ଏଇ ଭାରତରେ

ନିଜର ଦୁଃଖକଷ୍ଟ ଭୁଲି ଅସହାୟ ପିଲାଙ୍କ ମା’ ସାଜିଛନ୍ତି ଛତିଶଗଡ଼ର କିନ୍ନର ମନିଷା। ୮ଜଣ ପିଲାଙ୍କର ଯତ୍ନ ନେଉଛନ୍ତି। ମନିଷା ବିଭିନ୍ନ ଜାଗାରେ କାମକରି ଯାହା ରୋଜଗାର କରନ୍ତି, ସେଥିରେ ସେମାନଙ୍କର ଖର୍ଚ୍ଚ ତୁଲାଉଛନ୍ତି। ମନିଷାଙ୍କ ପିଲାଦିନ ବହୁ କଷ୍ଟରେ କଟିଥିଲା। ମାତ୍ର ୫ ବର୍ଷ ବୟସରେ ତାଙ୍କ ମାତାପିତାଙ୍କ ପରଲୋକ ହୋଇଥିଲା। ବହୁ ଘାତପ୍ରତିଘାତ ଦେଇ ସେ ବଡ଼ ହୋଇଥିଲେ। ସେତେବେଳୁ ଅନାଥ ପିଲାଙ୍କୁ ସହାୟ ହେବାର ଲକ୍ଷ୍ୟ ତାଙ୍କ ମନରେ ଉଙ୍କି ମାରିଥିଲା, ତାହାକୁ ଏବେ ସେ ଜାରି ରଖିଛନ୍ତି। ମନିଷାଙ୍କ ୮ଜଣ ପିଲାଙ୍କ ମଧ୍ୟରେ ସାନ ପିଲାଟିର ବୟସ ୭ ମାସ। ଏହି ପିଲାଟିର ମା’ ବାପାଙ୍କ ଦେହାନ୍ତ ପରେ ସାଂଘାତିକ ରୋଗରେ ପୀଡ଼ିତ ଥିଲା। ମନିଷା ତାଙ୍କୁ ମେଡିକାଲରେ ଚିକିତ୍ସା କରାଇବା ପରେ ଘରକୁ ଆଣିଥିଲେ। ପିଲାମାନଙ୍କୁ ଖାଇବା ପିଇବାକୁ ଦେଇ ପଢ଼ାଇବା ସହ ବହୁ ସମୟରେ ସେମାନଙ୍କ ଚିକିତ୍ସା ଲାଗି ଅର୍ଥ ଅଭାବ ଦେଖାଦିଏ। ତେବେ ଡାକ୍ତରମାନେ ତାଙ୍କୁ ସାହାଯ୍ୟ କରନ୍ତି। ଅନାଥ ପିଲାମାନଙ୍କୁ କେବେ କଷ୍ଟ ସହିବାକୁ ଦେବେ ନାହିଁ ଓ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଆଜୀବନ ସେବା ଜାରି ରଖିବାକୁ କହନ୍ତି ମନିଷା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଛତରପୁର ଜିଲାର ପାନ୍ନା ଜାତୀୟ ଉଦ୍ୟାନ ବାଘ ପାଇଁ ବେଶ୍‌ ଜଣାଶୁଣା ଥିଲା। ହେଲେ ୨୦୦୯ରେ ତାହା ବାଘ ଶୂନ୍ୟ ହୋଇଯାଇଥିବା ସରକାର ଘୋଷଣା କରିଥିଲେ,…

ପରମାଣୁ ଶାନ୍ତିଯାତ୍ରା

୧୯୪୫ ଜୁଲାଇ ୧୬ ତାରିଖର ଏକ ବର୍ଷାଭିଜା ସକାଳ, କେତେଜଣ ବୈଜ୍ଞାନିକ ଓ ସୈନିକ ମେକ୍ସିକୋର ଜୋର୍ନଡା ଡେଲ ମରୁଭୂମିରେ ଏକତ୍ରିତ ହୋଇଥାନ୍ତି। ସାଙ୍କେତିକ ଭାଷାରେ ‘ଗାଜେଟ’…

ଜୈବିକ ଖାଦ୍ୟର ପୃଥିବୀ

ଆଜିକାଲି ଲୋକଙ୍କ ଭିତରେ ଖାଦ୍ୟ ସଚେତନତା ବଢ଼ୁଛି। ରଙ୍ଗିନ, ଆଖିକୁ ଖୁସି ଦେଲାପରି ଖାଦ୍ୟ ସବୁ ଗ୍ରହଣ କରିବା ବଦଳରେ ଜୈବିକ ଖାଦ୍ୟ ପ୍ରତି ଲୋକମାନଙ୍କ ଆଗ୍ରହ…

ବିଶ୍ୱରେ ଅରାଜକତା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ଏବଂ ଇରାନ ମଧ୍ୟରେ ଅବ୍ୟବସ୍ଥିତ କୂଟନୀତି ଜାରି ରହିଛି। ଏଥିରୁ ବିଶ୍ୱ ବ୍ୟାପାରକୁ ବୁଝିବା ଅସମ୍ଭବ ବୋଲି ଅନେକେ ମନେକରୁଛନ୍ତି।…

ନଦୀ ପ୍ରଦୂଷଣ

ନନଦୀ ମନୁଷ୍ୟ ସଭ୍ୟତାର ଜନ୍ମଦାତ୍ରୀ ହୋଇ ସମଗ୍ର ଜୀବଜଗତକୁ ଲାଳନପାଳନ କରିଥିବାରୁ ଭାରତରେ ନଦୀକୁ ମା’ର ଆଖ୍ୟା ଦିଆଯାଇ ଦେବୀ ରୂପରେ ପୂଜା କରାଯାଏ। କିନ୍ତୁ ବିଡ଼ମ୍ବନାର…

ସୃଜନଶୀଳତାର ସତେଜ ଅମ୍ଳଜାନ

ଦର୍ଶନ ଶାସ୍ତ୍ର କୁହେ, ସମୟ ଏକ ପ୍ରବାହ ଏବଂ ପୁସ୍ତକ ହେଉଛି ଏକମାତ୍ର ମାଧ୍ୟମ, ଯାହା ଏହି ପ୍ରବାହକୁ ଗୋଟିଏ ସ୍ଥାନରେ ସ୍ଥିର ରଖିପାରେ। ପୁସ୍ତକ ସର୍ବଦା…

ହିନ୍ଦୁଧର୍ମର ସ୍ବରୂପ

ଆମେ ଆଜି ଯାହାକୁ ହିନ୍ଦୁଧର୍ମ ବୋଲି କହୁଛୁ, ତାହା ଅନେକ ଶତାବ୍ଦୀ ଧରି ଏକକ ଧର୍ମ ହୋଇ ରହି ନ ଥିଲା। ଏହା ଜାତି ବ୍ୟବସ୍ଥାକୁ ନେଇ…

ଗଣତନ୍ତ୍ରରେ ଭୋଟର ତାଲିକା

ଭୋଟର ତାଲିକାର ସ୍ବଚ୍ଛତା ହେଉଛି ଏକ ସୁଦୃଢ଼ ଗଣତନ୍ତ୍ରର ମାନଦଣ୍ଡ। ଭାରତୀୟ ସମ୍ବିଧାନର ଧାରା ୩୨୪(୧) ଅନୁଯାୟୀ, ଦେଶରେ ନିରପେକ୍ଷ ଏବଂ ସ୍ବଚ୍ଛ ନିର୍ବାଚନ ପରିଚାଳଣା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri