ଆଇଏମ୍‌ଏଫ୍‌ର ଭିନ୍ନ ବିଚାର

ବହୁ ବିଳମ୍ବ ହୋଇଥିଲେ ବି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଶେଷରେ ଦେଶଗୁଡ଼ିକର ଋଣ ହ୍ରାସ ସମ୍ପର୍କିତ ସତ୍ୟକୁ ହୃଦୟଙ୍ଗମ କରିଛି। ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକ ନିକଟରେ ଋଣ ଫେରସ୍ତ କରିବା ପାଇଁ ଅନୁକୂଳ ସମୟ ରହିଛି ବୋଲି ଅନୁଭବ କରିଛି। ସେହିଭଳି ସ୍ବୀକାର କରିଛି ଯେ, ଆଇଏମ୍‌ଏଫ୍‌ ପ୍ରିୟ ରଣନୀତି କୁହାଯାଉଥିବା ବିତ୍ତୀୟ ଏକୀକରଣ (ନିଅଣ୍ଟିଆ ସ୍ଥିତି ଦୂର କରିବା ଓ ଋଣ ସଂଗ୍ରହ କରିବା ଲକ୍ଷ୍ୟରେ ଗ୍ରହଣ କରାଯାଉଥିବା ନୀତି) ସରକାରୀ ଋଣ ଓ ମୋଟ ଘରୋଇ ଉପତ୍ାଦର ଅନୁପାତକୁ ହ୍ରାସ କରିବାରେ ନିଆଯାଉଥିବା ପଦକ୍ଷେପଗୁଡ଼ିକରେ କ୍ଷତି ପହଞ୍ଚାଏ। ନିଶ୍ଚିତ ହେବାକୁ ପଡ଼ିବ ଯେ, ଏହା ପ୍ରାୟତଃ ଏକ ନୂଆ ଅନ୍ତର୍ଦୃଷ୍ଟି। ଜନ୍‌ ମେନାର୍ଡ କିନେସ୍‌ ଏକ ଶତାବ୍ଦୀ ପୂର୍ବେ ଏହା ଉପରେ ଗୁରୁତ୍ୱ ଦେଇଥିଲେ ଓ ସେବେଠାରୁ ଏହା ଉପରେ ବାରମ୍ବାର କୁହାଯାଇଆସୁଛି। ୧୯୫୩ରେ ଲଣ୍ଡନ ଡେବିଟ୍‌ ଏଗ୍ରିମେଣ୍ଟ ବା ଚୁକ୍ତି ଯେଉଁସବୁ ପକ୍ଷ ଗଢିଥିଲେ ସେମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ ଏହା ଜଣାଥିଲା। ଏହି ଚୁକ୍ତି ପଶ୍ଚିମ ଜର୍ମାନୀର ସରକାରୀ ଋଣ ବୋଝ ନାଟକୀୟ ଢଙ୍ଗରେ ହ୍ରାସ କରିଥିଲା। ଜର୍ମାନୀ ଏବଂ ଏହାର ୨୦ଟି ବିଦେଶୀ ଋଣଦାତାମାନଙ୍କ ମଧ୍ୟରେ ଚୁକ୍ତି ଏହାର ଯୁଦ୍ଧ ପରବର୍ତ୍ତୀ ଆର୍ଥିକ ଅଭିବୃଦ୍ଧି ପାଇଁ ପରିବେଶ ସୃଷ୍ଟି କରିଥିଲା।
ଆଇଏମ୍‌ଏଫ୍‌ର ସଦ୍ୟ ପ୍ରକାଶିତ ଓ୍ବାଲର୍‌ଡ ଇକୋନୋମିକ ଆଉଟ୍‌ଲୁକ ରିପୋର୍ଟ ବିଭିନ୍ନ ଋଣ ହ୍ରାସ କାର୍ଯ୍ୟକ୍ରମଗୁଡ଼ିକ ଉପରେ ଏହାର ନିଜସ୍ବ ତଦନ୍ତର ଫଳାଫଳ ଉପସ୍ଥାପନ କରିଛି। ଏହି କାର୍ଯ୍ୟକ୍ରମଗୁଡ଼ିକ ୧୯୮୦ରୁ ୨୦୧୯ ମଧ୍ୟରେ ବୈଶ୍ୱିକ ମାର୍କେଟ ସହ ଜଡ଼ିତ ୩୩ଟି ବିକାଶଶୀଳ ଓ ୨୧ଟି ବିକଶିତ ଅର୍ଥ ବ୍ୟବସ୍ଥା ଦ୍ୱାରା ଆରମ୍ଭ କରାଯାଇଥିଲା। ରିପୋର୍ଟ ପ୍ରସ୍ତୁତକର୍ତ୍ତାମାନେ ଜାଣିବାକୁ ପାଇଛନ୍ତି ଯେ, ସେହି ସମୟ ମଧ୍ୟରେ ଅନୁଧ୍ୟାନ କରାଯାଇଥିବା ଋଣ ହ୍ରାସର ପାଖାପାଖି ଏକ ତୃତୀୟାଂଶ ଜିଡିପି ଅଭିବୃଦ୍ଧି ଯୋଗୁ ଘଟିଛି। ଏହି ଅନୁଧ୍ୟାନଭିତ୍ତିକ ରିପୋର୍ଟ ସୂଚିତ କରେ ଯେ,ବିତ୍ତୀୟ ସମ୍ପ୍ରସାରଣ ବହୁ ଘଟଣାରେ ଡେବିଟ୍‌ ରେସିଓ(ଋଣ ଓ ମୋଟ ଘରୋଇଉପତ୍ାଦ)ର ଅନୁପାତରେ ଉନ୍ନତି ଆଣିଥିଲା। ବିଶେଷକରି ଜିଡିପି ଅଭିବୃଦ୍ଧି ଉପରେ ସକାରାମତ୍କ ପ୍ରଭାବ ଯୋଗୁ ଏହା ଘଟିଥିଲା। ସେମାନଙ୍କ ମତରେ ବିତ୍ତୀୟ ଏକତ୍ରୀକରଣ ଦ୍ୱାରା ଅନୁକୂଳ ଆର୍ଥିକ ପରିବେଶ ତଥା ଏକ ବିକଶିତ ଅର୍ଥ ବ୍ୟବସ୍ଥାରେ ଋଣ ହ୍ରାସ କରିବାର ଅଧିକ ସମ୍ଭାବନା ରହିଛି। କିନ୍ତୁ ଦେଖିବାକୁ ଗଲେ ସେଭଳି ପରିସ୍ଥିତି ସବୁବେଳେ ରହେ ନାହିଁ। ବ୍ୟୟହ୍ରାସ ଜିଡିପି ଅଭିବୃଦ୍ଧିକୁ ରୋକୁଥିବାରୁ ଖର୍ଚ୍ଚକାଟ କିମ୍ବା ଟିକସ ବୃଦ୍ଧି ଲାଗୁ କରି ନିଅଣ୍ଟିଆ ସ୍ଥିତି ଦୂର କରିବାରେ ଲାଗୁ କରାଯାଉଥିବା ଆର୍ଥିକ ନୀତି ଦ୍ୱାରା ଋଣଗ୍ରସ୍ତ ଦେଶଗୁଡ଼ିକରେ କ୍ୱଚିତ ସକାରାମତ୍କ ପରିଣାମ ମିଳିଥାଏ।
ଆଇଏମ୍‌ଏଫ୍‌ ରିପୋର୍ଟ ଉଲ୍ଲେଖ କରିଛି ଯେ, ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକୁ ଅପ୍ରତ୍ୟାଶିତ ଭାବେ ଟଙ୍କା ଦେବା ଏବଂ ବିନିମୟ ହାର ହ୍ରାସ କରି ଋଣ କମାଇବା ପଦକ୍ଷେପକୁ କ୍ଷତି ପହଞ୍ଚାଇପାରେ। କିନ୍ତୁ ଉକ୍ତ ରିପୋର୍ଟ ଗୋଟିଏ ବିଷୟ ସୂଚିତ କରିନାହିଁ। ତାହା ହେଉଛି, ଘଟୁଥିବା ଏହିସବୁ ବିଷୟ ବହୁ ସମୟରେ ଆଇଏମ୍‌ଏଫ୍‌ର ନିଜସ୍ବ କାର୍ଯ୍ୟକ୍ରମଗୁଡ଼ିକରଏକ ଅନପେକ୍ଷିତ ପରିଣାମ ହୋଇଥାଏ। ଯାଦ୍ଦ୍ବରା ଋଣଗ୍ରସ୍ତ ଦେଶଗୁଡ଼ିକୁ ମାର୍କେଟଭିତ୍ତିକ ବିନିମୟ ହାରରେ ପରିବର୍ତ୍ତନ, ସୁଧ ହାର ବୃଦ୍ଧି ଏବଂ ସରକାରୀ ସବ୍‌ସିଡ଼ି ଛାଡ଼ କରିବା ଆବଶ୍ୟକ ପଡ଼େ, ଯେଉଁଥିରେ ବିଜ୍‌ନେସ କ୍ଷତି ବଢ଼ିଯାଏ। ଅପରପକ୍ଷେ ରିପୋର୍ଟ ଜାଣିିବାକୁ ପାଇଛି ଯେ, ଋଣ ପୁନର୍ଗଠନ ପଦକ୍ଷେପସବୁ ଯେତେବେଳେ ଦେଶଗୁଡ଼ିକୁ ଅଭିବୃଦ୍ଧି ପୁନଃସ୍ଥାପିତ କରିବାରେ ଏବଂ ଆର୍ଥିକ ଅଧୋଗତି ଦୂରେଇବାରେ ସାହାଯ୍ୟ କରିଛନ୍ତି ସେତେବେଳେ ଅଧିକ ସଫଳ ହୋଇଛନ୍ତି।
ବହୁ ଦଶନ୍ଧି ଧରି ଆଇଏମ୍‌ଏଫ୍‌ କାର୍ଯ୍ୟକ୍ରମଗୁଡ଼ିକ ବିଚାର କରିଆସୁଥିଲା ଯେ, ସରକାରୀ ବ୍ୟୟ ହ୍ରାସ ଋଣ ଦୁଃଖକୁ ସାମ୍ନା କରିବାରେ ଏକମାତ୍ର ଉପାୟ। କିନ୍ତୁ ଏବେ ଏହା ତା’ ଅତୀତ ତ୍ରୁଟିକୁ ବୁଝିଥିବା ମନେହେଉଛି। କିନ୍ତୁ ବିଚାରରେ ଏଭଳି ପରିବର୍ତ୍ତନ ଆଇଏମ୍‌ଏଫ୍‌ର ଗବେଷଣା ବିଭାଗକୁ ଛାଡ଼ି କାମ କରିବ କି ନାହିଁ ତାହା ଅସ୍ପଷ୍ଟ। ଏହା କିଭଳି ଋଣଦେବା କାର୍ଯ୍ୟକଳାପକୁ ପ୍ରଭାବିତ କରିବ ତାହା ସ୍ପଷ୍ଟ ହୋଇନାହିଁ। ତେବେ ସଫଳ ହେବାର ପ୍ରାରମ୍ଭିକ ସଙ୍କେତ ଦେଖାଯାଉନାହିଁ। ଆଇଏମ୍‌ଏଫ୍‌ର ଶୀର୍ଷ ନେତୃତ୍ୱ ଋଣ ବ୍ୟବସ୍ଥାରେ ତ୍ୱରିତ ଓ ଅଧିକ ପ୍ରଭାବୀ ପୁନର୍ଗଠନ ପାଇଁ ବାରମ୍ବାର ପରାମର୍ଶ ଦେଇଆସିଛି।ସେଥିପାଇଁ ନିକଟରେ ସରକାରୀ ତଥା ଘରୋଇ ଋଣଦାତାମାନଙ୍କର ଏକ ବୈଠକ ଆୟୋଜିତ କରିଛି। କିନ୍ତୁ ଏଯାବତ ଏହା ଉପରେ ଯେଉଁମାତ୍ରାରେ ପ୍ରତିକ୍ରିୟା ମିଳିବା କଥା ତାହା ହୋଇନାହିଁ ଏବଂ ବୈଠକ ସେଭଳି ପ୍ରଭାବୀ ବି ହୋଇନାହିଁ। ବିକାଶଶୀଳ ବିଶ୍ୱରେ ଯେଉଁ ଦେଶଗୁଡ଼ିକ ଋଣ ବୋଝଜନିତ ଦୁଃଖର ସମାଧାନ କରିବା ଲାଗି ଜି ୨୦ର ସାଧାରଣ ଢାଞ୍ଚା ଅଧୀନରେ ସାହାଯ୍ୟ ଚାହଁୁଛନ୍ତି ସେମାନେ ଅତ୍ୟଧିକ ବିଳମ୍ବ, ଭୂରାଜନୈତିକ ବିବାଦ ଓ ପ୍ରତିକ୍ରିୟାହୀନ ଋଣଦାତାଙ୍କର ସମ୍ମୁଖୀନ ହେଉଛନ୍ତି।
ସବୁଠୁ ଖରାପ ହେଉଛି, ଆଇଏମ୍‌ଏଫ୍‌ର କର୍ମଚାରୀମାନେ ଏହାର ସଦ୍ୟତମ ରିପୋର୍ଟ ସମ୍ପର୍କରେ ଅବଗତ ନ ଥିବା କିମ୍ବା ଏହାକୁ ସେମାନେ ଅଣଦେଖା କରିବାକୁ ଚାହଁିଥିବା ଜଣାପଡ଼ୁଛି। ଫଣ୍ଡ୍‌ର ଏବକାର ଆର୍ଥିକ କାର୍ଯ୍ୟକ୍ରମଗୁଡ଼ିକରେ କଠିନ ସର୍ତ୍ତସବୁ ସାମିଲ କରାଯାଇଥିବାରୁ ବିକାଶଶୀଳ ଦେଶଗୁଡ଼ିକର ଲୋକ ଓ ଅର୍ଥ ବ୍ୟବସ୍ଥା ଉପରେ ଏହାର ଅତ୍ୟଧିକ କ୍ଷତିକାରକ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ଉଦାହରଣସ୍ବରୂପ, ନିକଟରେ ଆଇଏମ୍‌ଏଫ୍‌ ଓ ଶ୍ରୀଲଙ୍କା ମଧ୍ୟରେ କରାଯାଇଥିବା ଚୁକ୍ତି ବିତ୍ତୀୟ ଏକତ୍ରୀକରଣକୁ ଗୁରୁତ୍ୱ ଦେଇଛି। ସରକାର ଦୁଇବର୍ଷ ମଧ୍ୟରେ ବଳକା ବଜେଟ ହାସଲ କରିବା ଦରକାର ବୋଲି ଏଥିରେ କୁହାଯାଇଛି। ଏନର୍ଜି ଟାରିଫ୍‌ରେ ବୃଦ୍ଧି, ପରିବର୍ତ୍ତନୀୟ ବିନିମୟ ହାର ଉପରେ ଏହା ମଧ୍ୟ ଫଣ୍ଡିଂର ସର୍ତ୍ତ ରଖିଛି, ଯାହା ଦ୍ୱାରା ମୁଦ୍ରାମୂଲ୍ୟ ହ୍ରାସ ଓ ଅଧିକ ସୁଧ ହାରର ସମ୍ଭାବନା ରହିବ। ଏହି ପ୍ରୋଗ୍ରାମ ବିନା ଓ୍ବେଲ୍‌ଥ ଟ୍ୟାକ୍ସ କିମ୍ବା ଅବୈଧ ଆର୍ଥିକ ପ୍ରବାହ ଉପରେ କଟକଣା ନ ରଖି ବି ଅଧିକ ରାଜସ୍ବ ଲକ୍ଷ୍ୟ ଉପସ୍ଥାପନ କରିଛି। ବାସ୍ତବରେ ଏହିସବୁ ପଦକ୍ଷେପ ୫୩.୬% ମୁଦ୍ରାସ୍ଫୀତି ଦେଇ ଗତିକରୁଥିବା ଶ୍ରୀଲଙ୍କା ଭଳି ଦେଶରେ ଚାହିଦା କମାଇବା ସହ ତା’ଅର୍ଥ ବ୍ୟବସ୍ଥାକୁ ଆହୁରି ସଙ୍କୁଚିତ କରିଦେବ। ଘାନା ଓ ଜିମ୍ବାଓ୍ବେରେ ଆଇଏମ୍‌ଏଫ୍‌ର ଅନ୍ୟ ପ୍ରସ୍ତାବିତ ଯୋଜନାରେ ବିତ୍ତୀୟ ସନ୍ତୁଳନ ଉପରେ ସମାନ ପ୍ରକାର ଧ୍ୟାନ ଦିଆଯାଇଥିବା ଆଉ ଏକ ପ୍ରମାଣ।
ଇସାବେଲ ଓରତିଜ୍‌ ଏବଂ ମାଥ୍ୟୁ କୁମିନ୍‌ସ ସୂଚିତ କରିଛନ୍ତି ଯେ, ସରକାର ସାର୍ବଜନୀନ ଖର୍ଚ୍ଚ କମ୍‌ କରୁଥିବାରୁ ଖର୍ଚ୍ଚକାଟ, ଟିକସ ବୃଦ୍ଧି କରି ନିଅଣ୍ଟିଆ ସ୍ଥିତି ଦୂର କରିବା ଲାଗି ଆର୍ଥିକ ନୀତିଗୁଡ଼ିକ ଲାଗୁ କରିବାର ନୂଆ ଧାରା ଗଢିଉଠୁଛି। ବିଶ୍ୱ ଏକ ଆର୍ଥିକ ଓ ରାଜନୈତିକ ସଙ୍କଟକୁ ସାମ୍ନା କରୁଥିବାବେଳେ ଏହି ଧାରାର ପ୍ରତ୍ୟାବର୍ତ୍ତନ ଯୋଗୁ ଏକ ସାଂଘାତିକ ପରିଣାମ ସୃଷ୍ଟି ହୋଇପାରେ। କେବଳ ଆର୍ଥିକ କାର୍ଯ୍ୟକଳାପରେ ନୁହେଁ ,ବରଂ ଏହା ବୈଶ୍ୱିକ ସ୍ବାସ୍ଥ୍ୟକୁ ବି କ୍ଷତି କରିବ। ଏହା ମଧ୍ୟ ଜଳବାୟୁ ପରିବର୍ତ୍ତନକୁ ସାମ୍ନା କରିବା ଲାଗି ଆମର କ୍ଷମତାକୁ କ୍ଷତି ଘଟାଇବ। ଯେତେବେଳେ ନିର୍ଦ୍ଦିଷ୍ଟ ସମାଧାନର ପଥସବୁ ବିଫଳ ହେବା ଦେଖାଯାଏ କିମ୍ବା ସମସ୍ୟାକୁ ଆହୁରି ଖରାପ କରେ, ସେତେବେଳେ ସେଗୁଡ଼ିକୁ ତ୍ୟାଗ କରିବା ଉଚିତ। ଅନେକ ଦଶନ୍ଧି ପରେ ଏବେ ଖରାପ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଆଇଏମ୍‌ଏଫ୍‌ ତା’ଅର୍ଥକୁ ଲଗାଇବାର ସମୟ ଉପନୀତ ହୋଇଛି।

– ଜୟତି ଘୋଷ
ପ୍ରାଧ୍ୟାପକ, ଅର୍ଥନୀତି, ୟୁନିଭର୍ସିଟି ଅଫ୍‌ ମାସାଚ୍ୟୁସେଟସ୍‌ ଆମର୍ହଷ୍ଟ


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?