ଇଞ୍ଜେକ୍ସନ ନେବା ପରେ ଚାଲିଗଲା ଜୀବନ

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ସ୍ବାସ୍ଥ୍ୟ ସେବାକୁ ନେଇ ସାରା ରାଜ୍ୟରୁ ଆସୁଛି ନାନା ଅଭିଯୋଗ। ଏସ୍‌ସିବି ମେଡିକାଲର ଭୁଲ୍‌ କ୍ୟାନ୍‌ସର ରିପୋର୍ଟ ପାଇଁ ମହିଳା ଅଙ୍ଗ ହରାଇଥିବାବେଳେ ଭୁଲ୍‌ ଇଞ୍ଜେକ୍ସନ ଓ ତ୍ରୁଟିପୂର୍ଣ୍ଣ ଚିକିତ୍ସାଯୋଗୁ ଅନେକଙ୍କ ଜୀବନ ଯାଉଛି। ଏବେ ରାଜଧାନୀର ପ୍ରମୁଖ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ସମାନ ଘଟଣା ଘଟିଛି। ଇଞ୍ଜେକ୍ସନ ନେବାର କିଛି ସମୟ ପରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଧଉଳି ଥାନା ଅନ୍ତର୍ଗତ ଜଗନ୍ନାଥପୁରପାଟନା ଗାଁର ଦୁଃଶାସନ ସାହୁ (୫୫)। ଭୁଲ୍‌ ଚିକିତ୍ସା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣି ହୋହଲ୍ଲା କରିବାରୁ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ରିପୋର୍ଟ ଆଧାରରେ ଧଉଳି ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୧୯/୨୦୨୨) ରୁଜୁ କରି ତଦନ୍ତ ଚଳାଇଥିବା ଥାନାଧିକାରୀ ଚିତ୍ତ ଜେନା କହିଛନ୍ତି।
ସୂଚନା ଅନୁଯାୟୀ, ସକାଳେ ଦୁଃଶାସନ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପୁତୁରା ଶତୃଘ୍ନ ତାଙ୍କୁ ସ୍ଥାନୀୟ ମ୍ୟୁନିସିପାଲିଟି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତରଙ୍କ ପରାମର୍ଶକ୍ରମେ ଏକ ଇଞ୍ଜେକ୍ସନ ଦିଆଯାଇଥିଲା। ଅଧିକ ଚିକିତ୍ସା ଲାଗି ପରିବାର ଲୋକେ ତାଙ୍କୁ କ୍ୟାପିଟଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ଏସିଡିଟି ହୋଇଥିବା କହି କିଛି ପରୀକ୍ଷା କରିଥିଲେ। ପ୍ରେସ୍‌ସ୍କ୍ରିପ୍‌ଶନରେ ଔଷଧ ଲେଖିବା ସହ ୨ଟି ଇଞ୍ଜେକ୍ସନ ଦେଇଥିଲେ। ୪୫ ମିନିଟ୍‌ ପରେ ଦେହ ଠିକ୍‌ ହୋଇଯିବ କହି ଡାକ୍ତର ରୋଗୀଙ୍କୁ ଘରକୁ ନେଇଯିବାକୁ କହିଥିଲେ। କିନ୍ତୁ ଇଞ୍ଜେକ୍ସନ ନେବା ପରେ ଦୁଃଶାସନଙ୍କ ଛାତିରେ ଅଧିକ ଯନ୍ତ୍ରଣା ହୋଇଥିଲା। ଏନେଇ ପରିବାର ଲୋକ ଡାକ୍ତରଙ୍କୁ ଜଣାଇବାରୁ ସେ କିଛି ହେବନି ଘରକୁ ପଳାଇଯାଅ ବୋଲି କହିଥିଲେ। ଏହାପରେ ପରିବାର ଲୋକେ ଦୁଃଶାସନକୁ ଧରି ଘରକୁ ଫେରୁଥିଲେ। ବାଟରେ ସାମନ୍ତରାପୁର ଛକ ନିକଟରେ ତାଙ୍କ ଯନ୍ତ୍ରଣା ଅସହ୍ୟ ହୋଇଥିଲା ଓ ସେ ସଜ୍ଞାହୀନ ହୋଇପଡିଥିଲେ। ଫଳରେ ତାଙ୍କୁ ପୁଣି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କାଜୁଆଲିଟିରେ ଜଣେ ମହିଳା ଡାକ୍ତର ରୋଗୀଙ୍କ ପ୍ରେସ୍‌ସ୍କ୍ରିପ୍‌ଶନ ଛଡ଼ାଇ ନେଇଥିଲେ। ପରିବାର ଲୋକେ ପଚାରିବାରୁ ଚିକିତ୍ସା ସରିବା ପରେ ଦିଆଯିବ ବୋଲି କହିଥିଲେ। ଏହା ପରେ ଦୁଃଶାସନଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହାକୁ ନେଇ ମଧ୍ୟାହ୍ନରେ ମେଡ଼ିକାଲ ପରିସରରେ ମୃତକଙ୍କ ସମ୍ପର୍କୀୟମାନେ ପାଟିତୁଣ୍ଡ କରିଥିଲେ। ଭୁଲ୍‌ ଇଞ୍ଜେକ୍ସନ ଓ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ଦୁଃଶାସନଙ୍କ ମୃତ୍ୟୁ ହେଲା ଓ ଏଥିପାଇଁ ଚିକିତ୍ସା କରୁଥିବା ଡାକ୍ତର ହିଁ ଦାୟୀ ବୋଲି ଅଭିଯୋଗ କରିଥିଲେ। ଦୀର୍ଘ ସମୟ ଧରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପହଞ୍ଚତ୍ ବୁଝାଶୁଝା କରିବାରୁ ପରିସ୍ଥତି ଶାନ୍ତ ପଡ଼ିଥିଲା। ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, ବିଭାଗ ପକ୍ଷରୁ ତଦନ୍ତ ଟିମ୍‌ ଗଠନ କରାଯାଇଛି। ଶନିବାର ଉକ୍ତ ଟିମ୍‌ ତଦନ୍ତ ରିପୋର୍ଟ ପ୍ରଦାନ କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri