କିମ୍ସ ସୁପର ସ୍ପେଶାଲିଟି, କ୍ୟାନ୍‌ସର ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର, ୩୦ା୭(ବ୍ୟୁରୋ): କିମ୍ସ ପ୍ରଦ୍ୟୁମ୍ନ ବଳ ମେମୋରିଆଲ୍‌ ହସ୍ପିଟାଲ୍‌ (ପିବିଏମ୍‌ଏଚ୍‌) ଏବେ ୧୬୦୦ ଶଯ୍ୟା ବିଶିଷ୍ଟ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହସ୍ପିଟାଲରେ ପରିଣତ ହୋଇଛି। ଏଥିସହ ନୂଆକରି ସ୍ଥାପନ ହୋଇଥିବା କିମ୍ସ ସୁପର ସ୍ପେଶାଲିଟି ଓ କିମ୍ସ କ୍ୟାନସର ସେଣ୍ଟରକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଦେଶର ଖ୍ୟାତି ସମ୍ପନ୍ନ ଡାକ୍ତର ଓ ବିଶେଷଜ୍ଞ ଏଠାରେ ଯୋଗଦେଇଥିବାରୁ ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ରୋଗୀମାନେ ଉତ୍ତମ ଚିକିତ୍ସା ଓ ସ୍ବାସ୍ଥ୍ୟସେବା ପାଇପାରିବେ। ବିଶେଷକରି ଆର୍ଥିକ ଅନଗ୍ରସର ଓ ସାଧାରଣ ବର୍ଗର ରୋଗୀଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ରହିଥିବା ସୂଚନା ଦିଆଯାଇଛି।
କିମ୍ସ ସୁପର ସ୍ପେଶାଲିଟିରେ ୩ଶହ ଶଯ୍ୟା ସହ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଏଠାରେ ହୃଦ୍‌ରୋଗ ଚିକିତ୍ସା, କାର୍ଡିଓଥୋରାସିକ୍‌ ଆଣ୍ଡ୍‌ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‌), ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ହେପାଟୋଲୋଜି, ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ନେଫ୍ରୋଲୋଜି ଏବଂ କିଡ୍‌ନୀ ପ୍ରତିରୋପଣ, ୟୁରୋଲୋଜି, ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ, ଏଣ୍ଡୋକ୍ରାଇନୋଲୋଜି, କ୍ଲିନିକାଲ୍‌ ୟୁମୁନୋଲୋଜି ଏବଂ ରିଉମାଟୋଲୋଜି, ଅସ୍ଥିଶଲ୍ୟ, ସ୍ପାଇନାଲ୍‌ ସର୍ଜରୀ ଏବଂ ପ୍ଲାଷ୍ଟିକ୍‌ ସର୍ଜରୀ ଆଦି ବିଭାଗ ରହିଛି। ଅତ୍ୟାଧୁନିକ ଅସ୍ତ୍ରୋପଚାର ଗୃହ, ଆଇସିୟୁ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଭିତ୍ତିଭୂମି ରହିଛି। ଏହାଛଡ଼ା ରୋଗୀମାନେ ମେଡିସିନ୍‌, ସର୍ଜରୀ, ଶିଶୁରୋଗ, ସ୍ତ୍ରୀ ଓ ପ୍ରସୂତି ରୋଗ, କର୍ଣ୍ଣ-ନାସା-ଗଳା, ଛାତିରୋଗ, ଚର୍ମରୋଗ, ଚକ୍ଷୁରୋଗ ଓ ମାନସିକ ରୋଗ ଚିକିତ୍ସା ବିଭାଗ ରହିଛି। ରୋଗୀମାନେ ଭାରତର ପ୍ରତିଷ୍ଠିତ ଓ ଅଭିଜ୍ଞ ଡାକ୍ତର ପଦ୍ମଶ୍ରୀ ପ୍ରଫେସର ଡା. ସୁବ୍ରତ ଆଚାର୍ଯ୍ୟ, ପଦ୍ମଶ୍ରୀ ପ୍ରଫେସର ଡା. ୱାଇ କେ ଚାୱଲା, ଡା. ଏ ସି ଆନନ୍ଦ, ଡା. ସିବିକେ ମହାନ୍ତି, ଡା. ରାମଚନ୍ଦ୍ର ଦାସ, ଡା. ଅମ୍ବିକା ପ୍ରସାଦ ମହାନ୍ତି, ଡା. ହେମନ୍ତ କୁମାର କର, ଡା. ରମାନାଥ ମିଶ୍ର, ଡା. ସୁଧାଂଶୁ ରଥ ଓ ଡା ଏନ୍‌. କେ. ଦାସ ପ୍ରମୁଖଙ୍କ ଚିକିତ୍ସା ଓ ପରାମର୍ଶ ପାଇ ପାରିବେ। ସେହିପରି ୩୦୦ ଶଯ୍ୟା ବିଶିଷ୍ଟ କ୍ୟାନସର୍‌ ସେଣ୍ଟର ଅନ୍ତର୍ଜାତୀୟମାନର ହୋଇଥିବାବେଳେ ଭାରତର ଖ୍ୟାତି ସମ୍ପନ୍ନ କର୍କଟ ରୋଗ ବିଶେଷଜ୍ଞ ପ୍ରଫେସର ଡା. ବିଧୁ କଲ୍ୟାଣ ମହାନ୍ତି ଏହାର ନିର୍ଦ୍ଦେଶକ ରହିଛନ୍ତି। ଏଠାରେ ଗୋଟିଏ ସ୍ଥାନରେ ରୋଗ ଚିହ୍ନଟଠାରୁ ଆରମ୍ଭ କରି ଚିକିତ୍ସା ଓ ପରୀକ୍ଷା ନିରୀକ୍ଷା ସୁବିଧା ରହିଛି।
ଉଦ୍‌ଘାଟନ ଅବସରରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, କିଟ୍‌, କିସ୍‌ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‌ ଓ କିସ୍‌ ସଭାପତି ଶାଶ୍ୱତୀ ବଳ, ସମ୍ପାଦକ ଆର୍‌.ଏନ୍‌. ଦାଶ, କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri