ପୂରଣ ହେଉନି ବସ୍‌ଷ୍ଟାଣ୍ଡ ପ୍ରତିଶ୍ରୁତି

ଛେଣ୍ଡିପଦା,୨୧ା୧୨ (ସ୍ବ.ପ୍ର.) ଅନୁଗୋଳ ଜିଲାର ଛେଣ୍ଡିପଦା ବ୍ଲକରେ ରହିଛି କୋଇଲା ଖଣି। ଦୈନିକ ଶତାଧିକ ଟ୍ରକ୍‌ରେ ଏଠାରୁ କୋଇଲା ବିଭିନ୍ନ କାରଖାନାକୁ ଯାଉଛି। ଆଗାମୀ ଦିନରେ ଆହୁରି ଅଧିକ କୋଇଲା ଖଣି ଖୋଳାଯିବାର ଯୋଜନା ସରକାରଙ୍କ ନିକଟରେ ରହିଛି। ବ୍ଲକ ସଦରମହକୁମାରୁ ମାତ୍ର ୨୫ କିଲୋମିଟର ଦୂରରେ ଅଛି ଜରପଡ଼ା ରେଳଷ୍ଟେଶନ ଓ ଜିନ୍ଦଲ ପ୍ଲାଣ୍ଟ। କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ଶିଳ୍ପାଞ୍ଚଳରେ ଏକ ବସ୍‌ଷ୍ଟାଣ୍ଡ ନାହିଁ। ରାଜ୍ୟର ସମସ୍ତ ବ୍ଲକରେ ମଡେଲ୍‌ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବାକୁ ସରକାର ୨୦୧୮ରେ ଘୋଷଣା କରିବା ପରେ ଛେଣ୍ଡିପଦାବାସୀଙ୍କ ମନରେ ଆଶା ସଞ୍ଚାର ହୋଇଥିଲା। ହେଲେ ୨ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ଉକ୍ତ ପ୍ରତିଶ୍ରୁତି ପୂରଣ କରି ନ ଥିବାରୁ ଛେଣ୍ଡିପଦା ବ୍ଲକ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଶିଳ୍ପାଞ୍ଚଳ ଛେଣ୍ଡିପଦାରୁ ପ୍ରତ୍ୟକ ଦିନ ହଜାର ହଜାର ଲୋକ ଅନୁଗୋଳ, ସମ୍ବଲପୁର, କୁଚିଣ୍ଡା, ଦେବଗଡ, ରେଙ୍ଗାଳି, ରେଢାଖୋଲ, ରାଉରକେଲା, କଟକ, ଢେଙ୍କାନାଳ, ପୁରୀ, ଭୁବନେଶ୍ୱର, କେନ୍ଦୁଝର ଆଦି ଅଞ୍ଚଳକୁ ଯାଇଥାନ୍ତି। ପ୍ରତ୍ୟକ ଅଧଘଣ୍ଟା ବ୍ୟବଧାନରେ ଏଠାରୁ ବସ୍‌ ଚଳାଚଳ କରିଥାଏ। ସେହିପରି ଟ୍ରେନ୍‌ ଯୋଗେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀମାନେ ଜରପଡ଼ା ଷ୍ଟେଶନରେ ଓହ୍ଲାଇ ଛେଣ୍ଡିପଦାରୁ ବିଭିନ୍ନ ଅଞ୍ଚଳକୁ ବସ୍‌ ଧରିଥାନ୍ତି। କୋଇଲା ଖଣି ଓ ଜିନ୍ଦଲ ପ୍ଲାଣ୍ଟ ଥିବାରୁ କାମ କରୁଥିବା ବାହାର ଅଞ୍ଚଳର ବହୁ ଲୋକଙ୍କ ଆତଯାତ ରହିଛି। ଏତେ ସଂଖ୍ୟକ ବସ୍‌ ଚଳାଚଳ କରୁଥିଲେ ମଧ୍ୟ ଛେଣ୍ଡିପଦାରେ ଏକ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇ ନାହିଁ। ଫଳରେ ଗାଡ଼ିକୁ ଅପେକ୍ଷା କରୁଥିବା ଯାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖରା, ବର୍ଷା ଦିନେ ସେମାନଙ୍କ ସମସ୍ୟା ବଢ଼ିଯାଉଛି। ନା ଅପେକ୍ଷା କରିବାକୁ ଭଲ ଯାତ୍ରୀ ବିଶ୍ରାମାଗର ଅଛି ନା ସୁଲଭ ଶୌଚାଳୟ ବ୍ୟବସ୍ଥା ହୋଇଛି। ବିଶେଷକରି ମହିଳା ଯାତ୍ରୀମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶୁଦ୍ଧ ପାଣି ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ। ଏହାଛଡ଼ା ବଜାର ଦେଇ ଯାଇଥିବା ରାଜପଥ ଉପରେ ବସ୍‌ଗୁଡ଼ିକ ଠିଆ ହୋଇ ରହୁଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ରାଜ୍ୟ ସରକାର ଛେଣ୍ଡିପଦାକୁ ଏନ୍‌ଏସି ମାନ୍ୟତା ଦେବାକୁ ଯୋଜନା କରିଥିବାବେଳେ ଏଠାରେ ବସ୍‌ଷ୍ଟାଣ୍ଡଟିଏ ନିର୍ମାଣ କରା ନ ଯିବା ଅସନ୍ତୋଷର କାରଣ ହୋଇଛି।

ବିଶ୍ୱସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଉ
ଆଗାମୀ ଦିନରେ ଛେଣ୍ଡିପଦା ଏକ ବ୍ୟସ୍ତବହୁଳ ଶିଳ୍ପାଞ୍ଚଳରେ ପରିଣତ ହେବ। ପୂର୍ବାପେକ୍ଷା ଏହାର ଗୁରୁତ୍ୱ ଅଧିକ ବଢ଼ିଯିବ। ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଲୋକ ଦୈନିକ ଏଠାକୁ ଯାତାୟାତ କରିବେ। ଏଠାରେ ବିଶ୍ୱସ୍ତରୀୟ ବସ୍‌ ଟର୍ମିନାଲ ନିର୍ମାଣର ଆବଶ୍ୟକ ପଡ଼ିବ। ସରକାର ଦୁଇ ବର୍ଷ ତଳେ ଦେଇଥିବା ବସ୍‌ଷ୍ଟାଣ୍ଡ ନିର୍ମାଣ ପ୍ରତିଶ୍ରୁତି ପୂରଣ କରନ୍ତୁ।
-ଅଗସ୍ତୀ ବେହେରା, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ

ରୋଜଗାର ବୃଦ୍ଧିରେ ସହାୟକ ହେବ
ବଡ଼ ବସ୍‌ଷ୍ଟାଣ୍ଡ ନିର୍ମାଣ ହେଲେ ଅଧିକ ସଂଖ୍ୟକ ବସ୍‌ ଚଳାଚଳ କରିବ। ଫଳରେ ଗମନାଗମନର ସୁବିଧା ସହ ଗରିବ, ଖଟିଖିଆମାନେ ଦୂର ସ୍ଥାନକୁ କାମ କରିବାକୁ ଯାଇପାରିବେ। ବସ୍‌ଷ୍ଟାଣ୍ଡ ପାର୍ଶ୍ୱରେ ଦୋକାନ ବଜାର କରି ଅଞ୍ଚଳର ବହୁ ଯୁବତୀ ଯୁବକ ରୋଜଗାରକ୍ଷମ ହୋଇପାରିବେ।
-ସୁଦୀପ୍ତ ପ୍ରଧାନ, ଶ୍ରମିକ ନେତା

ଟ୍ରାଫିକ ସମସ୍ୟା ଦେଖାଦେଉଛି
ଦିନକୁ ଦିନ ଜନ ସଂଖ୍ୟା ସହ ଯାନବାହନ ସଂଖ୍ୟା ବୃଦ୍ଧି ପାଉଛି। ରାଜପଥରେ ଦୈନିକ ହଜାର ହଜାର ଗାଡ଼ି ଯାତାୟାତ କରୁଛି। ବସ୍‌ଷ୍ଟାଣ୍ଡ ଅଭାବରୁ ବସ୍‌ଗୁଡ଼ିକ ରାସ୍ତା ଉପରେ ଠିଆ ହୋଇ ରହୁଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଶୌଚାଳୟଟିଏ ନ ଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
-ଉମେଶ ପ୍ରଧାନ, ଜଗନ୍ନାଥ ବସ୍‌ ମାଲିକ ସଂଘ ସଭାପତି, ଛେଣ୍ଡିପଦା

ବସ୍‌ଷ୍ଟାଣ୍ଡ ନିହାତି ଆବଶ୍ୟକ
ଛେଣ୍ଡିପଦାରେ କୋଇଲା ଖଣି ରହିଛି। ଆଗାମୀ ଦିନରେ ଆହୁରି ଦୁଇଟି ଖଣି ଖୋଲିବାର ଯୋଜନା ସରକାରଙ୍କ ନିକଟରେ ଅଛି। ଶିଳ୍ପାଞ୍ଚଳ ହୋଇଥିବାରୁ ଏଠାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଲୋକ ଆସୁଛନ୍ତି। ଜିନ୍ଦଲ ବଜାର ସହ କୋଶଳା, ବାଗଡିଆ, ଜରପଡା, ବାଲିପଟା ଆଦି ବଜାରକୁ ଦୂର ଦୂରାନ୍ତରୁ ଲୋକେ ଦୈନିକ ଆସୁଥିବାରୁ ସଦର ମହକୁମାରେ ବସ୍‌ଷ୍ଟାଣ୍ଡ ନିହାତି ଆବଶ୍ୟକ।
– ସମରେଶ ନାଥ, ବୁଦ୍ଧିଜୀବୀ

ଜାଗା ଯୋଗାଇ ଦିଆଯାଇଛି
ଛେଣ୍ଡିପଦାରେ ଖୁବ୍‌ଶୀଘ୍ର ଏକ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ। ଏଥିନିମନ୍ତେ ତହସିଲ ପକ୍ଷରୁ ଜମି ଯୋଗାଇ ଦିଆଯାଇଛି। ଛେଣ୍ଡିପଦା ଦମକଳ କାର୍ଯ୍ୟାଳୟ ନିକଟରେ ଥିବା ଖାତା ନଂ. ୧୦୦୬ ର ତିନଟି ପ୍ଲଟରୁ ୧ ଏକରରୁ ଅଧିକ ଜମି ଯୋଗାଇ ଦିଆଯାଇଛି।
-ଡାନିଏଲ ଏକ୍କା, ତହସିଲଦାର, ଛେଣ୍ଡିପଦା


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ରେ ଆସି ବାଇକ୍‌ ଚୋରି

ଭୁବନେଶ୍ୱର,୫।୧୨(ସୂର୍ଯ୍ୟକାନ୍ତ ବେହେରା):ବସ୍‌ରେ ଆସି ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ ଚୋରି କରି ଚମ୍ପଟ ମାରୁଥିବା ଏକ ୩ଜଣିଆ ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୋଲିସ ଧରିଛି।...

ବିନା ବ୍ରେକ୍‌ରେ ୪୮ଘଣ୍ଟା ନାଟକ ପ୍ରଦର୍ଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ):ବିନା ବ୍ରେକ୍‌ରେ ଲଗାତର ୪୮ ଘଣ୍ଟାରୁ ଅଧିକ ସମୟ ନାଟକ ପରିବେଷଣ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି ନାଟ୍ୟ ସଂସ୍ଥା ମିରର ଥିଏଟର।...

ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ ସିରିଜ। ‘ଜୟ ଜଗନ୍ନାଥ’ ନାଁରେ ନାମିତ ଏହି ବିବିଧ ବିଭାଗର ସିରିଜ ବିଶେଷ...

ବ୍ୟାଙ୍କିଙ୍ଗ୍‌ ଠକେଇ ରୋକିବ ‘ରାପିଡ୍‌ ଆଲର୍ଟ ସିଷ୍ଟମ’

ଭୁବନେଶ୍ୱର,୫।୧୨(ଅନୁରାଧା ମହାରଣା):ଡିଜିଟାଲ ବ୍ୟାଙ୍କିଂର ବ୍ୟବହାର ବୃଦ୍ଧି ସହିତ ବ୍ୟାଙ୍କିଙ୍ଗ ଠକେଇ ଘଟଣା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ତେବେ ଏପରି ଠକେଇ ମାମଲାକୁ ନିୟନ୍ତ୍ରଣ...

ନାରୀ ନିର୍ଯାତନାରେ ଓଡ଼ିଶା ୪ର୍ଥ

ଭୁବନେଶ୍ୱର,୫ା୧୨(ସତ୍ୟଜିତ୍‌ ରାଉତ):ଦେଶବ୍ୟାପୀ ମହିଳା ଓ ଶିଶୁ ବିରୋଧୀ ହିଂସା, ଅପରାଧ ବୃଦ୍ଧି ଚିନ୍ତାଜନକ ରହିଛି। ଅଧିକାଂଶ ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି। ଦେଶରେ ମହିଳା...

ଆଜି ଉପକୂଳରେ ମାଡ଼ହେବ ‘ମିଗ୍‌ଜୋମ୍‌’: ଓଡ଼ିଶାର ୫ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୫ା୧୨ (ଅନିଲଦାସ):ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର...

ବାତ୍ୟା ‘ମିଗଜୋମ’ର ପ୍ରଭାବ: ଏହି ଜିଲାରେ ସବୁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୫।୧୨: ବାତ୍ୟା ‘ମିଗଜୋମ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ଏହାସହ କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି...

ଓଲଟିଲା ପିକଅପ୍‌ ଭ୍ୟାନ: ୧୫ ଗୁରୁତର

ବଲାଙ୍ଗୀର,୫।୧୨: ବଲାଙ୍ଗୀର ଜିଲା ଟିଟିଲାଗଡ଼ କତରକେଲା ରେଲ ଫାଟକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ୍‌ ଯାଉଥିବା ଏକ ପିକଅପ୍‌ ଭ୍ୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri