ସୀମାନ୍ତ ଗାଁ ଚାଲିଯାଉଛି କାହିଁକି

ଓଡ଼ିଶାର ଚାରି ଦିଗରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପ୍ରାୟ ୯୬ରୁ ଅଧିକ ଗଁା ଏବେ ପଡ଼ୋଶୀ ରାଜ୍ୟଗୁଡିକର ପ୍ରଶାସନିକ ଓ ସାଂସ୍କୃତିକ ପ୍ରଭାବ ଭିତରକୁ ଧୀରେ ଧୀରେ ଚାଲିଯାଉଛି। ୧୯୩୬ ମସିହାରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଗଠନହେବା ସମୟରେ ଅସ୍ପଷ୍ଟ ସୀମା ନିର୍ଦ୍ଧାରଣ, ବର୍ତ୍ତମାନ ବିକାଶମୂଳକ କାର୍ଯ୍ୟରେ ଅବହେଳା, ପଡ଼ୋଶୀ ରାଜ୍ୟଗୁଡ଼ିକର ଆକର୍ଷଣୀୟ ଜନ କଲ୍ୟାଣକାରୀ ଯୋଜନା ଏବଂ ଓଡ଼ିଆ ଭାଷା ଓ ଶିକ୍ଷାର ଘୋର ଅଭାବ ଯୋଗୁ ଏହି ସଙ୍କଟ ସୃଷ୍ଟି ହେଉଛି।
ଓଡ଼ିଶାର ୩୦ ଗୋଟି ଜିଲା ମଧ୍ୟରୁ ୧୪ ଟି ଜିଲା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ ଓ ଆନ୍ଧ୍ରପ୍ରଦେଶ ସୀମା ସହ ଜଡ଼ିତ ହୋଇ ରହିଛି। ବିଧାନସଭାରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଏହି ଚାରୋଟି ପଡ଼ୋଶୀ ରାଜ୍ୟ ସହ ଓଡ଼ିଶାର ୮ରୁ ୧୦ ଜିଲାର ପ୍ରାୟ ୯୬ଟି ଗଁା, ୭ଟି ନଦୀ ଏବଂ ୮ଟି ଜଙ୍ଗଲକୁ ନେଇ ବିବାଦ ଦେଖାଦେଇଛି ଏବଂ ସୀମାନ୍ତ ଗଁାଗୁଡ଼ିକ ଦୂରେଇ ଯିବାର ମୁଖ୍ୟ କାରଣଗୁଡ଼ିକ ହେଲା ୧) ଐତିହାସିକ ଓ ପ୍ରଶାସନିକ ଅସ୍ପଷ୍ଟତା- ବ୍ରିଟିଶ ଅମଳରେ ହୋଇଥିବା ତ୍ରୁଟିପୂର୍ଣ୍ଣ ସୀମା ନିର୍ଦ୍ଧାରଣ ଏହାର ଏକ ପ୍ରମୁଖ କାରଣ। ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ହେବା ସମୟରେ ଅନେକ ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଠିକ୍‌ ସର୍ଭେ ହୋଇପାରି ନ ଥିଲା। ଉଦାହରଣ ସ୍ବରୂପ କୋରାପୁଟ ଜିଲାର କୋଟିଆ ଗ୍ରାମପଞ୍ଚାୟତର ୨୮ଟି ଗ୍ରାମ ମଧ୍ୟରୁ ୭ଟିର ରାଜସ୍ବ ରେକର୍ଡ ଥିବା ବେଳେ ଆଉ ୨୧ଟିର ଠିକ୍‌ ରେକର୍ଡ ନ ଥିବାରୁ ଏହା ଦୀର୍ଘ ଦଶନ୍ଧି ଧରି ବିବାଦ ଘେରରେ ରହିଛି। ୨) ନଦୀ ପଥ ପରିବର୍ତ୍ତନ – ଉତ୍ତର ଓ ପଶ୍ଚିମ ଓଡ଼ିଶାର ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସୀମାରେ ଥିବା ବୈତରଣୀ ଓ ସୁବର୍ଣ୍ଣରେଖା ଭଳି ନଦୀଗୁଡ଼ିକର ପ୍ରାକୃତିକ ଉପାୟରେ ବଦଳି ଯିବା ଫଳରେ ଭୌଗୋଳିକ ସୀମା ଅସ୍ପଷ୍ଟ ହୋଇ ଯାଇଛି। ଏହାର ସୁଯୋଗ ନେଇ ପଡ଼ୋଶୀ ରାଜ୍ୟଗୁଡ଼ିକ ଓଡ଼ିଶାର ଜମି ଓ ଗଁା ଉପରେ ନିଜର ମାଲିକାନା ଜାହିର କରୁଛନ୍ତି।
ସୁପ୍ରିମ କୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ ସତ୍ତ୍ୱେ ସୀମା ସମାଧାନ ପାଇଁ କେନ୍ଦ୍ର ଓ ରାଜ୍ୟ ସ୍ତରର ଆନ୍ତରିକତାର ଅଭାବ ଯୋଗୁ ହିଁ ଏହି ସୀମା ବିବାଦ ସମାଧାନ ହୋଇ ପାରୁନାହିଁ। ଓଡ଼ିଶା ସୀମାନ୍ତରେ ଥିବା ଅଧିକାଂଶ ଗାଁଗୁଡ଼ିକ ପାହାଡ଼ିଆ ଏବଂ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ, ଯାହାର ପ୍ରମୁଖ ଅସୁବିଧା ଗମନାଗମନ ଓ ଯୋଗାଯୋଗ ବିଚ୍ଛିନ୍ନତା। ନିଜ ବ୍ଲକ ଓ ସଦର ମହକୁମାକୁ ଯିବା ପାଇଁ ଭଲ ରାସ୍ତା ବା ଉତ୍ତମ ପରିବହନ ସେବା ନ ଥିବାରୁ ଲୋକମାନେ ପଡ଼ୋଶୀ ରାଜ୍ୟ ସହର ଉପରେ ନିର୍ଭର କରନ୍ତି, ଯାହା ଫଳରେ ପଡ଼ୋଶୀ ରାଜ୍ୟର ପ୍ରଶାସନ ଲୋକମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ସୁବିଧା ପାଆନ୍ତି।
ଜରୁରିକାଳୀନ ଚିକିତ୍ସା ପାଇଁ ସୀମାନ୍ତବର୍ତ୍ତୀ ବାସିନ୍ଦାମାନଙ୍କୁ ଓଡ଼ିଶାର ଡାକ୍ତରଖାନା ଅପେକ୍ଷା ଆନ୍ଧ୍ରପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗର ଡାକ୍ତରଖାନା ଅଧିକ ପାଖ ଓ ସୁବିଧାଜନକ ହୁଏ। ସରକାରଙ୍କ ପକ୍ଷରୁ ପାନୀୟ ଜଳ, ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଉପଲବ୍ଧ ହୁଏ ନାହିଁ ବା ଅନେକ ଜାଗାରେ ଗଁାଗୁଡିକୁ ବିଦ୍ୟୁତ୍‌ ସଂଯୋଗ ନାହିଁ। କିନ୍ତୁ ପଡ଼ୋଶୀ ରାଜ୍ୟଗୁଡ଼ିକ ଆମ ରାଜ୍ୟର ସୀମା ମଧ୍ୟରେ ବିନା ଅନୁମତିରେ ପ୍ରବେଶ କରି ସେ ସବୁ ସୁବିଧା ଦେଇ ଲୋକମାନଙ୍କ ପ୍ରିୟ ବନ୍ଧୁ ହୋଇ ପାରୁଛନ୍ତି।
ଓଡ଼ିଶା ସୀମାନ୍ତ ଅଞ୍ଚଳର ଚାଷୀ ଓ ଅଧିବାସୀମାନଙ୍କୁ ଜଙ୍ଗଲ ଜାତ ଦ୍ରବ୍ୟ ଏବଂ କୃଷି ଉତ୍ପାଦକୁ ବିକ୍ରି କରିବା ପାଇଁ ଆମ ରାଜ୍ୟ ଅପେକ୍ଷା ପଡ଼ୋଶୀ ରାଜ୍ୟରେ ଅଧିକ ସୁଯୋଗ ମିଳୁଛି। ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଏବଂ ଗଜପତି, ଗଞ୍ଜାମ ଓ ରାୟଗଡ଼ା ଜିଲାର ସୀମାନ୍ତ ଗଁାଗୁଡିକୁ ଆକୃଷ୍ଟ କରିବା ପାଇଁ ସେମାନଙ୍କୁ ଅଧିକ ପରିମାଣରେ ବାର୍ଦ୍ଧ୍ୟକ୍ୟ ଭତ୍ତା ଓ ବିଧବା ଭତ୍ତା ପ୍ରଦାନ କରୁଛନ୍ତି। ପଡ଼ୋଶୀ ରାଜ୍ୟର ପ୍ରଶାସନିକ ଅଧିକାରୀମାନେ ଓଡ଼ିଶା ସୀମା ଭିତରକୁ ପଶି ଲୋକଙ୍କୁ ସେମାନଙ୍କ ରାଜ୍ୟର ଆଧାର କାର୍ଡ, ରାଶନ କାର୍ଡ, ଜମି ପଟ୍ଟା, ସ୍ବାସ୍ଥ୍ୟ କାର୍ଡ ବାଣ୍ଟୁଛନ୍ତି। ଫଳରେ ଗୋଟିଏ ଗଁାର ଲୋକମାନେ ଉଭୟ ରାଜ୍ୟର ନିର୍ବାଚନରେ ଭୋଟ ଦେଉଛନ୍ତି ଓ କେବେ କେବେ ଉଭୟ ରାଜ୍ୟର ସୁବିଧା ଉପଭୋଗ କରୁଛନ୍ତି। ଆନ୍ଧ୍ର ଓ ପଶ୍ଚିମବଙ୍ଗ ସରକାରୀ ଅଧିକାରୀ ବିବାଦୀୟ ଗଁାଗୁଡ଼ିକରେ ପ୍ରବେଶ କରି ରାସ୍ତା ନିର୍ମାଣ, ଅଙ୍ଗନଓ୍ବାଡି କେନ୍ଦ୍ର ସ୍ଥାପନ ଓ ପଞ୍ଚାୟତ ନିର୍ବାଚନ କରିବାକୁ ସର୍ବଦା ଚେଷ୍ଟା ଚଳାଇଛନ୍ତି। ଓଡ଼ିଶା ସୀମାନ୍ତବର୍ତ୍ତୀ ଓଡ଼ିଆ ଗଁାଗୁଡ଼ିକର ବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଅଭାବ ରହିଛି। ଗଜପତି, କୋରାପୁଟ, ଝାଡଖଣ୍ଡ, ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଗଁାଗୁଡ଼ିକର ବିଦ୍ୟାଳୟ ଅବସ୍ଥା ଶୋଚନୀୟ ଅବସ୍ଥାରେ ରହିଛି। ଓଡ଼ିଆ ବହି ଠିକ୍‌ ସମୟରେ ନ ମିଳିବାରୁ ଅଭିଭାବକମାନେ ପିଲାଙ୍କୁ ପଡ଼ୋଶୀ ରାଜ୍ୟର ସ୍କୁଲରେ ପଢ଼ାଉଛନ୍ତି। ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ସୀମାନ୍ତ ଅଞ୍ଚଳରେ ଅତ୍ୟନ୍ତ ଦୁର୍ବଳ। ତେଣୁ ଲୋକମାନେ ହିନ୍ଦୀ, ବଙ୍ଗଳା, ତେଲୁଗୁ ଓ ଛତିଶଗଡ଼ୀ ଭାଷାକୁ ଆପଣେଇ ନେଉଛନ୍ତି। ସୀମାନ୍ତ ଗଁାଗୁଡ଼ିକର ଲୋକମାନଙ୍କ ସହ ପଡ଼ୋଶୀ ରାଜ୍ୟର ଲୋକଙ୍କ ବୈବାହିକ, ବ୍ୟବସାୟିକ ସମ୍ପର୍କ ନିବିଡ ହୋଇ ଥିବାରୁ ପରସ୍ପର ରାଜ୍ୟର ଲୋକମାନେ ମିଶି ଯାଉଛନ୍ତି। କେନ୍ଦ୍ର ସରକାର ରାଜ୍ୟ ସରକାରଗୁଡ଼ିକ ସହ ମିଶି ଐତିହାସିକ ନକ୍ସା ଅନୁଯାୟୀ ସୀମା ନିର୍ଦ୍ଧାରଣ ନ କଲେ ଧୀରେ ଧୀରେ ଅନେକ ସୀମାନ୍ତବର୍ତ୍ତୀ ଗଁା ଓଡ଼ିଶାରୁ ଚାଲିଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରତି ସୀମାନ୍ତବର୍ତ୍ତୀ ଗାଁର ଉନ୍ନତି କେନ୍ଦ୍ର ଓ ରାଜ୍ୟ ସରକାର ଯଦି ମିଳିତ ଭାବେ ନ କରନ୍ତି ତେବେ ଏହାର ସମାଧାନ କେବେ ବି ହୋଇ ପାରିବ ନାହିଁ।
ସୂର୍ଯ୍ୟନଗର, ଭୁବନେଶ୍ୱର
ମୋ: ୯୮୬୧୦୭୫୪୦୪

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପଦାଧିକାରୀଙ୍କ କଳାକୌଶଳ

ଦେବତାଙ୍କ ମଧ୍ୟରେ ଇନ୍ଦ୍ର ଶ୍ରେଷ୍ଠ। ଏଣୁ ଏହି ପଦବୀକୁ ଶ୍ରେଷ୍ଠତ୍ୱର ପ୍ରତୀକ ଭାବେ ବିବେଚନା କରାଯାଇଥାଏ। ଏହା ଏକ ଲୋଭନୀୟ ପଦବୀ ହୋଇଥିଲେ ମଧ୍ୟ ସ୍ଥାୟୀ ନୁହେଁ।…

ନେତୃତ୍ୱରେ ଆସ୍ଥା

ପବ୍ଲିକ ଏଣ୍ଟର୍‌ପ୍ରାଇଜେସ ସିଲେକ୍ସନ ବୋର୍ଡ (ପିଇଏସ୍‌ବି) ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଚୟନ ବୋର୍ଡର ଅଧ୍ୟକ୍ଷା ଭାବରେ ମଲ୍ଲିକା ଶ୍ରୀନିବାସନ୍‌ଙ୍କ କାର୍ଯ୍ୟକାଳ କ୍ରମାଗତ ଭାବେ ତୃତୀୟ ଥର ପାଇଁ…

ପ୍ଲାଷ୍ଟିକରେ ନଦୀ ହଜୁଛି

କାର୍ତ୍ତିକ ମାସର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା ଓଡ଼ିଆ ଜାତି ପାଇଁ କେବଳ ଏକ ପର୍ବ ନୁହେଁ ଏହା ହେଉଛି ଆମର ଇତିହାସ, ଐତିହ୍ୟ, ଆସ୍ଥା ଓ…

ଜ୍ଞାନ ଅନ୍ବେଷଣର ମାର୍ଗଦର୍ଶକ

ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ନିଯୁକ୍ତି ପାଇଥିବା ନୂଆ ସହକାରୀ ପ୍ରାଧ୍ୟାପକମାନଙ୍କ ସଫଳତା ସେମାନଙ୍କ ଦୀର୍ଘ ଅଧ୍ୟବସାୟ, ତ୍ୟାଗ ଓ ଧୈର୍ଯ୍ୟର ପରିଣାମ। କିନ୍ତୁ ଏହା ଯାତ୍ରାର…

ଆର୍ଥିକ ଅସମାନତା ଚିନ୍ତା

ମୁଁ ନିକଟରେ ଦୁଇଟି ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେଇ ଫେରିଛି। ଗୋଟିଏ ଥିଲା ସାଂଘାଇରେ ଅନୁଷ୍ଠିତ ବଣ୍ଡ୍‌ ସମ୍ମିଳନୀ ଏବଂ ଅନ୍ୟଟି ମୁମ୍ବାଇ ଲିଟ୍‌ଫେଷ୍ଟ। ସାଂଘାଇ ବୈଠକରେ ଆମ…

ପ୍ରକୃତ ନେତୃତ୍ୱ

ଧାରଣରେ ଧାରଣା ରହିଛି ଯେ, ଜଣେ ଅସାଧାରଣ ବ୍ୟକ୍ତି ସମଗ୍ର ବିଶ୍ୱକୁ ରକ୍ଷା କରିପାରିବେ। ଆଧୁନିକ ନେତୃତ୍ୱ ବି ଏହି ଧାରଣା ଉପରେ ଆଧାରିତ। ସେଥିପାଇଁ ରାଜନେତାମାନେ…

ଅନ୍ନହୀନ ଜନନୀ

ଭାରତୀୟ ସଂସ୍କୃତିରେ ପିତା ସ୍ବର୍ଗ, ପିତା ଧର୍ମ ବୋଲି ଶାସ୍ତ୍ର ଗାନ କରୁଥିଲାବେଳେ ବାସ୍ତବତାର ଆଖଡ଼ାରେ ଚିତ୍ର ବିପରୀତ। ପୁଅବୋହୂ କର୍ତ୍ତୃକ ଜନନୀ ଜନକଙ୍କୁ ଅନ୍ନ ମୁଠାଏ…

ସବୁଜ ପ୍ରଯୁକ୍ତି ଓ ପରିବେଶ ସୁରକ୍ଷା

ମାନବ ସଭ୍ୟତାର ଅଗ୍ରଗତି ସହ ପ୍ରଯୁକ୍ତିବିଦ୍ୟା ଉପରେ ଆମେ ଅଧିକ ନିର୍ଭରଶୀଳ ହୋଇଚାଲିଛୁ। କିନ୍ତୁ ପୁରାତନ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଏବଂ ଏଥିରେ ବ୍ୟବହୃତ ଉପକରଣଗୁଡ଼ିକ ମୁଖ୍ୟତଃ ପରିବେଶୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?