ଜିଏସ୍‌ଟିରେ ସାମିଲ କରିବାକୁ ବିଚାର କରିବେ

ନୂଆଦିଲ୍ଲୀ,୧୪।୯: ସାରା ଦେଶରେ ବର୍ତ୍ତମାନ ତୈଳ ଦର ରେକର୍ଡ ଉଚ୍ଚତାରେ ରହିଛି। ଏଥିଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ଆକାଶ ଛୁଆଁ ହୋଇଛି। ସାଧାରଣ ଜନତାଙ୍କ ରୋଷରୁ ବର୍ତ୍ତିବା ପାଇଁ ସରକାର ପେଟ୍ରୋଲ ଏବଂ ଡିଜେଲକୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ସାମିଲ କରିବା ଉପରେ ବିଚାର କରିବାକୁ ଯାଉଛନ୍ତି। ଏହି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ଯଦି ସରକାର ଇନ୍ଧନ ସାମଗ୍ରୀକୁ ଜିଏସ୍‌ଟିରେ ଅନ୍ତର୍ଭୁକ୍ତ କରନ୍ତି ତା’ହେଲେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ କିଛି ପରିମାଣରେ ହ୍ରାସ ହୋଇପାରେ।

ସେପ୍ଟେମ୍ବର ୧୭ରେ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ। ହେଲେ ବର୍ତ୍ତମାନ ସମୟରେ ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟି ପରିସରକୁ ଆଣିବା ସେତେଟା ସହଜ ନୁହେଁ।

ଜିଏସ୍‌ଟି ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ପରିଷଦର ତିନି ଚତୁର୍ଥାଂଶ ସଦସ୍ୟଙ୍କ ମଞ୍ଜୁରୀ ଜରୁରୀ। ଏହି ପରିଷଦରେ ସମସ୍ତ ରାଜ୍ୟର ପ୍ରତିନିଧି ଅଛନ୍ତି। ସେଥିରୁ ଅନେକ ରାଜ୍ୟ ଇନ୍ଧନକୁ ଜିଏସ୍‌ଟି ତାଲିକାରେ ଆଣିବାକୁ ବିରୋଧ କରୁଛନ୍ତି। କାରଣ ପେଟ୍ରୋଲ ଓ ଡିଜେଲ ଜିଏସ୍‌ଟିରେ ସାମିଲ ହେଲେ ରାଜ୍ୟ ସରକାରଙ୍କ ହାତରୁ ଏକ ପ୍ରମୁଖ ଆୟର ସ୍ରୋତ ଚାଲିଯିବ। ଏଣୁ ପରିଷଦର ସଦସ୍ୟମାନେ ରାଜି ହେବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଲଣ୍ଡନରେ ପହଞ୍ଚିଲା ହନୁମାନ ଚାଳିଶା ବିବାଦ

ଲଣ୍ଡନ/ନୂଆଦିଲ୍ଲୀ,୨ ।୫: ଲଣ୍ଡନର କିଛି ହିନ୍ଦୁ ସଙ୍ଗଠନ ହନୁମାନ ଚାଳିଶା ପାଠକୁ ସମର୍ଥନ କରିଛନ୍ତି । ଏହାସହ ଦେଶର କିଛି ରାଜ୍ୟର ରାଜ୍ୟ ସରକାରଙ୍କୁ ନିନ୍ଦା...

ରାହୁଲଙ୍କ ଇସ୍ତଫାକୁ ନେଇ ବର୍ଷିଲେ ଖୁର୍ସିଦ: ଆମ ନେତା ଛାଡ଼ି ଚାଲିଗଲେ

ନୂଆଦିଲ୍ଲୀ,୧୦ା୧୦: ଆମକୁ ଆମ ନେତା ଛାଡ଼ି ଚାଲିଗଲେ। କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ଫଳରେ ସାଧାରଣ ନିର୍ବାଚନରେ ପରାଜୟର ସମୀକ୍ଷା ହୋଇପାରିଲା...

ଭାରତ ନିଜ ସାମର୍ଥ୍ୟ-ସ୍ବପ୍ନରେ ହୋଇପାରିଛି ଯୁବ ସୁଲଭ…

ନୂଆଦିଲ୍ଲୀ, ୧୨।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୨୫ ତମ ଜାତୀୟ ଯୁବ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ...

ପରାକ୍ରମ ଦିବସରେ ପରମବୀର ଚକ୍ର ବିଜେତାଙ୍କ ନାମରେ ନାମିତ ହେଲା ୨୧ ଦ୍ୱୀପ…

ନୂଆଦିଲ୍ଲୀ,୨୩।୧ : ବୀର ଯବାନଙ୍କୁ ସମ୍ମାନ ଦେବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଅନ୍ତର୍ଗତ ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ବାର୍ଷିକୀ ପରାକ୍ରମ ଦିବସ ଅବସରରେ...

ଯଶବନ୍ତଙ୍କୁ ଜେଡ୍‌ ସୁରକ୍ଷା

ନୂଆଦିଲ୍ଲୀ,୨୪।୬: ବିରୋଧି ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ସୁରକ୍ଷା ଦାୟିତ୍ୱ ବଢାଇ ଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଯଶବନ୍ତଙ୍କୁ ଜେଡ୍‌ କେଟାଗୋରୀ ସୁରକ୍ଷା...

ନିକଟରେ ୫ମ ବିବାହ କରିଥିବା ଶତାୟୁ ବୃଦ୍ଧ କରୋନାକୁ ହରାଇଲେ

କରୋନା ସଂକ୍ରମଣ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ...

ମୋଦିଙ୍କ ସହ କଥା ହେଲେ ଜେଲେନ୍‌ସ୍କି: କହିଲେ…

କିଭ୍‌/ନୂଆଦିଲ୍ଲୀ,୫।୧୦: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଗତ ୭ମାସରୁ ଉର୍ଦ୍ଧ୍ୱ ହେବ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ଏହି ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଭାଜପାକୁ ମିଳିଛି ୬୧୪.୫୩ କୋଟି ଚାନ୍ଦା

ନୂଆଦିଲ୍ଲୀ,୧।୧୨(ପି.ଟି.) : ୨୦୨୧-୨୨  ବର୍ଷରେ ଶାସକ ଭାଜପାକୁ ୬୧୪.୫୩ କୋଟି ଟଙ୍କା ଚାନ୍ଦା ମିଳିଛି, ଯାହା ବିରୋଧୀ ଦଳ କଂଗ୍ରେସ ପାଇଥିବା ଚାନ୍ଦା ତୁଳନାରେ ୬...

Advertisement
Archives

Model This Week