ଆଗୁଆ ଗୋଟି

ଭାରତରେ ସ୍ୱାଧୀନତା ପରଠାରୁ ସୁବିଧାବାଦୀ ରାଜନୀତି ଗଡ଼ିଆସିଛି। କଂଗ୍ରେସ ସର୍ବଦା ଭୋଟ୍‌କୁ ଆଖି ଆଗରେ ରଖି ସଂଖ୍ୟାଲଘୁଙ୍କୁ ସନ୍ତୁଷ୍ଟ କରି ସଂଖ୍ୟାଗରିଷ୍ଠଙ୍କୁ ଦମନ କରିଥିଲା। ଦଳର ଏଭଳି ଆଚରଣ ଦେଖି ଜନସାଧାରଣ ବିରକ୍ତ ହୋଇ ଶାସନ ବଦଳାଇ ଦେଲେ। ଆଶା ଥିଲା ପରବର୍ତ୍ତୀ ନେତୃତ୍ୱ ସମତୁଲତା ବଜାୟ ରଖି ଦେଶକୁ ଦିଗ୍‌ଦର୍ଶନ ଦେବେ। କିନ୍ତୁ ତା’ ପରିବର୍ତ୍ତେ ଭାଜପା ହିନ୍ଦୁ ରାଷ୍ଟ୍ର ଗଠନ ଉଦ୍ଦେଶ୍ୟ ରଖି ସଂଖ୍ୟାଲଘୁଙ୍କ ପ୍ରତି ଅବିଚାର କଲା। ରାମରାଜ୍ୟର କଥା ଉଠାଇଲା। ବାସ୍ତବରେ ଯଦି ରାମରାଜ୍ୟ ଥିଲା, ତା’ହେଲେ ତାହାର ଶାସନ କେବଳ ଉତ୍ତର ଭାରତରେ ସୀମିତ ଥିଲା। ଏପରି କି ଓଡ଼ିଶାରେ ତା’ର ପ୍ରଭାବ ଅନୁଭୂତ ହୋଇଥିବାର ଦେଖାଯାଇ ନାହିଁ। ଯେଉଁମାନେ ରାମାୟଣ ପଢ଼ିଥିବେ ସେମାନେ ଏହି କଥାରେ ଏକମତ ହେବେ।
ଭାରତକୁ ଆଫଗାନ୍‌ ରାଜାମାନେ ଆସି ଶାସନ କରିଛନ୍ତି। କିନ୍ତୁ ଦକ୍ଷିଣ ଭାରତକୁ ଅକ୍ତିଆର କରିନାହାନ୍ତି। ମୋଗଲଙ୍କ ଦ୍ୱାରା କେରଳ କିମ୍ବା ତାମିଲନାଡୁ ଶାସିତ ନ ଥିଲା। ଉଭୟ ଆଫଗାନୀ ଓ ମୋଗଲ ଶାସନ କଳିଙ୍ଗ ଉପରେ ପଡ଼ି ନ ଥିଲା। ଏବର ସ୍ଥିତି ଦେଖିଲେ ବାଂଲାଦେଶ ସହ ଭାରତର ସମ୍ପର୍କ ଦୀର୍ଘବର୍ଷ ଧରି ଭଲ ରହିଆସିଥିଲା। ହେଲେ ନିକଟରେ ସେଠାରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରାଯାଇଛି। ଭାରତରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ଯୋଗୁ ସଂଖ୍ୟାଲଘୁଙ୍କ ପ୍ରତି ପ୍ରଦର୍ଶନ କରାଯାଉଥିବା ବ୍ୟବହାରର ଏହା ପ୍ରତିଫଳନ ବୋଲି କୁହାଗଲାଣି। ପଡ଼ୋଶୀ ମୁସଲମାନ ରାଷ୍ଟ୍ର ଆମ ଚାରିପଟେ ଘେରିକି ରହିଛନ୍ତି। ସେଥିପାଇଁ ଭାରତର ଆଭ୍ୟନ୍ତରୀଣ ରାଜନୀତି ଓ ନୀତି ସକାଶେ ଆମର ବହିର୍ବ୍ୟାପାର ସମ୍ପର୍କ ଉପରେ କୁପ୍ରଭାବ ପଡ଼ୁଛି। ଏପଟେ ଆଜିର ସରକାର ଓ ରାଜନେତା କହୁଛନ୍ତି, ଭାରତୀୟ ପାସ୍‌ପୋର୍ଟର ମାନ ବୃଦ୍ଧି ପାଇଛି। କିନ୍ତୁ ଭାରତୀୟ ପାସ୍‌ପୋର୍ଟଧାରୀଙ୍କ ଗୁରୁତ୍ୱ ଅନ୍ୟ ଦେଶରେ ଦୁଇ ପଇସିଆ ହୋଇଯାଇଛି। ଆମେ କୂପମଣ୍ଡୁକ ହେଲେ ହେବ ନାହିଁ। ସବୁବେଳେ ରାଜନେତାଙ୍କୁ ଦୋଷ ଦେଲେ ସମସ୍ୟାର ସମାଧାନ ଆସିବ ନାହିଁ। ତା’ର ମୁଖ୍ୟ କାରଣ ହେଲା ଏକ ଗଣତାନ୍ତ୍ରିକ ଦେଶରେ ରାଜନେତାମାନେ ହେଉଛନ୍ତି ଜନସାଧାରଣଙ୍କ ଆଇନା। ସାଧାରଣ ଲୋକେ ଯେଉଁଥିରେ ଅଧିକ ଆଗ୍ରହ ଦେଖାଇବେ ରାଜନେତା ତାହା ହିଁ କରିବାକୁ ବାଧ୍ୟ। ନଚେତ୍‌ ଭୋଟ୍‌ ମିଳିବ ନାହିଁ। ଭାରତରେ ଆଜିର ସ୍ଥିତି ପାଇଁ ନା କଂଗ୍ରେସ ନା ଭାଜପା ଦାୟୀ। ସେଥିପାଇଁ ଆମେ ଜନସାଧାରଣ ଦାୟୀ।
ଏହି ପରିପ୍ରେକ୍ଷୀରେ ସମାଜବାଦୀ ପାର୍ଟି (ଏସ୍‌ପି) ନେତା ଅଖିଳେଶ ଯାଦବ ନିକଟରେ ଦେଇଥିବା ମନ୍ତବ୍ୟକୁ ଦେଖାଯାଉ। ଅକ୍ଟୋବର ୩୧ରେ ସର୍ଦ୍ଦାର ପଟେଲଙ୍କ ୧୪୬ତମ ଜୟନ୍ତୀ ପାଳନ ଅବସରରେ ଉତ୍ତର ପ୍ରଦେଶର ହାର୍ଦ୍ଦୋଇଠାରେ ଅଖିଳେଶ କହିଥିଲେ ଯେ, ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ, ମହମ୍ମଦ ଅଲ୍ଲୀ ଜିନ୍ନା ଏକ ସଙ୍ଗେ ପଢ଼ୁଥିଲେ ଓ ଭାରତର ସ୍ୱାଧୀନତା ପାଇଁ ଲଢ଼ିଥିଲେ। ଅଖିଳେଶଙ୍କ ଏହି ମନ୍ତବ୍ୟ ଏବେ ବିବାଦୀୟ ହୋଇଯାଇଛି। ସେ ଏହି ମତ ଦେଇ ଯେଉଁଠାରେ ପ୍ରଭାବ ପକାଇବା କଥା ପକାଇ ପାର୍‌ ହୋଇଗଲେଣି। ଅନ୍ୟମାନେ ବିଚଳିତ। ଭାଜପା, ବିଏସ୍‌ପି, ଅଲ୍‌ ଇଣ୍ଡିଆ ମଜ୍‌ଲିସ-ଇ-ଇତେହାଦୁଲ ମୁସ୍‌ଲିମିନ୍‌ (ଏଆଇଏମ୍‌ଆଇଏମ୍‌) ଭଳି ରାଜନୈତିକ ଦଳ ଅଖିଳେଶଙ୍କୁ ସମାଲୋଚନା କରିଛନ୍ତି। ବିଶେଷକରି ଏଆଇଏମ୍‌ଆଇଏମ୍‌ ନେତା ଅସାଦୁଦ୍ଦିନ୍‌ ଓଓ୍ବାଇସି ଏସ୍‌ପି ନେତାଙ୍କୁ କହିଛନ୍ତି ଯେ ଯଦି ଅଖିଳେଶ ଏଭଳି କହି କାହାରିକୁ ଖୁସି କରିବାକୁ ଚାହୁଁଛନ୍ତି, ତାହା ଭାବିବା ଭୁଲ। ସେ ଅଧିକ ଇତିହାସ ପଢ଼ନ୍ତୁ।
ଭାଜପା, ବିଏସ୍‌ପି ଏବଂ ଏଆଇଏମ୍‌ଆଇଏମ୍‌ର ବ୍ୟସ୍ତତା କେଉଁଥି ପାଇଁ ହୋଇଛି ବୁଝିବା କଷ୍ଟକର ନୁହେଁ। ଉତ୍ତରପ୍ରଦେଶର ଅନେକ ବିଧାନସଭା ଆସନରେ ମୁସଲମାନଙ୍କ ଭୋଟ୍‌ ନିର୍ଣ୍ଣାୟକ ହୋଇଥାଏ। ଏହି ତିନି ଦଳଙ୍କ ପ୍ରତିକ୍ରିୟାରୁ ବୁଝାପଡ଼ୁଛି ଯେ, ସେହି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭାଜପାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ହୋଇପାରେ। ବିଏସ୍‌ପିର ମାୟାବତୀ ଏବଂ ଓଓ୍ବାଇସି ଉଭୟ ଭାଜପାର ବି-ଟିମ୍‌ ଭାବେ କାମ କରୁଥିବା ଭଳି ମନେହେଉଛି। ମାୟାବତୀଙ୍କ ପରିବାର ବିରୋଧରେ ଥିବା ସିବିଆଇ ତଦନ୍ତ ତାଙ୍କ ମତକୁ ପ୍ରଭାବିତ କରୁଥାଇପାରେ। ଅପରପଟେ ଓଓ୍ବାଇସିଙ୍କ ଚରିତ୍ରକୁ ଦେଶବାସୀ ଭଲ ଭାବେ ବୁଝିଗଲେଣି। ବିହାରର ଗତ ବିଧାନସଭା ନିର୍ବାଚନ ସମୟରେ ସେହି ରାଜ୍ୟର ମୁସଲମାନ ଭୋଟ୍‌କୁ ଭାଗ କରିବାରେ ଏଆଇଏମ୍‌ଆଇଏମ୍‌ର ମୁଖ୍ୟ ଭୂମିକା ଥିଲା। ସେଥିଯୋଗୁ ରାଷ୍ଟ୍ରୀୟ ଜନତା ଦଳ ମେଣ୍ଟ ଅଳ୍ପ ବ୍ୟବଧାନରେ ପରାଜୟବରଣ କଲା। ଉତ୍ତରପ୍ରଦେଶରେ ମୁସଲମାନ ଭୋଟ୍‌କୁ ନିଜ ସପକ୍ଷରେ ଆଣିବା ସକାଶେ ଅଖିଳେଶଙ୍କ ଉଦ୍ୟମ ଏହିସବୁ ଦଳଗୁଡ଼ିକୁ, ସ୍ବାଭାବିକ ଭାବେ, ବ୍ୟସ୍ତ କରୁଛି। ଯଦି ଜିନ୍ନାଙ୍କୁ ପ୍ରଶଂସା କଲେ ଭୋଟ୍‌ ଅଧିକ ଆସିବ ତେବେ ସେହି ଖେଳରେ ଅଖିଳେଶ ଆଗୁଆ ଗୋଟି ଚଳାଇ ଦେଲେଣି। ଭାରତବର୍ଷର ପ୍ରମୁଖ ରାଜନେତା ଯଥା ପ୍ରିୟଙ୍କା ଗାନ୍ଧୀ, ମମତା ବାନାର୍ଜୀ ଏବଂ ଆହୁରି ଅନେକ ଜଣାଶୁଣା ମୁହଁ ଭାଜପାର ହିନ୍ଦୁତ୍ୱଠାରୁ ଆଗେଇଯାଇ ଅଧିକ ହିନ୍ଦୁ ବୋଲି ଦେଖାଇବାକୁ ଚେଷ୍ଟା କରିଆସୁଛନ୍ତି। ସେହି ସମୟରେ ଅଖିଳେଶଙ୍କ ଭିନ୍ନ ସ୍ବାଦର ରାଜନୀତି କିଭଳି ପ୍ରଭାବ ପକାଉଛି, ତାହା ୨୦୨୨ ବିଧାନସଭା ନିର୍ବାଚନ ଫଳାଫଳରୁ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri