ଜାତିସଂଘକୁ ମାଡ଼

ବିଶ୍ୱ କ୍ଷୁଧା ସୂଚକାଙ୍କ ପ୍ରକାଶ ପାଇବା ପରେ ବିଭିନ୍ନ ଦେଶରେ ଭୋକିଲାଙ୍କ ସଙ୍କଟଜନକ ସ୍ଥିିତି ସାମ୍‌ନାକୁ ଆସିଛି। ଜାତିସଂଘର ୱାଲର୍‌ଡ ଫୁଡ୍‌ ପ୍ରୋଗ୍ରାମ (ଡବ୍ଲ୍ୟୁଏଫ୍‌ପି) ଏହାର ମୁକାବିଲା ଲାଗି ବାହାରିପଡ଼ିଛି। ଡବ୍ଲ୍ୟୁଏଫ୍‌ପି ନିର୍ଦ୍ଦେଶକ ଡାଭିଡ୍‌ ବିସ୍‌ଲେ କହିଛନ୍ତି ଯେ, ବିିଶ୍ୱର କେତେକ ଅତି ଧନୀ ବ୍ୟକ୍ତି ଯେଉଁମାନେ ମହାକାଶ ଯାତ୍ରା ପାଇଁ ଗୁରୁତ୍ୱ ଦେଉଛନ୍ତି ଯଥା ଏଲନ୍‌ ମସ୍କ ଏବଂ ଜେଫ୍‌ ବେଜୋସ, ଯଦି ତାଙ୍କ ଧନର ମାତ୍ର ୨ ପ୍ରତିଶତ(ଯାହାକି ପ୍ରାୟ ୬ ବିଲିୟନ ଡଲାର ହେବ) ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ଦିଅନ୍ତେ, ତେବେ ପୃଥିବୀରେ ପ୍ରାୟ ୪୨ ମିଲିୟନ ଭୋକିଲା ବ୍ୟକ୍ତି ଖାଦ୍ୟ ପାଇପାରନ୍ତେ। ବିସ୍‌ଲେଙ୍କ ଆହ୍ବାନ ପରେ ମସ୍କ ଜବାବ ଦେଇଛନ୍ତି। ଯଦି ଡବ୍ଲ୍ୟୁଏଫ୍‌ପି ତାହାର ଦାବିକୁ ପୂରଣ କରିବାର ପନ୍ଥା ଲୋକଲୋଚନକୁ ଆଣିପାରିବ, ତେବେ ତାଙ୍କ କମ୍ପାନୀର ଶେୟାର ବିକ୍ରି କରି ସେ ଏହି ଅର୍ଥ ତୁରନ୍ତ ଭରଣା କରିବେ ବୋଲି କହିଛନ୍ତି। ମସ୍କ ଆହୁରି ମଧ୍ୟ କହିଛନ୍ତି ଯେ, ଅର୍ଥ ଦେବା ପୂର୍ବରୁ ଡବ୍ଲ୍ୟୁଏଫ୍‌ପି ତାହାର ଖର୍ଚ୍ଚର ପ୍ରତ୍ୟେକ ବିବରଣୀ ଜନସାଧାରଣଙ୍କ ସୂଚନା ପାଇଁ ଟୁଇଟରରେ ଉତ୍ତର ଭାବେ ପ୍ରସ୍ତାବ ରଖୁ।
ଡବ୍ଲ୍ୟୁଏଫ୍‌ପି ଏବଂ ସମଗ୍ର ଜାତିସଂଘର କାର୍ଯ୍ୟଶୈଳୀକୁ ଦେଖିଲେ ପୃଥିତ୍ବୀର ଯେକୌଣସି ବ୍ୟକ୍ତିଙ୍କ ମନରେ ସନ୍ଦେହ ସୃଷ୍ଟି ହେବ। ନିର୍ଦ୍ୱନ୍ଦ୍ୱରେ କହିହେବ ଯେ, ଏଲନ୍‌ ମସ୍କଙ୍କର ଏଭଳି ଟୁଇଟର ଯୋଗୁ ସମଗ୍ର ଜାତିସଂଘ ସଂସ୍ଥା ଅଡ଼ୁଆରେ ପଡ଼ିଯାଇଥିବ। ସମଗ୍ର ପୃଥିବୀ ଜାଣେ ଯେ, ଜାତିସଂଘର ପ୍ରତ୍ୟେକ କାର୍ଯ୍ୟ କେବଳ ମାତ୍ର ଅମଲାତନ୍ତ୍ରୀଙ୍କ ମାଧ୍ୟମରେ କରାଯାଇଥାଏ। ସାଧାରଣ ନାଗରିକ କିମ୍ବା ଲୋକ ପ୍ରତିନିଧିମାନଙ୍କୁ ସମ୍ପୃକ୍ତ କରି ଜାତିସଂଘର କାର୍ଯ୍ୟ ବିଶ୍ୱବ୍ୟାପୀ କୌଣସି ଦେଶରେ ଦେଖିବାକୁ ମିଳେ ନାହିଁ। ପ୍ରଚୁର ଅର୍ଥ ପାଉଥିବା ଜାତିସଂଘ ତାହାର ଦକ୍ଷତା ଆଦୌ ନାହିଁ ବୋଲି ଏହି କରୋନା ସଂକ୍ରମଣ ସମୟରେ ପ୍ରମାଣ କରିଦେଲା।
ମସ୍କ ଏଭଳି ଟୁଇଟର ମାଡ଼ ଚଢ଼ାଇବା ପରେ ଡବ୍ଲ୍ୟୁଏଫ୍‌ପିର ନିର୍ଦ୍ଦେଶକ ବିସ୍‌ଲେ ନରମ ହୋଇଯାଇ କହିଛନ୍ତି, ମସ୍କଙ୍କ ସାଙ୍ଗରେ ଏ ସମ୍ପର୍କରେ ଖୁବ୍‌ ଶୀଘ୍ର ଆଲୋଚନା କରିବେ। ସମ୍ଭବତଃ ସେ ଆଲୋଚନାରେ, ୬ ବିଲିୟନ ଡଲାର ମାଗିବା ପରିବର୍ତ୍ତେ, ବିସ୍‌ଲେ ମୁଖ୍ୟତଃ ମସ୍କଙ୍କୁ ଅନୁରୋଧ କରି କହିବେ ଯେ, ଜାତିସଂଘ ଓ ତାହାର ସବୁ ଅଙ୍ଗ ପ୍ରତି ଦୟା ରଖି ସାଧାରଣରେ ହିସାବ ମାଗିବା କଥା ଅଧିକ ପ୍ରଚାର କରା ନ ଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri