Posted inଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: ସ୍ମିଥ୍‌-କୋହଲି ବ୍ୟବଧାନ କମିଲା

ଦୁବାଇ, ୨୧ା୧୨ (ପି.ଟି.)-ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଓପନରରେ ଭାରତ ହୁଏତ ଲଜ୍ଜାଜନକ ପରାଜୟ ବରଣ କରିଥାଇପାରେ ହେଲେ ଆଡିଲେଡ୍‌ଠାରେ ପ୍ରଥମ ଇନିଂସରେ ୭୪ରନ ସ୍କୋର କରିଥିବାରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ଟେଷ୍ଟ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ଙ୍କ ନିକଟତର ହୋଇପାରିଛନ୍ତି। ଅର୍ଦ୍ଧଶତକ ହାସଲ କରିଥିବାରୁ କୋହଲି ୨ ପଏଣ୍ଟ ଅର୍ଜନ କରିଛନ୍ତି। ଫଳରେ ତାଙ୍କ ପଏଣ୍ଟ ସଂଖ୍ୟା ୮୮୮ରେ ପହଞ୍ଚତ୍ଛି। ସ୍ମିଥ୍‌ (୯୧୧) ଦୁଇଟି ଇନିଂସରେ ୧ ଓ ୧ ରନ କରିଥିବାରୁ ତାଙ୍କୁ ୧୦ପଏଣ୍ଟ ହରାଇବାକୁ ପଡ଼ିଛି। ଲୋ-ସ୍କୋରିଂ ମ୍ୟାଚରେ ମାର୍ନସ ଲାବୁସ୍କେନ୍‌ ୪୭ ଓ ୬ ରନ କରିଥିବାରୁ ସେ ତାଙ୍କ କ୍ୟାରିୟର ଶ୍ରେଷ୍ଠ ୮୩୯ ପଏଣ୍ଟରେ ପହଞ୍ଚତ୍ ପାରିଛନ୍ତି। ପ୍ଲେୟାର ଅଫ୍‌ ଦି ମ୍ୟାଚ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌ ତାଙ୍କ ଅପରାଜିତ ୭୩ରନ ଇନିଂସ ପାଇଁ ୫୯୨ ପଏଣ୍ଟ ସହ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ୩୩ତମ ସ୍ଥାନ ଅଧିକାର କରିଛନ୍ତି। ଅଷ୍ଟ୍ରଲିଆ ବିପକ୍ଷ ପ୍ରଥମ ଇନିଂସରେ ୪ ଉଇକେଟ ସଫଳତା ପାଇ ସ୍ପିନର ଆର. ଅଶ୍ୱିନ ବର୍ତ୍ତମାନ ଭାରତର ଟପ୍‌ ର଼୍ୟାଙ୍କିଙ୍ଗ ବୋଲର ହୋଇଛନ୍ତି। ପେସ୍‌ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ଅତିକ୍ରମ କରି ସେ ୯ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ୭ ଉଇକେଟ ସଫଳତା ପାଇଁ ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ପ୍ୟାଟ୍‌ କୁମିନ୍ସଙ୍କ ପଏଣ୍ଟ ସଂଖ୍ୟା ୯୦୪ରୁ ୯୧୦କୁ ବୃଦ୍ଧି ପାଇଛି। ଟେଷ୍ଟ ବୋଲିଂ ର଼୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ଥିବା ଷ୍ଟୁଆର୍ଟ ବ୍ରଡଙ୍କଠାରୁ ତାଙ୍କ ପଏଣ୍ଟ ବ୍ୟବଧାନ ବୃଦ୍ଧି ପାଇଛି। ଆଡିଲେଡ୍‌ ଟେଷ୍ଟ ଖେଳି ନ ଥିବା ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡର ତାଲିକାରେ ପୂର୍ବଭଳି ୩ ନମ୍ବର ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ

ନୂଆଦିଲ୍ଲୀ,୨୭।୯: ଏସିଆନ ଗେମ୍ସରେ ମହିଳା କ୍ରିକେଟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ମହିଳା ଟିମ ସ୍ବର୍ଣ୍ଣ ପଦକ ଜିତିଛି। ଏବେ…

ବିରାଟଙ୍କ ନାଁରେ ବଡ଼ ଉପଲବ୍ଧି, ଏହି ଖେଳାଳିଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବା ସହ ନୂଆ ଇତିହାସ ରଚିଛନ୍ତି ବିରାଟ କୋହଲି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ…

ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ

ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…

ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?