Posted inଜାତୀୟ

କେମିତି ହୁଏ ଜନଗଣନା, ପଚରାଯାଏ କେଉଁ ସବୁ ପ୍ରଶ୍ନ?

ନୂଆଦିଲ୍ଲୀ,୩୦।୧୦: ଜନ ଗଣନା ଗୋଟିଏ ଦେଶରେ ବିଶେଷ ମହତ୍ତ୍ୱ ରଖିଥାଏ । ଦେଶର ଜନଗଣନା ହିଁ ଦେଶର ପ୍ରଗତି ଓ ସମୃଦ୍ଧିର ରୂପରେଖ ପ୍ରସ୍ତୁତ କରେ । କହିରଖୁଛୁ, ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୫ରୁ ଜନଗଣନା ଆରମ୍ଭ ହେବାର ଅଛି ଓ ଏହି ପକ୍ରିୟା ଏକ ବର୍ଷରେ ପୂରଣ ହେବ। ୨୦୨୬ରେ ଏହି ଜନଗଣନା ସଂଖ୍ୟାକୁ ସାର୍ବଜନୀନ କରାଯିବ।

ସୂଚନାଥାଉ କି, ଜନଗଣନା ୨୦୨୧ ରୁ ଆରମ୍ଭ ହେବାର ଥିଲା,ମାତ୍ର କରୋନା ମହାମାରୀ କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ତା’ ପରେ ଲୋକ ସଭା ନିର୍ବାଚନ ଆସିଯିବାରୁ ତାହା ପୁଣିଥରେ ବିଳମ୍ବ ହୋଇଯାଇଥିଲା। ମାତ୍ର ଏବେ ଏହା ଉପରେ ସରକାର ଆଗକୁ ବଢିବାକୁ ଚେଷ୍ଟା କରିଛନ୍ତି। ଏହି ଜନଗଣନା ଖୁବ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଆଧାରରେ ଲୋକସଭା ଓ ବିଧାନସଭା ଆସନର ପରିସୀମନ ହେବ।

ଗତ ୫୦ ବର୍ଷ ହେବ ଲୋକ ସଭା ଆସନର ପରିସୀମନ ଅଟକି ରହିଛି। ୨୦୨୯ ରେ ଲୋକସେବା ଆସନ ବଢିବ ଓ ମହିଳା ସଂରକ୍ଷଣ ମଧ୍ୟ ଲାଗୁ ହେବ।ବର୍ତ୍ତମାନ ଜାତିଗତ ଜନ ଗଣନାକୁ ନେଇ ସ୍ପଷ୍ଟ ହୋଇନି, କିନ୍ତୁ ଜାତୀୟଗଣମାଧ୍ୟମର ରିପୋର୍ଟ ଅନୁସାରେ ସର୍ଭେରେ ଲୋକଙ୍କୁ ତାଙ୍କର ସମ୍ପ୍ରଦାୟ ବିଷୟରେପଚରା ଯିବ। ଜାତିଗତ ଜନଗଣନାକୁ ନେଇ ବଡ ପ୍ରସ୍ତୁତି ଚାଲିଛି । ସମ୍ପ୍ରଦାୟ ଆଧାରରେ ଦେଶର ଲୋକଙ୍କ ସଂଖ୍ୟାକୁ ଏଥିରେ ସ୍ଥାନିତ କରାଯାଏ । ଏହି ଜନଗଣନାରେ ସବୁ ପ୍ରକାର ଯୋଜନା ତିଆରି କରିବାରେ ସାହାଯ୍ୟ ମିଳିବ ଓ ରାଜନୈତିକ ଦୃଷ୍ଟିରୁ ମଧ୍ୟ ଲୋକଙ୍କୁ ଆକର୍ଷିତ କରିବାରେ ଲାଭ ହେବ।

ଏଭଳି ସମ୍ପ୍ରଦାୟ ମଧ୍ୟ ରାଜନୀତିର ବଡ ଆଧାର ହୋଇପାରନ୍ତି। ଏହାକୁ ଆଧାର କରି ମୋଟ ୩୦ ପ୍ରଶ୍ନ ଜନଗଣନାରେ ପଚରା ଯିବ। ଏହା ପୂର୍ବରୁ ୨୦୧୧ ଜନଗଣନାରେ ୨୯ ପ୍ରଶ୍ନ ପଚରା ଯାଇଥିଲା । ମାତ୍ର ଏଥର ପ୍ରଶ୍ନ ସଂଖ୍ୟା ଆଉ ଗୋଟିଏ ବଢିପାରେ ବୋଲି କୁହାଯାଉଛି।

ଏହି ଜନଗଣନାରେ ପ୍ରଥମେ ବ୍ୟକ୍ତିର ନାଁ, ପରିବାର ମୁଖିଆଙ୍କ ସହ ସମ୍ପର୍କ, ଲିଙ୍ଗ, ଜନ୍ମ ତାରିଖ ଓ ବୟସ, ବିବାହ ସମୟରେ ବୟସ, ଧର୍ମ, ସମ୍ପ୍ରଦାୟ, ଅନୁସୁଚିତ ଜାତି କିମ୍ବା ଜନଜାତି, ଦିବ୍ୟାଙ୍ଗ, ମାତୃଭାଷା, ଅନ୍ୟ କୌଣସି ଭାଷାରେ ଜ୍ଞାନ, ସ୍ବାକ୍ଷରତା, ବର୍ତ୍ତମାନର ଶେକ୍ଷଣିକ ସ୍ଥିତି, ଉଚ୍ଚତମ ଶିକ୍ଷା, ଗତ ବର୍ଷର ରୋଜଗାର, ଆର୍ଥିକ ଗତିବିଧିର ଶ୍ରେଣୀ, ରୋଜଗାର, ଉଦ୍ୟୋଗର ପ୍ରଗତି, ରୋଜଗାର ଏବଂ ସେବା, ଓ୍ବାକର୍ସଙ୍କ କ୍ଲାସ, ଅଣ- ଆର୍ଥିକ ଗତିବିଧି, କିଭଳି ରୋଜଗାରର ଇଛା, କାମକୁ ଯିବାର ମାଧ୍ୟମ ଦୂରତ୍ୱ ଓ ଯାତ୍ରାର ମାଧ୍ୟମ, ଜନ୍ମସ୍ଥାନରେ ଅଛନ୍ତି ନା ଅନ୍ୟ କେଉଁଠି , କେତୋଟି ସନ୍ତାନ, ଜନ୍ମ ନେଇଥିବା ଶିଶୁଙ୍କ ଭିତରେ କେତେ ଜଣ ଜୀବିତ ? ଗତ ଏକ ବର୍ଷରେ ଜନ୍ମ ନେଇଥିବା ଶିଶୁଙ୍କ ସଂଖ୍ୟା, ନିଜ ମୂଳଘର ଠାରୁ ନୂଆ ସ୍ଥାନରେ କେତେବର୍ଷ ଅଛନ୍ତି ଏହିଭଳି ୩୦ ପ୍ରଶ୍ନ ପଚାରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?