ଦା’ରେ କାଟିଦେଲେ ସ୍ତ୍ରୀଙ୍କ ଗଳା

ସମ୍ବଲପୁର,୨୬ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ଧମା ଥାନା ବତେମୁରା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ଲକ୍ଷ୍ମୀ ରାକସ (୩୨)ଙ୍କ ଗଳା କାଟି ସ୍ବାମୀ ଆନନ୍ଦ ହତ୍ୟା କରିଛନ୍ତି। ପୋଲିସ ଅଭିଯୁକ୍ତ ସ୍ବାମୀ ଆନନ୍ଦଙ୍କୁ ଗିରଫ କରିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ବୁର୍ଲା ଭିମ୍‌ସାରକୁ ପଠାଯାଇଛି। ଏ ନେଇ ମୃତା ଲକ୍ଷ୍ମୀଙ୍କ ଭାଇ ସିନ୍ଦୂରପଙ୍କ ନିବାସୀ ସଞ୍ଜିତ କୁମ୍ଭାରଙ୍କ ଅଭିଯୋଗ କ୍ରମେ ଧମା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

ପୋଲିସ ସୂଚନା ଅନୁସାରେ, ଲକ୍ଷ୍ମୀ ପ୍ରତିଦିନ ଭଳି ଗ୍ରାମ ନିକଟ ବିରି ପଡିଆକୁ ଛେଳି ଚରାଇବାକୁ ଯାଇଥିଲେ। ପୂର୍ବାହ୍ନରେ ଆନନ୍ଦ ସେଠାରେ ପହଞ୍ଚତ୍ଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଆନନ୍ଦ ପାଖରେ ରଖିଥିବା ଏକ ଦା’ରେ ଲକ୍ଷ୍ମୀଙ୍କ ଗଳା କାଟିଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ହତ୍ୟାର ପ୍ରକୃତ କାରଣ ଜଣାପଡି ନ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ହେଲେ ଏଟିଏମ୍‌ରେ ତାଲା

ଭଞ୍ଜନଗର,୧୬।୧୨(ଡି.ଏନ.ଏ)-ଭଞ୍ଜନଗର ସହରର କେତେକ ଏଟିଏମ୍‌ରେ ରାତି ୮ଟାରୁ ତାଲା ପକାଇ ଦିଆଯାଉଛି । ଏଟିଏମ୍‌ ସମ୍ମୁଖରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ ହଟାଇ ନିଆଯାଉଛି । କିଛି...

୨ବର୍ଷ ବିତିଲା ହୋଇପାରୁନି ନୂତନ ଷ୍ଟ୍ରକ୍‌ଚର କାର୍ଯ୍ୟକ୍ଷମ: ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ନୟାଗଡ଼ ଅଫିସ,୧୯।୬-ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଗୋଡ଼ିପଡ଼ା ପଞ୍ଚାୟତ ଜାଗିରି ଖଇରପଟିଠାରେ ଏକ ନୂତନ ବିଦ୍ୟୁତ ଷ୍ଟ୍ରକଚର ନିର୍ମାଣ ହେବାର ୨ ବର୍ଷ ବିତିଲାଣି। ହେଲେ...

ବିଳମ୍ବିତ ରାତିରେ ବ୍ୟାଙ୍କ୍‌ରୁ ଚୋରି

ଖୋର୍ଦ୍ଧା ଅଫିସ,୩୦।୧୧: ଖୋର୍ଦ୍ଧା ଆଦର୍ଶ ଥାନା ଗୁରୁଜଙ୍ଗ ସ୍ଥିତ ୟୁକୋ ବ୍ୟାଙ୍କ୍‌ ପାଇକ ତିଗିରିଆ ଶାଖାରେ ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁବୃର୍ତ୍ତ ଉପର...

ଜେଇଇ ମେନ୍‌ ଚତୁର୍ଥ ପର୍ଯ୍ୟାୟ ଘୁଞ୍ଚିଲା: ୨୦ ପର୍ଯ୍ୟନ୍ତ ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ୱର,୧୬।୭(ବ୍ୟୁରୋ): ନ୍ୟାଶନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ୍‌ ୨୦୨୧ର ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି। ଜୁଲାଇ ୨୭ରୁ ଅଗଷ୍ଟ ୨...

ଏସ୍‌ପି ଅଫିସ ସମ୍ମୁଖରେ ଉତ୍ତେଜନାପୂର୍ଣ୍ଣ ଜାତିଆଣ ଓ ଅଶ୍ଳୀଳ ଭାଷଣ ମାମଲା: ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ରାଜ୍ୟ ସଭାପତି ଗିରଫ

ଜଗତ୍‌ସିଂହପୁର ଅଫିସ,୧୫ା୩: ତିର୍ତ୍ତୋଲ ଥାନା ଅଧୀନ ରେପୁରପାଟଣା ଗ୍ରାମରେ ଦଳିତ ଓ ସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଏହି ବିବାଦର ସମାଧାନ ପାଇଁ ଶାନ୍ତି କମିଟି...

ଦାୟିତ୍ୱ ନ ନେବାରୁ ଦୟନୀୟ

ଛେଣ୍ଡିପଦା,୪।୧୧(ସ୍ବ.ପ୍ର.) ଦୀର୍ଘବର୍ଷ ହେଲା ମରାମତି ହୋଇନି ଦୁଇ ଜିଲାର ସୀମାନ୍ତ ରାସ୍ତା। ଫଳରେ କେଉଁସ୍ଥାନରେ ଏହା ଦବି ଯାଇଛି ତ ଆଉ କେଉଁଠି ଲମ୍ବା ଫାଟ...

ବଢିଲା ଶୀତ: ଜି.ଉଦୟଗିରିରେ ଖୋଲିଲା ଶୀତକାଳୀନ ଆଶ୍ରୟ ସ୍ଥଳୀ

ଜି.ଉଦୟଗିରି,୩୧ା୧୦(ଡି.ଏନ.ଏ.)-ଜି.ଉଦୟଗିରିରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି। ସୋମବାର ମଧ୍ୟ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ରେକର୍ଡ କରାଯାଇଛି ବୋଲି ସ୍ଥାନୀୟ କୃଷି ଗବେଷଣା କେନ୍ଦ୍ରର...

ପୋତି ହୋଇ ପଡୁଛି ପୂରାତନ ପର୍ଶଳା ରଜାବନ୍ଧ

ଚମ୍ପୁଆ,୩୦ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ପର୍ଶଳା ପଞ୍ଚାୟତରେ ଥିବା ପୂରାତନ ପର୍ଶଳା ରଜାବନ୍ଧ ଏବେ ପୋାତି ହୋଇ ସଙ୍କୁଚିତ ହୋଇଯାଇଥିବା ବେଳେ ଚାଷୀମାନେ କେବଳ...

Advertisement
Archives

Model This Week