ଡକାୟତି ବେଳେ ଗୁଳିମାଡ଼ରେ ଘର ମାଲିକଙ୍କ ପୁଅ ଗୁରୁତର

କୋକସରା,୨୮।୭(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ଥାନା କାଶିବାହଲ ଗାଁ ଚଞ୍ଚରାପଡାରେ ଏକ ଲୁଟ୍‌ ହୋଇଛି। ଗାଁରେ ରହୁଥିବା ଋଷିମଣି ପୂଝାରି (୪୫)ଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ୧୦ରୁ ୧୨ ମୁଖାପିନ୍ଧା ଦୁବୃର୍ତ୍ତ ଘର କବାଟ ଭାଙ୍ଗି ଘରେ ପଶି ପରିବାରଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କର ଲୁଟ୍‌ପାଟ କରିଥିବା ଜଣାପଡ଼ଇଛି। ଏପରିକି ଦୁର୍ବୃତ୍ତମାନେ ଘର ମାଲିକଙ୍କ ପୁଅ ରୋହନ(୧୫)ଙ୍କ ଉପରକୁ ମଧ୍ୟ ଗୁଳିମାଡ଼ କରିଥିଲେ। ଗୁଳିଟି ରୋହନଙ୍କ ହାତରେ ବାଜିଥିବା ବେଳେ ସେ ଗୁରୁତର ଆହତ ହୋଇଛନ୍ତି। ଏତଦ୍‌ ବ୍ୟତୀତ ଦୁର୍ବୃତ୍ତମାନେ ଘରେ ଲାଗିଥିବା ସିସିଟିଭି ହାର୍ଡ ଡିସ୍କକୁ ଅଚଳ କରି ଏହି କାଣ୍ଡ ଭିଆଇଥିଲେ। ତେବେ ଦୁର୍ବୃତ୍ତମାନେ ଘରୁ ୩ଟି ମୋବାଇଲ, ୧୫ଶହ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଥିବା ଘର ମାଲିକ ଋଷିମଣି ପୂଝାରି ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଗୁରୁତର ରୋହନଙ୍କୁ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା, ସବ୍‌ଇନ୍ସପେକ୍ଟର ହେମନ୍ତ ପାତ୍ର ପହଞ୍ଚି ପାରିପାଶର୍‌ବିକ ଅବସ୍ଥା ଅନୁଧ୍ୟାନ କରିବା ସହ ଧର୍ମଗଡ ଏସଡିପିଓଙ୍କୁ ସୂଚନା ଦେଇଛନ୍ତି। ଏହାପରେ ଏସଡିପିଓ ଓ ଜୁନାଗଡ଼ ଥାନା ଅଧିକାରୀଙ୍କ ସମେତ ସାଇଣ୍ଟିଫିକ ଟିମ୍‌, ସନ୍ଧାନୀ କୁକୁର ସହ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଘର ମାଲିକଙ୍କ ବୟାନ ଅନୁସାରେ, ଦୁର୍ବୃତ୍ତମାନେ ହିନ୍ଦୀ ଏବଂ ଓଡ଼ିଆରେ କଥା ହେଉଥିଲେ। ସେମାନେ ବୁଲା ବିକାଳି ହୋଇଥିବା ନେଇ ସନ୍ଦେହ କରାଯାଉଛି। ଏନେଇ କୋକସରା ଥାନା ଏକ ମାମଲା ନମ୍ବର ୧୭୮/୨୨ ରୁଜୁ ହୋଇ ତଦନ୍ତ ଜାରି ରହିଥିବା ନେଇ କୋକସରା ଥାନା ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମହାରାଷ୍ଟ୍ର,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ତୀର୍ଥଯାତ୍ରାରୁ ଫେରିବା ବାଟରେ ହୃଦ୍‌ଘାତ, ଚାଲିଗଲା ବିଭୂତିଙ୍କ ଜୀବନ

କୋକସରା,୧୧।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ କେନ୍ଦୁଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗ୍ରାମର ବିଭୂତି ଭୂଷଣ ପଣ୍ଡା(୬୦) ବଦ୍ରୀନାଥ ତୀର୍ଥଯାତ୍ରା…

ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ, ଉତ୍ସବ ମୁଖର ଗାଁଠୁ ସହର

ଛତ୍ରପୁର,୧୧।୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଅଗସ୍ତି ନୂଆଗାଁ ଗ୍ରାମର କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ରବିବାର ମା’ ଦୁର୍ଗାଙ୍କ ନବରାତ୍ର ପୂଜା…

ସରକାରୀ ଚାକିରି ଛାଡ଼ି ଗରିବଙ୍କ ସେବା ପାଇଁ ଆଗେଇଲେ ଡାକ୍ତର ଇଶିକା, କେସିଙ୍ଗାରେ ଖୋଲିଲେ କ୍ଲିନିକ

କେସିଙ୍ଗା,୧୧।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ଆଦର୍ଶ ଥାନା ପାର୍ଶ୍ଵରେ ଡା ଇଶିକା ଅଗ୍ରୱାଲଙ୍କ ତତ୍ୱାବଧାନରେ ଏକ ଅଗ୍ରୱାଲ ହେଲଥ କେୟାର କ୍ଲିନିକ ରବିବାର ଉଦଘାଟନ…

କିଶନନଗର ତହସିଲରେ ନୂଆ ନିଯୁକ୍ତିକୁ ନେଇ ବିବାଦ, କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

କଟକ ସଦର,୧୧।୧୦(ସୁଶାନ୍ତ କୁମାର ଜେନା): କଟକ ଜିଲା କିଶନ ନଗର ତହସିଲ କାର୍ଯ୍ୟାଳୟ ରେ ଜଣେ ଅଧିକାରିଣୀ ତହସିଲଦାର ଭାବେ ଯୋଗ ଦେଉଥିବା ଖବର ରବିବାର ଗଣମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?