ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ସାରସକଣା,୨୮।୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଜୋକା ପଞ୍ଚାାୟତ ଛକଠାରୁ ପ୍ରାୟ ୩୦୦ ମିଟର ଦୂର ଏକ ସ୍ବୟଂ ସହାୟକ ଗୋଷ୍ଠୀ ଘର ପଛପଟ ପଡ଼ିଆରୁ ଉଲଗ୍ନ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ଗୁରୁବାର ଉଦ୍ଧାର କରିଛି।

ପୁଅ ବାବଲୁ ମହାକୁଡ଼ଙ୍କ ଅଭିଯୋଗ ମୁତାବକ, ମା’ ନିନି ମହାକୁଡ(୫୫) ସବୁ ଦିନ ଭଳି ଦିଗାରିଶୋଳ ନିକଟସ୍ଥ ଏକ ମଦ ଭାଟିକୁ କାମ କରିବାକୁ ଯାଇଥିଲେ। ହେଲେ ସେ ମଙ୍ଗଳବାର ଘରୁକୁ ଫେରି ନ ଥିଲେ । ବହୁ ଖୋଜାଖୋଜି ପରେ ଗୁରୁବାର ପଡ଼ିଆରେ ମା’ଙ୍କ ମୃତଦେହ ପଡିଥିବା ଖବର ମିଳିଥିଲା। ସେ ପଡ଼ିଆରେ ପହଞ୍ଚି ମୃତଦେହ ଚିହ୍ନଟ କରି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଝାରପୋଖରିଆ ଥାନା ଅଧିକାରୀ, ଡିଏସ୍‌ପି ମୁକ୍ତି କୁମାର କୁଲୁ ଏବଂ ସବ୍‌ଇନ୍ସପେକ୍ଟର ମୋନାଲିସା ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ପରେ ବାରିପଦାରୁ ଅନୁସନ୍ଧାନକାରୀ ଦଳ ସହିତ ବାରିପଦା ସଦର ଏସ୍‌ଡିପିଓ କେ.କେ ହରିପ୍ରସାଦ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଥିଲେ । ତେବେ ମଙ୍ଗଳବାର ରାତିରେ ନିଶାଗ୍ରସ୍ତ ଅବସ୍ଥାରେ କିଛି ବ୍ୟକ୍ତି ତାଙ୍କୁ ଉଠାଇଆଣି ପଡ଼ିଆରେ ପିଙ୍ଗି ଦେଇଥିବା କିଛି ଗ୍ରାମବାସୀ ଶୁଣିବାକୁ ପାଇଥିବା ପ୍ରକାଶ କରିଛନ୍ତି। ଏ ନେଇ ଝାରପୋଖରିଆ ଥାନାରେ ଏକ ମାମଲା(ନଂ.୧୬୯/୨୨) ରୁଜୁ ହୋଇଛି। ପୋଲିସ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆର୍‌ଏମ୍‌ ମେଡିକାଲକୁ ପଠାଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ମାମଲାର ତଦନ୍ତ ଅଧିକାରିଣୀ ସବ୍‌ଇନ୍ସପେକ୍ଟର ମୋନାଲିସା ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସରିବ ମାଟ୍ରିକ ପରୀକ୍ଷା

କଟକ ଅଫିସ,୭ା୫: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା (ସମେଟିଭ ଆସେସମେଣ୍ଟ-୨) ଶନିବାର ଶେଷ ହେଉଛି। ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା...

ହୋମଗାର୍ଡଙ୍କୁ ଦୈନିକ ମଜୁରି ୫ଶହ ଟଙ୍କା ଦିଅ: ହାଇକୋର୍ଟ

କଟକ ଅଫିସ,୨୯।୨: ଓଡ଼ିଶା ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ହୋମଗାର୍ଡମାନଙ୍କ ପାଇଁ ଖୁସି ଖବର। ଏଣିକି ହୋମଗାର୍ଡମାନଙ୍କୁ ଦୈନିକ ୫୦୦ ଟଙ୍କା ମଜୁରି ମିଳିବ। ଶୁକ୍ରବାର...

ଧାରଣାରେ ବସିଲେ ତାରା

ଭୁବନେଶ୍ୱର,୨୫ା୩(ବ୍ୟୁରୋ): ରାଜ୍ୟରେ ଖାଇବା ତେଲ, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ସବୁ ମହଙ୍ଗା। ସୋରିଷ ତେଲ ଦୁଇମାସ ତଳେ ୭୦ଟଙ୍କା ଥିଲା। ଏବେ ୧୮୦ଟଙ୍କା ହୋଇଗଲାଣି।...

ବିକାଶ ଅପେକ୍ଷାରେ ହଟକେଶ୍ୱର ପୀଠ

ଖୋର୍ଦ୍ଧା ଅଫିସ,୨୭ା୫: ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥ ବାଘମାରୀ ନିକଟ ଅଟ୍ରି ଗ୍ରାମରେ ରହିଛି ଏକାଦଶ ରୁଦ୍ର ହଟକେଶ୍ୱରଙ୍କ ପୀଠ। ମନ୍ଦିର ନିର୍ମାଣ ଭାସ୍କର୍ଯ୍ୟ...

ସୁନ୍ଦରଗଡ଼ ଜିଲାପାଳ ଦେଲେ ତଥ୍ୟ: ୧୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଆର୍‌ଜିଏଚ୍‌ର ୨ ଡାକ୍ତର, ୬ କଏଦୀ

ସୁନ୍ଦରଗଡ଼,୭।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣଙ୍କ ପକ୍ଷରୁ ଖବରଦାତା...

ଲୋକାୟୁକ୍ତରେ ୮୨ ଦୁର୍ନୀତି ମାମଲା ବିଚାରାଧୀନ :ମାର୍ଚ୍ଚ ୩୧ ପୂର୍ବରୁ ସମ୍ପତ୍ତି ଘୋଷଣା ବାଧ୍ୟତାମୂଳକ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଦୀର୍ଘ ପ୍ରତୀକ୍ଷା ପରେ ଓଡ଼ିଶା ଲୋକାୟୁକ୍ତ ଆଇନ-୨୦୧୪ ରାଜ୍ୟରେ ୨୦୧୮ ଜୁଲାଇ ୭ରୁ କାର୍ଯ୍ୟକାରୀ ହେଉଛି। ଏଥିପାଇଁ ଲୋକାୟୁକ୍ତ ଗଠନ କରାଯାଇଛି। ଲୋକାୟୁକ୍ତ ଆଇନର...

ସୟଦ ୟାସିର ନୱାଜ ଓଡିଶା ଛାତ୍ର କଂଗ୍ରେସର ନୂଆ ସଭାପତି ନିଯୁକ୍ତ

ଭୁବନେଶ୍ୱର,୬।୧୨-ଓଡ଼ିଶା ଛାତ୍ର କଂଗ୍ରେସର ନୂତନ ସଭାପତି ବାଛିଛି ଏଆଇସିସି। ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିଅନ୍‌ ଅଫ ଇଣ୍ଡିଆ(ଏନ୍‌ଏସ୍‌ୟୁଆଇ) ଓଡ଼ିଶା ଶାଖାର ନୂଆ ସଭାପତି ଭାବେ ସୟଦ ୟାସିର...

ଆଜି ରତ୍ନ ସିଂହାସନକୁ ବିଜେ କରିବେ ଚତୂର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ,୧୨।୭: ଆଜି ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ । ଚତୂର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରତ୍ନ ସିଂହାସନରେ ବିଜେ କରିବେ। ତିନି ଠାକୁରଙ୍କ ଗୋଟି ପହଣ୍ଡି ସନ୍ଧ୍ୟାରେ ଅନୁଷ୍ଠିତ...

Advertisement
Archives

Model This Week