କାର୍‌ରେ ପ୍ରେସ୍‌ ଲେଖି କରୁଥିଲେ ଗଞ୍ଜେଇ ଚାଲାଣ: ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଫୁଲବାଣୀ ଅଫିସ, ୧୯ା୮- କନ୍ଧମାଳ ଜିଲାରେ ଚୋରା ବ୍ୟବସାୟୀମାନେ ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି। ସେପଟେ ଜିଲା ଚାରିପଟେ କରୋନା ପାଇଁ ଚେକିଂ କଡାକଡି କରାଯାଉଛି। ବିନା ପାସ୍‌ରେ ଗାଡିଗୁଡିକୁ ଛଡା ଯାଉନାହିଁ। ଏଭଳି ସ୍ଥିତିରେ ମଧ୍ୟ ଗଞ୍ଜେଇ ମାଫିଆ ନୂଆ କୌଶଳ ଆପଣାଉଛନ୍ତି। ପ୍ରେସ୍‌ ଲେଖା ଥିବା ଏକ କାର୍‌ରେ ଗୋଚ୍ଛାପଡା ଥାନା ସଲାଗୁଡାରୁ ଗଞ୍ଜେଇ ଚାଲାଣ ବେଳେ ସୁନାମୁଦି ପୋଲ ପାଖରେ ବୁଧବାର ପୋଲିସ କାବୁ କରିଛି। ଗାଡିରୁ ୧୦୨ କେଜି ଗଞ୍ଜେଇ, ୧ ଲକ୍ଷ ୪୭ ହଜାର ଟଙ୍କା, ୪ଟି ମୋବାଇଲ, ଏକ ବୁମ୍‌ ଜବତ ହୋଇଛି। ଏହି ଘଟଣାରେ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଛତିଶଗଡର କ୍ରିଷ୍ଣ ଚୌହାନ, ଅର୍ଜୁନ ଯାଦବ, ପରମାନନ୍ଦ ଯାଦବ, ଷ୍ଟିଫାନ୍‌ ଟିଗୋ ଓ ସଲାଗୁଡାର ଆଦାମ ଦିଗାଲ। ଗୋଚ୍ଛାପଡା ଅଞ୍ଚଳରୁ ବୌଦ୍ଧ ଜିଲା କଣ୍ଟାମାଳ ଦେଇ ଛତିଶଗଡକୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ଜେରାବେଳେ ଅଭିଯୁକ୍ତ କହିଛନ୍ତି। ଏ ନେଇ ନଂ.୪୭/୨୦ରେ ମାମଲା ରୁଜୁ ହୋଇଥିବା ସଦର ଏସ୍‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ଚାଲି ଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଇ ଗଛରେ ପିଟି ହେଲା ମିନିଟ୍ରକ୍‌: ଚାଳକ ଫେରାର, ଗୁରୁତର…

ଦାରିଙ୍ଗବାଡ଼ି,୨୧।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ମାଲବୋଝେଇ ମିନିଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧଜଣକ ହେଲେ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୧।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ…

୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ 

ସୁନ୍ଦରଗଡ/ କୁଆଁରମୁଣ୍ଡା,୨୧।୭(ଜୟ ନାରାୟଣ ମେଣ୍ଡୁଳି/ ମହେନ୍ଦ୍ର କୁମାର ସାହୁ ): ସୁନ୍ଦରଗଡ ଜିଲା କୁଆରମୁଣ୍ଡା ତହସିଲ ଅଧୀନ କଲୋସିହିରା ସର୍କଲର ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେଉଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri