ହାତୀର ସ୍ମୃତିରେ ‘ହାତୀ ମୀନାର’: ପର୍ଯ୍ୟଟନ ମାନ୍ୟତାକୁ ଅପେକ୍ଷା

କେନ୍ଦୁଝର, ୨୪।୮(ସ୍ବ.ପ୍ର.)-ହାତୀ ସୁରକ୍ଷା ଲାଗି ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ହେଲେ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅଞ୍ଚଳର ଜଣେ ଅବସରପ୍ରାପ୍ତ ବରିଷ୍ଠ ଅଧ୍ୟାପକ ଏକ ହାତୀର ସ୍ମୃତିରେ ହାତୀମିନାର ପ୍ରତିଷ୍ଠା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଉକ୍ତ ଅଧ୍ୟାପକ ହେଲେ ଡକ୍ଟର କୃଷ୍ଣଚନ୍ଦ୍ର ନାୟକ ଓ ଘର ଜାଲି ଗ୍ରାମରେ। ହାତୀମିନାର ଲାଗି ସେ ୫ ଏକର ଜମି ଦାନ କରି ବନୀକରଣ କରିଛନ୍ତିି। ଆଗାମୀ ଦିନରେ ଶିଶୁ ପାର୍କ ପ୍ରତିଷ୍ଠା କରିବା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ୟମ ଜାରି ରଖିଛନ୍ତି। ବନ ବିଭାଗ ପକ୍ଷରୁ କିଛି ସହଯୋଗ ମିଳୁ ନ ଥିବାରୁ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ପର୍ଯ୍ୟଟନର ମାନ୍ୟତା ମିଳିଲେ ସଚେତନତା ବୃଦ୍ଧି ପାଇବା ସହ ଏହି ସ୍ଥାନ ପ୍ରତି ପର୍ଯ୍ୟଟକମାନେ ଆକୃଷ୍ଟ ହୋଇପାରିନ୍ତେ ବୋଲି ଡକ୍ଟର କୃଷ୍ଣ ଚନ୍ଦ୍ର ନାୟକ କହିଛନ୍ତି।
ଜଙ୍ଗଲରେ ଖାଦ୍ୟାଭାବ ଯୋଗୁ ହାତୀପଲ ଗ୍ରାମମୁହାଁ ହେଉଛନ୍ତି। କେତେବେଳେ ବିଦ୍ୟୁତ ଆଘାତରେ ତ କେତେବେଳେ ରେଳ ଓ ରାସ୍ତା ଦୁର୍ଘଟଣାରେ ମୃତ୍ୟୁର ଶିକାର ହୋଇ ଜୀବନ ହରାଉଛନ୍ତି। ୧୦ବର୍ଷ ତଳେ ଏଭଳି ଏକ ଦୁର୍ଘଟଣା ଘଟିଥିଲା। ୨୦୦୯ ସେପ୍ଟେମ୍ବର ୭ ତାରିଖରେ ଧାନ ଖାଇବାକୁ ଆସିଥିବା ଏକ ହାତୀ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଡକ୍ଟର ନାୟକଙ୍କ ଜମିରେ ଟଳିପଡିଥିଲା। ବନ ବିଭାଗ ହାତୀର ମୁହଁ କାଟି ଦାନ୍ତ ନେଇଯାଇଥିଲେ ଏବଂ ସେଠାରେ ପୋତି ଦେଇଥିଲେ। ସେହି ସମୟରେ କୃଷ୍ଣଚନ୍ଦ୍ରଙ୍କ ମା’ ଅତ୍ୟନ୍ତ ବିବ୍ରତ ହେବା ସହ ଦୁଃଖରେ ଭାଙ୍ଗିପଡିଥିଲେ। ହାତୀ ମୃତ୍ୟୁ ସ୍ମୃତିରେ କିଛି କରିବାକୁ କହିଥିଲେ। ତେବେ ମା’ଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ କୃଷ୍ଣଚନ୍ଦ୍ର ୨୦୧୯ରେ ନିଜ ଗ୍ରାମରେ ପ୍ରାୟ ୩୫ ଫୁଟ ଉଚ୍ଚତାର ହାତୀମୀନାର ନିଜ ଉଦ୍ୟମରେ ନିର୍ମାଣ କରିଥିଲେ। ଏହା ଭୂମିରେ ୫ ଫୁଟ ଲମ୍ବା ଓ ୫ ଫୁଟ ଓସାର କଙ୍କ୍ରିଟ ଚଟାଣ ଉପରେ ନିର୍ମିତ। ଏହାକୁ ସେହିବର୍ଷ ମକର ସଂକ୍ରାନ୍ତିରେ ଉଦ୍‌ଘାଟନ କରାଯାଇଥିଲା। ଏହାକୁ ସେ ସମୟରେ ପ୍ରଥମେ ଧରିତ୍ରୀ ଲୋକଲୋଚନକୁ ଆଣିଥଲା। କେନ୍ଦୁଝର ସହରଠାରୁ ପ୍ରାୟ ୪୫ କି.ମି. ଦୂରରେ ରହିଛି ଏହି ସ୍ଥାନ। ଏହାକୁ ଦେଖିବାକୁ ଆଖପାଖ ଲୋକ ଆସୁଛନ୍ତି। ଅଧିକ ପ୍ରଚାର ପ୍ରସାର ହେଲେ ଏବଂ ଏହାକୁ ଉନ୍ନତୀକରଣ କରାଗଲେ ପର୍ଯ୍ୟଟକମାନେ ଅଧିକ ଆକୃଷ୍ଟ ହୋଇପାରନ୍ତେ ଏବଂ ଉକ୍ତ ଅଞ୍ଚଳର ବିକାଶ ହୋଇପାରନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
କେନ୍ଦୁଝର ବନଖଣ୍ଡରେ ଏବେ ୧୦୦ରୁ ଊର୍ଦ୍ଧ୍ୱ ହାତୀ ବିଚରଣ କରୁଛନ୍ତି। ଚଳିତବର୍ଷ ୪ହାତୀର ଅସ୍ବାଭାବିକ ମୃତ୍ୟୁ ହାତୀମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ୟାପକ ଜଙ୍ଗଲ ନଷ୍ଟ ଯୋଗୁ ହାତୀମାନେ ବାସହରା ହେବା ସହ ସେମାନଙ୍କ ଚଳପ୍ରଚଳ ଅଞ୍ଚଳ ସଙ୍କୁଚିତ ହେବାକୁ ବସିଛି। ହାତୀ ଚଲାପଥ ନଷ୍ଟ ହୋଇଯାଇଛି। ସେସବୁର ସୁରକ୍ଷା ଜରୁରୀ ବୋଲି ପରିବେଶବିତ୍‌ ରମେଶ ଚନ୍ଦ୍ର ମିଶ୍ର ମତବ୍ୟକ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଥର ପାଇଁ ମାସ୍କ ପିନ୍ଧି ନଜର ଆସିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): କରୋନା ମୁକାବିଲା ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ଭିଡିଓ ବାର୍ତ୍ତା...

ଚଢ଼େଇ ଧରିବାକୁ ଗଛରେ ଚଢ଼ି ଦୁଇ ନାବାଳକଙ୍କ ଜୀବନ ଗଲା

ମାଲକାନଗିରି,୨୧ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଉଣ୍ଡୁରୁକୁଣ୍ଡା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଶୁକ୍ରବାର ଉଣ୍ଡୁରୁକୁଣ୍ଡା ଗାଁର ଚନ୍ଦନ ପଡିଆମୀ(୯) ଓ ମାଙ୍ଗା...

ଅଚଳାବସ୍ଥାରେ ଇ-ଟଏଲେଟ୍‌

ଭୁବନେଶ୍ୱର,୧୮।୪ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ସ୍ବଚ୍ଛ, ସବୁଜ, ସୁନ୍ଦର କରି ଗଢିତୋଳିବା ପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସ୍ମାର୍ଟ ସିଟିକୁ ଯେପରି ବାହ୍ୟ...

ବାହାରୁ ଆସିଲେ ଆବଶ୍ୟକ ନାହିଁ ନେଗେଟିଭ୍‌ ରିପୋର୍ଟ

ଭୁବନେଶ୍ୱର,୫।୮(ବ୍ୟୁରୋ): ଏଣିକି ବାହାର ରାଜ୍ୟରୁ ଓଡ଼ିଶାକୁ ଆସିଲେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ଟିକାକରଣ ପ୍ରମାଣପତ୍ର ଆବଶ୍ୟକ ନାହିଁ। ଓଡ଼ିଶାକୁ ଆସୁଥିବା ଲୋକଙ୍କ ପାଇଁ ଲାଗୁ...

ଏସ୍‌ସିବିରୁ ରାମଚନ୍ଦ୍ର ନିଖୋଜ: ମାସେ ହେବ ଜିଲା ପ୍ରଶାସନ ପାଖରେ ଖବର ନାହିଁ

ପୁରୀ ଅଫିସ,୮ା୧୧: ବର୍ଷେ କି ଦୁଇବର୍ଷ ନୁହେଁ ଦୀର୍ଘ ୧୮ ବର୍ଷ ଶିକୁଳିରେ ବନ୍ଧା ପଡିଥିଲା ଜୀବନ। ଅସ୍ବାଭାବିକ ଆଚରଣ ପାଇଁ ତାଙ୍କ ଦୁଇହାତକୁ ଲୁହାଚେନ୍‌ରେ...

ଆରମ୍ଭ ହେଲା ‘ସ୍ବଚ୍ଛ ସବାରୀ’

କେନ୍ଦୁଝର, ୨୫ା୫(ଡି.ଏନ୍‌.ଏ.)-କେନ୍ଦୁଝରଗଡ ପୌରପାଳିକାରେ ସଫେଇ କାର୍ଯ୍ୟକୁ ଅଧିକ ତ୍ୱରାନ୍ବିତ କରିବା ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଦିଆଯାଇଥିବା ୧୪ଟି ସ୍ବଚ୍ଛ ସବାରୀ ସୋମବାର ଲୋକାର୍ପିତ...

ମଦୁଆ ଡ୍ରାଇଭରଙ୍କ ପାଇଁ କଡ଼ା ନିୟମ

ଭୁବନେଶ୍ୱର,୨।୫(ବ୍ୟୁରୋ): ମଦୁଆ ଡ୍ରାଇଭରଙ୍କ ପାଇଁ କଡ଼ା ହେଲା ନିୟମ। ମଦ ପିଇ ଅନ୍ୟକୁ ଦୁର୍ଘଟଣା କଲେ ଲାଇସେନ୍ସ ବାଜ୍ୟାପ୍ତି ହେବ । ଏହା ସହ ମଦପିଇ...

ଆଜି ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବେ ଅର୍ଚ୍ଚନା

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ବହୁଚର୍ଚ୍ଚିତ ବ୍ଲାକ୍‌ମେର ଅର୍ଚ୍ଚନା ନାଗ ବୁଧବାର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବେ। ଅକ୍ଷୟ ପରିଜାଙ୍କୁ ୩ କୋଟି ବ୍ଲାକ୍‌ମେଲିଂ ମାମଲାରେ ହାଜର ହେବେ ବୋଲି...

Advertisement
Archives

Model This Week