Posted inଜାତୀୟ

ସେ ଆଗ ଅପେକ୍ଷା ଅଧିକ ଭୟଙ୍କର ହୋଇଯାଇଛନ୍ତି, କେଜରିଓ୍ବାଲଙ୍କ ମାମଲାରେ ମୋଦିଙ୍କୁ ଟାର୍ଗେଟ କଲେ ସଞ୍ଜୟ

ନୂଆଦିଲ୍ଲୀ,୨୫।୩: ମହାରାଷ୍ଟ୍ରର ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ କହିଛନ୍ତି, ‘ଦିଲ୍ଲୀର ରାମଲିଲା ମଇଦାନରେ ଇଣ୍ଡିଆ ଆଲାଇନ୍ସ ଏକ ବିକ୍ଷୋଭ ପ୍ରଦର୍ଶନ କରୁଛି। ଆମେ ସମସ୍ତେ ସେହି ରାଲିରେ ଯୋଗଦେବୁ। ପ୍ରଧାନମନ୍ତ୍ରୀ ମୋଦି ଅରବିନ୍ଦ କେଜରିୱାଲଙ୍କୁ ଭୟ କରୁଛନ୍ତି। ବର୍ତ୍ତମାନ ଅରବିନ୍ଦ କେଜରିୱାଲ ଅଧିକ ବିପଜ୍ଜନକ। ଯେହେତୁ ସେ ବର୍ତ୍ତମାନ ଜେଲରୁ କାମ କରିବେ। ତେଣୁ ଲୋକମାନେ ତାଙ୍କ କଥା ଶୁଣିବେ ଏବଂ ତାଙ୍କ ସମର୍ଥନରେ ଆସିବେ। ସ୍ବାଧୀନତା ସଂଗ୍ରାମ ସମୟରେ ମଧ୍ୟ ଜେଲକୁ ଯାଇଥିବା ନେତାମାନେ ଅଧିକ ଶକ୍ତିଶାଳୀ ହୋଇଥିଲେ। ’
ଆମ ଆଦମୀ ପାର୍ଟି (ଏଏପି) ଘୋଷଣା କରିଛି ଯେ ଏହାର ନେତା ଅରବିନ୍ଦ କେଜରିୱାଲ ଜେଲରୁ ସରକାର ଚଳାଇବେ। ଗୋଟିଏ ପଟେ ଏହି ବିବୃତ୍ତି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଅନ୍ୟ ପଟେ ଭାଜପା ନେତାମାନେ ତାଙ୍କୁ ଟାର୍ଗେଟ କରୁଛନ୍ତି। କିଛି ଦିନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମାର୍ଚ୍ଚ ୨୧, ୨୦୨୪ ରେ ଅରବିନ୍ଦ କେଜରିୱାଲଙ୍କୁ ଏକ୍ସାଇଜ ପଲିସି ମାମଲାରେ ଇଡି ଗିରଫ କରିଥିଲା।
ତାଙ୍କ ଗିରଫଦାରୀକୁ ଦୃଷ୍ଟିରେ ରଖି ଏଏପି ‘ମେଁ ଭି କେଜରିୱାଲ’ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ମାଧ୍ୟମରେ ଏଏପି ବାର୍ତ୍ତା ପଠାଇବାକୁ ଚାହୁଁଛି ଯେ କେଜରିୱାଲ ତାଙ୍କ ପଦରୁ ଇସ୍ତଫା ଦେବେ ନାହିଁ ଏବଂ ଆବଶ୍ୟକ ସ୍ଥଳେ ସେ ଜେଲରୁ ସରକାର ଚଳାଇବେ। ଦିଲ୍ଲୀ ମନ୍ତ୍ରୀ ଆତିଶି ଏହା ମଧ୍ୟ କହିଛନ୍ତି, ଆମେ ଏହା ମଧ୍ୟ କହିଛୁ ଯେ ଆବଶ୍ୟକ ହେଲେ ସେ ଜେଲରୁ ମଧ୍ୟ ସରକାର ଚଳାଇବେ। ସେ ସରକାର ଚଳାଇ ପାରିବେ କାରଣ କୌଣସି ନିୟମ ତାଙ୍କୁ ତାହା କରିବାରେ ରୋକି ପାରିବ ନାହିଁ। ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ,ତେଣୁ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ଜାରି ରଖିବେ ।


Enter your email to get our daily news in your inbox.

All Right Reserved By Dharitri.Com

‘EVM ଉପରେ ପ୍ରଶ୍ନ ଉଠାଇଥିବାରୁ କଂଗ୍ରେସ କ୍ଷମା ମାଗିବା ଉଚିତ୍‌’

ଗୋଆ,୨୭ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି, ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ୍‌।...

କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ରାମ ଏବଂ...

ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ବି ମିଳିଲା ନାହିଁ ଜାମିନ୍‌

ରାଞ୍ଚି,୨୭।୪: ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ...

ପୁଣି ଆହତ ହେଲେ ମମତା ବାନାର୍ଜୀ, ହେଲିକପ୍ଟର ଚଢ଼ିବା ବେଳେ ଗୋଡ଼ ଖସିଲା…

କୋଲକାତା,୨୭।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆହତ ହୋଇଛନ୍ତି । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ଗୋଡ ଖସିଯିବା ଯୋଗୁ ସେ ପଡିଯାଇଥିଲେ ।...

‘କଂଗ୍ରେସ ମୁସଲମାନଙ୍କ ଭୋଟ୍‌ ଚାହୁଁଛି ହେଲେ ପ୍ରାର୍ଥୀ ନୁହେଁ’

ନୂଆଦିଲ୍ଲୀ,୨୭।୪: ଲୋକ ସଭା ନିର୍ବାଚନରେ କଂଗ୍ରେସ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ନ ଦେବାରୁ ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ କଂଗ୍ରେସ ନେତା ଆରିଫ...

ଧନଞ୍ଜୟ ସିଂଙ୍କୁ ଝଟକା: ଜାମିନ ମଞ୍ଜୁର, ହେଲେ ଲଢିପାରିବେନି ନିର୍ବାଚନ

ପ୍ରୟାଗରାଜ,୨୭।୪: ଆହ୍ଲାବାଦ ହାଇକୋର୍ଟ ଜୈନପୁରର ପୂର୍ବତନ ଏମପି ଧନଞ୍ଜୟ ସିଂଙ୍କ ଜାମିନକୁ ଅନୁମୋଦନ କରିଛନ୍ତି କିନ୍ତୁ ତାଙ୍କ ଦଣ୍ଡାଦେଶ ଶୁଣାଣିକୁ ମନା କରି ଦେଇଛନ୍ତି। ଏହି...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

‘ଜୟ ଶ୍ରୀରାମ’ ଲେଖି ପରୀକ୍ଷାରେ ପାସ୍‌, ମିଳିଛି ୬୦% ମାର୍କ

ଲକ୍ଷ୍ନୌ,୨୭।୪: ପରୀକ୍ଷା ଖାତାରେ କିଛି ଛାତ୍ରୀଛାତ୍ର ଗୀତ କିମ୍ବା ଫିଲ୍ମ ସମ୍ପର୍କରେ ଲେଖିଥିବା ମାମଲା ନିଶ୍ଚୟ ଶୁଣିଥିବେ। ଆଉ ଏହି ପରୀକ୍ଷା ଖାତା ଭାଇରାଲ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri