ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ସାରସକଣା,୨୮।୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଜୋକା ପଞ୍ଚାାୟତ ଛକଠାରୁ ପ୍ରାୟ ୩୦୦ ମିଟର ଦୂର ଏକ ସ୍ବୟଂ ସହାୟକ ଗୋଷ୍ଠୀ ଘର ପଛପଟ ପଡ଼ିଆରୁ ଉଲଗ୍ନ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ଗୁରୁବାର ଉଦ୍ଧାର କରିଛି।

ପୁଅ ବାବଲୁ ମହାକୁଡ଼ଙ୍କ ଅଭିଯୋଗ ମୁତାବକ, ମା’ ନିନି ମହାକୁଡ(୫୫) ସବୁ ଦିନ ଭଳି ଦିଗାରିଶୋଳ ନିକଟସ୍ଥ ଏକ ମଦ ଭାଟିକୁ କାମ କରିବାକୁ ଯାଇଥିଲେ। ହେଲେ ସେ ମଙ୍ଗଳବାର ଘରୁକୁ ଫେରି ନ ଥିଲେ । ବହୁ ଖୋଜାଖୋଜି ପରେ ଗୁରୁବାର ପଡ଼ିଆରେ ମା’ଙ୍କ ମୃତଦେହ ପଡିଥିବା ଖବର ମିଳିଥିଲା। ସେ ପଡ଼ିଆରେ ପହଞ୍ଚି ମୃତଦେହ ଚିହ୍ନଟ କରି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଝାରପୋଖରିଆ ଥାନା ଅଧିକାରୀ, ଡିଏସ୍‌ପି ମୁକ୍ତି କୁମାର କୁଲୁ ଏବଂ ସବ୍‌ଇନ୍ସପେକ୍ଟର ମୋନାଲିସା ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ପରେ ବାରିପଦାରୁ ଅନୁସନ୍ଧାନକାରୀ ଦଳ ସହିତ ବାରିପଦା ସଦର ଏସ୍‌ଡିପିଓ କେ.କେ ହରିପ୍ରସାଦ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଥିଲେ । ତେବେ ମଙ୍ଗଳବାର ରାତିରେ ନିଶାଗ୍ରସ୍ତ ଅବସ୍ଥାରେ କିଛି ବ୍ୟକ୍ତି ତାଙ୍କୁ ଉଠାଇଆଣି ପଡ଼ିଆରେ ପିଙ୍ଗି ଦେଇଥିବା କିଛି ଗ୍ରାମବାସୀ ଶୁଣିବାକୁ ପାଇଥିବା ପ୍ରକାଶ କରିଛନ୍ତି। ଏ ନେଇ ଝାରପୋଖରିଆ ଥାନାରେ ଏକ ମାମଲା(ନଂ.୧୬୯/୨୨) ରୁଜୁ ହୋଇଛି। ପୋଲିସ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆର୍‌ଏମ୍‌ ମେଡିକାଲକୁ ପଠାଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ମାମଲାର ତଦନ୍ତ ଅଧିକାରିଣୀ ସବ୍‌ଇନ୍ସପେକ୍ଟର ମୋନାଲିସା ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ, ଉତ୍ସବ ମୁଖର ଗାଁଠୁ ସହର

ଛତ୍ରପୁର,୧୧।୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଅଗସ୍ତି ନୂଆଗାଁ ଗ୍ରାମର କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ରବିବାର ମା’ ଦୁର୍ଗାଙ୍କ ନବରାତ୍ର ପୂଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?