ଚୌଦ୍ୱାର ଜେଲରେ ଗୋପାଳ ଦାସ

କଟକ ଅଫିସ/ଚୌଦ୍ୱାର/ବ୍ରଜରାଜନଗର,୧୫ା୨(ଡି.ଏନ୍‌.ଏ.): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଝାରସୁଗୁଡ଼ାରୁ ଚୌଦ୍ୱାର ମଣ୍ଡଳ କାରାଗାରକୁ ମଙ୍ଗଳବାର ସ୍ଥାନାନ୍ତର କରାଯାଇଛି। ଗୋପାଳଙ୍କ ଠିକଣା ଏବେ ଚୌଦ୍ୱାର ଜେଲର ୩ ନମ୍ବର ସେଲ୍‌ ପାଲଟିଛି। ଉକ୍ତ ସେଲ୍‌ରେ ୨୪ ଘଣ୍ଟିଆ ପ୍ରହରା ସହିତ ସିସିଟିଭି କ୍ୟାମେରା ଲେନ୍‌ସରେ ଗୋପାଳଙ୍କୁ ରଖାଯାଇଥିବା ସୂଚନା ମିଳିଛି। ପ୍ରକାଶ ଯେ, ହାଇପ୍ରୋଫାଇଲ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସଙ୍କୁ ସୁରକ୍ଷା ଦୃଷ୍ଟିରୁ ଝାରସୁଗୁଡ଼ା ଜେଲରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଜେଲ୍‌ କର୍ତ୍ତୃପକ୍ଷ ମଙ୍ଗଳବାର ଝାରସୁଗୁଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଥିଲେ। କୋର୍ଟ ଏହାକୁ ମଞ୍ଜୁର କରିବା ସହ ଗୋପାଳଙ୍କୁ ଚୌଦ୍ୱାର ଜେଲ୍‌କୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଥିଲା। ପରେ ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ଗୋପାଳଙ୍କୁ ଝାରସୁଗୁଡ଼ା ସବ୍‌ଜେଲରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏକ ସ୍ବତନ୍ତ୍ର ଟିମ୍‌ ଚୌଦ୍ବାର ଆଣିଥତ୍ଲେ। ଏଠାରେ ରାତି ପ୍ରାୟ ୮.୨୦ ମିନିଟ ସମୟରେ ପହଞ୍ଚତ୍ଥିଲେ। ଗୋଟିଏ ବୋଲେରୋ, ଗୋଟିଏ ଟାଭେରା ଓ ଗୋଟିଏ ଟାଟା ସୁମୋ ଗାଡ଼ିରେ ପୋଲିସ ଟିମ୍‌ କଡ଼ା ସୁରକ୍ଷା ଭିତରେ ଝାରସୁଗୁଡ଼ାରୁ ଚୌଦ୍ୱାର ଆସି ସ୍ଥାନୀୟ ପୋଲିସ ଉପସ୍ଥିତିରେ ଗୋପାଳଙ୍କୁ ମଣ୍ଡଳ ଜେଲରେ ଛାଡ଼ିଥିଲେ। ଏଥିପାଇଁ ଚୌଦ୍ବାର ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଜେଲରେ ପ୍ରଥମେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତା’ପରେ ତାଙ୍କୁ ଜେଲର ହାଇ ସିକ୍ୟୁରିଟିଯୁକ୍ତ ୩ ନମ୍ବର ସେଲ୍‌କୁ ନିଆଯାଇଥିଲା। ଉକ୍ତ ସେଲ୍‌ରେ ଲାଗିଥିବା ସିସିଟିଭି କ୍ୟାମେରା ମାଧ୍ୟମରେ ଗୋପାଳଙ୍କ ଗତିବିଧି ଅନୁଧ୍ୟାନ କରିବାକୁ ଏକ ସ୍ବତନ୍ତ୍ର ଟିମ୍‌ ରହିଛି। ଏଥିସହିତ ଉକ୍ତ ସେଲରେ ୩ଟି ସିଫ୍ଟରେ ୨୪ ଘଣ୍ଟିଆ ପ୍ରହରା ବ୍ୟବସ୍ଥା ରହିଛି। ଝାରସୁଗୁଡ଼ାରେ ମାମଲା ରୁଜୁ ହୋଇ ଥିବାରୁ କଟକରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲାର ଶୁଣାଣି ହେବ। ଗୋପାଳଙ୍କ ସ୍ବାସ୍ଥ୍ୟର ଚିକିତ୍ସା ପାଇଁ ଜେଲ ମାନୁଆଲ ଅନୁଯାୟୀ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। କେହି ଚାହିଁଲେ ଜେଲ ନିୟମ ଅନୁଯାୟୀ ଗୋପାଳଙ୍କୁ ଦେଖା କରିପାରିବେ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ଗୋପାଳଙ୍କୁ ଝାରସୁଗୁଡ଼ା ସବ୍‌ଜେଲରେ ରଖାଯାଇଥିବା ବେଳେ ସେଠାରେ ତାଙ୍କର ସୁରକ୍ଷା ପ୍ରତି ବିପଦ ଥିବାରୁ ଗୋପାଳ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର ପାଇଁ ନିଜେ ଇଚ୍ଛା ପ୍ରକାଶ କରିଥିଲେ। ଏନେଇ ଜେଲ ବିଭାଗ ତରଫରୁ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ଗୋପାଳଙ୍କୁ ଅନ୍ୟ କୌଣସି ଜେଲକୁ ସ୍ଥାନାନ୍ତର କରିବା ପାଇଁ ମାଜିଷ୍ଟ୍ରେଟଙ୍କୁ ନିବେଦନ କରାଯାଇଥିଲା। କୋର୍ଟରେ ଗୋପାଳଙ୍କ ବୟାନ ରେକର୍ଡ ପରେ ତାଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଆଣ୍ଠେଇକି ଜେଲ ଚଟାଣକୁ ମୁଣ୍ଡିଆ ମାରିଲେ
ମଙ୍ଗୁଳି-ଜଗତପୁର,୧୪ା୨(ଡି.ଏନ୍‌.ଏ.): ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କୁ ଚୌଦ୍ୱାର ଜେଲର ମୁଖ୍ୟ ଫାଟକ ମଧ୍ୟକୁ ପ୍ରବେଶ କରାଇବା ବେଳେ ଗଣମାଧ୍ୟମ ଗୋପାଳଠୁ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ। ହେଲେ ସେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ଗୋପାଳ ମୁଖ୍ୟ ଫାଟକ ପ୍ରବେଶ କରିବା କ୍ଷଣି ପ୍ରଥମେ ଆଣ୍ଠେଇକି ଜେଲର ଚଟାଣକୁ ମୁଣ୍ଡିଆ ମାରିଥିଲେ। ତାପରେ ସେ ୩ ନମ୍ବର ସେଲ୍‌କୁ ଯାଇଥିଲେ। ଅପରପକ୍ଷରେ ଗୋପାଳଙ୍କ ତଦାରଖ ପାଇଁ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିବା ଜେଲ ବିଭାଗ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri