Posted inଜାତୀୟ

ଭାଜପାକୁ ମିଳିଛି ୬୧୪ କୋଟି ଚାନ୍ଦା

ନୂଆଦିଲ୍ଲୀ,୧୫ା୨: ଗତ ଆର୍ଥତ୍କ ବର୍ଷରେ ଭାଜପାକୁ ୬୧୪.୬ କୋଟି ଟଙ୍କା ଚାନ୍ଦା ମିଳିଥିବାବେଳେ କଂଗ୍ରେସ ପାଇଛି ୯୫.୪ କୋଟି। ନିର୍ବାଚନ ଉପରେ ନଜର ରଖୁଥିବା ଆସୋସିଏଶନ ଅଫ୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ରିପୋର୍ଟରୁ ଏହା ଜଣାପଡ଼ିଛି। ୨୦,୦୦୦ ଟଙ୍କାରୁ ଅଧିକ ଚାନ୍ଦାକୁ ରାଜନୈତିକ ଦଳଗୁଡ଼ିକ ଘୋଷଣା କରିଥାନ୍ତି। ଗତ ଆର୍ଥତ୍କ ବର୍ଷରେ ଜାତୀୟ ଦଳଗୁଡ଼ିକ ମୋଟ ୭,୧୪୧ଟି ଚାନ୍ଦାରୁ ୭୮୦.୭୭ କୋଟି ଟଙ୍କା ପାଇଥିବା ଘୋଷଣା କରିଛନ୍ତି। ସେଥିରୁ ଭାଜପା ୪,୯୫୭ଟି ଚାନ୍ଦାରୁ ୬୧୪.୬୨୬ କୋଟି ପାଇଥିବାବେଳେ କଂଗ୍ରେସ ୧,୨୫୫ଟି ଚାନ୍ଦାରୁ ୯୫.୪୫ କୋଟି ଟଙ୍କା ପାଇଥିବା ଘୋଷଣା କରିଛି। ଭାଜପା ପାଇଥିବା ଚାନ୍ଦା କଂଗ୍ରେସ, ଏନ୍‌ସିପି, ସିପିଆଇ, ସିପିଆଇ-ଏମ୍‌, ନ୍ୟାଶନାଲ ପିପୁଲ୍‌ସ ପାର୍ଟି ଏବଂ ତୃଣମୂଳ କଂଗ୍ରେସ ପାଇଥିବା ମୋଟ ଚାନ୍ଦାର ୩ ଗୁଣରୁ ଅଧିକ। କ୍ରମାଗତ ୧୬ ବର୍ଷ ହେଲା ବହୁଜନ ସମାଜ ପାର୍ଟି (ବିଏସ୍‌ପି) ୨୦,୦୦୦ରୁ ଅଧିକ ଟଙ୍କାର କୌଣସି ଚାନ୍ଦା ପାଇ ନ ଥିବା ଘୋଷଣା କରିଛି।
ଜାତୀୟ ଦଳଗୁଡ଼ିକୁ ୨୦୨୦-୨୧ ବର୍ଷ ତୁଳନାରେ ୨୦୨୧-୨୨ରେ ୧୮୭.୦୨୬ କୋଟି ଟଙ୍କା ଅଧିକ ଚାନ୍ଦା ମିଳିଛି। ଏହା ପୂର୍ବବର୍ଷ ତୁଳନାରେ ୩୧.୫୦ ପ୍ରତିଶତ ଅଧିକ। ୨୦୨୦-୨୧ରେ ଭାଜପା ପାଇଥିବା ମୋଟ ଚାନ୍ଦା ପରିମାଣ ୪୭୭.୫୪୫ କୋଟି ଥିବାବେଳେ ଏହା ୨୮.୭୧ ପ୍ରତିଶତ ବୃଦ୍ଧି ପାଇ ଗତବର୍ଷ ୬୧୪.୬୨୬
କୋଟି ଟଙ୍କାରେ ପହଞ୍ଚତ୍ଛି। ସେହିପରି କଂଗ୍ରେସ ୨୦୨୦-୨୧ରେ ୭୪.୫୨୪ କୋଟି ଟଙ୍କା ପାଇଥିବାବେଳେ ଗତବର୍ଷ ୨୮ ପ୍ରତିଶତ ବୃଦ୍ଧି ପାଇ ୯୫.୪୫୯ କୋଟି ଟଙ୍କା ହୋଇଛି। ଅନ୍ୟପକ୍ଷରେ ସିପିଆଇଏମ୍‌ ଏବଂ ଏନ୍‌ପିଇପି ଚାନ୍ଦା ପୂର୍ବବର୍ଷ ତୁଳନାରେ ହ୍ରାସ ପାଇଛି। ସିପିଆଇଏମ୍‌ ଚାନ୍ଦା ୨୨.୦୬ ପ୍ରତିଶତ ହ୍ରାସ
ପାଇ ୨.୮୪୬ କୋଟି ହୋଇଥିବାବେଳେ ଏନ୍‌ପିଇପି ଚାନ୍ଦା ୪୦.୫୦ ପ୍ରତିଶତ ହ୍ରାସ ପାଇ ୨୪.୧୦ ଲକ୍ଷ ଟଙ୍କାରେ ପହଞ୍ଚତ୍ଛି। କର୍ପୋରେଟର/ବ୍ୟବସାୟ ସେକ୍ଟରରୁ ମୋଟ ୨,୫୫୧ଟି ଚାନ୍ଦାରୁ ୬୨୫.୮୮୩ କୋଟି ଟଙ୍କା ଚାନ୍ଦା ମିଳିଛି; ଯାହାକି ମୋଟ ଚାନ୍ଦାର ୮୦.୧୬ ପ୍ରତିଶତ। ଏହା ବ୍ୟତୀତ ୪,୫୦୬ ବ୍ୟକ୍ତିଗତ ଚାନ୍ଦାରୁ ୧୫୩.୩୨୮ କୋଟି ଟଙ୍କା ମିଳିଛି। ଏହା ମୋଟ ଚାନ୍ଦାର ୧୯.୬୩୭୯ ପ୍ରତିଶତ। କର୍ପୋରେଟ ଚାନ୍ଦାରୁ ୫୪୮.୮୦୮ କୋଟି ଭାଜପାକୁ ଯାଇଥିବାବେଳେ ବ୍ୟକ୍ତିଗତ ଚାନ୍ଦା ୬୫.୭୭୪ କୋଟି ଏହି ଦଳକୁ ମିଳିଛି। ସେହିପରି କଂଗ୍ରେସ କର୍ପୋରେଟ/ବ୍ୟବସାୟ ସେକ୍ଟରରୁ ଚାନ୍ଦା ବାବଦରେ ୫୪.୫୬୭ କୋଟି ଏବଂ ବ୍ୟକ୍ତିଗତ ଚାନ୍ଦାରୁ ୪୦.୮୯୨ କୋଟି ଟଙ୍କା ପାଇଛି। ଏଡିଆର୍‌ ରିପୋର୍ଟ ଅନୁଯାୟୀ ଅନ୍ୟ ଜାତୀୟ ଦଳଗୁଡ଼ିକ ପାଇଥିବା ମୋଟ କର୍ପୋରେଟ ଚାନ୍ଦା ତୁଳନାରେ ଭାଜପା ଏକାକୀ ୭ ଗୁଣରୁ ଅଧିକ ପାଇଛି। ଭାଜପାକୁ ୫୪୮.୮୦୮ କୋଟି କର୍ପୋରେଟ ଚାନ୍ଦା ମିଳିଥିବାବେଳେ ଅନ୍ୟ ଦଳଗୁଡ଼ିକର ମୋଟ ୭୭.୦୭୫ କୋଟି ଟଙ୍କା କର୍ପୋରେଟ ଚାନ୍ଦା ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ

କୋଲକାତା,୨୩ା୪: ପଶ୍ଚିମବଙ୍ଗର ସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ପାଇଁ ୨୦୧୬ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ କାଲ୍‌କାଟା ହାଇକୋର୍ଟ ସୋମବାର ରଦ୍ଦ କରିଦେଇଛନ୍ତି। ଫଳରେ ୨୫,୭୫୩ ଜଣ...

ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଏହି ଆସନରେ ଦେଲା ପ୍ରାର୍ଥୀ

ନୂଆଦିଲ୍ଲୀ,୨୨।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)...

ତାଜମହଲକୁ ନେଇ କାହିଁକି ଏଏସ୍‌ଆଇର ମତ ଲୋଡ଼ିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୨ା୪: ସୋମବାର ସୁପ୍ରିମକୋର୍ଟ ତାଜମହଲ ଏବଂ ଏହାର ଆଖପାଖର ସଂରକ୍ଷଣ ପାଇଁ ପ୍ରସ୍ତୁତ ଭିଜନ ଡକ୍ୟୁମେଣ୍ଟ ଏବଂ ପ୍ଲାନ୍‌ ଉପରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍‌ ଇଣ୍ଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri