ମଶାଲକୁ ଭବ୍ୟ ସମ୍ବର୍ଦ୍ଧନା

ବଇଣ୍ଡା/କଣିହଁା(ଡି.ଏନ୍‌.ଏ.)/ଛେଣ୍ଡିପଦା(ସ୍ବ.ପ୍ର.), ୩।୪

ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହେଉଥିଲା ପରିବେଶ। କଳାକାରଙ୍କ ଆକର୍ଷଣୀୟ ଲୋକନୃତ୍ୟରେ ଝୁମୁଥିଲେ ଜନତା। ବିଭିନ୍ନ ସ୍ଥାନରେ ଜ୍ୟୋତିକୁ ବନ୍ଦାପନା କରି ଭବ୍ୟ ସମ୍ବର୍ଦ୍ଧନା ଜଣାଉଥିଲେ ମହିଳା। ଅନୁଗୋଳ ଜିଲା ମହୋତ୍ସବ ପାଇଁ ଶନିବାରଠାରୁ ଆରମ୍ଭ ହୋଇଥିବା ମଶାଲ ଶୋଭାଯାତ୍ରାକୁ ନେଇ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ଏଭଳି ପରିବେଶ।
ଆଠମଲ୍ଲିକ ବ୍ଲକ ଦେଉଳଝରିସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ମଶାଲ ଜ୍ୟୋତି ଅନୁଗୋଳ ଅଭିମୁଖେ ବାହାରିଥିଲା। ଆଠମଲ୍ଲିକ ବସଷ୍ଟାଣ୍ଡ୍‌, ମା’ ମାହେଶ୍ୱରୀ ପୀଠ, ଠାକୁରଗଡ଼, ବନମାଳୀପୁର, କୃତ୍ତିବାସପୁର, ତେନ୍ତୁଳିପଥର, ତିଳେଶ୍ୱର, ଜରପଡା, ଅଙ୍ଗପଡା, ଘୋଷାର, ହିମିତିରା ଆଦି ସ୍ଥାନରେ ମଶାଲକୁ ଭବ୍ୟ ସ୍ବାଗତ କରାଯାଇଥିଲା। ସେହିପରି କିଶୋରନଗର ବ୍ଲକ ପ୍ରଶାସନ ପକ୍ଷରୁ କିଶୋରନଗର, ବାମୁର, ନାକିଚି, ହଣ୍ଡପା, ବଇଣ୍ଡା କଲେଜ, ବଇଣ୍ଡା ଛକରେ ମଶାଲ ଶୋଭାଯାତ୍ରାକୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଧାୟକ ରମେଶ ଚନ୍ଦ୍ର ସାଏ, ଉପଜିଲାପାଳ ଲଲିତ ମୋହନ ବେହେରା, ସହକାରୀ ଜିଲାପାଳ କୁଳମଣି ଦଳେଇ, ବିଡିଓ ସନ୍ତୋଷ ସାହୁ, କିଶୋରନଗର ବ୍ଲକ ବିଡିଓ ଡ. ସ୍ବରୂପାନନ୍ଦ ସାହୁ, ଏବିଡିଓ ଜ୍ୟାତିରଞ୍ଜନ ପ୍ରଧାନ, ସିଡିପିଓ ସୁଭାସିନୀ ମହାଳିକ, ସରପଞ୍ଚ କୁମୁନ୍ଦଚନ୍ଦ୍ର ସାହୁ, ଦୀପ୍ତିମୟୀ ସାହୁ, ସସ୍ମିତା ସାହୁ, ସମିତିସଭ୍ୟା ମାନସୀ ପ୍ରଧାନ, ନାଏବ ସରପଞ୍ଚ ସୁମନ୍ତ ବେହେରାଙ୍କ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ।
ସେହିପରି ଛେଣ୍ଡିପଦା ବ୍ଲକ ପାତ୍ରପଡ଼ାସ୍ଥିତ ମା’ ବାୟାଣୀ ଠାକୁରାଣୀଙ୍କ ପୀଠରୁ ଅନୁଗୋଳ ଏପିଡି ସୁଶାନ୍ତ କୁମାର ପତିଙ୍କ ତତ୍ତ୍ୱାବଧାନରେ ବିରାଟ ପଟୁଆରରେ ମଶାଲ ଶୋଭାଯାତ୍ରା ବାହାରିଥିଲା। ବିଧାୟକ ସୁଶାନ୍ତ ବେହେରା, ବିଡିଓ ସୟ କୁମାର ଆଚାର୍ଯ୍ୟ, ତହସିଲଦାର ଡାନିଏଲ ଏକ୍କା, ଜିଲା ପରିଷଦ ସଭ୍ୟ ପ୍ରଦୀପ ସାହୁ, ନଗେନ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁ, ଉପାଧ୍ୟକ୍ଷା ଝରଣା ସ୍ବାଇଁ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ସ୍ଥାନୀୟ କଳାକାରଙ୍କ ଚିତ୍ତାକର୍ଷକ କଳାପ୍ରଦର୍ଶନ ମୁଖ୍ୟ ଆକର୍ଷଣ ସାଜିଥିଲା। ସେହିପରି ଦେଉଳଝରିରୁ ବାହାରିଥିବା ଶୋଭାଯାତ୍ରା ବିଭିନ୍ନ ସ୍ଥାନ ପରିକ୍ରମା କରିବା ପରେ ଉକ୍ତ ଦୁଇ ମଶାଲ ହିଙ୍ଗୁଳା ପୀଠରେ ପହଞ୍ଚତ୍ଥିଲା। ବ୍ଲକ କଳାବିକାଶ ପରିଷଦ ଉପସଭାପତି ହରମୋହନ ପ୍ରଧାନ, ଜିଲା ପରିଷଦ ସଭ୍ୟା ଭାନୁପ୍ରିୟା ପ୍ରଧାନ, ସରପଞ୍ଚ ସୁଦୀପ୍ତ ପ୍ରଧାନ, ରଶ୍ମିତା ପ୍ରଧାନ, କ୍ଷୀରୋଦିନୀ ବେହେରା, ଉଦିତ ପ୍ରଧାନ, ପ୍ରିୟଙ୍କା ସାହୁ, ମାନସ ବେହେରା, ସମିତସଭ୍ୟ ଦୀପକ ସାହୁ, ସିଡିପିଓ ସେବାଷ୍ଟିଆନ୍‌ କୁଜୁର ପ୍ରମୁଖ ଏଥିରେ ସାମିଲ ହୋଇଥିଲେ।
ଅନୁରୂପ ଭାବେ ପାଲଲହଡ଼ା ଖୁଲୁଡ଼ି ଶୈବପୀଠରୁ ବାହାରିଥିବା ମଶାଲକୁ କଣିହଁା ବ୍ଲକର ମା’ ଲୋଧୁଣି ଦେବୀଙ୍କ ପୀଠରେ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପବିତ୍ରନଗର, ସମଲ, ଏନ୍‌ଟିପିସି ବଜାର ପରିକ୍ରମା କରିଥିଲା। ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଉପାଧ୍ୟକ୍ଷା ଜୟନ୍ତୀ ପ୍ରଧାନ, ବ୍ଲକ ପ୍ରଶାସନର ପଦସ୍ଥ ଅଧିକାରୀ ଏବଂ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଉପସ୍ଥିତ ଥିଲେ। ଛେଣ୍ଡିପଦା ମା’ ବାୟାଣୀଙ୍କ ପୀଠରୁ ଆସିଥିବା ମଶାଲ ଶୋଭାଯାତ୍ରାରେ ଜିଲା ପରିଷଦ ସଦସ୍ୟ ରଞ୍ଜନ ସାହୁ, ସାନତ୍ରିବିଡ଼ା ସରପଞ୍ଚ, ସମିତିସଭ୍ୟାଙ୍କ ସମେତ ବହୁ ସଂଖ୍ୟାରେ ଗ୍ରାମବାସୀ ସାମିଲ ହୋଇଥିଲେ। ବିଭିନ୍ନ ବ୍ଲକ ପରିକ୍ରମା କରିବା ପରେ ସନ୍ଧ୍ୟାରେ ସମସ୍ତ ମଶାଲ ଅନୁଗୋଳ ଶୈଳଶ୍ରୀକ୍ଷେତ୍ରରେ ପହଞ୍ଚତ୍ଛି। ସେଠାରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ, ଜିଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଅନ୍ୟ ପ୍ରଶାସନିକ ଅଧିକାରୀ, ମନ୍ଦିର କମିଟି ସଦସ୍ୟ ଉପସ୍ଥିତ ରହି ମଶାଲ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri