କେସିଙ୍ଗା,୧୧।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ଆଦର୍ଶ ଥାନା ପାର୍ଶ୍ଵରେ ଡା ଇଶିକା ଅଗ୍ରୱାଲଙ୍କ ତତ୍ୱାବଧାନରେ ଏକ ଅଗ୍ରୱାଲ ହେଲଥ କେୟାର କ୍ଲିନିକ ରବିବାର ଉଦଘାଟନ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଡାକ୍ତର ବାବୁଲାଲ ଅଗ୍ରୱାଲ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଶିଶୁ ବିଶେଷଜ୍ଞ ଡ଼.ଲଳିତ କୁମାର ଅଗ୍ରୱାଲ, ପୂର୍ବତନ ନଗରପାଳ ରାମ କୁମାର ଜୈନ, ଶଙ୍କର ଅଗ୍ରୱାଲଙ୍କ ସମେତ ଅନିଲ ଅଗ୍ରୱାଲ ପ୍ରମୁଖ ସହରର ବହୁ ମାନ୍ୟଗଣ୍ୟ ବକ୍ତି ଯୋଗଦେଇଥିଲେ।
ସରକାରୀ ମେଡିକାଲମାନଙ୍କରେ ବର୍ତ୍ତମାନ ଅବସ୍ଥା ଠିକ ରହୁ ନାହିଁ। ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି । ସେହି ହିସାବରେ ସାରା ରାଜ୍ୟରେ ଡାକ୍ତର ପର୍ଯ୍ୟାପ୍ତ ନ ଥିବାରୁ ଅଞ୍ଚଳରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇ ଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ ।ଲୋକେ ଭଲ ଚିକିତ୍ସା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ କୁଣ୍ଠାବୋଧ କରୁ ନାହାନ୍ତି । ଲୋକଙ୍କୁ ଦରକାର ଭଲ ଚିକିତ୍ସା। ଯାହାକି ବର୍ତ୍ତମାନ କଳାହାଣ୍ଡି ଜିଲା କେସିଙ୍ଗା ସହରରେ ସ୍ବପ୍ନ ହୋଇ ଯାଇଛି । ଲୋକେ ସମୟକ୍ରମେ ବେସରକାରୀ କ୍ଲିନିକ୍ ଆଡ଼କୁ ମୁହଁ ବୁଲାଇଲେଣି ।
କେସିଙ୍ଗା ସହରର ପୋଲିସ ଷ୍ଟେଶନ ପାଖରେ ଏକ ନୂତନ ଡାକ୍ତରୀ କ୍ଲିନିକ୍ ରବିବାର ଉଦଘାଟିତ ହୋଇଛି। ଯାହାକୁ କେସିଙ୍ଗାର ବରିଷ୍ଠ ଚିକିତ୍ସକ ତଥା ବେସରକାରୀ ଉମା କ୍ଲିନିକର ମାଲିକ ଡାକ୍ତର ବାବୁଲାଲ ଅଗ୍ରୱାଲ ଫିତା କାଟି ଉଦଘାଟନ କରିଥିଲେ। କ୍ଲିନିକ୍ ଟି ସପ୍ତାହର ୭ ଦିନ ଖୋଲା ରହିବା ସାଙ୍ଗରେ ସମସ୍ତ ରୋଗର ଚିକିତ୍ସା ସୁଲଭ ମୂଲ୍ୟରେ ଚିକିତ୍ସା କରାଯିବ ବୋଲି ଡାକ୍ତର ଇସିକା ଅଗ୍ରୱାଲ ପ୍ରକାଶ କରିଛନ୍ତି। ଏଠାରେ ପ୍ରକାଶ ଥାଉକି ଡାକ୍ତର ଇଶିକା କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚୁକ୍ତିଭିତ୍ତିକ ଡ଼ାକ୍ତର ଭାବେ ସେବା ଯୋଗାଉଥିଲେ । କିନ୍ତୁ କୌଣସି କାର୍ଯ୍ୟ ବଶତଃ ସରକାରୀ ଚାକିରି ଛାଡି ଦେଇ ଗରୀବଙ୍କୁ ସୁଲଭ ମୂଲ୍ୟରେ ଚିକିତ୍ସା କରିବା ପାଇଁ ଏହି କ୍ଲିନିକ ଖୋଲିଥିବା ଜଣା ପଡ଼ିଛି । ବର୍ତ୍ତମାନ ନିଜେ କ୍ଲିନିକ୍ ଖୋଲି ଲୋକଙ୍କୁ ୨୪ ଘଣ୍ଟା ସେବା ଦେବେ ବୋଲି ପ୍ରକାଶ କରିଛନ୍ତି ।

