Posted inଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: ସ୍ମିଥ୍‌-କୋହଲି ବ୍ୟବଧାନ କମିଲା

ଦୁବାଇ, ୨୧ା୧୨ (ପି.ଟି.)-ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଓପନରରେ ଭାରତ ହୁଏତ ଲଜ୍ଜାଜନକ ପରାଜୟ ବରଣ କରିଥାଇପାରେ ହେଲେ ଆଡିଲେଡ୍‌ଠାରେ ପ୍ରଥମ ଇନିଂସରେ ୭୪ରନ ସ୍କୋର କରିଥିବାରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ଟେଷ୍ଟ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ଙ୍କ ନିକଟତର ହୋଇପାରିଛନ୍ତି। ଅର୍ଦ୍ଧଶତକ ହାସଲ କରିଥିବାରୁ କୋହଲି ୨ ପଏଣ୍ଟ ଅର୍ଜନ କରିଛନ୍ତି। ଫଳରେ ତାଙ୍କ ପଏଣ୍ଟ ସଂଖ୍ୟା ୮୮୮ରେ ପହଞ୍ଚତ୍ଛି। ସ୍ମିଥ୍‌ (୯୧୧) ଦୁଇଟି ଇନିଂସରେ ୧ ଓ ୧ ରନ କରିଥିବାରୁ ତାଙ୍କୁ ୧୦ପଏଣ୍ଟ ହରାଇବାକୁ ପଡ଼ିଛି। ଲୋ-ସ୍କୋରିଂ ମ୍ୟାଚରେ ମାର୍ନସ ଲାବୁସ୍କେନ୍‌ ୪୭ ଓ ୬ ରନ କରିଥିବାରୁ ସେ ତାଙ୍କ କ୍ୟାରିୟର ଶ୍ରେଷ୍ଠ ୮୩୯ ପଏଣ୍ଟରେ ପହଞ୍ଚତ୍ ପାରିଛନ୍ତି। ପ୍ଲେୟାର ଅଫ୍‌ ଦି ମ୍ୟାଚ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌ ତାଙ୍କ ଅପରାଜିତ ୭୩ରନ ଇନିଂସ ପାଇଁ ୫୯୨ ପଏଣ୍ଟ ସହ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ୩୩ତମ ସ୍ଥାନ ଅଧିକାର କରିଛନ୍ତି। ଅଷ୍ଟ୍ରଲିଆ ବିପକ୍ଷ ପ୍ରଥମ ଇନିଂସରେ ୪ ଉଇକେଟ ସଫଳତା ପାଇ ସ୍ପିନର ଆର. ଅଶ୍ୱିନ ବର୍ତ୍ତମାନ ଭାରତର ଟପ୍‌ ର଼୍ୟାଙ୍କିଙ୍ଗ ବୋଲର ହୋଇଛନ୍ତି। ପେସ୍‌ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ଅତିକ୍ରମ କରି ସେ ୯ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ୭ ଉଇକେଟ ସଫଳତା ପାଇଁ ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ପ୍ୟାଟ୍‌ କୁମିନ୍ସଙ୍କ ପଏଣ୍ଟ ସଂଖ୍ୟା ୯୦୪ରୁ ୯୧୦କୁ ବୃଦ୍ଧି ପାଇଛି। ଟେଷ୍ଟ ବୋଲିଂ ର଼୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ଥିବା ଷ୍ଟୁଆର୍ଟ ବ୍ରଡଙ୍କଠାରୁ ତାଙ୍କ ପଏଣ୍ଟ ବ୍ୟବଧାନ ବୃଦ୍ଧି ପାଇଛି। ଆଡିଲେଡ୍‌ ଟେଷ୍ଟ ଖେଳି ନ ଥିବା ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡର ତାଲିକାରେ ପୂର୍ବଭଳି ୩ ନମ୍ବର ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନ୍ୟୁଜିଲାଣ୍ଡ ଗସ୍ତ: ଭାରତୀୟ ମହିଳା ହକି ଦଳର ଦ୍ୱିତୀୟ ବିଜୟ

ଅକ୍‌ଲାଣ୍ଡ, ୫।୨(ପି.ଟି.)- ଚଳିତ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ମହିଳା ହକି ଦଳ ତା’ର ଦ୍ୱିତୀୟ ବିଜୟ ହାସଲ କରିଛି। ମଙ୍ଗଳବାର ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍‌ରେ ଭାରତ...

ନୁର୍‌ ଖାନ୍‌ ହକି ବିଶ୍ୱକପ୍‌ର ଜନକ

ଚଳିତ ବର୍ଷ ହକି ବିଶ୍ୱକପ୍‌ର ୧୫ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଚଳିତମାସ ୧୩-୨୯ ତାରିଖ ଯାଏ ଭୁବନେଶ୍ୱର-ରାଉରକେଲାରେ ଏହି ଟୁର୍ନାମେଣ୍ଟ ଖେଳାଯିବ। ୧୯୭୧ରେ ପ୍ରଥମ...

ମହମ୍ମଦ ସାଲାଙ୍କୁ କରୋନା

କାଇରୋ, ୧୬ା୧୧ (ଏପି)-ଲିଭରପୁଲ୍‌ ଷ୍ଟ୍ରାଇକର ମହମ୍ମଦ ସାଲା କରୋନା ସଂକ୍ରମିତ ହୋଇଛନ୍ତି। ନିଜ ଦେଶର ଇଜିପ୍ଟରେ ସେ ଅତିକମ୍‌ରେ ଗୋଟିଏ ସପ୍ତାହ ଆଇସୋଲେଶନରେ ରହିବେ। ଜାତୀୟ...

ଅଷ୍ଟ୍ରେଲିଆ ଦିନିକିଆ ଦଳର ଅଧିନାୟକ ହେଲେ ପ୍ୟାଟ କୁମିନ୍ସ

ସିଡନୀ,୧୮।୧୦: ଦିନିକିଆ କ୍ରିକେଟରୁ ଆରୋନ ଫିଞ୍ଚଙ୍କ ଅବସର ପରେ କ୍ରିକେଟ ଅଷ୍ଟ୍ରେଲିଆ ନୂତନ ଅଧିନାୟକ ଘୋଷଣା କରିଛି। କ୍ରିକେଟ ଅଷ୍ଟ୍ରେଲିଆ ଏହାର ଏକ ନମ୍ବର ଦ୍ରୁତ...

କୋହଲି-ଶାସ୍ତ୍ରୀଙ୍କ ଏହି ଗୋଟିଏ ଭୁଲ ପାଇଁ ଏବେ ପୁରା ଟିମ୍‌ ଅସୁବିଧାରେ; ବିସିସିଆଇ ଖପ୍ପା

ନୂଆଦିଲ୍ଲୀ,୧୦।୯: ଇଂଲଣ୍ଡରେ ଭାରତୀୟ ଟିମ୍‌ ଉଲ୍ଲେଖନୀୟ ପ୍ରଦର୍ଶନ କରି ଚଳିତ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଥିଲା। ଶୁକ୍ରବାର ମାଞ୍ଚେଷ୍ଟରରେ ଅନ୍ତିମ ମୁକାବିଲା ଖେଳାଯିବାକୁ ଥିବା...

ଭାଙ୍ଗିଲା ୩୦ ବର୍ଷ ପୁରୁଣା କ୍ରିକେଟ ରେକର୍ଡ

ସିଡନୀ,୧।୧୧: ୩୦ ବର୍ଷ ପୁରୁଣା କ୍ରିକେଟ ରେକର୍ଡ ଭାଙ୍ଗିଛି। ଅଷ୍ଟ୍ରେଲିଆରେ ଚାଲିଥିବା ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶେଫିଲ୍ଡ ଶିଲ୍ଡରେ ସାଉଥ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭିକ୍ଟୋରିଆର...

ସ୍କାଲୋନିଙ୍କ କାର୍ଯ୍ୟକାଳ ବୃଦ୍ଧି

ବୁଏନ୍ସଏୟାର୍ସ,୧।୩(ଏପି): ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର କୋଚ୍‌ ବିଶ୍ୱକପ୍‌ ବିଜେତା ଲିଓନେଲ ସ୍କାଲୋନିଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ସେ ୨୦୨୬ ବିଶ୍ୱକପ୍‌ ପର୍ଯ୍ୟନ୍ତ ତାଙ୍କ ପଦବୀରେ ରହିବେ।...

କମ୍‌ ଇନିଂସରେ ୨୪ ଶତକ ଲଗାଇଥିବା ବ୍ୟାଟ୍ସମ୍ୟାନ

କମ୍‌ ଇନିଂସରେ ୨୪ ଶତକ ଲଗାଇଥିବା ବ୍ୟାଟ୍ସମ୍ୟାନ ୬୬: ଡନ ବ୍ରାଡମ୍ୟାନ ୧୧୮: ଷ୍ଟିଭ ସ୍ମିଥ ୧୨୩: ବିରାଟ କୋହଲି ୧୨୫: ସଚିନ ତେନ୍ଦୁଲକର ୧୨୮:...

Advertisement
Archives

Model This Week