ମଧୁବନ ଗ୍ରାମପଂଚାୟତର ସୁକୁଡୁବାଜୁ ନିକଟରେ ଧସିଲା ପାହାଡ଼, ରାସ୍ତା ଜାମ୍

ଗୁଡାରି,୨୪।୯(ପ୍ରମୋଦ କୁମାର ପତି): ଲଗାଣ ବର୍ଷାରେ ଗୁରୁବାର ଅପରାହ୍ନରେ ଗୁଡାରି ବ୍ଲକର ମଧୁବନ ଗ୍ରାମପଂଚାୟତ ଅନ୍ତର୍ଗତ ସୁକୁଡୁବାଜୁ ନିକଟରେ ପାହାଡ଼ରୁ ବଡ଼ ପଥର ଖସି ରାସ୍ତା ମଝିରେ ପଡିଛି । ବଡ଼ ପଥର ଖସି ରାସ୍ତା ମଝିରେ ପଡିବା ଫଳରେ ରାସ୍ତା ଜାମ ହୋଇଛି । ଫଳରେ ଗୁଡାରିରୁ ବଡ଼ କତିଲି, ସାନ କତିଲି, ବଣ୍ଡିଲି, ତାଡିଲଟା, ହିରିକବାଡ଼ି ଓ ସୁକୁଡୁବାଜୁକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଗତ ବର୍ଷ ମଧ୍ୟ ଲଗାଣ ବର୍ଷାରେ ଏହି ପାହାଡ଼ ନିକଟରେ ପଥର ଖସି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସ୍ଥାନୀୟ ପ୍ରଶାସନ ପକ୍ଷରୁ ରାସ୍ତାରୁ ପଥର ହଟାଇବା ନିମନ୍ତେ ପଦକ୍ଷେପ ନିଆଯାଇଛି । କିନ୍ତୁ ସନ୍ଧ୍ୟା ହୋଇଥିବାରୁ ସେହି ସ୍ଥାନକୁ ଜେସିବି ନେଇ ରାସ୍ତା ସଫା କରିବା କଷ୍ଟସାଧ୍ୟ ହୋଇଥିବା ଜଣାପଡିଛି । ଏ ନେଇ ଗୁଡାରି ବିଡ଼ିଓ ଶୁଚିସ୍ମିତା ବେହେରା କହିଛନ୍ତି ସମ୍ପୃକ୍ତ ଗ୍ରାମପଂଚାୟତର ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଅଗ୍ନିଶମ ବିଭାଗ ସହ ଯୋଗାଯୋଗ କରାଯାଇଛି । ଆଜି ରାତି ସୁଦ୍ଧା ରାସ୍ତା ସଫା କରିବା ପାଇଁ ଚେଷ୍ଟା କରାଯାଉଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀବଣା ଗାଁରେ ପୂର୍ବତନ ବିଧାୟକଙ୍କ ସହାୟତା, ଆବାସ ଯୋଜନାରେ ଘର ଯୋଗାଇଦେବାକୁ ବିଡିଓଙ୍କ ସହ ଆଲୋଚନା

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ ଶ୍ରୀବଣା ଗ୍ରାମର ଡ଼ି ଦୁର୍ଯ୍ୟଧନ ପାତ୍ରଙ୍କର ନିଜସ୍ୱ ଘର ନଥିବାରୁ ଗାଁ ଶେଷରେ ଟିଣ ପକାଇ…

ଖରସ୍ରୋତା ନଦୀକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ଯାଜପୁର,୨୪।୯: ଯାଜପୁର ଜିଲା ବିଞ୍ଝାରପୁର ଖରସ୍ରୋତା ନଦୀ ବ୍ରିଜ ଉପରୁ ଗୁରୁବାର ଜଣେ ମହିଳା ଡେଇଁ ପଡିଥିଲେ। ମହିଳା ଜଣକ ବ୍ରିଜ୍‌ ଉପରେ ଚପଲ ଓ ଛତା…

ପ୍ରସୂତିଙ୍କୂ ମିଳିଲାନି ଆମ୍ବୁଲାନ୍ସ ସେବା: ଅଧାବାଟରେ ଚାଲିଗଲା ଜୀବନ

କେନ୍ଦ୍ରାପଡ଼ା,୨୪।୯(ଜଗନ୍ନାଥ ଧଳ): ଆମ୍ବୁଲାନ୍ସ ସେବା ନ ପାଇ କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁର ସିଏଚ୍‌ସି ଅଧୀନ ନିକିରାଇ ଥାନା ଅନ୍ତର୍ଗତ ପୂର୍ବ ନିକିରାଇ ଗ୍ରାମରେ ଗୁରୁବାର ଜଣେ ପ୍ରସୂତୀଙ୍କ…

ଗାଜଲବାଡି ଘାଟିରେ ଭୂସ୍ଖଳନ, ପୂର୍ବରୁ ସିଲ୍ କରିଥିଲା ପ୍ରଶାସନ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ଭୂସ୍ଖଳନ ହୋଇଛି । ଏକାଧିକ…

ଚାଷଜମିରେ ଦା’ ରେ ହାଣି ହତ୍ୟା ଉଦ୍ୟମ ଘଟଣା, ଜେଲ ଗଲେ ଅଭିଯୁକ୍ତ  

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର ପ୍ରକାଶ ବେହେରାଙ୍କୁ ତାଙ୍କ ଗ୍ରାମର ଏସ. ବଳରାମ ରେଡ୍ଡୀ ଓରଫ ବଳିଆ ଦା’ ରେ…

ଅଜଣା ଜୀବ କାମୁଡ଼ାରେ ଅନୁଭବ ମଲ୍ଲିକଙ୍କ ମୃତ୍ୟୁ, ମାଣ୍ଡିପାଙ୍କାରେ ଶୋକାକୁଳ ପରିବେଶ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଅଜଣା ବିଷାକ୍ତ ଜୀବ…

କେସିଙ୍ଗାରେ ଲଘୁଚାପ ବର୍ଷା-ପବନର ତାଣ୍ଡବ: ଗଛ ଭାଙ୍ଗି ତାର ଛିଣ୍ଡିଲା, ବିଦ୍ୟୁତ ସେବା ଠପ୍

କେସିଙ୍ଗା,୨୪।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପରଲସିଙ୍ଗା ଗ୍ରାମରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ଜମିର ହିଡ ଉପରେ ଥିବା ଗଛ ଲଘୁଚାପ ଜନିତ…

ଧରିତ୍ରୀ ପ୍ରଭାବ; ସାନ୍ତାଳୀ ଗାଁ ପାଣିଖିଆରେ ପାଣି ପଶିବା ଘଟଣା, ଶୁଖିଲା ଖାଦ୍ୟ ବାଣ୍ଟିଲା ପ୍ରଶାସନ

ମହାକାଳପଡ଼ା,୨୪।୯(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ସାନ୍ତାଳୀ ଗାଁ ପାଣି ଖିଆରେ ସମୁଦ୍ର ପାଣି ମାଡ଼ି ଆସିଛି । ଲଘୁଚାପ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?