ଆମେରିକାରେ ବନ୍ଧୁକ

ଆମେରିକା ପାଇଁ ଜୁଲାଇ ୪ ଏକ ସ୍ମରଣୀୟ ଦିବସ। ୧୭୭୬ ମସିହା ଏହି ଦିନ ବ୍ରିଟିଶ୍‌ ସରକାର ଅଧୀନରୁ ଆମେରିକା ସ୍ବାଧୀନତା ପାଇଥିଲା ଏବଂ ଏହାକୁ ପ୍ରତିବର୍ଷ ପାଳନ କରାଯାଉଛି। ଚଳିତବର୍ଷ ଜୁଲାଇ ୪ରେ ଆମେରିକୀୟମାନେ ଏହାକୁ ପାଳନ କରିବା ଅବସରରେ ବିଭିନ୍ନ ସ୍ଥାନରେ ଗୁଳିକାଣ୍ଡ ଘଟି ଅତିକମ୍‌ରେ ୩୩ ଜଣଙ୍କର ମୃତ୍ୟୁ ଘଟିଛି। କେବଳ ଶିକାଗୋରେ ସର୍ବାଧିକ ୧୧ ଜଣଙ୍କର ମୃତ୍ୟୁ ହେବା ସହ ୫୫ ଆହତ ହୋଇଛନ୍ତି। ଏହା ନୂଆ ନୁହେଁ, ଅତୀତରେ ଏହି ଦିନଟି ଆମେରିକା ପାଇଁ ସବୁଠୁ ଦୁଃଖଦ ରହିଆସିଛି। ଗନ୍‌ ଭାଓଲେନ୍ସ ଆର୍କାଇଭ୍‌ ବା ବନ୍ଧୁକ ହିଂସାଜନିତ ତଥ୍ୟ ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ଜୁଲାଇ ୪ରେ ମୋଟ ୫୮ଟି ଗଣଗୁଳିକାଣ୍ଡ (ମାସ୍‌ ଶୁଟିଂ) ଘଟିଛି। କେବଳ ଏତିକି ନୁହେଁ, ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍‌ଶନ ତଥ୍ୟ ଅନୁଯାୟୀ ୨୦୨୧ରେ ୪୮,୮୩୦ ଜଣଙ୍କର ବନ୍ଧୁକ ହିଂସାରେ ମୃତ୍ୟୁ ଘଟିଛି। ଏହା ଆମେରିକାରେ ପ୍ରଚଳିତ ବନ୍ଧୁକ ସଂସ୍କୃତି ତଥା କୋହଳ ବନ୍ଧୁକ ଆଇନ ଯୋଗୁ ଘଟୁଛି ବୋଲି କୁହାଯାଉଛି। ଆମେରିକୀୟମାନଙ୍କୁ ବନ୍ଧୁକ ରଖିବା ପାଇଁ ସାମ୍ବିଧାନିକ ଅଧିକାର ମିଳିଛି ଓ ଏହା ଏକ ସାଧାରଣ କଥା ହୋଇଯାଇଛି। ଏମିତି ସ୍ଥିତି ଉପୁଜିଛି ଯେ, ୧୦୦ ଜଣ ଆମେରିକୀୟଙ୍କ ପାଖରେ ୧୨୦ ବନ୍ଧୁକ ରହିଛି ଓ ଏହି ଅଧିକାର ଘାତକ ହୋଇଚାଲିଛି। ସେଥିପାଇଁ ଆମେରିକାରେ ଗଣଗୁଳିକାଣ୍ଡ ଓ ବନ୍ଧୁକଜନିତ ଘରୋଇ ହିଂସାରେ ବିଶ୍ୱରେ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। ବନ୍ଧୁକ କିଣା ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନ ଥିବାରୁ ନାବାଳକମାନେ ମଧ୍ୟ ବନ୍ଧୁକ ହାତେଇ ନେଇ ପାରୁଛନ୍ତି। ଏପରିକି ମାନସିକ ସମସ୍ୟା ଥିବା ବ୍ୟକ୍ତି ଏହାର ଅଧିକାରୀ ହେଉଛନ୍ତି। ବନ୍ଧୁକ ଉପରେ ପରିବାରର ନଜର ରହୁ ନ ଥିବାରୁ ବହୁ ସମୟରେ ଏହା ପିଲାଙ୍କ ହାତରେ ପଡ଼ିଯାଉଛି ଓ ଗଣଗୁଳିକାଣ୍ଡ କିମ୍ବା ସେମାନଙ୍କ ଆମତ୍ହତ୍ୟାର କାରଣ ହେଉଛି। ଏହାର ସତ୍ୟାସତ୍ୟ ସାମ୍ନାକୁ ଆଣିଛି ବିଶେଷଜ୍ଞ ଗୋଷ୍ଠୀକୁ ନେଇ ଗଠିତ ତଥା ଓ୍ବାଶିଂଟନ୍‌ସ୍ଥିତ ପିୟୁ ରିସର୍ଚ୍ଚ ସେଣ୍ଟର। ଏହାର ରିପୋର୍ଟ ଅନୁସାରେ ୨୦୧୯ ତୁଳନାରେ ୨୦୨୧ରେ ବନ୍ଧୁକଜନିତ ହିଂସାରେ ପିଲାଙ୍କ ମୃତ୍ୟୁ ୫୦% ବୃଦ୍ଧି ପାଇଛି।
ଆମେରିକାର ଅସ୍ତ୍ରଶସ୍ତ୍ର ବ୍ୟବସାୟ ଦେଶ ଭିତରେ କିମ୍ବା ବାହାରେ ଏଭଳି ଏକ ପରିବେଶ ସୃଷ୍ଟି କରିଛି ଯେ, ତାହା ବନ୍ଧୁକ ସଂସ୍କୃତିକୁ ମଜଭୁତ କରିବା ସହିତ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଯୁଦ୍ଧକୁ ଉସୁକାଉଛି। ଫଳରେ ବନ୍ଧୁକ ସଂସ୍କୃତିରୁ ଦୂରେଇଯିବାରେ ଆମେରିକା କୌଣସି ବାଟରେ ସଫଳ ହୋଇ ପାରୁନାହିଁ। ବନ୍ଧୁକ ସଂସ୍କୃତିକୁ ସମଥର୍ର୍ନ କରୁଥିବା ବର୍ଗ ଏହା ସପକ୍ଷରେ ରହିଥିବା ଲକ୍ଷ୍ୟ କରାଯାଉଛି। ଏମିତିକି ଆମେରିକାର ପଡ଼ୋଶୀ ଦେଶ କାନାଡ଼ାରେ ବନ୍ଧୁକ ସଂସ୍କୃତିକୁ ନିୟନ୍ତ୍ରଣ କରାଯିବା ପାଇଁ କଡ଼ା ଆଇନ ଅଣାଯାଇଥିବାବେଳେ ଆମେରିକାରେ ତାହା ସମ୍ଭବ ହୋଇପାରିନାହିଁ। ବନ୍ଧୁକ ଉପରେ ନିୟନ୍ତ୍ରଣ ରଖିବାକୁ ଆଇନ ଆଣିବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବ ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା ପୂରଣ ହୋଇପାରିନାହିଁ କିମ୍ବା ହେବାର ସମ୍ଭାବନା ମଧ୍ୟ ଦେଖାଯାଉନାହିଁ। ଅନ୍ୟପକ୍ଷରେ ଆଗାମୀ ନଭେମ୍ବରରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଏହା ଉପରେ ବାଇଡେନ୍‌ କିମ୍ବା ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ଆଭିମୁଖ୍ୟ କ’ଣ ରହିବ, ତାହା ଏବେଠାରୁ କହିବା କଷ୍ଟକର। ଏଠାରେ ଏତିକି କହିହେବ ଯେ, ଆମେରିକାର ଦକ୍ଷିଣପନ୍ଥୀ (ରାଇଟିଷ୍ଟ) ଗୋଷ୍ଠୀ କୋହଳ ବନ୍ଧୁକ ଆଇନକୁ ସମର୍ଥନ କରୁଥିବା ସହିତ ଆସନ୍ତା ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ସମର୍ଥନ କରୁଛନ୍ତି। ଅନ୍ୟପଟେ ତଥାକଥିତ ବାମପନ୍ଥୀ ବୋଲାଉଥିବା ଡେମୋକ୍ରାଟ ଗୋଷ୍ଠୀ ଜୋ ବାଇଡେନ୍‌ଙ୍କୁ ସମର୍ଥନ କରୁଥିଲେ ମଧ୍ୟ ସେମାନେ ବନ୍ଧୁକ ନିରୋଧ ଆଇନକୁ ପ୍ରୋତ୍ସାହନ ଦେଉ ନ ଥିବା ବିଷୟ ସ୍ପଷ୍ଟ ଜଣାପଡ଼େ। ଅର୍ଥାତ୍‌ ଆମେରିକାର ସବୁ ପ୍ରଭାବଶାଳୀ ରାଜନୈତିକ ଗୋଷ୍ଠୀ କୋହଳ ବନ୍ଧୁକ ଆଇନ ସପକ୍ଷରେ ରହିଛନ୍ତି। ସେଥିପାଇଁ ସେହି ଦେଶରେ ଏବେ ଅତ୍ୟଧିକ ମାତ୍ରାରେ ବନ୍ଧୁକଜନିତ ଅପରାଧ ଘଟୁଥିବା ପରିଲକ୍ଷିତ ହେଉଛି। ଏଥିସହିତ ଏହା ଦେଖାଯାଉଛି ଯେ, ସାଧାରଣତଃ ଜଣେ ବ୍ୟକ୍ତି ବନ୍ଧୁକ ଧରି ଅନେକ ଲୋକଙ୍କୁ ମାରିପକାଉଛି। ସ୍କୁଲରେ ମଧ୍ୟ ଅଳ୍ପ ବୟସ୍କ ଛାତ୍ରମାନେ ନିଜ ଘରୁ ମାତାପିତାଙ୍କ ବନ୍ଧୁକ ଆଣି ସହପାଠୀଙ୍କୁ ହତ୍ୟା କରୁଛନ୍ତି। ଏଥିରୁ ବୁଝିବାକୁ ହେବ ଯେ, ବନ୍ଧୁକକୁ ନେଇ ଘଟୁଥିବା ଅପରାଧ ପଛରେ କୌଣସି ଗ୍ୟାଙ୍ଗ ବା ଗୋଷ୍ଠୀ ଥିବାର ପ୍ରୟୋଜନ ନାହିଁ। ବ୍ୟକ୍ତି ବିଶେଷମାନେ ଏହିଭଳି ଭୟଙ୍କର ଆକ୍ରମଣ କରିଦେଇ ଏକାଥରକେ ଅନେକଙ୍କୁ ହତ୍ୟା କରୁଛନ୍ତି। ଏପରିକି ୨୦୨୨ରେ ବନ୍ଧୁକ କିଣିବା ଲାଗି ବୟସ ସୀମା ଲାଗୁ କରିବା ପାଇଁ ଆଇନ ଅଣାଯିବାର ପ୍ରୟାସ ମଧ୍ୟ ବିଫଳ ହୋଇଥିଲା। ଏହିସବୁ ସ୍ଥିତି ସୂଚିତ କରୁଛି ଯେ, ଆମେରିକାରେ ବନ୍ଧୁକ ରଖିବାର ଅଧିକାର ବଳବତ୍ତର ରହିଥିବା ପର୍ଯ୍ୟନ୍ତ ହିଂସା ପ୍ରଶମିତ ହେବା ସମ୍ଭାବନା କମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?