ନୀରବ ମୋଦି ଭାଇଙ୍କ ବିରୋଧରେ ଠକେଇ ମାମଲା

ନୂଆଦିଲ୍ଲୀ: ପିଏନ୍‌ବିରୁ ୧୩ ହଜାର କୋଟି ଟଙ୍କା ଠକେଇରେ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ବିରୋଧରେ ଏବେ ପ୍ରତ୍ୟର୍ପଣ ମାମଲା ରୁଜୁ ହୋଇଛି। ତାଙ୍କ ଭାଇ ନେହାଲ ମୋଦିଙ୍କ ବିରୋଧରେ ରବିବାର ଏକ ଠକେଇ ମାମଲା ସାମ୍ନାକୁ ଆସିଛି। ନେହାଲଙ୍କ ବିରୋଧରେ ୧୯ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଏକ ଠକେଇ ମାମଲା ରୁଜୁ କରାଯାଇଛି। ମଲ୍ଟି ଲେୟାର ସ୍କିମ ଜରିଆରେ ସେ ଏଭଳି ଠକେଇ କରିଥିବାରୁ ନ୍ୟୁୟର୍କରେ ମାମଲା ରୁଜୁ କରାଯାଇଛି। ତାଙ୍କ ବିରୋଧରେ ଫାଷ୍ଟ ଡିଗ୍ରୀରେ ବଡ ଚୋରି ଅଭିଯୋଗ ଆସିଛି। ଠକେଇ ୧ ନିୟୁତ ଡଲାରରୁ ଅଧିକ ହୋଇଥିବାରୁ ଫାଷ୍ଟ ଡିଗ୍ରୀ ଚୋରି ମାମଲା ସାମ୍ନାକୁ ଆସିଛି। ଏବେ ନ୍ୟୁୟର୍କ ସୁପ୍ରିମକୋର୍ଟରେ ନେହାଲଙ୍କ ବିରୋଧରେ ମାମଲା ଚାଲିବ। ନେହାଲ ଏହି ଘଟଣା ସହ ୨୦୧୫ରେ ଜଡିତ। ଏକ ପ୍ରେଜେନଟେଶନ ପାଇଁ ସେ ଆମେରିକାର ଏଲ୍‌ଏଲ୍‌ଡି ଡାଇମଣ୍ଡଠାରୁ ୨.୬ ନିୟୁତ ଡଲାର ମୂଲ୍ୟର ହୀରା ନେଇଥିଲେ। ଫାଷ୍ଟକୋ ହୋଲସେଲ କର୍ପୋରେଶନ ସହ ଚୁକ୍ତିରେ ସାମିଲ ହୋଇଥିବାରୁ ହୀରାର ଆବଶ୍ୟକତା ରହିଛି। ହୀରାଗୁଡିକୁ ସେ ଫାଷ୍ଟକୋକୁ ଦେଖାଇବେ ବୋଲି ନେହାଲ ମିଛ କହିଥିଲେ। ହେଲେ ଏଲ୍‌ଏଲ୍‌ଡି ଦେଇଥିବା ଏହି ହୀରା ଆଉ ଫେରି ପାଇ ନ ଥିଲା। ଏଲ୍‌ଏଲ୍‌ଡି ହୀରାକୁ ଫାଷ୍ଟକୋ କିଣିବାକୁ ଆଗ୍ରହୀ ବୋଲି ସେ ଆଳ ଦେଖାଉଥିଲେ। ଏହି ସ୍କିମରେ ଯେଉଁମାନେ ମେମ୍ବର ରହିବେ ତାଙ୍କୁ ହୀରା କ୍ରୟରେ ରିହାତି ମିଳିବ ବୋଲି କୁହାଯାଇଥିଲା। ନେହାଲ ଏଲ୍‌ଏଲ୍‌ଡିକୁ ପରେ କିଛି ଅର୍ଥ ମଧ୍ୟ ପ୍ରଦାନ କରିଥିଲେ। ଶୀଘ୍ର ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରିବାକୁ ମଧ୍ୟ ସେ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଫାଷ୍ଟକୋଠାରୁ ଅର୍ଥ ମିଳି ନ ଥିବାରୁ ସେ ଟଙ୍କା ଫେରାଇବାରେ ବିଳମ୍ବ ହେଉଥିବା ଆଳ ଦେଖାଉଥିଲେ। ନେହାଲଙ୍କ କଥା ସତ ବୋଲି ଏଲ୍‌ଏଲ୍‌ଡି ମାନି ନେଇଥିଲା। ମାତ୍ର ସମୟ ଗଡି ଚାଲିଥିବାରୁ ସମ୍ପୂର୍ଣ୍ଣ ଅର୍ଥ ଫେରାଇବା ଲାଗି ଏଲ୍‌ଏଲ୍‌ଡି କହିଥିଲା। ଅର୍ଥ ଫେରାଇବାରେ ନେହାଲ ବିଫଳ ହେବାରୁ ହୀରା ଦେଇଥିବା କମ୍ପାନୀ ବାଧ୍ୟ ହୋଇ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

ସାଧାରଣ ଲୋକଙ୍କ ପାଇଁ ଖୁସିଖବର, କମିଗଲା…

ନୂଆଦିଲ୍ଲୀ,୧୫।୧୨: ନଭେମ୍ୱର ମାସରେ ଭାରତର ପାଇକାରୀ ମୁଦ୍ରାସ୍ଫୀତି ହାର ନକାରାତ୍ମକ ହୋଇଗଲା, ଯାହା ବର୍ଷ ବର୍ଷ ଧରି 0.32% ହ୍ରାସ ପାଇଲା। ଏହି ହ୍ରାସ ମୁଖ୍ୟତଃ ଖାଦ୍ୟ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri