ହାତୀର ସ୍ମୃତିରେ ‘ହାତୀ ମୀନାର’: ପର୍ଯ୍ୟଟନ ମାନ୍ୟତାକୁ ଅପେକ୍ଷା

କେନ୍ଦୁଝର, ୨୪।୮(ସ୍ବ.ପ୍ର.)-ହାତୀ ସୁରକ୍ଷା ଲାଗି ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ହେଲେ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅଞ୍ଚଳର ଜଣେ ଅବସରପ୍ରାପ୍ତ ବରିଷ୍ଠ ଅଧ୍ୟାପକ ଏକ ହାତୀର ସ୍ମୃତିରେ ହାତୀମିନାର ପ୍ରତିଷ୍ଠା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଉକ୍ତ ଅଧ୍ୟାପକ ହେଲେ ଡକ୍ଟର କୃଷ୍ଣଚନ୍ଦ୍ର ନାୟକ ଓ ଘର ଜାଲି ଗ୍ରାମରେ। ହାତୀମିନାର ଲାଗି ସେ ୫ ଏକର ଜମି ଦାନ କରି ବନୀକରଣ କରିଛନ୍ତିି। ଆଗାମୀ ଦିନରେ ଶିଶୁ ପାର୍କ ପ୍ରତିଷ୍ଠା କରିବା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ୟମ ଜାରି ରଖିଛନ୍ତି। ବନ ବିଭାଗ ପକ୍ଷରୁ କିଛି ସହଯୋଗ ମିଳୁ ନ ଥିବାରୁ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ପର୍ଯ୍ୟଟନର ମାନ୍ୟତା ମିଳିଲେ ସଚେତନତା ବୃଦ୍ଧି ପାଇବା ସହ ଏହି ସ୍ଥାନ ପ୍ରତି ପର୍ଯ୍ୟଟକମାନେ ଆକୃଷ୍ଟ ହୋଇପାରିନ୍ତେ ବୋଲି ଡକ୍ଟର କୃଷ୍ଣ ଚନ୍ଦ୍ର ନାୟକ କହିଛନ୍ତି।
ଜଙ୍ଗଲରେ ଖାଦ୍ୟାଭାବ ଯୋଗୁ ହାତୀପଲ ଗ୍ରାମମୁହାଁ ହେଉଛନ୍ତି। କେତେବେଳେ ବିଦ୍ୟୁତ ଆଘାତରେ ତ କେତେବେଳେ ରେଳ ଓ ରାସ୍ତା ଦୁର୍ଘଟଣାରେ ମୃତ୍ୟୁର ଶିକାର ହୋଇ ଜୀବନ ହରାଉଛନ୍ତି। ୧୦ବର୍ଷ ତଳେ ଏଭଳି ଏକ ଦୁର୍ଘଟଣା ଘଟିଥିଲା। ୨୦୦୯ ସେପ୍ଟେମ୍ବର ୭ ତାରିଖରେ ଧାନ ଖାଇବାକୁ ଆସିଥିବା ଏକ ହାତୀ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଡକ୍ଟର ନାୟକଙ୍କ ଜମିରେ ଟଳିପଡିଥିଲା। ବନ ବିଭାଗ ହାତୀର ମୁହଁ କାଟି ଦାନ୍ତ ନେଇଯାଇଥିଲେ ଏବଂ ସେଠାରେ ପୋତି ଦେଇଥିଲେ। ସେହି ସମୟରେ କୃଷ୍ଣଚନ୍ଦ୍ରଙ୍କ ମା’ ଅତ୍ୟନ୍ତ ବିବ୍ରତ ହେବା ସହ ଦୁଃଖରେ ଭାଙ୍ଗିପଡିଥିଲେ। ହାତୀ ମୃତ୍ୟୁ ସ୍ମୃତିରେ କିଛି କରିବାକୁ କହିଥିଲେ। ତେବେ ମା’ଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ କୃଷ୍ଣଚନ୍ଦ୍ର ୨୦୧୯ରେ ନିଜ ଗ୍ରାମରେ ପ୍ରାୟ ୩୫ ଫୁଟ ଉଚ୍ଚତାର ହାତୀମୀନାର ନିଜ ଉଦ୍ୟମରେ ନିର୍ମାଣ କରିଥିଲେ। ଏହା ଭୂମିରେ ୫ ଫୁଟ ଲମ୍ବା ଓ ୫ ଫୁଟ ଓସାର କଙ୍କ୍ରିଟ ଚଟାଣ ଉପରେ ନିର୍ମିତ। ଏହାକୁ ସେହିବର୍ଷ ମକର ସଂକ୍ରାନ୍ତିରେ ଉଦ୍‌ଘାଟନ କରାଯାଇଥିଲା। ଏହାକୁ ସେ ସମୟରେ ପ୍ରଥମେ ଧରିତ୍ରୀ ଲୋକଲୋଚନକୁ ଆଣିଥଲା। କେନ୍ଦୁଝର ସହରଠାରୁ ପ୍ରାୟ ୪୫ କି.ମି. ଦୂରରେ ରହିଛି ଏହି ସ୍ଥାନ। ଏହାକୁ ଦେଖିବାକୁ ଆଖପାଖ ଲୋକ ଆସୁଛନ୍ତି। ଅଧିକ ପ୍ରଚାର ପ୍ରସାର ହେଲେ ଏବଂ ଏହାକୁ ଉନ୍ନତୀକରଣ କରାଗଲେ ପର୍ଯ୍ୟଟକମାନେ ଅଧିକ ଆକୃଷ୍ଟ ହୋଇପାରନ୍ତେ ଏବଂ ଉକ୍ତ ଅଞ୍ଚଳର ବିକାଶ ହୋଇପାରନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
କେନ୍ଦୁଝର ବନଖଣ୍ଡରେ ଏବେ ୧୦୦ରୁ ଊର୍ଦ୍ଧ୍ୱ ହାତୀ ବିଚରଣ କରୁଛନ୍ତି। ଚଳିତବର୍ଷ ୪ହାତୀର ଅସ୍ବାଭାବିକ ମୃତ୍ୟୁ ହାତୀମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ୟାପକ ଜଙ୍ଗଲ ନଷ୍ଟ ଯୋଗୁ ହାତୀମାନେ ବାସହରା ହେବା ସହ ସେମାନଙ୍କ ଚଳପ୍ରଚଳ ଅଞ୍ଚଳ ସଙ୍କୁଚିତ ହେବାକୁ ବସିଛି। ହାତୀ ଚଲାପଥ ନଷ୍ଟ ହୋଇଯାଇଛି। ସେସବୁର ସୁରକ୍ଷା ଜରୁରୀ ବୋଲି ପରିବେଶବିତ୍‌ ରମେଶ ଚନ୍ଦ୍ର ମିଶ୍ର ମତବ୍ୟକ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ SIR ପରେ ୨୦.୫୭ ଲକ୍ଷ ଭୋଟରଙ୍କ ନାଁ ବାଦ୍‌, ପ୍ରକାଶ ପାଇଲା ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୋଟ ୨୦ ଲକ୍ଷ ୫୭ ହଜାର ୩୩୪ ଭୋଟରଙ୍କ…

ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ; ଭୁବନେଶ୍ବର ଆସି ବଡ଼ ଘୋଷଣା କଲା CJP, ଓଡ଼ିଶା ସରକାରଙ୍କୁ….

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକରେ ଯେଉଁ ତ୍ରୁଟି କରାଯାଇଛି ତାହାର ଜବାବ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଶିକ୍ଷା…

ସକାଳୁ ସକାଳୁ ବାତ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍; ଗୋପାଳପୁରଠୁ ଏତିକି କିମି ଦୂରରେ ରହିଛି ଅବପାତ, ଏହି ଦିନ ହେବ….

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହା ଗୋପାଳପୁର ଠାରୁ ୨୫୦ କି.ମି ପୂର୍ବ-ଦକ୍ଷିଣ-ପୂର୍ବରେ ରହିଛି ।…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?