Posted inUncategorized

ଧୋକା ଦେଉଛି ନାମୀଦାମୀ କମ୍ପାନୀର ଧାନ ବିହନ

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): ଚଳିତ ଖରିଫ ଚାଷ ପାଇଁ ଚାଷୀମାନେ ଧାନ ବିହନ ତଳି ପକାଇଥିଲେ। ହେଲେ ଆବଶ୍ୟକ ଗଜା ବାହାରିଲାନାହିଁ। କେଉଁଠି ୨୦ ପ୍ରତିଶତ ତ କେଉଁଠି ୩୦ପ୍ରତିଶନ ଗଜା ବାହାରିଛି। କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଛି ଏହି ସମସ୍ୟା। ଅଧିକ ଅମଳ ହେବା ଆଶାରେ ଚାଷୀମାନେ ବିଭିନ୍ନ ନାମୀଦାମୀ କମ୍ପାନୀର ବିହନ କିଣି କ୍ଷେତରେ ପକାଇଥିଲେ। ହେଲେ ଧୋକା ଦେଇଛି ବିହନ।
ଜିଲାର ଧର୍ମଗଡ ବ୍ଲକ ତମ୍ବାଛଡା, ନନ୍ଦଗାଁ ସମେତ ବିଭିନ୍ନ ଅଞ୍ଚଳର ଚାଷୀମାନେ ନିର୍ଦ୍ଦିଷ୍ଟ କମ୍ପାନୀର ମହିମା ଧାନ ବିହନ ଓ ଅନ୍ୟ ଏକ କମ୍ପାନୀର ୭୦-୭୫ ଧାନ ବିହନ ସରକାରୀ ସୀକୃତି ପ୍ରାପ୍ତ ଦେକାନରୁ କିଣିଥିଲେ। ଏହା ପରେ ଜମିରେ କାଦୁଅ କରି ବିହନ ବୁଣିଥିଲେ। ବୁଣିବାର ୪ ରୁ ୫ ଦିନ ପରେ ଗଜା ହେବାକୁ ଥିବା ବେଳେ ୧୦ ଦିନ ବିତି ଯାଇଥିଲେ ସୁଦ୍ଧା ଆବଶ୍ୟକ ଗଜା ହେଲା ନାହିଁ। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଭାଲେଣି ପଡିଛି। ଏହା ଗଜା ନ ହେବାରୁ ନିକଟସ୍ଥ କୃଷି ବିଭାଗକୁ ଚାଷୀମାନେ ଯୋଗାଯୋଗ କରିଥିଲେ। ତୁରନ୍ତ ବିଭାଗୀୟ ଅଧକାରୀ ଜମି ପରିଦର୍ଶନ କରି ଏହି ବିହନରେ ଅସୁବିଧା ଥିବା ମଧ୍ୟ ସ୍ବୀକାର କରିଥିଲେ। କୃଷି ବିଭାଗ ପକ୍ଷରୁ ଏହି ସବୁ ଧାନ ବିହନ କିଣିଥିବା ଚାଷୀଙ୍କ ଟଙ୍କା ଫେରାଇବାକୁ ସମ୍ପୃକ୍ତ ଡିଲରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେତେକ ଚାଷୀ ବିହନ ବାବଦକୁ ଦେଇଥିବା ଟଙ୍କା ଫେରି ପାଇଛନ୍ତି। କେତେକ ଚାଷୀ ଅନ୍ୟ ଧାନବିହନ ଆଣୁଛନ୍ତି। ଚାଷୀ ଏବେ ପୁଣି ଖର୍ଚ୍ଚ କରି କ୍ଷେତ କାଦୁଅ କରି ଅନ୍ୟ ବିହନ ପକାଇବାକୁ ବାଧ୍ୟ ହେଉଛନ୍ତି। ଅଯଥାରେ ଦୁଇଥର ଖର୍ଚ୍ଚାନ୍ତ ହୋଇଛନ୍ତି। ଜିଲାର ଅଣ ଜଳସେଚିତ ଅଞ୍ଚଳର ଚାଷୀମାନଙ୍କ ପାଇଁ ଏହି ସମସ୍ୟା ମୁଣ୍ଡବ୍ୟଥାର କାରଣ ପାଲଟିଛି। କାରଣ ବର୍ତ୍ତମାନ ପରିପେକ୍ଷୀରେ ପର୍ଯ୍ୟାପ୍ତ ପରିମାଣର ବର୍ଷା ନାହିଁ। ଧର୍ମଗଡ଼ ବ୍ଲକ ତମ୍ବାଛଡାର ଚାଷୀ ଭାଗିରଥି ପାଟଯୋଶୀ କହିଛନ୍ତି,
୧୫ ଏକର ପାଇଁ ମହିମା ଧାନ ବିହନ ଆଣିଥିଲେ। ବିହନ ପକାଇବା ପରେ ୨୦ ରୁ ୩୦ ପ୍ରତିଶତ ଧାନ ଗଜା ହେଇଛି। ସେହିପରି ମାଲପଡ଼ା ଗ୍ରାମର ଚାଷୀ ବ୍ରହ୍ମା ନାଏକ କହିଛନ୍ତି, ୭୦-୭୫ ଧାନ ବିହନ ତଳି ପକାଇଥିଲେ। ସପ୍ତାହେ ପରେ ବି ଗଜା ଆସିଲା ନାହିଁ।
କଳାହାଣ୍ଡି ଜିଲାରେ ବିଭିନ୍ନ ସରକାରୀ ସ୍ବୀକୃତିପ୍ରାପ୍ତ ବିହନ ଦେକାନରେ ଏହି ସବୁ ବିହନ ମହଜୁଦ ଥିବାବେଳେ ଯାଞ୍ଚ ହେବା ଆବଶ୍ୟକ ବୋଲି ମତ ରଖିଛନ୍ତି ଚାଷୀନେତା। ସେହିପରି ଡିଲରମାନେ ବିହନ ବିକ୍ରି କରିବା ପୂର୍ବରୁ ସେହି ବିହନ କେତେ ପ୍ରତିଶତ ଗଜା ହେଉଛି ତାହା ମଧ୍ୟ ପରୀକ୍ଷା କରିବା ନିୟମ ରହିଛି ବୋଲି କୃଷି ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି ବିହନ ଡିଲର। ଏ ନେଇ ଧର୍ମଗଡ଼ କୃଷି ଜିଲା ଅଧିକାରୀ ସଞ୍ଜୟ କୁମାର ପାତ୍ରଙ୍କୁ ପଚାରିବାରୁ ସେ କହିଲେ, ଯେଉଁ ଚାଷୀମାନଙ୍କ କ୍ଷେତ୍ରରେ ଏପରି ସମସ୍ୟା ଦେଖାଦେଇଛି। ସେମାନଙ୍କୁ ଟଙ୍କା ଫେରାଇବାକୁ ସମ୍ପୃକ୍ତ ଡିଲରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାମନଗରରେ ସ୍ବାସ୍ଥ୍ୟ ସମୀକ୍ଷା କଲେ ସ୍ବାସ୍ଥ୍ୟ ମନ୍ତ୍ରୀ, ବନ୍ୟା ବିପନ୍ନଙ୍କ ସହ କଲେ ଆଲୋଚନା

ଧାମନଗର,୬।୮( ସନ୍ତୋଷ କୁମାର ମହାପାତ୍ର): ଚଳିତ ବର୍ଷ ପ୍ରଥମ କରି ବନ୍ୟାରେ ଭଦ୍ରକ ଜିଲା ସମେତ ଧାମନଗର ଅଞ୍ଚଳରେ କ୍ଷୟକ୍ଷତି ହୋଇଥିଲା । ଏହି ବନ୍ୟାରେ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri