ଶିକ୍ଷାଧିକାରୀ, ରାଜସ୍ବ ନିରୀକ୍ଷକ, ଭାରପ୍ରାପ୍ତ ଚିକିତ୍ସାଧିକାରୀଙ୍କ ଦ୍ୱାରା ଜୁଲାଇ ୧୩ତାରିଖରେ ପ୍ରସ୍ତୁତ ରିପୋର୍ଟକୁ ନେଇ ସାଧାରଣରେ ଉକ୍ତ ଅଧିକାରୀମାନଙ୍କ ସ୍ବଚ୍ଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି ା ରିପୋର୍ଟରେ ଉକ୍ତ ଜାଗା ସ୍କୁଲ ଦ୍ୱାରା ବ୍ୟବହୃତ ହେଉ ନ ଥିବା ଏବଂ କୌଣସି ବଡ ଗଛ ନ ଥିବା ଉଲ୍ଲେଖ କରାଯାଇଛି ା ହେଲେ ଏହି ୫୫ ଡିସମିଲ ଜମି ଉପରେ ଥିବା ବଡ ବଡ ଗଛକୁ ଠିକାଦାର କାଟି ବିକ୍ରି କରିଥିବା ଏବଂ ଯାହାର ଗଣ୍ଡି ଏବେ ମଧ୍ୟ ପଡିରହିଛି ା
ଆସୁଥିବା ରୋଗୀଙ୍କ ପାଇଁ ଆହାର କେନ୍ଦ୍ରର ଗୁରୁତ୍ୱ ନିଶ୍ଚିତ ରହିଛି ହେଲେ ଆଜି ବି ବିଦ୍ୟାଳୟର ବହୁ କାର୍ଯ୍ୟ ଯଥା ଛାତ୍ରାବାସ, ଷ୍ଟାଫ କ୍ୱାର୍ଟର୍ସ, ଖେଳପଡିଆର ଆବଶ୍ୟକତା ଥିବାରୁ ବିଦ୍ୟାଳୟ ଭବିଷ୍ୟତ ଉନ୍ନୟନ କାର୍ଯ୍ୟକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ ବୋଲି ଆଲୁମିନି ସଭାପତି ମୁକ୍ତିକାନ୍ତ ଶତପଥି କହିଛନ୍ତି ା ସ୍କୁଲ ଜାଗାର ସୀମା ନିର୍ଦ୍ଧାରଣ କରାଯାଇ ସମସ୍ତ ଜାଗା ସ୍କୁଲକୁ ଫେରାଇ ଦିଆଯାଉ ବୋଲି କମିଟି ସଭାପତି ସଞ୍ଜୟ ସାହୁ କହିଛନ୍ତି ା ସାଧାରଣ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି କିଛି ଲୋକଙ୍କ ଆବେଦନ ପରେ ଏହି ଜମି ମେଡିକାଲକୁ ଦିଆଯାଇଥିବା ନେଇ ତହସିଲଦାର ପ୍ରଶାନ୍ତ କୁମାର ମହାରଣା କହିଛନ୍ତି ା
ଚିଠଟି ଦେଖିବା ପରେ ତାଙ୍କର ଦସ୍ତଖତ କି ନୁହେଁ କହିପାରିବେ ବୋଲି ବିଇଓ ଗଦାଧର ଦାସ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?