Posted inଖେଳ

ଭାରତ ବିପକ୍ଷ ଟି୨୦ରେ ଅଷ୍ଟ୍ରେଲିଆ ଖେଳାଳି ସ୍ବଦେଶୀ ଜର୍ସି ପିନ୍ଧିବେ

ମେଲବୋର୍ନ,୧୨।୧୧: ଆସନ୍ତାମାସରେ ଆୟୋଜନ ହେବାକୁ ଥିବା ଭାରତ ବିପକ୍ଷ ଟି୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ଖେଳାଳିମାନେ ପ୍ରଥମଥର ପାଇଁ ସ୍ବଦେଶୀ ଶାର୍ଟ ବା ଜର୍ସି ପିନ୍ଧିବେ। କ୍ରିକେଟ ଅଷ୍ଟ୍ରେଲିଆ ବୁଧବାର ଆନୁଷ୍ଠାନିକ ଭାବେ ଏହି ଜର୍ସି ର ଉନ୍ମୋଚନ କରିଛି। ନିର୍ମାତା କମ୍ପାନୀ ଏଏସ୍‌ଆଇସିଏସ୍‌ ଓ ଦୁଇଜଣ ଦେଶୀ ମହିଳା ଅଣ୍ଟି ଫିଓନା କ୍ଲାର୍କ ଓ କର୍ଟନୀ ହେଗେନଙ୍କ ସହଯୋଗରେ ଏହି ଶାର୍ଟ ତିଆରି କରାଯାଇଛି। କ୍ରିକେଟରେ ଦେଶୀ ଅଷ୍ଟ୍ରେଲୀୟମାନଙ୍କୁ ସାମିଲ କରିବା ପାଇଁ ଏବେ ପ୍ରୟାସ କରାଯାଉଛି।
ଚଳିତବର୍ଷ ପ୍ରାରମ୍ଭରେ ଇଂଲଣ୍ଡ ବିପକ୍ଷ ଏକ ମ୍ୟାଚ୍‌ରେ ଅଷ୍ଟ୍ରେଲୀୟ ମହିଳା ଖେଳାଳିମାନେ ଏହି ସ୍ବଦେଶୀ ଜର୍ସି ପିନ୍ଧି ଖେଳିଥିଲେ। ଏଥର ଗ୍ରୀଷ୍ମରେ ଅଷ୍ଟ୍ରେଲିଆ ପୁରୁଷ ଦଳ ଏହି ସ୍ବଦେଶୀ ଜର୍ସି ପିନ୍ଧି ଫାର୍ଷ୍ଟ ନେଶନ୍ସ ପିପୁଲ ଉତ୍ସବ ପାଳନ କରିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ କୁହାଯାଇଛି। ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଆଦିବାସୀ କ୍ରିକେଟରଙ୍କୁ ସମ୍ମାନ ଜଣାଇ ଏହି ଜର୍ସି ତିଆରି କରାଯାଇଛି। ଅଷ୍ଟ୍ରେଲିଆ ତାରକା ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଏହି ଜର୍ସି ପିନ୍ଧି ପ୍ରଥମେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହା ଆମର ପ୍ରଥମ ସ୍ବଦେଶୀ ଜର୍ସି ହୋଇଥିବାରୁ ଏହାକୁ ପିନ୍ଧି ଖେଳିବାକୁ ବେଶ୍‌ ଉତ୍ସାହିତ ଅଛି ବୋଲି ଷ୍ଟାର୍କ କହିଛନ୍ତି। ସିଡ୍‌ନୀରେ ୨୭ ନଭେମ୍ବରରୁ ଦିନିକିଆ ମ୍ୟାଚ୍‌ ଖେଳି ଭାରତ ତା’ର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କରିବ। ଏହି ଗସ୍ତରେ ଭାରତ ୩ଟି ଲେଖାଏ ଦିନିକିଆ ଓ ଟି୨୦ ମ୍ୟାଚ୍‌ ଖେଳିବା ପରେ ୪ଟି ଟେଷ୍ଟ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

ହୃଦଘାତରେ ଚାଲିଗଲା କ୍ରୀଡ଼ା ଶିକ୍ଷକଙ୍କ ଜୀବନ

ପାତ୍ରପୁର,୧୦ା୫(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୁରଙ୍ଗି ହାଇସ୍କୁଲର କ୍ରୀଡା ଶିକ୍ଷକ ଶିଖର ମାଝୀଙ୍କ ରବିବାର ହୃଦଘାତରେ ମୃତ୍ୟୁ ଘଟିଛି। ସେ ନିଜ ଗ୍ରାମ…

ମଦ ପିଇବାକୁ ପଇସା ନ ଦେବାରୁ ସ୍ତ୍ରୀଙ୍କୁ ଆକ୍ରମଣ, ଆଉ ତା’ପରେ…

ବୁଗୁଡା,୧୦।୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅଧୀନ ସୋରଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମଦ ପିଇବାକୁ ପଇସା ନ…

ବାଂଲାଦେଶର ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

ଢାକା,୧୦ା୫: ସ୍ଥାନୀୟ ଶେର-ଇ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ବର୍ତ୍ତମାନ ବାଂଲାଦେଶ ନିୟନ୍ତ୍ରଣରେ ରହିଛି। ଅଫ୍‌-ସ୍ପିନର ମେହିଦି ହସନ (୫/୧୦୨)ଙ୍କ ୫…

ୱାରେଣ୍ଟ ବଳରେ ଜେଲ୍ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୧୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ଗ୍ରାମର ଅଶ୍ଵିନୀ ଗୌଡ଼ଙ୍କୁ ରବିବାର ପାଟପୁର ପୋଲିସ ଗିରଫ କରି କୋଦଳା କୋର୍ଟକୁ ଚାଲାଣ କରିଛନ୍ତି…

ଚେନ୍ନାଇ ସୁପର କିଙ୍ଗ୍ସର ବଡ଼ ବିଜୟ

ଚେନ୍ନାଇ,୧୦ା୫: ଉର୍ଭିଲ ପଟେଲଙ୍କ ଯୁଗ୍ମ ଦ୍ରୁତତମ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୫ ଉଇକେଟରେ ଲକ୍ଷ୍ନୌ…

ସୁନାଥର ଗ୍ରାମରେ ଗ୍ଯାସ ଲଗାଇବା ବେଳେ ଫାଟିଗଲା ସିଲିଣ୍ଡର; ଉଡିଗଲା ଟିଣ, ୬….

ପୁରୁଷୋତ୍ତମପୁର,୧୦ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ଭୟଙ୍କର ବିସ୍ଫୋରଣ । ରବିବାର ସଂଧ୍ଯ୍ଯାରେ ରୋଷେଇ ଲାଗି ଗ୍ଯାସ ଲଗାଇବା ବେଳେ ହଠାତ୍…

ବାଲିଅନ୍ତା ଘଟଣାର ସମୀକ୍ଷା ପରେ ମୁହଁ ଖୋଲିଲେ ପୋଲିସ ଡିଜିପି, କହିଲେ…

ଭୁବନେଶ୍ୱର,୧୦।୫: ବାଲିଅନ୍ତା ଏବଂ ବାଲିପାଟଣା ଘଟଣାର ସମୀକ୍ଷା ପରେ ପୋଲିସ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏକ ବଡ଼ ବୟାନ ଦେଇଛନ୍ତି। ୩ରୁ ୪ ଦିନ ହେଲା…

ଥୁଆମୂଳ ରାମପୁର: PWD ରାସ୍ତାରେ ଝୁଲୁଛି ମୃତ୍ୟୁର ଖଣ୍ଡା! ଶୁଖିଲା ଗଛ ସାଜିଛି ମରଣଯନ୍ତା

ଥୁଆମୂଳ ରାମପୁର, ୧୦ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଜୀବନରେଖା କୁହାଯାଉଥିବା ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ PWD ରାସ୍ତା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri