କନ୍ଧମାଳରେ କମିଲାଣି ଧୂଆଁପତ୍ର ଚାଷ

ଦାରିଙ୍ଗବାଡ଼ି,୨୮।୧୦(ଡି.ଏନ.ଏ.): ବିଶ୍ୱରେ ବଜାରୀକରଣ ବ୍ୟବସ୍ଥା ହେବା ପରେ ପାରମ୍ପରିକ ଚାଷର କୁପ୍ରଭାବ ଦେଖିବାକୁ ମିଳିଛି କନ୍ଧମାଳ ଜିଲାରେ। ଏଠାରେ ପୂର୍ବରୁ ପାରମ୍ପରିକ ଚାଷ ମଧ୍ୟରେ କୁଏରୀ, ମାଣ୍ଡିଆ, କାଙ୍ଗୁ, ଜନା, ସୋରିଷ, ତିଳା, କାନ୍ଦୁଲ, ହଳଦୀ, ଅଦା, ଧୂଆଁପତ୍ର ଭଳି ତେଲ ଜାତୀୟ, ଡାଲି, ମସଲା ଫସଲ ବହୁ ପରିମାଣରେ ଅମଳ ହେଉଥିଲା। ହେଲେ ୧୯୯୦ରେ ଗ୍ଲୋବାଲାଇଜେଶନ ବା ମୁକ୍ତ ବଜାରୀକରଣ ହେବା ପରେ ସମସ୍ତ ସାମଗ୍ରୀ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସହଜରେ ଉପଲବ୍ଧ ହେଲା। ଥଣ୍ଡା ଠାରୁ ଅଣ୍ଡା ପର୍ଯ୍ୟନ୍ତ ହାତପାହାନ୍ତାରେ ମିଳିବା ପରେ ପାରମ୍ପରିକ ଚାଷରୁ ଅମଳ ହେଉଥିବା ବିଭିନ୍ନ ସାମଗ୍ରୀ ବଜାରରେ ପ୍ରତିଯୋଗିତା କରି ନ ପାରି ଧୀରେ ଧୀରେ ଲୋପ ପାଇବାକୁ ଯାଉଛି।
ଏବେ କେନ୍ଦ୍ର ଏବଂ ରାଜ୍ୟ ସରକାର ଏଭଳି କିଛି ଚାଷର ପୁନରୁଦ୍ଧାର ପାଇଁ ଯୋଜନା କରି ଚାଷୀଙ୍କୁ ସଚେତନ କରୁଛନ୍ତି। ହେଲେ ଏବେ ବି ଅନେକ ଚାଷ ପୁନରୁଦ୍ଧାର ହୋଇପାରି ନାହିଁ। ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଥିବା ବେଳେ ସେସବୁ ପ୍ରତି ଜିଲା ପ୍ରଶାସନ ମଧ୍ୟ ଦୃଷ୍ଟି ଦେଉନାହିଁ।
ସେହି ମଧ୍ୟରେ କନ୍ଧମାଳ ଜିଲାରେ ବହୁଳ ଭାବେ ବ୍ୟବହୃତ ହେଉଥିବା ଧୂଆଁ ପତ୍ର ଚାଷ ଏବେ ହଜିବାକୁ ବସିଛି। କନ୍ଧମାଳର ଧୂଅଆଁପତ୍ର ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ବିବାହ ଉତ୍ସବ ହେଉ କି ମୃତ୍ୟୁ ସମୟରେ ବନ୍ଧୁ ପରିଜନଙ୍କୁ ଶଙ୍ଖୁଳିବା ପାଇଁ ପୂର୍ବରୁ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ପକ୍ଷରୁ ବାଡ଼ିରୁ ଅମଳ ହୋଇଥିବା ଧୂଆଁ ପତ୍ରରୁ ପ୍ରସ୍ତୁତ ପିକା(ବିଡ଼ି) ଏବଂ ନାଶ ଦେଇ ଅତିଥିଙ୍କୁ ଆପ୍ୟାୟିତ କରିଥାନ୍ତି। ଏହାର ପ୍ରଥମେ ଆବଶ୍ୟକତା ରହୁଥିଲା। କିନ୍ତୁ ବର୍ତ୍ତମାନ ତାହା ଧୀରେ ଧୀରେ ଲୋପ ପାଇବାକୁ ବସିଛି।
ଜିଲାର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏହି ଚାଷ ପୂର୍ବରୁ ବହୁ ପରିମାଣର କରାଯାଉଥିଲା। ଏଥି ଲାଗି ଚାଷୀଙ୍କୁ ଖର୍ଚ୍ଚ କରିବାକୁ ପଡ଼ୁ ନ ଥିଲା ବା ନିଜ ବାଡ଼ିରେ ଜୈବିକ ପଦ୍ଧତିରେ ଏହା ସହଜରେ ହେଉଥିଲା। ଏଥିରେ କୌଣସି ରାସାୟନିକ ଦ୍ରବ୍ୟ ବ୍ୟବହୃତ ହେଉ ନ ଥିଲା। କିନ୍ତୁ ଏବେ ଆଉ କେଉଁଠି ଏହି ଚାଷ କରାଯାଉନାହିଁ। ଧୂଅଆଁ ପତ୍ରରୁ ପିକା (ବିଡ଼ି) ସହ ନାଶ ଗୁଣ୍ଡ ପ୍ରସ୍ତୁତ କରି ପୂର୍ବରୁ ଲୋକେ ବ୍ୟବହୃତ କରୁଥିଲେ। ଫଳରେ କୌଣସି ମୃତ୍ୟୁମୁଖରେ ପଡ଼ିବା ଭଳି ରୋଗ ସୃଷ୍ଟି ହେଉ ନ ଥିବା କୁହାଯାଉଛି। ଏବେ ବଜାରୀକରଣ ପରେ ବଜାରରେ ସହଜରେ ଉପଲବ୍ଧ ହେଉଥିବା ଗୁଟ୍‌କା ସହ ରାସାୟନିକ ମିଶ୍ରଣ ନାଶ ଖାଇ ବିଭିନ୍ନ ମୁଖ ଗହ୍ବର ରୋଗ, କ୍ୟାନସର ଆଦି ରୋଗରେ ଆକ୍ରାନ୍ତ ହେଉଥିବା ଦୃଷ୍ଟାନ୍ତ ରହିଛି। ଏଥି ପାଇଁ ନିଶା ଦ୍ରବ୍ୟ ଗ୍ରହଣ ନ କରିବା ପାଇଁ ସରକାରଙ୍କ ପକ୍ଷରୁ ମଧ୍ୟ ବ୍ୟାପକ ସଚେତନତା କରାଯାଉଛି। ହେଲେ ଲୋକେ ପୂର୍ବଭଳି ପାରମ୍ପରିକ ଚାଷ ଭୁଲି ବଜାର ଉପରେ ନିର୍ଭର କରୁଛନ୍ତି। ଏନେଇ ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗିଆ ପଞ୍ଚାୟତ ବାସିନ୍ଦା ଡାକ୍ତର ଜୟପାଲ ସେନାପତି କହିଛନ୍ତି, ସେ ପିଲାଦିନେ ଏହି ଅଞ୍ଚଳରେ ଦେଖିଆସିଛନ୍ତି ଧୂଆଁପତ୍ର ଚାଷ। ତାକୁ ବ୍ୟବହାର କଲେ କୌଣସି ରୋଗ ହେଉ ନ ଥିଲା। କିନ୍ତୁ ଏବେ ରାସାୟନିକ ସାମଗ୍ରୀ ବ୍ୟବହାର କରି ଭୟଙ୍କର ରୋଗ ସୃଷ୍ଟି ହେଉଛି। ଏଣୁ ବହୁ ପରିମାଣରେ ଜୈବିକ ପଦ୍ଧତିରେ ଏହି ଚାଷ କରି ନିଜ ଅମଳ ସାମଗ୍ରୀ ବ୍ୟବହାର ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଏନେଇ ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ କହିଛନ୍ତି, ଅଞ୍ଚଳରେ ଏବେ ମଧ୍ୟ କାଁ ଭାଁ ଲୋକ ଏହି ଚାଷ କରୁଛନ୍ତି। ସହଜ ଉପାୟ ଯୋଗୁ ଲୋକେ ବଜାର ଉପରେ ନିର୍ଭର କରୁଛନ୍ତି। ସେମାନେ ପୁଣି ନିଜ ପାରମ୍ପରିକ ଚାଷକୁ ଗୁରୁତ୍ୱ ଦେବା ସମୟ ଆସିଯାଇଛି ବୋଲି କହିଛନ୍ତିି।

ଅରୁଣ କୁମାର ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri