ଜାତିସଂଘକୁ ମାଡ଼

ବିଶ୍ୱ କ୍ଷୁଧା ସୂଚକାଙ୍କ ପ୍ରକାଶ ପାଇବା ପରେ ବିଭିନ୍ନ ଦେଶରେ ଭୋକିଲାଙ୍କ ସଙ୍କଟଜନକ ସ୍ଥିିତି ସାମ୍‌ନାକୁ ଆସିଛି। ଜାତିସଂଘର ୱାଲର୍‌ଡ ଫୁଡ୍‌ ପ୍ରୋଗ୍ରାମ (ଡବ୍ଲ୍ୟୁଏଫ୍‌ପି) ଏହାର ମୁକାବିଲା ଲାଗି ବାହାରିପଡ଼ିଛି। ଡବ୍ଲ୍ୟୁଏଫ୍‌ପି ନିର୍ଦ୍ଦେଶକ ଡାଭିଡ୍‌ ବିସ୍‌ଲେ କହିଛନ୍ତି ଯେ, ବିିଶ୍ୱର କେତେକ ଅତି ଧନୀ ବ୍ୟକ୍ତି ଯେଉଁମାନେ ମହାକାଶ ଯାତ୍ରା ପାଇଁ ଗୁରୁତ୍ୱ ଦେଉଛନ୍ତି ଯଥା ଏଲନ୍‌ ମସ୍କ ଏବଂ ଜେଫ୍‌ ବେଜୋସ, ଯଦି ତାଙ୍କ ଧନର ମାତ୍ର ୨ ପ୍ରତିଶତ(ଯାହାକି ପ୍ରାୟ ୬ ବିଲିୟନ ଡଲାର ହେବ) ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ଦିଅନ୍ତେ, ତେବେ ପୃଥିବୀରେ ପ୍ରାୟ ୪୨ ମିଲିୟନ ଭୋକିଲା ବ୍ୟକ୍ତି ଖାଦ୍ୟ ପାଇପାରନ୍ତେ। ବିସ୍‌ଲେଙ୍କ ଆହ୍ବାନ ପରେ ମସ୍କ ଜବାବ ଦେଇଛନ୍ତି। ଯଦି ଡବ୍ଲ୍ୟୁଏଫ୍‌ପି ତାହାର ଦାବିକୁ ପୂରଣ କରିବାର ପନ୍ଥା ଲୋକଲୋଚନକୁ ଆଣିପାରିବ, ତେବେ ତାଙ୍କ କମ୍ପାନୀର ଶେୟାର ବିକ୍ରି କରି ସେ ଏହି ଅର୍ଥ ତୁରନ୍ତ ଭରଣା କରିବେ ବୋଲି କହିଛନ୍ତି। ମସ୍କ ଆହୁରି ମଧ୍ୟ କହିଛନ୍ତି ଯେ, ଅର୍ଥ ଦେବା ପୂର୍ବରୁ ଡବ୍ଲ୍ୟୁଏଫ୍‌ପି ତାହାର ଖର୍ଚ୍ଚର ପ୍ରତ୍ୟେକ ବିବରଣୀ ଜନସାଧାରଣଙ୍କ ସୂଚନା ପାଇଁ ଟୁଇଟରରେ ଉତ୍ତର ଭାବେ ପ୍ରସ୍ତାବ ରଖୁ।
ଡବ୍ଲ୍ୟୁଏଫ୍‌ପି ଏବଂ ସମଗ୍ର ଜାତିସଂଘର କାର୍ଯ୍ୟଶୈଳୀକୁ ଦେଖିଲେ ପୃଥିତ୍ବୀର ଯେକୌଣସି ବ୍ୟକ୍ତିଙ୍କ ମନରେ ସନ୍ଦେହ ସୃଷ୍ଟି ହେବ। ନିର୍ଦ୍ୱନ୍ଦ୍ୱରେ କହିହେବ ଯେ, ଏଲନ୍‌ ମସ୍କଙ୍କର ଏଭଳି ଟୁଇଟର ଯୋଗୁ ସମଗ୍ର ଜାତିସଂଘ ସଂସ୍ଥା ଅଡ଼ୁଆରେ ପଡ଼ିଯାଇଥିବ। ସମଗ୍ର ପୃଥିବୀ ଜାଣେ ଯେ, ଜାତିସଂଘର ପ୍ରତ୍ୟେକ କାର୍ଯ୍ୟ କେବଳ ମାତ୍ର ଅମଲାତନ୍ତ୍ରୀଙ୍କ ମାଧ୍ୟମରେ କରାଯାଇଥାଏ। ସାଧାରଣ ନାଗରିକ କିମ୍ବା ଲୋକ ପ୍ରତିନିଧିମାନଙ୍କୁ ସମ୍ପୃକ୍ତ କରି ଜାତିସଂଘର କାର୍ଯ୍ୟ ବିଶ୍ୱବ୍ୟାପୀ କୌଣସି ଦେଶରେ ଦେଖିବାକୁ ମିଳେ ନାହିଁ। ପ୍ରଚୁର ଅର୍ଥ ପାଉଥିବା ଜାତିସଂଘ ତାହାର ଦକ୍ଷତା ଆଦୌ ନାହିଁ ବୋଲି ଏହି କରୋନା ସଂକ୍ରମଣ ସମୟରେ ପ୍ରମାଣ କରିଦେଲା।
ମସ୍କ ଏଭଳି ଟୁଇଟର ମାଡ଼ ଚଢ଼ାଇବା ପରେ ଡବ୍ଲ୍ୟୁଏଫ୍‌ପିର ନିର୍ଦ୍ଦେଶକ ବିସ୍‌ଲେ ନରମ ହୋଇଯାଇ କହିଛନ୍ତି, ମସ୍କଙ୍କ ସାଙ୍ଗରେ ଏ ସମ୍ପର୍କରେ ଖୁବ୍‌ ଶୀଘ୍ର ଆଲୋଚନା କରିବେ। ସମ୍ଭବତଃ ସେ ଆଲୋଚନାରେ, ୬ ବିଲିୟନ ଡଲାର ମାଗିବା ପରିବର୍ତ୍ତେ, ବିସ୍‌ଲେ ମୁଖ୍ୟତଃ ମସ୍କଙ୍କୁ ଅନୁରୋଧ କରି କହିବେ ଯେ, ଜାତିସଂଘ ଓ ତାହାର ସବୁ ଅଙ୍ଗ ପ୍ରତି ଦୟା ରଖି ସାଧାରଣରେ ହିସାବ ମାଗିବା କଥା ଅଧିକ ପ୍ରଚାର କରା ନ ଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri