ଆଜି ନୁହେଁ ତ କେବେ ନୁହେଁ

ବିଶ୍ୱର ଥଣ୍ଡା ଦେଶଗୁଡ଼ିକରେ ଏବେ ପ୍ରବଳ ଗରମ । ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲନିଆଁ ଯୋଗୁ ୟୁରୋପର ଅଧିକାଂଶ ରାଷ୍ଟ୍ରରେ ତାପମାତ୍ରା ଅବିଶ୍ୱସନୀୟ ସ୍ତରକୁ ଚାଲିଯାଇଛି। ଆମେରିକାରେ ଅସହ୍ୟ ଗରମ ଯୋଗୁ ଲୋକେ କଲବଲ ହେଲେଣି। ଅତ୍ୟଧିକ ତାପମାତ୍ରା ବୃଦ୍ଧି ପାଇଥିବାରୁ ପର୍ତ୍ତୁଗାଲ ଓ ସ୍ପେନ୍‌ରେ ଗତ ୧୦ ଦିନ ମଧ୍ୟରେ ୧,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣ ଗଲାଣି। ପର୍ତ୍ତୃଗାଲରେ ୧୪ ଜୁଲାଇରେ ତାପମାତ୍ରା ୪୭ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରିଥିଲା। ସେହିଭଳି ସ୍ପେନ୍‌ରେ ତାପମାତ୍ରା ୪୦ ଡିଗ୍ରୀ ଟପିଯାଇଥିବା ବେଳେ ପ୍ରଥମ ଥର ପାଇଁ ବ୍ରିଟେନ୍‌ର କେତେକ ଅଞ୍ଚଳରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଆଶ୍ଚର୍ଯ୍ୟର କଥା ଯେ, ୟୁରୋପର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିବା ଯୋଗୁ ଥଣ୍ଡା ଜଳବାୟୁରେ ବଢ଼ିଆସିଥିବା ଲୋକେ ଗରମ ଯୋଗୁ ହନ୍ତସନ୍ତ ହେଉଛନ୍ତି। ଇଟାଲୀର ଦୀର୍ଘତମ ନଦୀ ପୋ ଭ୍ୟାଲି ଶୁଷ୍କ ହେବାରେ ଲାଗିଲାଣି। ସେହିପରି ଦକ୍ଷିଣ ଆମେରିକାର ପେନୁଏଲାସ୍‌ ହ୍ରଦ ଗତ ଜୁନ୍‌ରେ ସମ୍ପୂର୍ଣ୍ଣ ଭାବେ ଶୁଖିଯାଇଛି। ମୋଟାମୋଟି ଦେଖିଲେ ୟୁରୋପ ଓ ଆମେରିକା ଧୀରେ ଧୀରେ ଗ୍ରୀଷ୍ମପ୍ରଧାନ ଦେଶ ହେବାକୁ ବସିଲେଣି। ପିଲାଟି ବେଳୁ ପଢ଼ି ଆସିଥିଲୁ ଗ୍ରୀଷ୍ମଋତୁରେ ଲୋକେ ଛୁଟି କଟାଇବା ପାଇଁ ୟୁରୋପ ଯାଉଥିଲେ। ହେଲେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ସେହି ଦେଶର ପର୍ଯ୍ୟଟନ ସମେତ ଅର୍ଥନୀତି ଓ ଜୀବନଶୈଳୀକୁ ମାତ୍ରାଧିକ ପ୍ରଭାବିତ କରିଛି।
କୋଭିଡ୍‌ ମହାମାରୀ ଯୋଗୁ ସମଗ୍ର ବିଶ୍ୱ ଆର୍ଥିକ ଓ ସ୍ବାସ୍ଥ୍ୟଗତ କାରଣରୁ କ୍ଷତିଗ୍ରସ୍ତ ହୋଇଛି। ସେହି ଦୁଃଖକୁ ଆହୁରି ବଢ଼ାଇ ଦେଇଛି ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ। ଏଥିଯୋଗୁ ୟୁରୋପୀୟ ଦେଶଗୁଡ଼ିକ ଶକ୍ତି ସଙ୍କଟର ସମ୍ମୁଖୀନ ହୋଇଛନ୍ତି। କାରଣ ଏହି ରାଷ୍ଟ୍ରଗୁଡ଼ିକ ବିଜୁଳି ଶକ୍ତି ଉତ୍ପାଦନ ଲାଗି ରୁଷିଆଠାରୁ ପ୍ରାକୃତିକ ଗ୍ୟାସ୍‌ ଆଣିଥାଆନ୍ତି। ଯେହେତୁ ରୁଷିଆ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲଗାଯାଇଛି, ସେହେତୁ ତାପଜ ବିଦ୍ୟୁତ୍‌ ଉପରେ ନିର୍ଭରଶୀଳତା ବଢ଼ିଯାଇଛି। ସମସ୍ତେ ଜାଣନ୍ତି ଯେ, ତାପଜ ବିଦ୍ୟୁତ୍‌ ବିଶ୍ୱତାପନ ବୃଦ୍ଧି କରାଇଥାଏ। ତେଣୁ ଏସବୁକୁ ଦେଖିଲେ ଜଙ୍ଗଲ ଜଳିବା ଓ ତାପଜ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ତାପମାତ୍ରା ସ୍ତରକୁ ବଢ଼ାଇଦେବା ସ୍ବାଭାବିକ। ଉଲ୍ଲେଖଯୋଗ୍ୟ ଯେ, ଏବେ ପର୍ତ୍ତୃଗାଲ ଜଙ୍ଗଲରେ ଲାଗିଥିବା ନିଆଁରେ ୭୪ ହଜାର ଏକର ବନାନୀ ଧ୍ୱଂସ ପାଇଯାଇଛି। ଏଥିରେ କେବଳ ଯେ ଗଛଲତା ପୋଡ଼ିଯାଇଛି ତାହା ନୁହେଁ, ଅନେକ ହଜାର ସ୍ଥାନୀୟ ତଥା ବିରଳ ଜୀବଜନ୍ତୁ ସବୁସମୟ ସକାଶେ ପୃଥିବୀରୁ ଲୋପ ପାଇଯାଇଛନ୍ତି। ବର୍ତ୍ତମାନ ଭିନ୍ନ ଏକ ସଙ୍କଟ ମଧ୍ୟ ମୁଣ୍ଡ ଟେକିଲାଣି। ଥଣ୍ଡା ଜଳବାୟୁରେ ଯେଉଁ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥାଏ, ତାହା ମଧ୍ୟ ଘୋର ପ୍ରଭାବିତ ହୋଇଛି। ୟୁରୋପ ସମେତ ସମଗ୍ର ବିଶ୍ୱରେ ଖାଦ୍ୟ ସଙ୍କଟ ବଢ଼ିବା ସହ ଏହାର ମୂଲ୍ୟବୃଦ୍ଧି ଯୋଗୁ ଲୋକେ ଆହୁରି ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ସାଧାରଣରେ ବିଶ୍ୱବ୍ୟାପୀ ମୁଦ୍ରାସ୍ଫୀତି ଉଚ୍ଚା ରହିଥିବ ବେଳେ ହୀଟ୍‌ ଓ୍ବେଭ୍‌ ଯୋଗୁ ଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିବାରୁ ଖାଦ୍ୟଶସ୍ୟର ମୂଲ୍ୟ ବହୁଗୁଣା ବଢ଼ିଯାଉଛି। ବିଶେଷଜ୍ଞମାନେ ଏଭଳି ଏକ ସ୍ଥିତିକୁ ‘ହୀଟ୍‌ଫ୍ଲେଶନ’ ବା ତାପମାତ୍ରାଜନିତ ମୁଦ୍ରାସ୍ଫୀତି କହିଲେଣି।
ପୃଥିବୀ ଉପରେ ମଣିଷର ଅତ୍ୟାଚାର ସୀମା ଟପୁଥିବାରୁ ପ୍ରକୃତିର ସ୍ବରୂପ ଦିନକୁ ଦିନ ବଦଳିବାରେ ଲାଗିଛି। ଏକ ସନ୍ତୁଳିତ ବାୟୁମଣ୍ଡଳ ଓ ପରିବେଶ ଥିବାରୁ ପୃଥିବୀ ରୂପକ ଗ୍ରହ ମଣିଷ ପାଇଁ ଏକମାତ୍ର ବାସୋପଯୋଗୀ ରହିଆସିଛି। ହେଲେ ଏବେ ମନୁଷ୍ୟକୃତ ବିପର୍ଯ୍ୟୟ ଏହି ଗ୍ରହକୁ ଉତ୍ତପ୍ତ କରିବାରେ ଲାଗିଛି। ଆଜିର ସମୟରେ ଅନ୍ତର୍ଜାତୀୟ ସ୍ତରରେ ଯେଉଁ ରାଷ୍ଟ୍ରଗୁଡ଼ିକ ନିଜର ପତିଆରା ଦେଖାଇ ଆସୁଥିଲେ ସେମାନେ ଏବେ ପ୍ରକୃତିର ଧକ୍‌କା ଖାଇଲେ। ଅତ୍ୟନ୍ତ ଆରାମଦାୟକ ଜୀବନ ଜିଇବାକୁ ଚାହଁୁଥିବା ମାନବ ସମାଜ ସଚେତନ ହେବାର ସମୟ ଚାଲିଯାଉଛି। ଏବେ ନୁହେଁ ତ କେବେ ନୁହେଁ। ବିଳମ୍ବ ହେଲେ ମଣିଷ ନିପାତ ହୋଇଯିବ। କିନ୍ତୁ ଏହି ଗ୍ରହ ତା’ର ପାଣିପାଗ ବଦଳାଇ ନୂଆ ରୂପ ନେବ। ପୃଥିବୀର ଭୌଗୋଳିକ ଇତିହାସ ଦେଖିଲେ ଏଠାରେ ଅନେକ ଯୁଗ ବିତିଯାଇଛି। ସବୁ ଯୁଗରେ ମଣିଷ ନ ଥିଲା। ଆଜି ଯଦି ସାବଧାନ ହେବାକୁ ଅସ୍ବୀକାର କରିବା ତେବେ ଆଗାମୀ ଦିନରେ, ସମୟ ଆସିପାରେ, ପୃଥିବୀ ଥିବ କିନ୍ତୁ ମଣିଷ ଜାତି ଲୋପ ପାଇଯାଇଥିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?