ଦୁର୍ଘଟଣାସ୍ଥଳରେ ୨ ବାଇକ୍‌ ଆରୋହୀ ଜଳିଗଲେ

କଟକ ସଦର/ରାହାମା, ୧୫ା୨(ଡି.ଏନ.ଏ.): କଟକ-ପାରାଦୀପ ରାସ୍ତାର କନ୍ଦରପୁର ଟୋଲ୍‌ଗେଟ୍‌ରେ ସୋମବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟୋଲ୍‌ଗେଟ୍‌ରେ ଅଟକି ଥିବା ମିକ୍ସର ମେଶିନ୍‌ରେ ଧକ୍କା ହେବା ଫଳରେ ଏକ ବାଇକ୍‌ ଜଳିଯାଇଛି। ଏଥିସହ ୨ ଜଣ ବାଇକ୍‌ ଆରୋହୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସେମାନେ ହେଲେ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତାଳପଦା ପଞ୍ଚାୟତ ବାଲିଢି ଗ୍ରାମର ଇଶାନ କୁମାର ସାହୁ(୨୪) ଓ ରାଜେଶ ଦାସ(୨୮)। ଖବରପାଇ କନ୍ଦରପୁର ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ଟୋଲ୍‌ଗେଟ୍‌ କର୍ମଚାରୀଙ୍କ ସୂଚନାନୁଯାୟୀ, ଏକ ପିକ୍‌ଅପ୍‌୍‌ ଭ୍ୟାନ୍‌(ନଂ.ଓଡ଼ି୦୨ଏକେ- ୪୬୦୮) ମିକ୍ସର ମେଶିନ ନେଇ କଟକ ଅଭିମୁଖେ ଯାଉଥିଲା। ଗାଡ଼ିଟି ଟୋଲ୍‌ଗେଟ୍‌ ନିକଟରେ ଅଟକି ଥିବାବେଳେ ପଛରୁ ଆସୁଥିବା ବାଇକ୍‌(ନଂ. ଓଡ଼ି୨୧ଏଫ୍‌-୬୬୭୯) ଭାରସାମ୍ୟ ହରାଇ ସେଥିରେ ପିଟି ହୋଇଯାଇଥିଲା। ହଠାତ୍‌ ବାଇକ୍‌ରେ ନିଅଁା ଲାଗିଯିବାରୁ ଇଶାନ ଓ ରାଜେଶ ଜଳି ଯାଇଥିଲେ। ଏସ୍‌ସିବି ମେଡିକାଲରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଉକ୍ତ ଟୋଲ୍‌ଗେଟ୍‌ରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ନ ଥିବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ କନ୍ଦରପୁର ଥାନାରେ ଏକ ମାମଲା(ନଂ.୨୯/୨୩) ରୁଜୁ ହୋଇଛି।
ଦୁର୍ଘଟଣା ପରେ ପ୍ରଶାସନର ଚେତା ପଶିଲା
କନ୍ଦରପୁର ଟୋଲ୍‌ଗେଟ୍‌ରେ ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିବା ପରେ ପୋଲିସ ଓ ପରିବହନ ବିଭାଗର ଚେତା ପଶିଛି। ମଙ୍ଗଳବାର ସକାଳେ କଟକ ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ ବେହେରା, ଜଗତ୍‌ସିଂହପୁର ପୂର୍ତ୍ତ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଅନନ୍ତ ଗୋପାଳ ଶତପଥୀ, କଟକ ଜୋନ୍‌-୫ ଏସିପି କୃଷ୍ଣଚନ୍ଦ୍ର ସେଠୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ସେଠାରେ ସୋଲାର ଲାଇଟ ଲାଗିଥିବା, ସିସିଟିଭି ଲାଗି ନ ଥିବା ଆଦି ଦେଖିବା ପରେ ଟୋଲ୍‌ଗେଟ୍‌ ନିଲାମଧାରୀଙ୍କୁ ଡାକି ସ୍ଥାନୀୟ ଥାନାରେ ଏକ ବୈଠକ କରିଥିଲେ। ପୂର୍ତ୍ତ ବିଭାଗ ପକ୍ଷରୁ ଶୁଳ୍କମୁକ୍ତ ଗାଡ଼ି ଯିବା ପାଇଁ ରାସ୍ତା ବ୍ୟବସ୍ଥା କରିବାକୁ ବୈଠକରେ ଥିବା ପରିବହନ ଓ ପୋଲିସ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। କାରଣ ଏହି ବାଟରେ ପ୍ରତିଦିନ ଭିଭିଆଇପିଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦସ୍ଥ ଅଧିକାରୀମାନେ ଯାତାୟାତ କରୁଛନ୍ତି। ଶୀଘ୍ର ଏହି ବ୍ୟବସ୍ଥା ନ କଲେ ଜନତାଙ୍କ ହିତ ପାଇଁ ଟୋଲ୍‌ଗେଟ୍‌କୁ ସାମୟିକ ବନ୍ଦ କରାଯିବ ବୋଲି ସତର୍କ କରାଇ ଦିଆଯାଇଛି। ଏହି ବୈଠକରେ ଥାନା ଅଧିକାରୀ ବିପିନ ବିହାରୀ ହୋତା,ଏସ୍‌ଆଇ ଅସିତ୍‌ କୁମାର ସାହୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

ଡଙ୍ଗା ଓଲଟି ଚାଲିଗଲା ୧୦୦ରୁ ଅଧିକ ଜୀବନ, ୧୧୬ ନିଖୋଜ

ଜିବୁତି ସିଟି,୧୧।୧୦: ପୂର୍ବ ଆଫ୍ରିକାର ଜିବୁତି ଉପକୂଳରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି । ପ୍ରାୟ ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା…

ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା, ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ୧୬୩ ଧାରା ଜାରି

ସାକ୍ଷୀଗୋପାଳ,୧୧ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ): ଶାସକ ଓ ବିରୋଧୀ ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା ଥିବାରୁ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ବିଏନଏସ୍‌ର…

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

ଗୁଡ଼ାରି, ୧୦।୧୦ (ପ୍ରମୋଦ କୁମାର ପତି): ଆଦିବାସୀ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଓ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର…

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ…

‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ଅକ୍ଟୋବର ୮,୨୦୨୬ ରେ ଗୋଆରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ, ଗୋଆର ପଣାଜୀ ପୋଲିସ ଏକ ଅସ୍ବାଭାବିକ…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?